13/06/2026
ବାଇଶି ବର୍ଷ ପୂରିଗଲା; ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ତଥା ଆପଣମାନଙ୍କର ପ୍ରିୟ ପାରିବାରିକ ବନ୍ଧନ #କାଦମ୍ବିନୀ କୁ I ଏଥର #ତେଇଶି ବର୍ଷରେ ପାଦ ଦେବାକୁ ଯାଉଛି କାଦମ୍ବିନୀ I ଦୀର୍ଘ ଏହି ଯାତ୍ରା ଭିତରେ #କାଦମ୍ବିନୀ ଜରିଆରେ ବହୁତ କିଛି #କରିଛି ମୁଁ; ଆଗକୁ କରିବି ମଧ୍ୟ I ମୁଁ ସବୁବେଳେ କହିଥାଏ, 'କାଦମ୍ବିନୀ' କେବଳ ଗୋଟିଏ ପତ୍ରିକା ନୁହେଁ ପତ୍ରିକା ଜଗତରେ 'କାଦମ୍ବିନୀ' ଇତିହାସ I 'କାଦମ୍ବିନୀ'ର ପ୍ରତ୍ୟେକଟି ସଂଖ୍ୟାକୁ ବହୁତ ଯତ୍ନ ସହକାରେ କରିଥାଉ ଆମେ ଏବଂ ପ୍ରତ୍ୟେକଥର ଗୋଟିଏ ଲେଖା ସ୍ୱତନ୍ତ୍ର ବିଷୟ ନେଇଥାଉ I ଏହି ପରିପ୍ରେକ୍ଷୀରେ ‘କାଦମ୍ବିନୀ’ର ଜୁଲାଇ ୨୦୧୯ ସ୍ୱନକ୍ଷତ୍ର ସଂଖ୍ୟାକୁ ‘ଜନଜାତି ସ୍ୱତନ୍ତ୍ର’ କରିବା ଅବସରରେ ଜନଜାତି ବିଶେଷାଙ୍କଟିଏ କରିଥିଲୁ ଆମେ I ତେବେ ସେଥିରେ ବିଶେଷ ଗୁରୁତ୍ୱ ଦେଇଥିଲୁ ଝାଡ଼ଖଣ୍ଡର ପୂର୍ବତନ ମହାମହିମ ରାଜ୍ୟପାଳ #ଶ୍ରୀମତୀ_ଦ୍ରୌପଦୀ_ମୁର୍ମୁ ଙ୍କ ଉପରେ I ଏଥିପାଇଁ ମୁଁ ନିଜେ ଯାଇ ପହଞ୍ଚିଥିଲି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ଝାଡ଼ଖଣ୍ଡ ରାଜ୍ୟର ରାଜଭବନରେ । ରାଜଭବନର ଅତିଥି ଭବନରେ ରହିବାର ସୁବନ୍ଦୋବସ୍ତ କରିଦେଇଥିଲେ ମହାମହିମ ଶ୍ରୀମତୀ ମୁର୍ମୁ । ଚମତ୍କାର ଆତିଥ୍ୟ ଥିଲା ତାଙ୍କର, ଯାହା ଆଦୌ ଭୁଲିବାର ନୁହେଁ । ସୁନ୍ଦର ସାକ୍ଷାତକାରଟିଏ ନେଇଥିଲି ତାଙ୍କର I ଆଜି ଯେତେବେଳେ #ତାଙ୍କୁ ନେଇ ଏତେବଡ଼ #ଖୁସି ଖବର ଶୁଣୁଛି; ମୁଁ ନିଜକୁ #ଧନ୍ୟ ମନେ କରୁଛି, #ଗୌରବାନ୍ୱିତ ମନେ କରୁଛି I
ସବୁବେଳେ ମୁଁ ଗୋଟିଏ କଥା କୁହେ, ନାରୀମାନଙ୍କୁ ନେଇ ଯୋଉଠି, ଯେତେବେଳେ, ଯାହା ବି ଭଲ କଥା ହୁଏ ମୁଁ ବହୁତ ବେଶୀ ଖୁସି ଅନୁଭବ କରେ I ଜଣେ ନାରୀ ଭାବରେ, ଜଣେ ଓଡ଼ିଆ ଭାବରେ, ଜଣେ ନାଗରିକ ଭାବରେ ମୁଁ ନିଶ୍ଚିତ ଗର୍ବ ଅନୁଭବ କରୁଛି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ I ଏହି ଅବସରରେ ତାଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି, ସେ ଏହିଭଳି ଭାବରେ ବହୁତ ଆଗକୁ ଯାଆନ୍ତୁ; ସମଗ୍ର ନାରୀ ଜାତି ପାଇଁ #ଉଜ୍ବଳ_ଜ୍ୟୋତିଷ୍କ ହୋଇ ରୁହନ୍ତୁ I