Barapalli Village

Barapalli Village Barapalli is a hamlet of Kalingapadar in Gayaganda GP at Jagannath Prasad block of Ganjam district, Odisha, India.

It has consists 250 House holds with 1200 population. Village institutions like VDC, VWSC, VSS, GKS and a youth organization BGYM.

ଆଜି ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ବରପଲ୍ଲୀ ଗ୍ରାମରେ ଶ୍ରୀ ମଙ୍ଗୁଳୁ ସେଠୀଙ୍କ ମାନସିକ ଗାଲେରି ମା' ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ସମସ୍ତ ଗ୍ର...
04/04/2026

ଆଜି ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ବରପଲ୍ଲୀ ଗ୍ରାମରେ ଶ୍ରୀ ମଙ୍ଗୁଳୁ ସେଠୀଙ୍କ ମାନସିକ ଗାଲେରି ମା' ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ମା' ଙ୍କ ବରଣ, ଧୁଳି ଦଣ୍ଡ, ପାଣି ଦଣ୍ଡ ଆଦି ଯାତ୍ରା ର ଅଂଶ ବିଶେଷ ସମାପ୍ତ ହୋଇ ସଂଧ୍ୟା ଓ ରାତ୍ର କାର୍ଯକ୍ରମ ପାଇଁ ପ୍ରସ୍ତୁତି ଜାରି ରହିଛି ।

Barapalli Village Brahmanidevi Gramya Yuva Manch ମୋ ଗାଁ ଗାଲେରି ଖବର

ଆସନ୍ତା ତା ୪/୪/୨୦୨୬ ରିଖ ଶନିବାର ଦିନ ଗଞ୍ଜାମ ପ୍ରସିଦ୍ଦ ଗାଲେରି ମା ଦକ୍ଷିଣ କାଳୀଙ୍କ ଦଣ୍ଡ ଯାତ୍ରା ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ଆମ୍ଭ ବର...
02/04/2026

ଆସନ୍ତା ତା ୪/୪/୨୦୨୬ ରିଖ ଶନିବାର ଦିନ ଗଞ୍ଜାମ ପ୍ରସିଦ୍ଦ ଗାଲେରି ମା ଦକ୍ଷିଣ କାଳୀଙ୍କ ଦଣ୍ଡ ଯାତ୍ରା ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ଆମ୍ଭ ବରପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହେବ ।

ଗ୍ରାମର ଶ୍ରୀ ମଙ୍ଗୁଳୁ ସେଠୀଙ୍କ ମାନସିକ ଦୀର୍ଘ ୩୫ ବର୍ଷ ଅପେକ୍ଷା ପରେ ମା' ଙ୍କ କରୁଣା ହୋଇଛି ଯାହାକି ଗ୍ରାମ ଦାଣ୍ଡରେ ଆସି ଯାତ୍ରା କରିବେ ।

ଅତଏବ ସର୍ବସାଧାରଣଙ୍କୁ ଆମନ୍ତ୍ରଣ ଯେ ଉକ୍ତ ଯାତ୍ରାରେ ଉପସ୍ଥିତ ରହି ମା' ଙ୍କ କୃପା ଆଶିଷ ଲାଭ କରିବା ହେବେ ।

ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ବରପଲ୍ଲୀ ଗ୍ରାମର ଯୁବକ ମାନେ ଇଂରାଜୀ ନବବର୍ଷ ପାଳନ ଅବସରରେ ଜିରୋ ନାଇଟ୍ ରେ କେକ କାଟି ନିରାଡମ୍ୱର ଭାବେ ଉତ୍ସବ...
31/12/2025

ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ବରପଲ୍ଲୀ ଗ୍ରାମର ଯୁବକ ମାନେ ଇଂରାଜୀ ନବବର୍ଷ ପାଳନ ଅବସରରେ ଜିରୋ ନାଇଟ୍ ରେ କେକ କାଟି ନିରାଡମ୍ୱର ଭାବେ ଉତ୍ସବ ମନାଇ ୨୦୨୫ ମସିହା କୁ ବିଦାୟ ଏବଂ ୨୦୨୬ ମସିହା କୁ ସ୍ଵାଗତ ଜଣାଇବା ସହିତ ନୂତନ ବର୍ଷଟି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣୁ ଓ ନିରାମୟ ଜୀବନ ଯାପନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ବ୍ରାହ୍ମଣୀଦେବୀ ଠାକୁରାଣିଙ୍କ ଠାରେ ପ୍ରାର୍ଥାନା ।

Wish you all a happy prosperous new year 2026.

