10/12/2025
ମାନବ ଅଧିକାର ଫୋରମ୍ ଓ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ତରଫରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ
**********************
ଆଜି ସିଂଲା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ବସ୍ତା ବ୍ଲକ ମାନବ ଅଧିକାର ଫୋରମ୍ କାର୍ଯ୍ୟାଳୟରେ ବାଲେଶର ଜିଲ୍ଲା ଜଏଣ୍ଟ ସେକ୍ରେଟାରୀ ତଥା ବସ୍ତା ବ୍ଲକ ସଭାପତି ଜୟନ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳନ ହୋଇଯାଇଛି। ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଦିବସରେ ଫୋରମ୍ ବ୍ଲକ୍ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, କାର୍ଯକାରୀ ସଭାପତି ମନୋରଞ୍ଜନ ଗିରି ଓ ମିଡ଼ିଆ ସେକ୍ରେଟାରୀ ରାଧା ଗୋବିନ୍ଦ ଦାସ ଯୋଗ ଦେଇ ମାନବାଧିକାର ଦିବସର ତାତ୍ପର୍ଯ୍ୟ ବାବଦରେ ସବିଶେଷ ଆଲୋକପାତ କରିଥିଲେ । "ବ୍ୟକ୍ତିର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଅଧିକାରର ଆବଶ୍ୟକତା ରହିଛି କି?" - ଶୀର୍ଷକ ଆଲୋଚନାଚକ୍ର ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଙ୍କିତା ଦଳାଇ, ତନୁଶ୍ରୀ ନାୟକ ଓ ସ୍ଵୟଂ ସମ୍ପୂର୍ଣ୍ଣା ବେହେରା ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ହାସଲ କରିଥିଲେ । ଏହି ସମାବେଶରେ ଶିକ୍ଷାକେନ୍ଦ୍ରର ଗୁରୁଜୀ ଗୁରୁମା - ଗୀତାଞ୍ଜଳି ପଣ୍ଡା, ପର୍ଶୁରାମ ପରିଡ଼ା, କଳ୍ପନା ନାୟକ, ରଶ୍ମିତା ପାଢ଼ୀ, ସୁବ୍ରତ ସାହୁ, ପ୍ରଶାନ୍ତ ସି, ମିନତୀ ପରିଡ଼ା, ଭବାନୀ ରଣା, ପ୍ରିୟଙ୍କା ସାହୁ ଓ ଗୀତାଞ୍ଜଳି ସେନାପତି ଯୋଗଦେଇ ମାନବୀୟ ଅଧିକାର ସମ୍ୱନ୍ଧରେ ଆଲୋଚନା କରିଥିଲେ । ଶେଷରେ ସଭାପତି ଧନ୍ୟବାଦ୍ ଦେଇ ଅଧିବେଶନକୁ ସାଙ୍ଗ କରିଥିଲେ।