Sesha Parichaya

Sesha Parichaya ବୟସର ଅପରାହ୍ନରେ ଅବହେଳିତ ହୋଇ ପରିଚୟ ହରାଇ ଅପରିଚିତ ହୋଇଯାଇଥିବା ବୃଦ୍ଧ ବାପା ମା ଙ୍କୁ ଆମେ ଦେବୁ ଶେଷ ପରିଚୟ।

ଆମ୍ଭ  #ଶେଷପରିଚୟ ପରିବାରର ଶୁଭାକାଙ୍କ୍ଷୀ ତଥା ଆଦର୍ଶ ଦମ୍ପତ୍ତି ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର ଓ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମିଶ୍ର ଆଜି ସମସ୍ତ ...
13/08/2026

ଆମ୍ଭ #ଶେଷପରିଚୟ ପରିବାରର ଶୁଭାକାଙ୍କ୍ଷୀ ତଥା ଆଦର୍ଶ ଦମ୍ପତ୍ତି ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର ଓ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମିଶ୍ର ଆଜି ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବନ୍ଦୋବସ୍ତ କରିଥିଲେ। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ। ଭଗବାନ ଉଭୟଙ୍କ ଆଗାମୀ ଚଲାପଥ କୁସୁମିତ କରନ୍ତୁ, ଉତ୍ତରୋତ୍ତର ଉନ୍ନତି କରନ୍ତୁ, ସର୍ବଦା ଅସହାୟ ଅବହେଳିତ ମାନଙ୍କ ନିମନ୍ତେ ତାଙ୍କ ମନୋଭାବ ଏଭଳି ଉନ୍ମୁକ୍ତ ହୋଇ ରହିଥାଉ ଏହାହିଁ କାମନା।

ନିଜ ପବିତ୍ର ଜନ୍ମଦିବସ ଅବସରରେ ଯୁବ ସମାଜସେବୀ, ଆଦର୍ଶ ଶିକ୍ଷକ ତଥା ଆମ ପରିବାରର ସହଯୋଗୀ ବିଭୂତି ରଣା ଭାଇ ଆଜି ଆମ୍ଭ  #ଶେଷପରିଚୟ ପରିବାରର ସ...
12/08/2026

ନିଜ ପବିତ୍ର ଜନ୍ମଦିବସ ଅବସରରେ ଯୁବ ସମାଜସେବୀ, ଆଦର୍ଶ ଶିକ୍ଷକ ତଥା ଆମ ପରିବାରର ସହଯୋଗୀ ବିଭୂତି ରଣା ଭାଇ ଆଜି ଆମ୍ଭ #ଶେଷପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିକଟରୁ ଆଶିର୍ବାଦ କାମନା କରିଥିଲେ। ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହିତ ସୁଖ ଦୁଃଖ ବାଣ୍ଟିଥିଲେ । #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ।
#ସ୍ଵନକ୍ଷତ୍ର #ବୃଦ୍ଧାଶ୍ରମ #ଯାଜପୁର

ଆମ  #ଶେଷପରିଚୟ ପରିବାରର ଶୁଭାକାଙ୍କ୍ଷୀ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଆଶାର ଆଲୋକ ପରିବାରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜୀବନ ଦଳାଇ ଭାଇଙ...
12/08/2026

ଆମ #ଶେଷପରିଚୟ ପରିବାରର ଶୁଭାକାଙ୍କ୍ଷୀ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଆଶାର ଆଲୋକ ପରିବାରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜୀବନ ଦଳାଇ ଭାଇଙ୍କ କନ୍ୟା ଆୟୁସ୍ମତି ହର୍ଷିତା ପ୍ରିୟଦଶିନୀ ଦଳାଇ ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଜି ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଜଳଖିଆ ଓ ମିଷ୍ଟାନ୍ନର ବ୍ୟବସ୍ଥା କରିଛନ୍ତି। ସର୍ବଦା ସମାଜସେବା ନିମନ୍ତେ ନିଜକୁ ଉତ୍ସର୍ଗୀକୃତ କରି ଜୀବନ ଭାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜ କନ୍ୟାର ଏଭଳି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛନ୍ତି। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ, ଭଗବାନ ହର୍ଶିତା ଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଏତିକି ପ୍ରାର୍ଥନା।

