01/06/2026
ଆଜି ଆଲୋକ ଶିଖା ନିଃଶୁଳ୍କ ଶିକ୍ଷାଦାନ ଓ ସହାୟତା କେନ୍ଦ୍ର, ଚରପଡା, ରାଜକନିକା, କେନ୍ଦ୍ରାପଡ଼ା ତାହାର ସଫଳତାର ୧୦ ବର୍ଷ ପୂରଣ କରିଛି। ଏହି ୧୦ ବର୍ଷର ଯାତ୍ରା କେବଳ ସମୟର ଗଣନା ନୁହେଁ, ବରଂ ସଂଘର୍ଷ, ତ୍ୟାଗ, ସେବା ଓ ସମାଜ ପାଇଁ ନିରନ୍ତର ଉଦ୍ୟମର ଏକ ଜୀବନ୍ତ ଉଦାହରଣ। ଆରମ୍ଭରୁ ଆଜି ପର୍ଯ୍ୟନ୍ତ କେତେ ବାଧାବିଘ୍ନ, କେତେ ଅଭାବ ଅସୁବିଧା ଆସିଛି, କେତେ କଥା ଶୁଣିବାକୁ ପଡ଼ିଛି, କିନ୍ତୁ ଆମର ମନୋବଳ କେବେ ଭାଙ୍ଗି ନାହିଁ। ଆଜି ସମୟ ସହିତ ସମସ୍ତଙ୍କ ରାୟ ବଦଳି ଯାଇଛି, କାରଣ ଆଲୋକ ଶିଖା ତାହାର କାର୍ଯ୍ୟ ଦ୍ୱାରା ନିଜକୁ ପ୍ରମାଣ କରିଛି।
ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାରେ ଆମ ନିଃଶୁଳ୍କ ଶିକ୍ଷାଦାନ କେନ୍ଦ୍ରର ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ସଫଳତା ହାସଲ କରି ଅନୁଷ୍ଠାନର ଗୌରବ ବଢ଼ାଇଛନ୍ତି। ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ସହିତ ତାଙ୍କର ପାଠ୍ୟସାମଗ୍ରୀ, ବହିପତ୍ର ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଆର୍ଥିକ ସମ୍ବଳ ଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଖୁବ କମ୍ ମାସିକ ଶୁଳ୍କରେ ଉତ୍ତମ ଶିକ୍ଷା ଦେବାର ପ୍ରୟାସ ଚାଲିଛି।
କିନ୍ତୁ ବର୍ତ୍ତମାନ ସମୟରେ ଘରଭଡ଼ା, ବହିପତ୍ର, ଶିକ୍ଷା ସାମଗ୍ରୀ ଓ ଦୈନିକ ପରିଚାଳନା ଖର୍ଚ୍ଚ ଆମ ଅନୁଷ୍ଠାନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ଏହା ଆଲୋକ ଶିଖାର ମେରୁଦଣ୍ଡକୁ ଦୁର୍ବଳ କରୁଥିଲେ ମଧ୍ୟ ଆମର ସେବାର ଆଗୁନ ନିବି ଯାଇନି। ପୂର୍ବରୁ ଆଲୋକ ଶିଖା ପରିବାର ସଦସ୍ୟମାନଙ୍କର ସାନା ସାନା ଅବଦାନ ଓ ପ୍ରତିଷ୍ଠାତାଙ୍କ ମାସିକ ବେତନରୁ ଅନୁଷ୍ଠାନର ସମସ୍ତ ଖର୍ଚ୍ଚ ଚାଲୁଥିଲା। ଆଜି ମଧ୍ୟ ଅଭାବ ମଧ୍ୟରେ ସେହି ଆତ୍ମବଳ ଓ ସେବା ଭାବନା ନେଇ ଆଲୋକ ଶିଖା ଆଗକୁ ବଢ଼ି ଚାଲିଛି।
ଆମର ଲକ୍ଷ କେବଳ ପଢ଼ାଇ ନୁହେଁ, ବରଂ ଗରିବ ଓ ଅସହାୟ ମୁହଁରେ ହସ ଫୁଟାଇବା। ଯେଉଁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ସ୍ୱପ୍ନ ଦେଖିବାକୁ ଭୟ କରୁଥିଲେ, ସେମାନଙ୍କ ଜୀବନରେ ଆଶାର ଆଲୋକ ଜଳାଇବା ହେଉଛି ଆମର ପ୍ରୟାସ।
