Jagrut Odia Youth(JOY)

Jagrut Odia Youth(JOY) Youth wing of Jagrutodisha, a voluntary organization working for youth empowerment and all round dev

୨୦-୧୦-୨୦୨୪ ରବିବାର ୧୦ଟାରେ କଟକ ଟାଉନ ହଲ ଠାରେ କର୍ମଶାଳା ରେ ଯୋଗ ଦିଅନ୍ତୁ ...."ଓଡ଼ିଶା ର ସ୍ଥାୟୀ ବିକାଶ ଦିଗରେ ଆମ୍ଭମାନଙ୍କ (ସାମାଜିକ କ...
14/10/2024

୨୦-୧୦-୨୦୨୪ ରବିବାର ୧୦ଟାରେ
କଟକ ଟାଉନ ହଲ ଠାରେ
କର୍ମଶାଳା ରେ ଯୋଗ ଦିଅନ୍ତୁ ....

"ଓଡ଼ିଶା ର ସ୍ଥାୟୀ ବିକାଶ ଦିଗରେ ଆମ୍ଭମାନଙ୍କ (ସାମାଜିକ କର୍ମୀ ଓ ଅନୁଷ୍ଠାନ) ଅବଦାନ" ଉପରେ ପାରସ୍ପରିକ ଆଲୋଚନା ରେ ଭାଗ ନିଅନ୍ତୁ ।

Fill out the form below for joining:
https://forms.gle/cGycwPjz5Na3uv3k7
Any query Contact Number: 9438456650





02/09/2024

Odia ashmita doesn’t mean to just change the name of RAVENSHAW UNIVERSITY, CUTTACK
It is not our colonial past as many say.

We must agree with the fact that Ravenshaw college was formed due to initiative, generous support and effort of the then commissioner Mr T.E Ravenshaw.
We must remember his contribution to Odisha.
We must be grateful to him for that.
This is part of our history. Many of our great leaders studied here.
Ravenshaw's Assembly Hall was the venue of the Legislative Assembly of the new state of Odisha. It witnessed the debates of the legislators framing laws to govern the state. It remained so until the capital was shifted to Bhubaneswar.
All the significant cultural, intellectual and political movements of the state have sprung from its portals. It has nourished such great and kindred souls as Madhusudan Das, Gopabandhu Das, Acharya Harihara Das, Nilakantha Das, Godabaris Mishra and Bhubanananda Das. It had on its staff such great scholars as Artaballav Mohanty, Jadunath Sarkar, Sir Ross Masood, Pranakrushna Parija, Balabhadra Prasad, Acharya Jogeschandra Vidyanidhi, Mahendra Kumar Rout, Baba Kartar Singh, Parasuram Mishra, Shri P.A. Sunderam and A.K. Dasgupata, to name a few. Most of the prominent political leaders of the state such as Shri Bishwanath Das, H.K. Mahatab, Shri Nityananda Kanungo, Shri S.N.Dwibedi, Shri Biju Patnaik, Shri Nilamani Routray, Smt. Nandini Satpathy, Shri Janaki Ballabh Patnaik and Shri Rabi Ray etc., were Ravenshavians.

Changing its name is to deny all of these.

To honorable
Dharmendra Pradhan
With due regards,As a Ravenshawvian I strongly oppose the change of name of Ravenshaw University at this point of time.
Rather I demand for better infrastructure and world class research facilities to make it a world class university and make it pride of Odisha.

Period.

🙏Very shocking truth in this week ....The young dynamic support of Ravenshaw Ratna Sammana Ravenshawvian Avishek from BB...
31/07/2024

🙏Very shocking truth in this week ....

The young dynamic support of Ravenshaw Ratna Sammana Ravenshawvian Avishek from BBSR is no more...
We miss you Buddy 💐💐
We can't forget your daring operations in the past events 🫡

And sir 🙏🙏🙏 Prof. Ananta
ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଓ ଫକୀରମୋହନ କଲେଜର ପ୍ରାକ୍ତନ ଉପାଧ୍ୟକ୍ଷ ପ୍ରଫେସର ଅନନ୍ତ ଚରଣ ସାହୁ ଆଜି ଅପରାହ୍ନ 12.30 ରେ 93 ବର୍ଷ ରେ ଇହଧାମ ତ୍ୟାଗ କରିଛନ୍ତି।🙏🏻

