Sesha Parichaya

Directions

Sesha Parichaya ବୟସର ଅପରାହ୍ନରେ ଅବହେଳିତ ହୋଇ ପରିଚୟ ହରାଇ ଅପରିଚିତ ହୋଇଯାଇଥିବା ବୃଦ୍ଧ ବାପା ମା ଙ୍କୁ ଆମେ ଦେବୁ ଶେଷ ପରିଚୟ।

ସବୁଠି ଶାରଦୀୟ ପାର୍ବଣର ପର୍ବ,  #ମା ଆସୁଛନ୍ତି। ଆଜି ଆମ ପରିବାରକୁ ଆପଣେଇ ନେଇଥିଲେ ଜଣେ ମହିୟସୀ ମହିଳା, ସତେବା ମା ଙ୍କ ଆଗମନ ହୋଇଥିଲା ଆମ ପ...
19/10/2026

ସବୁଠି ଶାରଦୀୟ ପାର୍ବଣର ପର୍ବ, #ମା ଆସୁଛନ୍ତି। ଆଜି ଆମ ପରିବାରକୁ ଆପଣେଇ ନେଇଥିଲେ ଜଣେ ମହିୟସୀ ମହିଳା, ସତେବା ମା ଙ୍କ ଆଗମନ ହୋଇଥିଲା ଆମ ପରିବାରକୁ। ଦେବୀ ପକ୍ଷରେ ଜନ୍ମ ଯେଣୁ ତେବେ #ଦେବୀ ହିଁ ତ କହିବୁ। ନିଜର ତଥା ନିଜ ପରିବାରର ପ୍ରତିଟି ଶୁଭ ଦିବସରେ ଆମ #ଶେଷ_ପରିଚୟ ପରିବାରକୁ ସାମିଲ କରିବାକୁ କେବେବି ପାସୋରୁ ନ ଥିବା ଆମ ପରିବାରର ସଦସ୍ୟ ତଥା ଶୁଭାକାଂକ୍ଷୀ, ସୁଖ ଦୁଃଖର ସାଥି Mukteswar Samal ଭାଇଙ୍କ ଧର୍ମପତ୍ନୀ ତଥା ଆମ୍ଭ ପରିବାରର ସଦସ୍ୟା ଅନିମା ସାମଲ ଭାଉଜଙ୍କ ପବିତ୍ର ସ୍ଵନକ୍ଷେତ୍ର ଦିବସ ଉପଲକ୍ଷେ ଭାଇଙ୍କ ଫୋନ ଆସେ ସୁଦୂର କଲିକତାରୁ, ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରି ତାଙ୍କ ପରିବାରର ଖୁସିରେ ସାମିଲ କରିବାକୁ ଅନୁରୋଧ କରନ୍ତି ଭାଇ। ମୁକ୍ତେଶ୍ଵର ଭାଇଙ୍କ ମହାନତା ପାଇଁ ଆମ ପରିବାର ପକ୍ଷରୁ କୃତଜ୍ଞତା ଜଣାଇବା ସହିତ ଅନୀମା ଭାଉଜଙ୍କର ଏକ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଅଛୁ।
#ଶେଷପରିଚୟ #ବୃଦ୍ଧାଶ୍ରମ

ଆମ୍ଭ  #ଶେଷପରିଚୟ ପରିବାରର ଆଜୀବନ ସହଯୋଗୀ,  #ବିପଦର_ବନ୍ଧୁ_ପରିବାର_ଚାରିଟେବୁଲ_ଟ୍ରଷ୍ଟ ର ଉପାଧ୍ୟକ୍ଷ ତଥା ଯୁବ ମାନସର ସ୍ପନ୍ଦନ, ବିଶିଷ୍ଟ ସ...
19/10/2026

