chhota eka prayasa

chhota eka prayasa ଛୋଟ ଏକ ପ୍ରୟାସ ଅସହାୟ ମୁହଁ ରେ ହସ ଫୁଟେଇବାର ପ୍ରୟାସ

31/01/2026
ନୂତନ ବର୍ଷରେ ନିଆରା କାର୍ଯ୍ୟକ୍ରମ  ।ସମସ୍ତଙ୍କୁ ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜଗତର ନାଥ ଜଗନ୍ନାଥ ନୂତନ ବର୍ଷରେ ସମସ୍ତଙ୍କୁ...
02/01/2026

ନୂତନ ବର୍ଷରେ ନିଆରା କାର୍ଯ୍ୟକ୍ରମ ।
ସମସ୍ତଙ୍କୁ ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜଗତର ନାଥ ଜଗନ୍ନାଥ ନୂତନ ବର୍ଷରେ ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା। ପ୍ରତି ବର୍ଷ ଭଳି ୨୦୨୬ ନୂତନ ବର୍ଷ କୁ ସ୍ୱାଗତ ଜଣାଇ ଆମ ଛୋଟ ଏକ ପ୍ରୟାସ ପରିବାର ନୂଆ ବର୍ଷ ରେ ସେବା କାର୍ଯ୍ୟ ପାଇଁ ଆମେ ବାହାରିଥିଲୁ ହିନ୍ଦୋଳ NAC ର ଆଳୁସିଂ ଗ୍ରାମକୁ। କିଛିଦିନ ତଳେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ମାନସ ନାଏକ ଙ୍କ ଘରକୁ। ଘରର ମେରୁଦଣ୍ଡ ଭାଙ୍ଗିଯିବା ପରେ ସମ୍ପୂର୍ଣ ପରିବାରଟି ଅସହାୟ ହୋଇପଡିଛନ୍ତି। ସାହାଯ୍ୟର ହାତ ବଢାଇବା ପାଇଁ ଅନୁଷ୍ଠାନ ତରଫରୁ କିଛି ଶୁଖିଲା ଖାଦ୍ୟ, ବସ୍ତ୍ର ଏବଂ କିଛି ଶୀତ ବସ୍ତ୍ର ପ୍ରଦାନ କରାଗଲା। ସେହି ଗ୍ରାମରେ ୨୫ ଟି ଅସହାୟ ପରିବାରଙ୍କୁ ଅସହାୟ ଶୀତରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ ସହ କିଛି ଶୁଖିଲା ଖାଦ୍ୟ ଦିଆଗଲା। ନୂତନ ବର୍ଷରେ ଗ୍ରାମର ଛୋଟ ଛୁଆଙ୍କୁ ମିଠା ଓ କେକ ସହ ନାଚ ଗୀତ ର ଆୟୋଜନ କରି ଖୁସି ମନେଇଥିଲେ ଛୋଟ ଏକ ପ୍ରୟାସ ର ସଦସ୍ୟ ମାନେ। ସମସ୍ତ ଗୁରୁ ଜନ ମାନଙ୍କୁ ପ୍ରଣାମ କରି ଆଶ୍ରିବାଦ ନେଇ ଆମ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଘରକୁ ଫେରିଥିଲୁ। 🙏ଜୟ ଜଗନ୍ନାଥ🙏

Address

Dhenkanal
Hindol
759020

Website

Alerts

Be the first to know and let us send you an email when chhota eka prayasa posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share