ଆଲୋକ ଶିଖା ପରିବାର ଆଜି ୨୦ ବର୍ଷର ଏକ ସଂଘର୍ଷମୟ ସଫର ପୂରଣ କରିଛି। ଆମ ଯାତ୍ରା ଏଠିରେ ଶେଷ ହୋଇନାହିଁ, ବରଂ ଏହା ଏକ ନୂଆ ଆରମ୍ଭ। ଆଜି ଯେଉଁ ଛୋଟ ଚାରା ଗଛ ଭାବେ ଆଲୋକ ଶିଖା ଆରମ୍ଭ ହୋଇଥିଲା, ସେହି ଚାରା ଆଜି ଅନେକ ଗରିବ, ଅସହାୟ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନରେ ଆଶାର ବଟବୃକ୍ଷ ହୋଇ ଦାଁଡିଛି। ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚ ଶିକ୍ଷାରେ ସଫଳ ହୋଇ ନିଜ ପରିବାର ଓ ସମାଜର ଗୌରବ ବଢ଼ାଉଛନ୍ତି। ସେମାନଙ୍କ ସଫଳତା ହେଉଛି ଆମ ପାଇଁ ସବୁଠୁ ବଡ଼ ପୁରସ୍କାର।
କେବଳ ଶିକ୍ଷା ନୁହେଁ, ମାନବିକତା, ସେବାଭାବ, ଭାଇଚାରା ଓ ସମାଜ ପ୍ରତି ଦାୟିତ୍ୱବୋଧ ଶିଖାଇବା ମଧ୍ୟ ଆଲୋକ ଶିଖାର ମୂଳ ଉଦ୍ଦେଶ୍ୟ। ଆମେ ଚାହୁଁଛୁ ଯେ ଆଜିର ଛାତ୍ରଛାତ୍ରୀ ଆଗାମୀ ଦିନରେ ଭଲ ମଣିଷ ହେଉନ୍ତୁ ଓ ସମାଜର ଅସହାୟ ଲୋକଙ୍କ ପାଖରେ ଠିଆ ହେଉନ୍ତୁ।
ଆଜି ଏହି ସଫଳତାର ପଛରେ ଯେଉଁ ସମସ୍ତ ଶିକ୍ଷକ, ସହଯୋଗୀ, ସଦସ୍ୟ, ଅଭିଭାବକ, ଶୁଭେଚ୍ଛୁ ଓ ସମାଜସେବୀମାନଙ୍କର ଅବଦାନ ରହିଛି, ସେମାନଙ୍କୁ ଆଲୋକ ଶିଖା ପରିବାରର ପକ୍ଷରୁ ଅନ୍ତରିକ କୃତଜ୍ଞତା ଓ ଶୁଭେଚ୍ଛା। ଆପଣମାନଙ୍କର ଭଲପାଇବା ଓ ସହଯୋଗ ବିନା ଏହି ଯାତ୍ରା କେବେ ସମ୍ଭବ ହେଉନଥାନ୍ତା।
ଆଗକୁ ଆହୁରି ଅନେକ ସ୍ୱପ୍ନ ଅଛି, ଅନେକ ଲକ୍ଷ୍ୟ ଅଛି। ଆମେ ଚାହୁଁଛୁ ଆଲୋକ ଶିଖାର ଶିକ୍ଷାର ଆଲୋକ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ଅସହାୟ ପରିବାର ପର୍ଯ୍ୟନ୍ତ ପହଞ୍ଚୁ। କୌଣସି ଶିଶୁ ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚିତ ନ ହେଉ — ଏହାହିଁ ଆମର ସବୁଠୁ ବଡ଼ ସ୍ୱପ୍ନ।
ସଂଘର୍ଷ ଅଛି, ସମସ୍ୟା ଅଛି, ଅଭାବ ଅଛି — କିନ୍ତୁ ଆତ୍ମବିଶ୍ୱାସ ଓ ମାନବସେବାର ଶକ୍ତି ଆମକୁ ସବୁବେଳେ ଆଗକୁ ନେଇଯିବ।
“ହାରିଯିବା ଆମର ଶବ୍ଦକୋଷରେ ନାହିଁ, କାରଣ ଆମର ପ୍ରତ୍ୟେକ ପଦକ୍ଷେପ ସମାଜ ସେବା ପାଇଁ।”
ଆସନ୍ତୁ ହାତେ ହାତ ମିଶାଇ ଏକ ସୁନ୍ଦର, ଶିକ୍ଷିତ ଓ ସମାନତାଭିତ୍ତିକ ସମାଜ ଗଢ଼ିବା।
ଆଲୋକ ଶିଖା ପରିବାର ସଦା ସର୍ବଦା ମାନବସେବାରେ ସମର୍ପିତ। 🙏 ଏବେ ବି ମନ ଭିତରେ ଦୁଃଖ ଲାଗୁଛି ଆମେ ପରିବା ତ 😭😭 ଆପଣ ମାନଙ୍କ ଆର୍ଶୀବାଦ କାମନା କରୁଛି ଆଲୋକ ଶିଖା ପରିବାର।
Revenue & Disaster Management Department, Government of Odisha Social Security and Empowerment of Persons with Disabilities Department, Government of Odisha Collectorate Kendrapara