ଆମ୍ଭ #ଶେଷପରିଚୟ ପରିବାରର ଆଜୀବନ ସହଯୋଗୀ, #ବିପଦର_ବନ୍ଧୁ_ପରିବାର_ଚାରିଟେବୁଲ_ଟ୍ରଷ୍ଟ ର ଉପାଧ୍ୟକ୍ଷ ତଥା ଯୁବ ମାନସର ସ୍ପନ୍ଦନ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଜନ୍ମେଜୟ ସାହୁ (ପିଣ୍ଟୁ) ଭାଇଙ୍କ ଶୁଭ ଜନ୍ମଦିନ ଉପଲକ୍ଷେ ଆମ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜନ୍ମେଞ୍ଜୟ ଭାଇଙ୍କ ପବିତ୍ର ଜନ୍ମଦିବସ ଅବସରରେ ଗତକାଲି ବିପଦର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ଆମ ଶେଷ ପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ନୂତନ ବସ୍ତ୍ର ଓ ସନ୍ଧ୍ୟା ଜଳଖିଆ ବଣ୍ଟନ କରାଯାଇଅଛି। ଭଗବାନ ସଭିଙ୍କ ପ୍ରିୟ ପିଣ୍ଟୁ ଭାଇଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଏତିକି ପ୍ରାର୍ଥନା।
#ଶେଷ_ପରିଚୟ

ସୁପୁତ୍ର ରୂପ୍ କିରନ ରାଉତ୍ ଙ୍କର ପବିତ୍ର ଜନ୍ମଦିବସ (17.10.26) ଅବସରରେ ଆଜି ଆଦର୍ଶ ମାତାପିତା ତଥା ଆମ୍ଭ ପରିବାରର ସଦସ୍ୟା ଶ୍ରୀମତୀ ବନାନୀ ...
18/10/2026

ସୁପୁତ୍ର ରୂପ୍ କିରନ ରାଉତ୍ ଙ୍କର ପବିତ୍ର ଜନ୍ମଦିବସ (17.10.26) ଅବସରରେ ଆଜି ଆଦର୍ଶ ମାତାପିତା ତଥା ଆମ୍ଭ ପରିବାରର ସଦସ୍ୟା ଶ୍ରୀମତୀ ବନାନୀ ଦାଶ ଓ ଶ୍ରୀଯୁକ୍ତ ରାଧାକାନ୍ତ ରାଉତ ସମସ୍ତ ଅନ୍ତେବାସୀ ମାନଙ୍କ ଖାଦ୍ୟପେୟ ନିମନ୍ତେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ଆମ୍ଭ #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିକଟରୁ ପୁତ୍ର ନିମନ୍ତେ ଆଶିର୍ବାଦ କାମନା କରିଥିଲେ। ଭଗବାନ ଆୟୁଷ୍ମାନ ରୂପ୍ କିରନ ଙ୍କ ଆଗାମୀ ଚଲାପଥ କୁସୁମିତ କରନ୍ତୁ ଏହାହିଁ କାମନା। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ।
#ଶେଷପରିଚୟ #ବୃଦ୍ଧାଶ୍ରମ #ଜନ୍ମଦିବସ
Bananee Dash

ଆୟୁଷ୍ମତୀ କନ୍ୟା ମାହେଶ୍ୱରୀ ସାହୁଙ୍କ ପବିତ୍ର ଜନ୍ମଦିବସ ଅବସରରେ, ଆମ୍ଭ  #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ସକାଳ ଜଳଖ...
18/10/2026

ଆୟୁଷ୍ମତୀ କନ୍ୟା ମାହେଶ୍ୱରୀ ସାହୁଙ୍କ ପବିତ୍ର ଜନ୍ମଦିବସ ଅବସରରେ, ଆମ୍ଭ #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ସକାଳ ଜଳଖିଆର ଆୟୋଜନ କରିଥିଲେ ଆଦର୍ଶ ପିତା ଶ୍ରୀଯୁକ୍ତ ରାଜେଶ କୁମାର ସାହୁ । ଆଜି ସକାଳୁ ଆମ୍ଭ ପରିବାରର ଅସହାୟ ବୃଦ୍ଧ ପିତାମାତାଙ୍କ ନିମନ୍ତେ ନିଜ ହାତରେ ସ୍ନେହ ଶ୍ରଦ୍ଧା ଓ ଭକ୍ତିର ସକାଳ ଜଳଖିଆ ବଣ୍ଟନ କରି ସପରିବାରେ କନ୍ୟାଙ୍କ ନିମନ୍ତେ ଆଶିର୍ବାଦ କାମନା କରିଥିଲେ। ରାଜେଶ ଭାଇଙ୍କ ମହାନ୍ ଚିନ୍ତାଧାରା ନିମନ୍ତେ ସାଧୁବାଦ୍ ଅର୍ପଣ କରୁଅଛୁ। ଭଗବାନ କନ୍ୟା ମାହେଶ୍ୱରୀ ଙ୍କ ଆଗାମୀ ଚଲାପଥ କୁସୁମିତ କରନ୍ତୁ। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ।

