26/09/2024
✏️ Il 24 settembre, a Phulbani (Odisha), si è svolto il secondo incontro del "Workshop sulla tutela dei minori a livello distrettuale", con la partecipazione di 60 rappresentanti istituzionali del distretto di Kandhamal.
📌 Questo appuntamento fa parte del progetto “Rakshan - Building a better future for the children of Kandhamal”, finanziato dalla Commissione Adozioni Internazionali. L'obiettivo principale è potenziare le conoscenze dei duty bearers (Stato, Governo, genitori) sulle loro responsabilità, identificare le criticità del sistema di protezione locale e migliorare la comunicazione tra i diversi dipartimenti.
😊 Ringraziamo le istituzioni che hanno partecipato e il partner locale Banabasi Seva Samiti Ngo per l’organizzazione.
https://rakshan.it/
ବନବାସୀ ସେବା ସମିତି ଦ୍ବାରା ପରିଚାଳିତ ରକ୍ଷଣ ପ୍ରକଳ୍ପ ଦ୍ବାରା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କାର୍ମଶାଳା ।
ତା – ୨୪ /୦୯/୨୪ ରିଖ ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଆଜି ବନବାସୀ ସେବା ସମିତି, ବାଲିଗୁଡା ଦ୍ବାରା ପରିଚାଳିତ ରକ୍ଷଣ ପ୍ରକଳ୍ପ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କୁ ଧ୍ୟାନରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଆମ ଜିଲ୍ଲାର ପିଲାମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଜିଲ୍ଲା ସ୍ତରର ଅଧିକାରୀ, ବିଭିନ୍ନ ଏନଜିଓର ପ୍ରତିନିଧୀ ଏବଂ ଅନ୍ୟାନ୍ୟ ପ୍ରମୁଖ ହିତାଧିକାରୀ ଏକତ୍ରିତ ହୋଇଥିଲେ |ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରିଣୀ, ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଯୋଗଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ସଦସ୍ୟଗଣ ତଥା ସ୍ବାସ୍ଥ୍ୟ ବିଭାଗ ଋ ଏଡିପିଏଚଇଓ ଉପସ୍ଥିତ ଥିଲେ ।
ଶିଶୁ ସୁରକ୍ଷା ସହିତ ଜଡିତ ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ ବୃଦ୍ଧି, କୋଭିଡ ପରବର୍ତୀ ସମୟରେ ଶିଶୁଙ୍କ ମାନସିକ, ବୌଦ୍ଧିକ ତଥା ଅଭିଭାବକଙ୍କ ସମସ୍ୟା, ପିଲାମାନଙ୍କର ଅଧିକାର ରକ୍ଷା କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧା ଗୁଡିକୁ ସମାଧାନ ଏବଂ ସର୍ବୋତ୍ତମ ଅଭ୍ୟାସ ଗୁଡିକୁ ଡକ୍ୟୁମେଣ୍ଟେସନ୍ କରି ସାର୍ବଜନୀନ କରିବା ପାଇଁ ଏହି କର୍ମଶାଳା ଲକ୍ଷ୍ୟ ଧାର୍ଯ୍ୟ କରିଥିଲା |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଟ୍ରେନର ଭାବେ ଶ୍ରୀ ପ୍ରୀତିକାନ୍ତ ପଣ୍ଡା, ରାଜ୍ୟ ପ୍ରୋଗ୍ରାମ ମାନେଜର, ଶିଶୁ ସୁରକ୍ଷା,OSCPS ବିଭିନ୍ନ ଅଡିଓ ଭିଜୁଆଲ, ଖେଳ ଏବମ ପାୱାର ପୟେନ୍ଟ ପ୍ରେଜେନ୍ଟେଶନ ଦ୍ବାରା ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ତଥା ବିଭାଗ ଗୁଡିକର ଭୂମିକା ଓ ଦାୟିତ୍ଵ ଗୁଡିକ ଉପରେ ଆଲୋକପାତ କରିଥିଲେ । ଯେଉଁମାନେ ଶିଶୁ ସୁରକ୍ଷା ନୀତିର ସ୍ଥିତି ଏବଂ ପ୍ରଭାବଶାଳୀ ହସ୍ତକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ।
“ଆମ ପିଲାମାନଙ୍କୁ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ । ଜିଲ୍ଲା ଅଧିକାରୀମାନେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ତଥା ବିଭିନ୍ନ ଯୋଜନା ଓ ସୁବିଧା ଗୁଡିକର ଲାଭ ଉଠାଇବାର ନିତ୍ୟାନ୍ତ ଜରୁରୀ । ଏହି ପରି ବ୍ଲକ ତଥା ପଞ୍ଚାୟତ ସ୍ତରରେ ଅଧିକ କର୍ମଶାଳା ମାଧ୍ୟମରେ, ଆମେ ଅଧିକ ଶକ୍ତିଶାଳୀ ସହଭାଗୀତା ସୃଷ୍ଟି କରିପାରିବା ଏବଂ ନିଶ୍ଚିତ କରିପାରିବା ଯେ ପ୍ରତ୍ୟେକ ଶିଶୁ ନିଜକୁ ସୁରକ୍ଷିତ ଏବଂ ସମର୍ଥ ଅନୁଭବ କରନ୍ତି। ”
LCD ମନିଟର ମାଧ୍ୟମରେ ଜିଲ୍ଲାର ବ୍ଲକ ଏବଂ ପଞ୍ଚାୟତ ସ୍ତରର ବିଭିନ୍ନ ଗହଳି ସ୍ଥାନ ମାନଙ୍କରେ ସରକାରୀ ଯୋଜନା ଗୁଡିକୁ ପ୍ରଦର୍ଶନ କରିବା, ଆଜିର ସମୟରେ ସମସ୍ତ ଶିଶୁ ଙ୍କୁ ସ୍କୁଲ ପଠାଇବା ଏକ ସର୍ବୋତ୍କୃଷ୍ଟ ବିନିଯୋଗ ଏବଂ ବିବାହ ପୂର୍ବରୁ ନିଜକୁ କୌଣସି କାର୍ଯରେ ମଧ୍ୟ ନିଯୋଜିତ କରିବା ତଥା ଯେଉଁ ଶିଶୁ ମାନେ ଯତ୍ନ ଓ ସୁରକ୍ଷା ଲୋଡୁଛନ୍ତି ସେମାନକୁ ଉପଯୁକ୍ତ ସରକାରୀ ସୁବିଧା ସହ ସଂଯୋଗ କରିବା ଆମ ସମସ୍ତଙ୍କ ଲକ୍ଷ ଏବଂ ଆଜିର ସମାଜ ପାଇଁ ବାର୍ତା ରୂପେ କାର୍ମଶାଳାର ମୁଖ୍ୟ ଆକର୍ଷଣ ଥିଲା ।