କନ୍ୟା ସିଦ୍ଧି ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତାମାତା ଶ୍ରୀଯୁକ୍ତ ସୁଜିତ୍ କୁମାର ରାୟ ଓ ଶ୍ରୀମତି ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଆ...
11/08/2026

କନ୍ୟା ସିଦ୍ଧି ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତାମାତା ଶ୍ରୀଯୁକ୍ତ ସୁଜିତ୍ କୁମାର ରାୟ ଓ ଶ୍ରୀମତି ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଆଜି ଆମ୍ଭ #ଶେଷପରିଚୟ ପରିବାରରେ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ସହ ଝିଅର ଜନ୍ମଦିନ ପାଳନ କରିଥିଲେ। ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଜେଜେ ଶ୍ରୀଯୁକ୍ତ ମୁକୁନ୍ଦ ଚରଣ ରାୟ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରି ଆଶିର୍ବାଦ କାମନା କରିଥିଲେ। ଭଗବାନ ଆୟୁଷ୍ମତି କନ୍ୟା ସିଦ୍ଧି ଙ୍କ ଆଗାମୀ ଚଲାପଥ କୁସୁମିତ କରନ୍ତୁ ଏହାହିଁ କାମନା।

ପୁତ୍ର ରାଧାକାନ୍ତ ଦାଶ (ଧନ) ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତା ତଥା ଆମ୍ଭ  #ଶେଷପରିଚୟ ପରିବାରର ସୁଖ ଦୁଃଖର ସାଥୀ ଓ ଆମ ଅଞ୍ଚଳର ଲୋ...
10/08/2026

ପୁତ୍ର ରାଧାକାନ୍ତ ଦାଶ (ଧନ) ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତା ତଥା ଆମ୍ଭ #ଶେଷପରିଚୟ ପରିବାରର ସୁଖ ଦୁଃଖର ସାଥୀ ଓ ଆମ ଅଞ୍ଚଳର ଲୋକପ୍ରିୟ ସମାଜସେବୀ ଶରତ ଚନ୍ଦ୍ର ଦାଶ (ବାବୁଲା ନନା) ଆଜି ଆଶ୍ରମରେ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ନିକଟରୁ ପୁତ୍ର ନିମନ୍ତେ ଆଶିର୍ବାଦ କାମନା କରିଥିଲେ। ପୁତ୍ର ରାଧାକାନ୍ତ ଅନ୍ତେବାସୀ ମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଥିଲେ। ଆଜି ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଭୋଜନର ବ୍ୟବସ୍ଥା ବାବୁଲା ନନା ନିଜ ଖୁସିରେ ସମସ୍ତ ଅନ୍ତେବାସୀ ମାନଙ୍କୁ ସାମିଲ କରାଇଥିଲେ। #ଶେଷ_ପରିଚୟ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ, ଭଗବାନ ଶ୍ରଦ୍ଧେୟ ଧନ କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଏତିକି ପ୍ରାର୍ଥନା।

ଆମ  #ଶେଷ_ପରିଚୟ ପରିବାରକୁ ନିଜ ପରିବାରର ଏକ ଅଂଶ ରୂପରେ ପରିଗଣିତ କରୁଥିବା ଆମ ପରିବାରର ସଦସ୍ୟ ତଥା ସହଯୋଗୀ କୁଲଦୀପ ଭାଇ ପ୍ରତିବର୍ଷ ଭଳି ଚଳ...
10/08/2026

