Vivekananda Paathak Manch, Nuarampas, Kendujhar, Odisha

Vivekananda Paathak Manch, Nuarampas, Kendujhar, Odisha Official Page of Vivekananda Paathak Manch, Nuarampas, Kendujhar. Charity organisation

‘ଜାତୀୟ ଯୁବ ଦିବସ’ର ଶୁଭେଚ୍ଛା l
12/01/2026

‘ଜାତୀୟ ଯୁବ ଦିବସ’ର ଶୁଭେଚ୍ଛା l

 #ଏକବିଂଶତିତମସ୍ବନକ୍ଷତ୍ରଉତ୍ସବ ଖବର ପ୍ରକାଶ କରିଥିବା ଖବର କାଗଜର ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଉଛୁ l
07/01/2026

#ଏକବିଂଶତିତମସ୍ବନକ୍ଷତ୍ରଉତ୍ସବ
ଖବର ପ୍ରକାଶ କରିଥିବା ଖବର କାଗଜର ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଉଛୁ l

ବିବେକାନନ୍ଦ ପାଠକ ମଞ୍ଚର ଏକ ବିଂଶତିତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ••••••••••••••••••••••••••••••••••••••••••••••ବିବେକାନନ୍ଦ ପାଠକ ମଞ...
05/01/2026

ବିବେକାନନ୍ଦ ପାଠକ ମଞ୍ଚର ଏକ ବିଂଶତିତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ
••••••••••••••••••••••••••••••••••••••••••••••
ବିବେକାନନ୍ଦ ପାଠକ ମଞ୍ଚ, ନୂଆରମ୍ପାସ, କେନ୍ଦୁଝରର ଏକବିଂଶତିତମ ସ୍ୱନକ୍ଷତ୍ର ଉତ୍ସବ ତା୦୪-୦୧-୨୦୨୬ ରିଖ ରବିବାର ଜପି ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ରମ୍ପାସ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। ଏଥିରେ ହାଟଡ଼ିହି ବ୍ଲକ ଅଧୀନ ପ୍ରାୟ ୪୦ ଟି ବିଦ୍ୟାଳୟରୁ ୪୦୦ ପିଲା ଶ୍ରେଷ୍ଠ ପାଠକ ଚୟନ, ଓଡ଼ିଆ ଭାଷା ଜ୍ଞାନ, ଆଶୁ ଓଡ଼ିଆ କବିତା ଲିଖନ, ଗୀତ, ହାସ୍ୟ ବ୍ୟଙ୍ଗ, ପ୍ରଶ୍ନମଞ୍ଚ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶ୍ରେଷ୍ଠ ପାଠକ ଚୟନରେ ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ ଓ ଆନନ୍ଦପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରଘୁଦୀପ୍ତି ନାୟକ, ଗୀତ ପ୍ରତିଯୋଗିତାରେ ଗୁରୁ ବାମନ ଚରଣ ପ୍ରଧାନ ଓ ରବିନାରାୟଣ ପଟ୍ଟନାୟକ, ହାସ୍ୟ ବ୍ୟଙ୍ଗରେ ଅଭିମନ୍ୟୁ ସାହୁ ଓ ଲିଟୁନ କୁମାର ବଳ ବିଚାରକ ଭାବରେ ଯୋଗ ଦେଇଥିଲେ। ପ୍ରଶ୍ନମଞ୍ଚ ସଞ୍ଚାଳନ କରିଥିଲେ ସୁଶୀଳ ଶୁଭଦୀପ ଓ ଶୁଭଶ୍ରୀ ତନିମା ନାୟକ। କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳକ ଥିଲେ ଯୁବ ସମାଜସେବୀ ଧୀରେନ୍ଦ୍ର କୁମାର ଖଟୁଆ। ଏହି ଅବସରରେ ବର୍ଷୀୟାନ୍ ଶିକ୍ଷକ ରଘୁନାଥ ଖଟୁଆଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ହାଟଡିହୀ ଶିକ୍ଷା ମଣ୍ଡଳର ଶିକ୍ଷାଧିକାରୀ ରାଜିବ ଦଳେଇ, ବର୍ଷିୟାନ ଶିକ୍ଷକ ଅକ୍ଷୟ କୁମାର ଜେନା, ନାରାୟଣ ଲେଙ୍କା, ବିନୋଦ କୁମାର ପଣ୍ଡା, ହାସ୍ୟମୟୀ ରାଜ, ଦୀପ୍ତି ଦେବଦର୍ଶନୀ ସୁତାର, ଓ ପ୍ରଫେସର ଗୋପାଳକୃଷ୍ଣ ପ୍ରଧାନ ଆଦି ଉପସ୍ଥିତ ରହି ପଠନ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ବହୁସଂଖ୍ୟକ ଅଭିଭାବକ ପିତାମାତା ଓ ଜନସାଧାରଣଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମାମୟ କରି ଗଢ଼ି ତୋଳିଥିଲା। ମଞ୍ଚ ତରଫରୁ ଧନ୍ୟବାଦ ଅର୍ପଣ ସହ ସଭା ସମାପ୍ତ ହୋଇଥିଲା।

02/01/2026
 #ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ #ବିବେକାନନ୍ଦପାଠକମଞ୍ଚ
20/07/2024

#ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ

#ବିବେକାନନ୍ଦପାଠକମଞ୍ଚ

22/04/2024

ବିଶେଷ ସୂଚନା.................
ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଅପ୍ରେଲ ୨୫ ତାରିଖରୁ ବିଦ୍ୟାଳୟଗୁଡ଼ିକ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ଏଥି ନିମନ୍ତେ ଅପ୍ରେଲ ୨୮, ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା 'ବିବେକାନନ୍ଦ ପାଠକ ମଞ୍ଚ'ର ଊନବିଂଶ ସ୍ୱନକ୍ଷତ୍ର ଉତ୍ସବକୁ ମଧ୍ୟ କିଛି ଦିନ ପାଇଁ ସ୍ଥଗିତ ରଖାଯାଉଛି l
ସ୍କୁଲ ଖୋଲିବା ପରେ ପାଠକ ମଞ୍ଚର ପରିବର୍ତ୍ତିତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦିଆଯିବ l

ଅଳ୍ପ ଦିନ ମଧ୍ୟରେ ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ଫଳାଫଳ ହ୍ଵାଟ୍ସଆପ୍ ଗ୍ରୁପ ଏବଂ ୱେବସାଇଟ୍ ମାଧ୍ୟମରେ ପ୍ରକାଶ କରାଯିବ l

Vivekananda Paathak Manch

[] ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା -୨୦୨୩ []ପରୀକ୍ଷା କେନ୍ଦ୍ର: ଜପିଦାସ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ରମ୍ପାସ, କେନ୍ଦ...
14/04/2024

[] ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା -୨୦୨୩ []

ପରୀକ୍ଷା କେନ୍ଦ୍ର: ଜପିଦାସ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ରମ୍ପାସ, କେନ୍ଦୁଝର Japi Das Govt High School
ସମୟ: ସକାଳ ୭ ଘଟିକା

ପ୍ରତିଯୋଗୀମାନଙ୍କୁ ସ୍ୱାଗତ 💐


#ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ
Vivekananda Paathak Manch
Vivekananda Paathak Manch, Nuarampas, Kendujhar, Odisha

 #ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ #ପ୍ରତିଯୋଗିତା୨୦୨୩  #୧୪ଅପ୍ରେଲ୨୦୨୪ପଞ୍ଜିକରଣ କରି ନ ଥିବା ଇଛୁକ ପ୍ରତିଯୋଗୀମାନେ ପ୍ରତିଯୋଗିତା ଦିନ ପରୀକ୍ଷା ...
12/04/2024

#ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ
#ପ୍ରତିଯୋଗିତା୨୦୨୩
#୧୪ଅପ୍ରେଲ୨୦୨୪

ପଞ୍ଜିକରଣ କରି ନ ଥିବା ଇଛୁକ ପ୍ରତିଯୋଗୀମାନେ ପ୍ରତିଯୋଗିତା ଦିନ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନିଜର ସ୍କୁଲ ପରିଚୟପତ୍ର ଦେଖାଇ ଭାଗ ନେଇପାରିବେ l
Vivekananda Paathak Manch
Vivekananda Paathak Manch, Nuarampas, Kendujhar, Odisha

 #ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ ବିବେକାନନ୍ଦ ପାଠକ ମଞ୍ଚର ଊନବିଂଶ ସ୍ଵନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ “ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେ...
07/04/2024

#ଊନବିଂଶ_ସ୍ଵନକ୍ଷତ୍ର_ଉତ୍ସବ

ବିବେକାନନ୍ଦ ପାଠକ ମଞ୍ଚର ଊନବିଂଶ ସ୍ଵନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ “ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା-୨୦୨୩” ଆସନ୍ତା ଅପ୍ରେଲ ୧୪ ତାରିଖରେ ଅନୁଷ୍ଠିତ ହେବ l ସମସ୍ତ ପଞ୍ଜିକୃତ ପ୍ରତିଯୋଗୀଙ୍କୁ ଆଡମିଟ କାର୍ଡ ଇମେଲ/ହ୍ଵାଟ୍ସଆପ ମାଧ୍ୟମରେ ପଠାଯାଇଛି l

କହି ରଖୁ ଯେ, ପାଠକ ମଞ୍ଚର ଏହି ପ୍ରତିଯୋଗିତା ଯାହା ଗତ ଡିସେମ୍ବର-୨୦୨୩ ରେ ଅନୁଷ୍ଠିତ ହେବାର ଥିଲା, ଅନିବାର୍ଯ୍ୟ କାରଣ ହେତୁ ବିଳମ୍ବ ହୋଇଛି l
ଅପ୍ରେଲ ୧୪ ତାରିଖରେ ପ୍ରତିଯୋଗିତାଗୁଡ଼ିକ ଆୟୋଜିତ ହେବ ଏବଂ ଅପ୍ରେଲ ୨୮ ତାରିଖରେ ପାଠକ ମଞ୍ଚର ଊନବିଂଶ ସ୍ଵନକ୍ଷତ୍ର ଉତ୍ସବ ପାଳନ ଅବସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ଆପଣମାନଙ୍କ ସହଯୋଗ ଆଶା କରୁଛୁ l

Vivekananda Paathak Manch, Nuarampas, Kendujhar, Odisha

Address

Nuarampas
Hatadihi
758083

Alerts

Be the first to know and let us send you an email when Vivekananda Paathak Manch, Nuarampas, Kendujhar, Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Vivekananda Paathak Manch, Nuarampas, Kendujhar, Odisha:

Share