26/02/2026
ଉତ୍କଳ ଯାଦବ ମହାସଭା ଦ୍ୱାରା ଆୟୋଜିତ ଷଷ୍ଠ ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅତ୍ୟନ୍ତ ସଫଳତାର ସହିତ ସମ୍ପନ୍ନ ହୋଇଛି। ଆପଣମାନଙ୍କର ନିଃସ୍ୱାର୍ଥପର ସହଯୋଗ ଯୋଗୁଁ ମୋଟ ୨୧୦ ୟୁନିଟ୍ ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଛି।
ଆମର ସମ୍ମାନନୀୟ ରାଜ୍ୟ ସଭାପତି ଡକ୍ଟର ଆଶୀର୍ବାଦ ବେହେରା ମହୋଦୟଙ୍କ ପ୍ରେରଣାଦାୟକ ଦିଗ୍ଦର୍ଶନ ଏବଂ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ତଥା ଉତ୍କଳ ଯାଦବ ମହାସଭାର ସାଂଗଠାନିକ ସମ୍ପାଦକ ଇଂ ପ୍ରଦୀପ ବେହେରାଙ୍କ ସୁଦୃଢ଼ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତ୍ୟେକ ରକ୍ତଦାତା, କର୍ମକର୍ତ୍ତା ଓ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଉତ୍କଳ ଯାଦବ ମହାସଭା ପକ୍ଷରୁ ଅନ୍ତରର ସହିତ ଧନ୍ୟବାଦ୍ ଜଣାଉଛୁ।
ଆପଣଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ୨୧୦ ୟୁନିଟ୍ ରକ୍ତ ଅନେକ ଜୀବନ ବଞ୍ଚାଇବାରେ ନିଶ୍ଚିତ ଭାବେ ସହାୟକ ହେବ। ସମାଜ ପ୍ରତି ଆପଣଙ୍କର ଏହି ମାନବିକ ଅବଦାନ ସର୍ବଦା ପ୍ରେରଣାଦାୟକ ହୋଇ ରହିବ। ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟରେ ଆପଣମାନଙ୍କର ସହଯୋଗ ଏବଂ ଭଲପାଇବା କାମନା କରୁଛୁ।
ଧନ୍ୟବାଦାନ୍ତେ,
ଉତ୍କଳ ଯାଦବ ମହାସଭା ପରିବାର