ଆମ #ଶେଷ_ପରିଚୟ ପରିବାରକୁ ନିଜ ପରିବାରର ଏକ ଅଂଶ ରୂପରେ ପରିଗଣିତ କରୁଥିବା ଆମ ପରିବାରର ସଦସ୍ୟ ତଥା ସହଯୋଗୀ କୁଲଦୀପ ଭାଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ତାଙ୍କ ଧର୍ମପତ୍ନୀ ସ୍ରୋତସ୍ୱିନୀ ଦାସ ଙ୍କ ସ୍ଵନକ୍ଷତ୍ର ଦିବସ (୧୦.୦୮.୨୦୨୬) ଉପଲକ୍ଷେ ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରି ଭିନ୍ନ ଏକ ଉପହାର ପ୍ରଦାନ କରି ପୁଣିଥରେ ଅନେକଙ୍କ ମୁହଁରେ ହସ ଫୁଟାଇ ପାଳନ କରିଛନ୍ତି । ପ୍ରତିବର୍ଷ ଏହି ଶୁଭଲଗ୍ନକୁ ଆମ୍ଭ #ଶେଷପରିଚୟ ପରିବାର ନିମନ୍ତେ ଉତ୍ସର୍ଗ କରି ଭିନ୍ନ ଏକ ପରମ୍ପରା ସୃଷ୍ଟି କରିଛନ୍ତି, ତତ୍ସହିତ ପ୍ରତିମାସ ନିଜ ସକ୍ଷମ ଅନୁସାରେ ଆଶ୍ରମକୁ ସହଯୋଗ ପ୍ରଦାନ କରି ଆମ ପରିବାର ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଶ୍ରୋତଶ୍ଵିନି ଭାଉଜଙ୍କୁ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ। ଭଗବାନ ତାଙ୍କ ଚଲାପଥ କୁସୁମିତ କରନ୍ତୁ ଏହାହିଁ କାମନା।
#ବୃଦ୍ଧାଶ୍ରମ
Cooldeep Behera

କନ୍ୟା ଆୟୁଷ୍ମତି ପ୍ରଣିତା ମହାପାତ୍ରଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତା ତଥା ଯୁବ ସମାଜସେବୀ ତାରିଣୀ ଶଙ୍କର ମହାପାତ୍ର ଆଜି ସପରିବାରେ...
09/08/2026

କନ୍ୟା ଆୟୁଷ୍ମତି ପ୍ରଣିତା ମହାପାତ୍ରଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତା ତଥା ଯୁବ ସମାଜସେବୀ ତାରିଣୀ ଶଙ୍କର ମହାପାତ୍ର ଆଜି ସପରିବାରେ ଆମ୍ଭ #ଶେଷପରିଚୟ ପରିବାରରେ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ସମସ୍ତ ସାମଗ୍ରୀ ଯୋଗାଇ ଦେଇଥିଲେ। ନିଜ ହାତରେ ସମସ୍ତ ଅନ୍ତେବାସୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପରଷି କନ୍ୟା ପ୍ରଣୀତା ନିମନ୍ତେ ଆଶିଷ କାମନା କରିଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବରେ ଆପଣଙ୍କ ଏଭଳି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ #ଶେଷ_ପରିଚୟ ପରିବାର ସାଧୁବାଦ ଅର୍ପଣ କରୁଅଛି। ଭଗବାନ ସମସ୍ତ ପରିବାରବର୍ଗଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଏତିକି ପ୍ରାର୍ଥନା।

ନିଜ ପବିତ୍ର ଜନ୍ମଦିବସ ଅବସରରେ ଆମ୍ଭ  #ଶେଷପରିଚୟ ପରିବାରରେ ରୋମ୍ୟାଶ୍ରୀ ମହାପାତ୍ର ଭଉଣୀ  ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋ...
09/08/2026

ନିଜ ପବିତ୍ର ଜନ୍ମଦିବସ ଅବସରରେ ଆମ୍ଭ #ଶେଷପରିଚୟ ପରିବାରରେ ରୋମ୍ୟାଶ୍ରୀ ମହାପାତ୍ର ଭଉଣୀ ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ରୋମ୍ୟାଶ୍ରୀ ଭଉଣୀ ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ କେକ ଓ ନୂତନ ବସ୍ତ୍ର ପ୍ରେରଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି। ନିଜେ ଉପସ୍ଥିତ ନ ଥିଲେ ମଧ୍ୟ ଆମ ପରିବାର ପ୍ରତି ଥିବା ଭଲ ପାଇବା ନିମନ୍ତେ ଆମ୍ଭ ପରିବାର ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛୁ। ଭଗବାନ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଏତିକି ପ୍ରାର୍ଥନା।
#ଶେଷ_ପରିଚୟ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବର୍ଗତ ହରେକୃଷ୍ଣ ପ୍ରଧାନଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ପରିବାରବର୍ଗ କିଛିଲୁହ , କିଛିକୋ...
08/08/2026

