24/02/2025
ବିଶ୍ବକେଶ ତ୍ରିପାଠୀ IPS, ଏକ ଭିନ୍ନ ଧରଣର ଅଫିସର। ସାଧୁ,ସ୍ବଚ୍ଛ, ଦୁଃସାହସିକ ଓ ଚାପର ବଶବର୍ତ୍ତୀ ନୁହଁ। PTC ଅନୁଗୁଳର ପ୍ରିନସପାଲ ଥିଲେ। 7 ଜଣ ସବଇନ୍ସପେକ୍ଟର କାଡେଟ ଙ୍କୁ ବରଖାସ୍ତ କରିବାକୁ ସୁପାରିଶ କଲେ। ବୀରେନ ମିତ୍ର ମୁଖ୍ୟମନ୍ତ୍ରୀ ଚାପ ପକାଇଲେ। ଆଇ ଜିଙ୍କ ସାମନାରେ ଇସ୍ତଫା ଟାଇପ କରି ଧରାଇ ଦେଲେ। ବୀରେନ ମିତ୍ର ନଇଁଲେ।ରାଉରକେଲାର ଏସପି ଥିଲେ। ସିଆରପିଏଫ କୁ ଗଲେ। ନାଗାଲାଣ୍ଡ ବଦଳି ହେଲା। ତାଙ୍କ ଭାଷାରେ - ସେନା ସହିତ ନାଗା ବିଦ୍ରୋହୀଙ୍କ ସଙ୍ଗେ ତିନିବର୍ଷ ଲଢିଲି। ଥରେ ଗୁଳି ଫାୟାର କରୁଥାଉ।ମୋ ପାଖରେ ଜଣେ ହାବିଲଦାର। ନାଗାଙ୍କ ଗୁଳି ତାଙ୍କ ଛାତିରେ ବାଜିଲା। 1962 ଚୀନ ଆକ୍ରମଣ ବେଳେ ନାଗାଲାଣ୍ଡ ରେ ଥିଲେ। ମିଜୋ ବିଦ୍ରୋହ ବେଳେ ଥିଲେ।1968 ଆସାମ ଆନ୍ଦୋଳନ ବେଳେ, ଗୌହାଟୀର ସୁରକ୍ଷା ତାଙ୍କ ଦାୟିତ୍ବ ରେ ଥିଲା।ତେଲେଙ୍ଗାନା ଆନ୍ଦୋଳନ ରେ ଥିଲେ। ବଙ୍ଗଳାରେ ନକ୍ସଲ ଦମନ କାର୍ଯ୍ୟାନୁଷ୍ଠାନ ରେ ଥିଲେ। ତାଙ୍କ ମୁଣ୍ଡ ପାଇଁ ନକ୍ସଲ ମାନେ ଦଶ ହଜାର ର ପୁରସ୍କାର ରଖିଥିଲେ।
ଖାଲିସ୍ଥାନି ଆତଙ୍କ ବେଳେ BSF,IG ହୋଇ ପଞ୍ଜାବ ରେ ଅବସ୍ଥାପିତ ହୋଇ ଥିଲେ।ମୁକ୍ତସର ଗୁରୁଦ୍ଵାର 40 ସଶସ୍ତ୍ର ଆତଙ୍କବାଦୀଙ୍କ କବଳରେ ଥିଲା।ସମ୍ମୁଖ ଆକ୍ରମଣ ର ଯୋଜନା କରିଥିଲେ। ସରକାର ମନା କରିଦେଲା।ନହେଲେ ପଞ୍ଜାବ ର ଗତି ଭିନ୍ନ ହୋଇ ଥାଆନ୍ତା।ଅପରେସନ ବ୍ଲୁଷ୍ଟାର ସମୟରେ ସ୍ବର୍ଣ୍ଣ ମନ୍ଦିର କୁ ଯାଉଥିବା 47ଟି ଗଳି ରାସ୍ତାର ସୁରକ୍ଷା ଦାୟିତ୍ବ ରେ ଥିଲେ। ଖାଲିସ୍ଥାନିଙ୍କ ଗୁଳିରୁ ବଞ୍ଚି ଯାଇ ଥିଲେ।
ମୁଁ ଜାଣି ନଥିଲି। ଶ୍ରୀ Anil Dhir ଙ୍କ ସୂଚନାରୁ ଜାଣିଲି।
ବହିଟିକୁ ସାତ ଘଣ୍ଟା ଲଗାତର ପଢି ସାରିଲି।