15/06/2023
ଶହେ ବର୍ଷ ପଛକୁ ଫେରି ଚିନ୍ତା କଲେ,ଏ ଜାତି ର ପ୍ରାଣସତ୍ତା ଓ ତ୍ରାଣ କର୍ତ୍ତା ଜଗତର ନାଥ ଜାଗନ୍ନାଥ ଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଜଗତ ର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଲକ୍ଷ୍ ଲକ୍ଷ୍ ଭକ୍ତ,ସାଧୁ,ସନ୍ଥ, ସାଧାରଣ ଜନତା ପୁରୀ ଆସିଥାନ୍ତି।
ସେ କାଳରେ ନଥିଲା ସୁଗମ ସଡ଼କଟିଏ,ରେଳ ରାସ୍ତାଟିଏ,ପର୍ଯ୍ୟାପ୍ତ ବିଜୁଳି ଆଲୋକ ଟିକିଏ,ପାନୀୟ ଜଳ ଟୋପାଏ,ନଥିଲା ରହିବାକୁ ବସାଘରଟିଏ।ସେ ସମୟରେ ତୀର୍ଥ ଯାତ୍ରୀମାନଙ୍କ ସେବା,ସୁରକ୍ଷା ତଥା ଚିକିତ୍ସା ସୁବିଧା ର ଘୋର ଅଭାବ ଥିଲା,ସେତେବେଳେ ହଇଜା,ମହାମାରୀ ଆଦି ସଂକ୍ରମଣରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରୁଥିଲେ।
ଏହି ପରିସ୍ଥିତିରେ ଜନ ସେବା କାର୍ଯ୍ୟପାଇଁ ଏକ ସ୍ଥାୟୀ ସଂଗଠନ ର ଆଵଶ୍ୟକତା କୁ ଅନୁଭବ କରି ୧୯୧୨ ମସିହାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ,କଲିକତା ର ରାମରକ୍ଷପାଲ ଝୁନଝୁନୱାଲା ଙ୍କ ପୃଷ୍ଟପୋଷଳତା ରେ ଉତ୍ସାହି ଯୁବକ ମାନଙ୍କୁ ନେଇ ଗୋଏଙ୍କା ଧର୍ମଶାଳା ରେ ଆରମ୍ଭ କରିଥିଲେ ପୁରୀ ଆସୋସିଏସନ,୧୯୧୫ ମଶିହା ରେ ତା ନାମ ହୋଇଥିଲା ପୁରୀ ହିତକାରିଣୀ ସଭା,୧୯୨୫ ମସିହା ରେ ଆଚାର୍ଯ୍ୟ ହରିହର ଦାଶ,ଭୋଳାନାଥ ଶାହା,ମହନ୍ତ ରାମାନୁଜ ଦାସ,ସେଠ ଧନଜି ମୁଲଜି ପ୍ରମୁଖ ମିଶି ପୁଣି ନାମ ପରିବର୍ତନ କରି ଗଠନ କରିଥିଲେ ପୁରୀ ସେବା ସମିତି।ଗୋପବନ୍ଧୁ ଙ୍କ ନେତୃତ୍ୱରେ ଉକ୍ତ ସେବା ସଂଗଠନ ସମାଜ ସେବା କ୍ଷେତ୍ର ରେ ଏକ ଆନ୍ଦୋଳନ ରଚନା କଲା ଏବଂ ତାହାର ବଳିଷ୍ଠ ପ୍ରଭାବରେ ସ୍ଥାନୀୟ ଯୁବକ ମାନଙ୍କ ସହ ଅଧିକରୁ ଅଧିକ ସ୍କୁଲ ଛାତ୍ର ଉତ୍ସାହି ହୋଇ ସ୍ବେଛା ସେବା ନିମିତ୍ତ ଆଗେଇ ଆସିଲେ।ଯାତ୍ରା ସମୟ ବ୍ୟତୀତ ଅନ୍ୟ ସମୟରେ ସେବା କାର୍ଯ୍ୟର ଆଵଶ୍ୟକତାକୁ ଉପଲବ୍ଧିରେ ଆଣି କାଳକ୍ରମେ ସଂଗଠନର ରୂପରେଖରେ ପରିବର୍ତ୍ତନ କରି ସ୍ଥାୟୀ ସେବା ସଂସ୍ଥା ରୂପେ ଏହି ସଂଗଠନ କୁ କ୍ରିୟାଶୀଳ କରିଥିଲେ।
