Vishwa Vaidik Parivaar

Vishwa Vaidik Parivaar Vishwa Vaidik Parivaar is a Universal Organisation for Social & Spiritual Reformation.

Article of Sannyasi Sri Atmananda ji published in the   today
04/08/2026

Article of Sannyasi Sri Atmananda ji published in the today

 #ଜ୍ଞାନ_ଦର୍ଶନ ଗୁରୁଦେବ ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ ଅମୃତ ଆଲେଖ୍ୟ... ନିଶ୍ଚୟ ପଢ଼ିବେ।
23/07/2026

#ଜ୍ଞାନ_ଦର୍ଶନ
ଗୁରୁଦେବ ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ ଅମୃତ ଆଲେଖ୍ୟ... ନିଶ୍ଚୟ ପଢ଼ିବେ।

Please Read The Article of Sannyasi Sri Atmananda ji on  (ଆଧ୍ୟାତ୍ମିକ ଜ୍ଞାନ)
09/06/2026

Please Read
The Article of Sannyasi Sri Atmananda ji on
(ଆଧ୍ୟାତ୍ମିକ ଜ୍ଞାନ)

 #ଅହିଂସା_ଶ୍ରେଷ୍ଠ_ଧର୍ମ #ଗୁରୁଦେବ_ସନ୍ନ୍ୟାସୀ_ଶ୍ରୀ_ଆତ୍ମାନନ୍ଦଙ୍କଅମୃତ ଆଲେଖ୍ୟ... ନିଶ୍ଚୟ ପଢ଼ିବେ !
06/05/2026

#ଅହିଂସା_ଶ୍ରେଷ୍ଠ_ଧର୍ମ
#ଗୁରୁଦେବ_ସନ୍ନ୍ୟାସୀ_ଶ୍ରୀ_ଆତ୍ମାନନ୍ଦଙ୍କ
ଅମୃତ ଆଲେଖ୍ୟ... ନିଶ୍ଚୟ ପଢ଼ିବେ !

'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛ...
21/04/2026

'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଆଜି ରାଜ୍ୟର ୨୭ଟି ଜିଲ୍ଲାରେ ୧,୦୦୦ରୁ ଉର୍ଦ୍ଧ୍ୱ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି।
କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ନବ ଦାମ୍ପତୀଙ୍କୁ ଆଶୀର୍ବାଦ ଦେଇ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଂକଳ୍ପ। ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୂର୍ବତନ ସାଂସଦ ପ୍ରଭାସ ସିଂ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଧ୍ୟାରାଣୀ ନେପାକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବର ବଧୂଙ୍କୁ ଆଶୀର୍ବାଦ ଦେବା ସହ ଏହି ଯୋଜନାର ସମସ୍ତ ସୁବିଧା ବିଷୟରେ କହିଥିଲେ ।ସୂଚନାଯୋଗ୍ୟକି, ଆଜି ବରଗଡ଼ ଜିଲ୍ଲାର ବିିଭିନ୍ନ ବ୍ଲକ୍‌ରୁ ଆସିଥିବା ୩୩ଯୋଡ଼ା ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ । ବିବାହ କରିଥିବା ସମସ୍ତ ୩୩ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମହାଶକ୍ତି ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡା ବିଶ୍ୱ ବୈଦିକ ପରିବାର ବିବାହ ସଂସ୍କାର ପରିଚାଳନା କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ମହାଶକ୍ତି ଫାଉଣ୍ଡେସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

  43rd Annual Day of the spiritual organisation Vishwa Vaidik Parivaar
14/04/2026


43rd Annual Day of the spiritual organisation Vishwa Vaidik Parivaar

12/04/2026
କୁଟିଂଗୁଡ଼ା ସ୍ଥିତ ବେଦ ନିକେତନ ପରିସର ରେ ବିଶ୍ଵ ବୈଦିକ ପରିବାର  ର ୪୩ ତମ ବାର୍ଷିକ ସମ୍ମିଳନୀ ଉପଲକ୍ଷେ ୨ ଦିନ ଧରି ପ୍ରବଚନ,ଭଜନ, ଯୋଗାସନ  ...
12/04/2026