ଆଜି ଆମ  #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଅତି ସରଧାରେ ନିଜ ହାତରେ ରାତ୍ର ଭୋଜନ ପ୍ରସ୍ତୁତ କରି ଆଶିର୍ବାଦ କାମନା କରି...
17/10/2026

ଆଜି ଆମ #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଅତି ସରଧାରେ ନିଜ ହାତରେ ରାତ୍ର ଭୋଜନ ପ୍ରସ୍ତୁତ କରି ଆଶିର୍ବାଦ କାମନା କରିଥିଲେ ଆଦର୍ଶ ଦମ୍ପତ୍ତି ବିପିନ ପ୍ରଧାନ ଓ ଜୟଶ୍ରୀ ଜୟସ୍ମିତା ପ୍ରଧାନ। ସମସ୍ତ ଅନ୍ତେବାସୀ ମାନଙ୍କୁ ନିଜ ହାତରେ ଖାଦ୍ୟ ପରଷି ସ୍ନେହ ଶ୍ରଦ୍ଧା ଓ ସମ୍ମାନ ବାଣ୍ଟିଥିଲେ। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ।

ଆଜି ଭାଇଟି ପାଖରେ ନାହିଁ, ମାତ୍ର ଅତି ଆପଣାର ଆତ୍ମୀୟ ଭାଇଟିର ସ୍ୱର୍ଗାରୋହଣ ପରେ ମଧ୍ୟ ଆଜି ପବିତ୍ର ଜନ୍ମଦିବସ ଅବସରରେ ଶୋକସନ୍ତପ୍ତ ଭଉଣୀ , ଭ...
17/10/2026

ଆଜି ଭାଇଟି ପାଖରେ ନାହିଁ, ମାତ୍ର ଅତି ଆପଣାର ଆତ୍ମୀୟ ଭାଇଟିର ସ୍ୱର୍ଗାରୋହଣ ପରେ ମଧ୍ୟ ଆଜି ପବିତ୍ର ଜନ୍ମଦିବସ ଅବସରରେ ଶୋକସନ୍ତପ୍ତ ଭଉଣୀ , ଭାଇ,ବନ୍ଧୁ ଓ କୁଟୁମ୍ବ ମାନେ ଆଜି ହୋଇପଡ଼ିଛନ୍ତି ମ୍ରିୟମାଣ। ଏତେ ଅଳ୍ପ ଦିନର ଅତିଥିଟି ପାଇଁ ସମସ୍ତେ ହୋଇ ପଡ଼ିଛନ୍ତି ଶୋକାକୁଳ। ଆଜି ସ୍ବର୍ଗତ ପଙ୍କଜ କୁମାର ସାହୁଙ୍କ ପବିତ୍ର ଜନ୍ମଦିବସ ଅବସରରେ ସମସ୍ତ ଆତ୍ମୀୟ ସମର୍ପି ଦେଇଥିଲେ ଭିନ୍ନ ଏକ #ଶ୍ରଦ୍ଧା_ସୁମନ। ସର୍ବଦା ଆମ୍ଭ #ଶେଷପରିଚୟ ପରିବାରରେ ନିଜ ସ୍ମୁତି ଭରା ଦିବସ ଗୁଡିକୁ ପାଳୁଥିବା ପଙ୍କଜ ଭାଇଙ୍କ ତିରୋଧାନରେ ତାଙ୍କ ସମସ୍ତ ଆତ୍ମୀୟ ମାନେ ଆଜି ତାଙ୍କର ସେହି ପୁରୁଣା ସେବା କାର୍ଯ୍ୟ ଗୁଡିକର ପୁନରାବୃତ୍ତି କରାଇ ସ୍ବର୍ଗତ ଭାଇଙ୍କ ନିମନ୍ତେ #ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆମ୍ଭ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ ଭଗବାନ ଅମର ଆତ୍ମାର ସଦଗତି କରନ୍ତୁ ଏହାହିଁ କାମନା।

