Team Banamalli: Devoted for Human Cause

Team Banamalli: Devoted for Human Cause A non-govt. and non-political organisation operated at Jajpur district of Odisha devoted to human cause.

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୁରୁଣାବଉଳମାଳ ପଞ୍ଚାୟତ ସ୍ଥିତ ବରମୁଣ୍ଡୁଳି ଗ୍ରାମରେ ରୋଗଗ୍...
30/07/2026

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଅନୁଷ୍ଠାନ ପକ୍ଷରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୁରୁଣାବଉଳମାଳ ପଞ୍ଚାୟତ ସ୍ଥିତ ବରମୁଣ୍ଡୁଳି ଗ୍ରାମରେ ରୋଗଗ୍ରସ୍ତ ଏକ ଅସହାୟ ପରିବାରଙ୍କୁ କିଛି ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ଆଶ୍ଵାସନା ପ୍ରଦାନ କରାଯାଇଛି। ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଜେନାପୁର ମହାବିଦ୍ୟାଳୟ, ଜେନାପୁରର ଓଡ଼ିଆ ବିଭାଗର ଯୁକ୍ତତିନି ଛାତ୍ରଛାତ୍ରୀ ତାଙ୍କ ପାଠ୍ୟକ୍ରମ ଅନୁଯାୟୀ ବଣମଲ୍ଲୀ ଅନୁଷ୍ଠାନ ଉପରେ ସମୁଦାୟ ୧୨...
30/06/2026

ଜେନାପୁର ମହାବିଦ୍ୟାଳୟ, ଜେନାପୁରର ଓଡ଼ିଆ ବିଭାଗର ଯୁକ୍ତତିନି ଛାତ୍ରଛାତ୍ରୀ ତାଙ୍କ ପାଠ୍ୟକ୍ରମ ଅନୁଯାୟୀ ବଣମଲ୍ଲୀ ଅନୁଷ୍ଠାନ ଉପରେ ସମୁଦାୟ ୧୨୦ ଘଣ୍ଟାର ଏକ ଅଧ୍ୟୟନ (Internship) କରୁଛନ୍ତି। ଏହି ଅଧ୍ୟୟନ ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି।

ପରଲୋକରେ ଜେନାପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବରାଳ ସାର୍। ୨୦୧୯ ମସିହା ଜୁନ ୧୬ ତାରିଖ...
24/06/2026

ପରଲୋକରେ ଜେନାପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବରାଳ ସାର୍। ୨୦୧୯ ମସିହା ଜୁନ ୧୬ ତାରିଖ ଦିନ ବଣମଲ୍ଲୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ ସାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଭାବେ ତାଙ୍କ ମାର୍ଗଦର୍ଶନ ଓ ପରାମର୍ଶ ଚିରସ୍ମରଣୀୟ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କ ପାଖେ ପ୍ରାର୍ଥନା। ଓଁ ଶାନ୍ତି।

ଦ୍ବାଦଶତମ ବଣମଲ୍ଲୀ ମହୋତ୍ସବ -୨୦୨୬ ଅବସରରେ ମୁଖପତ୍ର 'ନବମ' ସଂସ୍କରଣର ଉନ୍ମୋଚନ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ।
18/06/2026

ଦ୍ବାଦଶତମ ବଣମଲ୍ଲୀ ମହୋତ୍ସବ -୨୦୨୬ ଅବସରରେ ମୁଖପତ୍ର 'ନବମ' ସଂସ୍କରଣର ଉନ୍ମୋଚନ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ।

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଆନୁକୁଲ୍ୟରେ ଦ୍ବାଦଶତମ ବଣମଲ୍ଲୀ ମହୋତ୍ସବ - ୨୦୨୬ ଉଦଯାପିତ ହୋଇଯାଇଛି
18/06/2026

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଆନୁକୁଲ୍ୟରେ
ଦ୍ବାଦଶତମ ବଣମଲ୍ଲୀ ମହୋତ୍ସବ - ୨୦୨୬ ଉଦଯାପିତ ହୋଇଯାଇଛି

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଆନୁକୁଲ୍ୟରେ ଆଜି ଅନୁଷ୍ଠିତ ହେଉଥିବା ଦ୍ଵାଦଶତମ ବଣମଲ୍ଲୀ ମହୋତ୍ସବ - ୨୦୨୬କୁ ସନ୍ଧ୍ୟା ୫ ଘଟିକାରୁ ବହୁ ସଂ...
16/06/2026

ବଣମଲ୍ଲୀ ସାହିତ୍ୟ ଓ ସେବା ସଙ୍ଗଠନ ଆନୁକୁଲ୍ୟରେ ଆଜି ଅନୁଷ୍ଠିତ ହେଉଥିବା ଦ୍ଵାଦଶତମ ବଣମଲ୍ଲୀ ମହୋତ୍ସବ - ୨୦୨୬କୁ ସନ୍ଧ୍ୟା ୫ ଘଟିକାରୁ ବହୁ ସଂଖ୍ୟାରେ ଆପଣମାନେ ଯୋଗଦେଇ ଉପଭୋଗ କରନ୍ତୁ। ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ କଳାହାଣ୍ଡିରୁ ଆସୁଥିବା ରାଜ୍ୟସ୍ତରୀୟ କଳାକାର ମାନଙ୍କ ଲୋକନୃତ୍ୟ ଓ ବିଶିଷ୍ଟ ବ୍ୟଙ୍ଗ କବି ବାଇଧର ମାଝୀଙ୍କ କମେଡି ପଞ୍ଚ। ନିଶ୍ଚିତ ଆସନ୍ତୁ

ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନ ଆନୁକୁଲ୍ୟରେ ଆଜି ଅପରାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ପାଳନ ଓ ଛାତ୍ର ଛାତ୍ରୀଙ୍କୁ ନେ...
28/04/2026

ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନ ଆନୁକୁଲ୍ୟରେ ଆଜି ଅପରାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ପାଳନ ଓ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ବାବା ସାହେବ ଆମ୍ବେଦକରଙ୍କ ପବିତ୍ର ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ🙏💐ସମାନତା, ନ୍ୟାୟ ଓ ମାନବତା ଭିତ୍ତିକ ତାଙ୍କ ଜୀବନୀ ଓ ଦର...
14/04/2026

ବାବା ସାହେବ ଆମ୍ବେଦକରଙ୍କ ପବିତ୍ର ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ🙏💐ସମାନତା, ନ୍ୟାୟ ଓ ମାନବତା ଭିତ୍ତିକ ତାଙ୍କ ଜୀବନୀ ଓ ଦର୍ଶନ ବାସ୍ତବରେ ପ୍ରେରଣା ଦାୟକ।

ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ💐🙏
14/04/2026

ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ💐🙏

Address

Brundadeipur Sasan
Jajpur
755023

Alerts

Be the first to know and let us send you an email when Team Banamalli: Devoted for Human Cause posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share