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବର୍ଗତ ହରେକୃଷ୍ଣ ପ୍ରଧାନଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କ ପରିବାରବର୍ଗ କିଛିଲୁହ , କିଛିକୋହ ଆଉକିଛି ଅନ୍ତରଦାହକୁ ସାମ୍ନା କରି ମଧ୍ୟ ତାଙ୍କ ପ୍ରଦତ୍ତ ନୀତି ଆଦର୍ଶ ଆଉ ପରାମର୍ଶକୁ ପାଥେୟ କରି ଆଜି (08.08.2026) ଆମ୍ଭ #ଶେଷପରିଚୟ ପରିବାରରେ ହୋଇଥିଲେ ଉପସ୍ଥିତ। ଆମ ପରିବାରର ଶୁଭକାଂକ୍ଷୀ ତଥା ଶୁଭେଚ୍ଛୁ ଓ ସ୍ବର୍ଗତ ହରେକୃଷ୍ଣ ପ୍ରଧାନ ଙ୍କ ଧର୍ମପତ୍ନୀ ଯଶୋଟିକିରି,ଆଖୁଆପଦା, ଭଦ୍ରକ ନିବାସୀ ମହିୟସୀ ମହିଳା କୁମୁଦ କୁମାରୀ ଦେଇ, ସୁପୁତ୍ର ତପନ କିଙ୍କର ପ୍ରଧାନ ଭାଇ ଓ ପୁତ୍ରବଧୂ ମହେଶ୍ୱତା ଜେନାଙ୍କ ସହିତ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ୍ଭ #ଶେଷପରିଚୟ ପରିବାରରେ ଉପସ୍ଥିତ ରହି ୰ହରେକୃଷ୍ଣ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆମ୍ଭ #ଶେଷ_ପରିଚୟ ପରିବାରର ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ଥା କରିଥିଲେ। ଆଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ସକାଳେ ଏକ ସ୍ମୃତିସଭାର ଆୟୋଜନ କରାଯାଇ ସ୍ମୃତିଅର୍ଘ୍ୟ ଅର୍ପଣ କରାଯାଇଥିଲା। ଆମ #ଶେଷ_ପରିଚୟ ପରିବାର ପକ୍ଷରୁ ୰ହରେକୃଷ୍ଣ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ସମସ୍ତ ପରିବାର ବର୍ଗ ଙ୍କ ଏଭଳି ନିଆରା ପଦକ୍ଷେପ ନିମନ୍ତେ ସାଧୁବାଦ ଜଣାଉଅଛୁ।

#ଶେଷପରିଚୟ #ବୃଦ୍ଧାଶ୍ରମ #ଶ୍ରଦ୍ଧା_ସୁମନ #ଶେଷ_ପରିଚୟ #ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି

କନ୍ୟା ସାନଭି ଦାଶ ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତାମାତା ଶ୍ରୀଯୁକ୍ତ ନରେନ୍ଦ୍ର ଦାଶ ଓ ଶ୍ରୀମତୀ ଲୋପାମୁଦ୍ରା ଦାଶ ଆଜି ସୁଦୂର ନୂଆହ...
07/08/2026

କନ୍ୟା ସାନଭି ଦାଶ ଙ୍କ ପବିତ୍ର ଜନ୍ମଦିବସ ଅବସରରେ ଆଦର୍ଶ ପିତାମାତା ଶ୍ରୀଯୁକ୍ତ ନରେନ୍ଦ୍ର ଦାଶ ଓ ଶ୍ରୀମତୀ ଲୋପାମୁଦ୍ରା ଦାଶ ଆଜି ସୁଦୂର ନୂଆହାଟ/ନଗୁଁଆ ରୁ ଆସି ଆମ୍ଭ #ଶେଷପରିଚୟ ପରିବାରରେ ଉପସ୍ଥିତ ରହି ସମସ୍ତ ଅନ୍ତେବାସୀ ମାନଙ୍କ ସହ ଝିଅର ଜନ୍ମଦିନ ପାଳନ କରିଥିଲେ। ସମସ୍ତ ଅନ୍ତେବାସୀ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରି ଆଶିର୍ବାଦ କାମନା କରିଥିଲେ। ଭଗବାନ ଆୟୁଷ୍ମତି କନ୍ୟା ଶାନଭି ଙ୍କ ଆଗାମୀ ଚଲାପଥ କୁସୁମିତ କରନ୍ତୁ ଏହାହିଁ କାମନା।

Address

Panikoili
Jajpur

Website

Alerts

Be the first to know and let us send you an email when Sesha Parichaya posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share