ବିବିଧ ଉପାୟରେ ଲୋକହିତକର ସେବା ପ୍ରଦାନ,ଜାତି ଧର୍ମ ନିର୍ବିଶେଷ ରେ ସେବା କାର୍ଯ୍ୟ ପରିଚାଳନାର ଦୀକ୍ଷା ଗ୍ରହଣ ଓ ସେବା ଦୃଷ୍ଟାନ୍ତ ସୃଷ୍ଟି ଏବଂ ଉପଯୁକ୍ତ ସମାଜ ସେବକ ହେବା ଲାଗି ସ୍ବେଛାସେବୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ ପୁରୀ ସେବା ସମିତିର ମୁଖ୍ୟ ଲକ୍ଷ୍ୟ ଓ ଆଭିମୂକ୍ଷ୍ୟ।ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରଭାବୀ ନେତୃତ୍ୱ,ଦରଦୀ ପ୍ରେରଣା,ତ୍ୟାଗପୁତ ନିସ୍ୱାର୍ଥ ସେବା ଏବଂ ଆଚାର୍ଯ୍ୟ ହରିହରଙ୍କ ଦକ୍ଷ ସଂଚାଳନା ରେ ପୁରୀ ସେବା ସମିତି ସୁଚାରୁ ରୁପେ କାର୍ଯ୍ୟ କରି ଚାଲିଲା।
୧୯୨୭ ମସିହା ରେ ନୟାଗଡ଼ ଶରଣକୁଳ ବାଉଁଶ ଗାଡ଼ିଆ ଅଞ୍ଚଳ ର ବ ବିପ୍ଲବୀ,ସ୍ୱାଧୀନତା ସଂଗ୍ରାମୀ ତଥା ଅଦ୍ଵିତୀୟ ମହାନ ଜନସେବକ ମୁରାରୀ ତ୍ରିପାଠୀ ଗୋପବନ୍ଧୁଙ୍କ ନୀତି ଆଦର୍ଶ ଏବଂ ପୁରୀ ସେବା ସମିତି ସହ ଯୋଡ଼ିହେବା ପରେ ତାଙ୍କ ସମର୍ପିତ ନେତୃତ୍ୱ ଓ ଅପୂର୍ବ ଅଵଦାନରେ ମେଳା ମହଶ୍ଚବର ଜନ ଗହଳି ସମୟରେ ଜଳଏବଂ ଖାଦ୍ୟ ବିତରଣ,ସ୍ୱାସ୍ଥ୍ୟ ସେବା ,ପ୍ରାଥମିକ ଚିକିତ୍ସା,ଅନାଥ ଅସହାୟଙ୍କ ଶବ ସତ୍କାର,ବନ୍ୟା ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବା ଯୋଗାଇ ଆସୁଅଛି।ମୁରାରୀ ଭାଇନା ଙ୍କ ଏକାନ୍ତ ପ୍ରୟାସ ଓ ପ୍ରଯତ୍ନରେ ମଙ୍ଗୁମଠରେ ପ୍ରଥମେ ଭଡା ସୂତ୍ର ରେ ,ପରବର୍ତ୍ତୀ କାଳରେ ମଠ ସହଯୋଗରେ ଭଡାମୁକ୍ତ ଭାବେ ଅବସ୍ଥାପିତ ଥିବା ସମିତି କାର୍ଯ୍ୟାଳୟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତଃ ଜଗନ୍ନାଥ ମିଶ୍ର ଙ୍କ ସହଯୋଗ ରେ ପୁରିସେବା ସମିତି ର ନିଜସ୍ୱ ଗୃହ ମରଚିକୋଟ ଛକ, ବଡ଼ଦାଣ୍ଡ ରେ ଶୋଭାପାଉଛି।
ପୁରୀ ସେବାସମିତି ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା,ବାହୁଡା ଯାତ୍ରା ଏବଂ ସୁନାବେଶ ଅବସରରେ ପୁରୀ ସେବା ସମିତି ତରଫରୁ ରଥଯାତ୍ରା ସେବା ଶିବିର ଅନୁଷ୍ଠିତ ହେଉଛି।
ଆସନ୍ତା ୯ ତାରିଖ ଜଗତ ର ନାଥ ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ଏବଂ ୧୦ ତାରିଖ ସୁନା ବେଶ ଅବସରରେ ସେବା ଶିବିର ଅନୁଷ୍ଠିତ ହେବ।ସ୍ବେଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିବାକୁ ଅନୁରୋଧ