ଭିନ୍ନ ଏକ ପ୍ରୟାସ, ଅଭିନବ ଚିନ୍ତାଧାରା। ସେ ଚାହିଁଥିଲେ ନିଜ କନ୍ୟାର ଜନ୍ମଦିନ ଜାକଜମକରେ ପାଳନ କରି ପାରିଥାନ୍ତେ , କିନ୍ତୁ ସମାଜ ପ୍ରତି ତାଙ୍...
17/10/2026

ଭିନ୍ନ ଏକ ପ୍ରୟାସ, ଅଭିନବ ଚିନ୍ତାଧାରା। ସେ ଚାହିଁଥିଲେ ନିଜ କନ୍ୟାର ଜନ୍ମଦିନ ଜାକଜମକରେ ପାଳନ କରି ପାରିଥାନ୍ତେ , କିନ୍ତୁ ସମାଜ ପ୍ରତି ତାଙ୍କର ଥିବା ଦାୟିତ୍ୱବୋଧ ଆଜି ତାଙ୍କୁ କରିଛି ମହାନ୍ । କନ୍ୟା ଆଶ୍ରୀତା ସାହୁ ଙ୍କର ପ୍ରଥମ ବାର୍ଷିକ ସ୍ଵନକ୍ଷତ୍ର ଉପଲକ୍ଷେ ଆମ #ଶେଷପରିଚୟ ପରିବାରରେ ଏକ ପାରିବାରିକ ବାତାବରଣ ସୃଷ୍ଟି କରିବା ସହିତ ନିଜ ପରିବାରର ସମସ୍ତ ସଦସ୍ୟ ମାନଙ୍କ ସହିତ ଉପସ୍ଥିତ ରହି ଏକ ମଧ୍ୟାହ୍ନ ଭୋଜନର ଭୋଜି ବ୍ୟବସ୍ଥା କରିଥିଲେ ଆଦର୍ଶ ପିତାମାତା ସନ୍ଦୀପ ସାହୁ ଓ ମମତା ସାହୁ । ଧନ୍ୟବାଦ ପିତା ସନ୍ଦୀପ ସାହୁ ଙ୍କୁ ଯିଏ ନିଜର ସନ୍ତାନର ଜନ୍ମତିଥିରେ କିଛି ଭିନ୍ନ ଚେଷ୍ଟା କରି କନ୍ୟା ପାଇଁ ଅୟୁତ ଆଶୀର୍ବାଦ ଗୋଟାଇ ନେଇଛନ୍ତି। ଭଗବାନ ଆପଣ ମାନଙ୍କ ଭଳି ସମସ୍ତ ପିତାମାତାଙ୍କ ହୃଦୟରେ ଏଭଳି ମହାନତା ଭରୁଥାନ୍ତୁ ଓ ଉଭୟଙ୍କ ଚଲାପଥ କୁସୁମିତ କରନ୍ତୁ।
#ଶେଷ_ପରିଚୟ #ବୃଦ୍ଧାଶ୍ରମ

ଆଜି ନିଜର ପବିତ୍ର ଜନ୍ମଦିବସ ଅବସରରେ ଆମ୍ଭ  #ଶେଷପରିଚୟ ପରିବାରରେ ପବିତ୍ର ମଲ୍ଲିକ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ସହିତ କେକ କାଟିଥ...
16/10/2026

ଆଜି ନିଜର ପବିତ୍ର ଜନ୍ମଦିବସ ଅବସରରେ ଆମ୍ଭ #ଶେଷପରିଚୟ ପରିବାରରେ ପବିତ୍ର ମଲ୍ଲିକ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ସହିତ କେକ କାଟିଥିଲେ ଓ ମଧ୍ୟାହ୍ନ ଭୋଜନ ନିମନ୍ତେ ସଉଦା ଓ ପରିବା ପ୍ରଦାନ କରିଥିଲେ। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ।