ଜାଗୃତ ଓଡ଼ିଶା ଆଇନଜୀବୀ ମଞ୍ଚ ଓ
ଏକବିଂଶ ଶତାବ୍ଦୀର ଯୁବ ଉତ୍କଳ ସମ୍ମିଳନୀ...
ପକ୍ଷରୁ
ଉଭୟ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।🙏


#ରେଭେନ୍ସା Bisswajit Suryabansi

"ଏକବିଂଶ ଶତାବ୍ଦୀର... ଯୁବ ଉତ୍କଳ ସମ୍ମିଳନୀ"  ପକ୍ଷରୁ ମମତା ଦିଦି ଙ୍କୁ ଅଶେଷ ଧନ୍ୟବାଦ୍ 🙏🙏🙏🙏 ସ୍ବାବଲମ୍ବୀ ଓଡ଼ିଶାର ଗଠନ ଦିଗରେ ପ।ଦେ ...
29/07/2024

"ଏକବିଂଶ ଶତାବ୍ଦୀର... ଯୁବ ଉତ୍କଳ ସମ୍ମିଳନୀ" ପକ୍ଷରୁ ମମତା ଦିଦି ଙ୍କୁ ଅଶେଷ ଧନ୍ୟବାଦ୍ 🙏🙏🙏🙏 ସ୍ବାବଲମ୍ବୀ ଓଡ଼ିଶାର ଗଠନ ଦିଗରେ ପ।ଦେ ...

*ନୋଟା* EVM ର ଶେଷ ବଟମ୍ : ବଳିଷ୍ଠ ଗଣତନ୍ତ୍ର ଦିଗରେ *୧୦୦% ମତଦାନ* ପାଇଁ ଏକ ଆହ୍ୱାନ!*ଜାଗୃତ ଓଡ଼ିଶା ଆଇନଜୀବୀ ମଞ୍ଚ*  ଓ ଏକବିଂଶ ଶତାବ୍ଦିର....
24/05/2024

*ନୋଟା* EVM ର ଶେଷ ବଟମ୍ : ବଳିଷ୍ଠ ଗଣତନ୍ତ୍ର ଦିଗରେ *୧୦୦% ମତଦାନ* ପାଇଁ ଏକ ଆହ୍ୱାନ!

*ଜାଗୃତ ଓଡ଼ିଶା ଆଇନଜୀବୀ ମଞ୍ଚ* ଓ ଏକବିଂଶ ଶତାବ୍ଦିର... *ଯୁବ ଉତ୍କଳ ସମ୍ମିଳନୀ* ପକ୍ଷରୁ ପୃଥିବୀର ସବୁଠାରୁ ବଡ଼ ଗଣତନ୍ତ୍ରର ସାଧାରଣ ନିର୍ବାଚନର ମହାପର୍ବରେ ଶତପ୍ରତିଶତ ମତଦାନ ପାଇଁ 🙏 ନିବେଦନ...

ଆପଣଙ୍କ ମନ ପସନ୍ଦର ଦଳର ବା ସ୍ୱାଧିନ ପ୍ରାର୍ଥିକୁ ଭୋଟ ଦିଅନ୍ତୁ । ମତଦାନ କରି ଆପଣଙ୍କ ମତ ସାବ୍ୟସ୍ତ କରନ୍ତୁ । ଆପଣ ଚୟନକରି ଭୋଟଦେଇଥିବା ପ୍ରାର୍ଥି ହୁଏତ ହାରିଯାଇପାରନ୍ତି; କିନ୍ତୁ ଗଣତନ୍ତ୍ରର ବିଶେଷତ୍ୱ ହାରିଥିବା ପ୍ରାର୍ଥିର ଭୋଟସଂଖ୍ୟା; ଜିତିଥିବା ରାଜନେତା ବା ସରକାରଙ୍କୁ ଠିକଭାବେ କାମକରିବାକୁ ଚେତାବନୀ ।
କାରଣ ଭାରତ ବା ଓଡ଼ିଶାରେ ପ୍ରତିବର୍ଷ କୌଣସି ନା କୌଣସି ଭୋଟ ହେଉଛି ।
ଯଦି...
ଆପଣ ମିଛ ପ୍ରତିଶୃତି, ଭ୍ରଷ୍ଟାଚାରୀତା, ଦଳବଦଳ, ପରିବାରବାଦ, ବର୍ଷ ବର୍ଷ ଧରି କାମ କରୁଥିବା କର୍ମୀଙ୍କୁ ଅଣଦେଖା କରି କୋଟି କୋଟି କଳାଟଙ୍କା କାରବାର କରି ହଠାତ୍ ଟିକେଟ ପାଉଥିବା ପ୍ରାର୍ଥୀ, ଦାଗୀ ଓ ଅପରାଧିକ ତତ୍ତ୍ୱଙ୍କୁ ଟିକଟ ଦେଉଥିବା ଦଳ ବା ଅନୁପଯୁକ୍ତ ନେତାଙ୍କ ଉପରେ ବିତସ୍ପୃହ ହୋଇ ଭୋଟ ନଦେବାକୁ ବା ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ପୃଥିବୀର ସବୁଠାରୁ ବଡ଼ ଗଣତନ୍ତ୍ରରେ ଆପଣଙ୍କଠାରୁ ବଡ଼ମୁର୍ଖ କେହିନାହାନ୍ତି ବୋଲି ଆମେ ଭାବୁଛୁ ।