କୁଟିଂଗୁଡ଼ା ସ୍ଥିତ ବେଦ ନିକେତନ ପରିସର ରେ ବିଶ୍ଵ ବୈଦିକ ପରିବାର ର ୪୩ ତମ ବାର୍ଷିକ ସମ୍ମିଳନୀ ଉପଲକ୍ଷେ ୨ ଦିନ ଧରି ପ୍ରବଚନ,ଭଜନ, ଯୋଗାସନ ଓ ପ୍ରାଣାୟାମ ପ୍ରଶିକ୍ଷଣ ଶିବିର , ନଗର କୀର୍ତ୍ତନ ଓ ବୈଦିକ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ରେ ପୌରୋହିତ୍ୟ କରି ଅନୁଷ୍ଠାନ ର ପ୍ରତିଷ୍ଠାତା ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦ୍ ଜୀ ସତ୍ ଚିନ୍ତନ ଓ ସତ୍ କର୍ମ ମାଧ୍ୟମରେ ଆତ୍ମ ବିକାଶ କରିବା ପାଇଁ ଆହ୍ଵାନ କରିଥିଲେ । ସଂସାରରେ କାହାପ୍ରତି ଶତ୍ରୁତା ଆଚରଣ ନ କରିବା ହିଁ ପ୍ରକୃତ ଆଧ୍ୟାତ୍ମିକତା ବୋଲି ସେ ଗୁରୁତ୍ଵ ଆରୋପ କରିଥିଲେ । ଅନୁଷ୍ଠାନର ସହ ପରିଚାଳକ ଶ୍ରୀ ସୀମାଞ୍ଚଳ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ, ସମାଜରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାର ଦୂର କରି ସତ୍ୟ ସନାତନ ବୈଦିକ ଧର୍ମ ର ପୁନଃ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଅନୁଷ୍ଠାନ କାର୍ଯ୍ୟରତ । ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ଶୋଢ଼ଶ ସଂସ୍କାର ବିଧି ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ନିଶା ନିବାରଣ, ବ୍ୟକ୍ତିତ୍ଵ ବିକାଶ ତାଲିମ, ଦାନ ଉତ୍ସବ ଇତ୍ୟାଦି କାର୍ଯକ୍ରମ ଅନୁଷ୍ଠାନ ଦୀର୍ଘ ୪୩ ବର୍ଷ ଧରି ସମ୍ପାଦନ କରି ଆସୁଛି ।

କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କର୍ମକର୍ତ୍ତା ସର୍ବଶ୍ରୀ ଏମ ସନ୍ନ୍ୟାସୀ ରାଓ, ବିମଳେନ୍ଦୁ ପାଢ଼ୀ, କମଳାକାନ୍ତ ପଟ୍ଟନାୟକ, ବିଦ୍ୟାଧର ଶବର, ତପସ୍ୱିନୀ ପଟ୍ଟନାୟକ, ସନ୍ତୋଷ ବାଡତିଆ, ଗୌରୀ ଶଙ୍କର ସେନାପତି, ଭଗବାନ ହୁଇକା, ସୁଶୀଳା ସାହୁ, ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ସଂଚଳନା କରିଥିଲେ ।

କାର୍ଯ୍ୟକ୍ରମ ରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ରୁ ୫୦୦ ସହ ରୁ ଉର୍ଦ୍ଧ ସାଧକ ,ସାଧିକା , ସାଥୀ ଓ ସହଯୋଗୀ ଯୋଗ ଦେଇଥିଲେ ।

Address

Veda Niketan Kutingguda Hata Muniguda
Rayagada
765020

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 1pm

Telephone

+917978707328

Alerts

Be the first to know and let us send you an email when Vishwa Vaidik Parivaar posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Vishwa Vaidik Parivaar:

Shortcuts

Share