25/09/2022
ଉର୍ମିଳା ସାହୁ ନାମକ ଏହି ବୁଢ଼ୀ ମାଉସୀ ଘର ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ରେ ।
ସେ ଦୀର୍ଘ ବର୍ଷ ହେବ ନିଶ୍ଚିନ୍ତକୋଇଲି ବ୍ଲକ ଇସାଣିବରମପୁର ଗ୍ରାମର ଜରାନିବାସ ରେ ରହି ଆସୁଥିଲେ ।
ବୃଦ୍ଧା ଅବସ୍ଥା କାରଣରୁ ବିଗତ ଏକମାସ ହେବ ଶଯ୍ୟାଶାୟୀ ଥିଲେ ।
ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା ।
ତାଙ୍କର ଅନ୍ତେଷ୍ଠ କ୍ରିୟା ପାଇଁ ଜରାନିବାସ ସଂସ୍ଥା ତରଫରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ
ସମାଜ ବିକାଶ ମିଶନ୍ ର ସାହାଯ୍ୟ ଲୋଡିଥିଲେ ।
ଖବରପାଇ ଅନୁଷ୍ଠାନ ର ଝିଅ ଓ ପୁଅ ସ୍ବେଚ୍ଛାସେବୀ ମାନେ ସେହି ମାଉସୀ ଙ୍କର ଶେଷକୃତ୍ୟ ଯଥାବିଧି ସମ୍ପନ୍ନ କରିଥିଲେ ।