ଅଦରଣୀୟା ମାତା ସ୍ବର୍ଗତ ସୀତା ସାହୁଙ୍କ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ତଥା ପୁତ୍ର ହୃଷିକେଶ ସାହୁ ଓ ସମସ୍ତ ...
15/10/2026

ଅଦରଣୀୟା ମାତା ସ୍ବର୍ଗତ ସୀତା ସାହୁଙ୍କ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗ ତଥା ପୁତ୍ର ହୃଷିକେଶ ସାହୁ ଓ ସମସ୍ତ କନ୍ୟା କିଛି ଲୁହ,କିଛି କୋହ ଆଉକିଛି ଅନ୍ତରଦାହକୁ ସାମ୍ନା କରି ମଧ୍ୟ ସ୍ବର୍ଗତ ମାତାଙ୍କ ପ୍ରଦତ୍ତ ନୀତି ଆଦର୍ଶ ଆଉ ପରାମର୍ଶକୁ ପାଥେୟ କରି ଆଜି ଆମ୍ଭ #ଶେଷପରିଚୟ ପରିବାରକୁ ଆପଣେଇ ନେଇଥିଲେ। ଆଜି ଆମ୍ଭ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମାତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାତ୍ର ଭୋଜନର ଆୟୋଜନ କରିଥିଲେ। ଆମ୍ଭ #ଶେଷପରିଚୟ ପରିବାର ପକ୍ଷରୁ ସ୍ବର୍ଗତ ମାତା ସୀତା ସାହୁଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇ ସ୍ମୃତିଅର୍ଘ୍ୟ ଅର୍ପଣ କରାଯାଇଥିଲା। ଆମ #ଶେଷ_ପରିଚୟ ପରିବାର ପକ୍ଷରୁ ୰ସୀତା ସାହୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ସମସ୍ତ ପରିବାର ବର୍ଗ ଙ୍କ ଏଭଳି ନିଆରା ପଦକ୍ଷେପ ନିମନ୍ତେ ସାଧୁବାଦ ଜଣାଉଅଛୁ।

#ଶେଷପରିଚୟ #ବୃଦ୍ଧାଶ୍ରମ #ଶ୍ରଦ୍ଧା_ସୁମନ #ଶେଷ_ପରିଚୟ #ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି

ନିଜ ପବିତ୍ର ଜନ୍ମଦିବସ ଅବସରରେ ଆମ୍ଭ  #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ନିଜ ହାତରେ ସ୍ନେହ ଶ୍ରଦ୍ଧା ଓ ଭକ୍ତିରେ ପ୍ରସ...
15/10/2026

ନିଜ ପବିତ୍ର ଜନ୍ମଦିବସ ଅବସରରେ ଆମ୍ଭ #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ନିଜ ହାତରେ ସ୍ନେହ ଶ୍ରଦ୍ଧା ଓ ଭକ୍ତିରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରି ଆଶିର୍ବାଦ କାମନା କରିଛନ୍ତି ଯୁବ ସମାଜସେବୀ ଜ୍ଞାନ ରଞ୍ଜନ ପୃଷ୍ଟି। ଆଜି ମଧ୍ୟାହ୍ନରେ ନିଜ ଆତ୍ମୀୟ ସ୍ୱଜନ ମାନଙ୍କ ସହିତ ଆଶ୍ରମରେ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ସହିତ ସୁଖ ଦୁଃଖ ବାଣ୍ଟିଥିଲେ ଓ ନିଜ ହାତରେ ଖାଦ୍ୟ ପରଷି ବଳେଇ ବଳେଇ ଖାଦ୍ୟ ଖୁଆଇଥିଲେ। ଆଶ୍ରମର ଛୋଟ ବଗିଚାରେ ବୃକ୍ଷ ରୋପଣ କରି ଏକ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଥିଲେ। ସର୍ବଦା ଆମ୍ଭ ପରିବାରକୁ ନିଜ ପରିବାରର ଏକ ଅଂଶ ଭାବରେ ପରିଗଣିତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ।

Address

Panikoili
Jajpur

Website

Alerts

Be the first to know and let us send you an email when Sesha Parichaya posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share