ଗ୍ରାମର ମଝି ଦାଣ୍ଡ ଠାରେ ଆଶ୍ଵିନ ମାସ ଅବସରରେ √ଉଛବ ସେଠୀ ଙ୍କ ମା' ମଙ୍ଗଳା ଦ୍ଵୟ ଓ କାଳିଆଝୋଲା ର ଲକ୍ଷ୍ମଣ ନାଇକ ଙ୍କ ମା' ମଙ୍ଗଳା ଭେଟ ହୋଇ ...
04/10/2025

ଗ୍ରାମର ମଝି ଦାଣ୍ଡ ଠାରେ ଆଶ୍ଵିନ ମାସ ଅବସରରେ √ଉଛବ ସେଠୀ ଙ୍କ ମା' ମଙ୍ଗଳା ଦ୍ଵୟ ଓ କାଳିଆଝୋଲା ର ଲକ୍ଷ୍ମଣ ନାଇକ ଙ୍କ ମା' ମଙ୍ଗଳା ଭେଟ ହୋଇ ମଙ୍ଗଳା ତ୍ରୟ ଙ୍କୁ ଭୋଗ ଲଗାଯାଇ ଥିଲା ଏବ° ଗ୍ରାମବାସୀ ଉକ୍ତ ଉତ୍ସବ କୁ ଆୟୋଜନ କରି ଆନନ୍ଦିତ ହୋଇଥିଲେ ଓ ବରପଲ୍ଲୀ ଗ୍ରାମ ଉତ୍ସବ ମୁଖର ହୋଇଥିଲା ।

ବରପଲ୍ଲୀ ଗ୍ରାମର ବଡସାହି ଓ କୟାଁସାହି ର ଯୁବକ ମାନେ ଗ୍ରାମର ଚାରୋଟି ସ୍ଥାନରେ ମେଢ କରି ଶ୍ରୀ ଗଣେଷ ଙ୍କ ପୂଜା ଅର୍ଚ୍ଚନା ହୋମ ଆଦି ସହ କରି ଗ୍...
28/08/2025

ବରପଲ୍ଲୀ ଗ୍ରାମର ବଡସାହି ଓ କୟାଁସାହି ର ଯୁବକ ମାନେ ଗ୍ରାମର ଚାରୋଟି ସ୍ଥାନରେ ମେଢ କରି ଶ୍ରୀ ଗଣେଷ ଙ୍କ ପୂଜା ଅର୍ଚ୍ଚନା ହୋମ ଆଦି ସହ କରି ଗ୍ରାମର ପରିବେଶ କୁ ଉତ୍ସବ ମୁଖର କରାଇଛନ୍ତି । ଜୟ ଗଣେଷ ।

ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ବରପଲ୍ଲୀ ଗ୍ରାମରେ ଗତ ଏକ ମାସ ଧରି ଚାଲି ରହିଥିବା ମା' ବ୍ରାହ୍ମଣିଦେବୀ ଠାକୁର...
21/05/2025

ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ର ବରପଲ୍ଲୀ ଗ୍ରାମରେ ଗତ ଏକ ମାସ ଧରି ଚାଲି ରହିଥିବା ମା' ବ୍ରାହ୍ମଣିଦେବୀ ଠାକୁରାଣି ଯାତ୍ରା ତା ୧୯-୦୫-୨୦୨୫ ରିଖ ରେ ଗ୍ରାମର ଯୁବକ ମାନଙ୍କୁ ନେଇ ଏକ ପୌରାଣିକ ନାଟକ " କନିଆ ହାଟରେ କହ୍ନେଇ ଚୋର" ର ଶୁଭ ଉଦ୍ଘାଟନ ଗ୍ରାମର ଓ ନିକଟ ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କ ଆତିଥ୍ୟ ରେ ଶ୍ରୀଯୁକ୍ତ କମଳଲୋଚନ ପଣ୍ଡା (ଅବସର ପ୍ରଧାନ ଶିକ୍ଷକ) ଙ୍କ କରକମଳରେ ହୋଇ ନାଟକ ପରିବେଷଣ ହୋଇଥିଲା ଏବଂ ଆଜକୁ ତିନିଦିନ ଧରି ଅନ୍ୟାନ୍ୟ ନାଟକ ସହ ସାଂସ୍କ୍ରୂତିକ କାର୍ଯ୍ୟକ୍ରମ ଚାଲୁରହିଥିଲା । ଏହା ଯାତ୍ରା ର ଶେଷ ଦିନ ଥିଲା ଏବଂ ତା ୨୦-୦୫-୨୦୨୫ ରିଖ ସଂଧ୍ୟାରେ ପାଟ ପଟୁଆରରେ ମା' ଙ୍କର ସ୍ବସ୍ଥାନ ପ୍ରତ୍ୟାବର୍ତନ ହୋଇଥିଲା ।

ଜଗନ୍ନାଥପ୍ରସାଦ ବ୍ଳକ ର ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ତା ୧୮-୦୫-୨୦୨୫ ରିଖରେ ମା' ବ୍ରାହ୍ମଣିଦେବୀ ଠାକୁରାଣି ଯାତ...
19/05/2025

ଜଗନ୍ନାଥପ୍ରସାଦ ବ୍ଳକ ର ଗାୟାଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ତା ୧୮-୦୫-୨୦୨୫ ରିଖରେ ମା' ବ୍ରାହ୍ମଣିଦେବୀ ଠାକୁରାଣି ଯାତ୍ରା ହୋମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ହୋମ କାର୍ଯ୍ୟକ୍ରମ ରେ କଳସ ଯାତ୍ରା, ସୂର୍ଯ୍ୟ ପୂଜା ଆଦି ସହିତ ମା' ବ୍ରାହ୍ମଣିଦେବୀ, ମା' ମଙ୍ଗଳା, ଶ୍ରୀ ଭଗବତ ବାସୁଦେବ, ଶ୍ରୀ ସୂର୍ଯ୍ୟନାରାୟଣ ଆଦି ଗ୍ରାମ ଦେବାଦେବୀମାନଙ୍କୁ ହୋମ ସ୍ଥଳରେ ବିରାଜମାନ କରାଯାଇଥିଲା । ଏହାପରେ ଅନ୍ନ ପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିଥିଲା ।

19/05/2025

ମା' ବ୍ରାହ୍ମଣିଦେବୀ ଠାକୁରାଣି ଯାତ୍ରା ହୋମ ପାଇଁ ଚିତା ପ୍ରସ୍ତୁତି ।

19/05/2025

ଠାକୁରାଣି ଯାତ୍ରା ହୋମ ପାଇଁ ନିମନ୍ତ୍ରିତ ହୋଇ ଗ୍ରାମର ବଡସାହି ସ୍ଥିତ ଶ୍ରୀ ଶ୍ରୀ ଭଗବତ ବାସୁଦେବ, କୟାଁସାହି ସ୍ଥିତ ଶ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ମହାପ୍ରଭୁ ଆଦି ଦେବତା ମାନଙ୍କୁ ଆମନ୍ତ୍ରିତ କରି ମା' ବ୍ରାହ୍ମଣିଦେବୀ ଠାକୁରାଣି ଓ ମଙ୍ଗଳା ଙ୍କ ସହ ନଗର ପରିକ୍ରମା କରି ହୋମ ସ୍ଥଳରେ ବିରାଜମାନ ହୋଇଥିଲେ ।

Address

Barapalli
Jagannathprasad
761131

Website

Alerts

Be the first to know and let us send you an email when Barapalli Village posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share