Daan Dakshina

Daan Dakshina Contact information, map and directions, contact form, opening hours, services, ratings, photos, videos and announcements from Daan Dakshina, Non-Governmental Organization (NGO), Puri.

ଶାସ୍ତ୍ର ମତରେ ଶହେ କାମ ଛାଡି ଭୋଜନ କରିବା, ହଜାରେ କାମ ଛାଡି ସ୍ନାନ କରିବା, ଲକ୍ଷେ କାମ ଛାଡି ଦାନ କରିବା, କୋଟିଏ କାମ ଛାଡି ଭଗବାନଙ୍କ ନାମ ନେବା । ଶାସ୍ତ୍ର ମତରେ ଜୀବନରେ ସମସ୍ତେ କିଛି କିଛି ନିଜ ସକ୍ଷମ ଅନୁସାରେ ଦାନ କରିବା ଶ୍ରେଷ୍ଠ ଧର୍ମ

ରାଧା ସାଧ୍ୟଂ ସାଧନଂ ଯସ୍ୟ ରାଧା, ମନ୍ତ୍ରୋ ରାଧା, ମନ୍ତ୍ର ଦାତ୍ରୀ ଚଃ ରାଧା। ସର୍ବଂ ରାଧା, ଜୀବନଂ ଯସ୍ୟ ରାଧା, ରାଧା ରାଧା ବାଚି, କିଂ ତସ୍ୟ ...
30/08/2025

ରାଧା ସାଧ୍ୟଂ ସାଧନଂ ଯସ୍ୟ ରାଧା,
ମନ୍ତ୍ରୋ ରାଧା, ମନ୍ତ୍ର ଦାତ୍ରୀ ଚଃ ରାଧା।
ସର୍ବଂ ରାଧା, ଜୀବନଂ ଯସ୍ୟ ରାଧା,
ରାଧା ରାଧା ବାଚି, କିଂ ତସ୍ୟ ଶେଷମ୍।।

ଶ୍ରୀରାଧା ହିଁ ସାଧ୍ୟ। ଶ୍ରୀରାଧାଙ୍କୁ ପାଇବାକୁ ଯେଉଁ ସାଧନର ଆବଶ୍ୟକତା ରହିଛି... ସେହି ମନ୍ତ୍ର ହିଁ ଶ୍ରୀରାଧାଙ୍କର ସେହି ପବିତ୍ର ରାଧାନାମ। ଏହି ମନ୍ତ୍ରଦାତ୍ରୀ ଗୁରୁ ବି ଶ୍ରୀରାଧା ସ୍ବୟଂ। ସମସ୍ତ ବ୍ରହ୍ମାଣ୍ଡ ରାଧାନାମରେ ହିଁ ସମାହିତ। ତଥା ସମସ୍ତ ଜୀବର ପ୍ରାଣ ମଧ୍ୟ ଶ୍ରୀରାଧା। ଯଦି ସେହି ଶ୍ରୀକୃଷ୍ଣହ୍ଲାଦିନୀ ପ୍ରେମମୟୀ ଶ୍ରୀରାଧାଙ୍କ କୃପାକଟାକ୍ଷ ପ୍ରାପ୍ତ ହୁଏ... ତେବେ ଜୀବନରେ ପ୍ରାପ୍ତ କଲା ଭଳି ଆଉ କିଛି ବି ବାକି ରହେ ନାହିଁ।

ରାଧାର ଅର୍ଥ ଯେଉଁ ନିଶ୍ବାସ ଆମେ ନେଇ ଥାଉଁ ସେଥିରେ ଥିବା ଉର୍ଜାକୁ କୁହାଯାଏ।ରାଧାକୁ ଓଲଟାଇଲେ ଧାରା, ଅର୍ଥାତ୍ ଯେଉଁ ଧାରାରେ କୃଷ୍ଣଙ୍କୁ ପ୍ରାପ୍ତି ହୁଏ ତାହା ହେଉଛି ରାଧା ତତ୍ତ୍ବ। କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ହେଉଛି ତ୍ରିରାଧା। ସରଳ ଭାବେ କହିବାକୁ ଗଲେ ଜୀବ ହେଉଛି ରାଧା ଓ ପରମ ହେଉଛନ୍ତି କୃଷ୍ଣ।

ରାଧା ହେଉଛନ୍ତି ଏକ ଅସମାହିତ ପ୍ରଶ୍ନ । ରାଧା ଶବ୍ଦ ସମନ୍ଧରେ ଯେତେ ମନ୍ତବ୍ୟ ଦେଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ । କାରଣ ନିଷ୍କାମ ପ୍ରେମ ଭକ୍ତିର ଅନବଦ୍ୟ ଅମୃତ ଝରଣା ପରି ବହି ଯାଉଥିବା ଧାରାର ନାମ ରାଧା ହୋଇପାରେ । ଯେଉଁଠି ନିଷ୍କାମ ଓ ପ୍ରେମ ଶବ୍ଦର ଉପଯୁକ୍ତ ସଂଜ୍ଞା ନିରୂପଣ ହୋଇପାରିନାହିଁ ସେଠୀ ରାଧା ଶବ୍ଦର ଜିଜ୍ଞାସା ଗୋଟିଏ ଆଶ୍ୱାସନା ମାତ୍ର ।

ରାଧା ନାମ ଶ୍ରବଣ ମାତ୍ରକେ କୂ୍ଷ୍ଣଙ୍କ ପ୍ରତିଛବି ଭାସିଉଠେ .ପ୍ରେମର ଭାବଧାରା ରୁ ହିଁ ରାଧା ନାମ ସୂ୍ଷ୍ଟି .....

ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ବରୀ
ବୃଷଭାନୁ ସୂତେ ଦେବୀ ପ୍ରଣମାମି ଶ୍ରୀହରିପ୍ରିୟେ।।

Address

Puri
752001

Alerts

Be the first to know and let us send you an email when Daan Dakshina posts news and promotions. Your email address will not be used for any other purpose, and you can unsubscribe at any time.

Share