ଆପଣ ଭୋଟ ଦବାକୁ ନ ଗଲେ ଆପଣ ଙ୍କ ନାମ ରେ ଆଉ କେହି ଆପଣ ନ ଚାହୁଁ ଥିବା ପ୍ରାର୍ଥୀ ଙ୍କୁ ଜାଲ୍ ଭୋଟ ଦେଇ ଦେବାର ସମ୍ଭାବନା ଅଛି ନା ନାହିଁ!!

ରୋଗଗ୍ରସ୍ତଥିବା, ଭୋଟଦିନ କୌଣସି କାରଣରୁ ବାହାରେ ରହିଥିବା ବା ମତଦାନକେନ୍ଦ୍ରକୁ ନଆସି ପାରିବା ଭଳି ନିହାତି ଜରୁରୀ କାରଣ ନଥିଲେ ଭୋଟଦାନ ନକରୁଥିବା ଭୋଟର, ଗଣତାନ୍ତ୍ରିକ ଦେଶରେ ପାଠଶାଠ ପଢ଼ିଥିଲେ ବି, ନିର୍ବୁଧିଆ ତଥା ପାଠୁଆ ମୁର୍ଖରେ ପରିଗଣିତ ହେବେ ।

କାରଣ, କେଉଁ କାରଣ ପାଇଁ ଆପଣ ଭୋଟ ବର୍ଜନ କରିଛନ୍ତି ବା ନିର୍ବାଚନ ଲଢ଼ୁଥିବା ଦଳ ବା ତାଙ୍କ ପ୍ରାର୍ଥିଙ୍କ ପ୍ରତି ବିତସ୍ପୃହ ଅଛନ୍ତି ବୋଲି କେହି କେମିତି ଜାଣିବେ!

ତେଣୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ଇ.ଭି.ଏମ୍‌.ରେ ଶେଷରେ *NOTA* – None Of The Above - ନୋଟାର ବ୍ୟବସ୍ଥା ରହିଛି । ତଦନୁଯାୟୀ ଆପଣଙ୍କ ମତଦାନ, ଲଢ଼ୁଥିବା ଦଳ ବା ତାଙ୍କ ପ୍ରାର୍ଥି ତଥା ସ୍ୱାଧିନପ୍ରାର୍ଥି ସମସ୍ତଙ୍କୁ ନାପସନ୍ଦକରି ତଥା ପ୍ରତ୍ୟାଖ୍ୟାନ କରି “ନୋଟା” ବଟନରେ ଭୋଟଦେଇ ଆପଣଙ୍କ ପ୍ରତ୍ୟାଖ୍ୟାନର ସନ୍ଦେଶ ସରକାର, ପ୍ରାର୍ଥି ତଥା ରାଜନୈତିକ ଦଳକୁ ଜଣାଇ ପାରିବେ ।
ଭାରତର ଅନ୍ୟାନ୍ୟ ରାଜ୍ୟ କଥା ଛାଡ଼ନ୍ତୁ; ଆମ ରାଜ୍ୟରେ ଝାରସୁଗୁଡ଼ା ଉପନିର୍ବାଚନରେ ୨.୬% “ନୋଟା”ରେ ପଡ଼ିଥିବା ଭୋଟ, କେବଳ ଖବରକାଗଜର ଖବରରେ ସ୍ଥାନିତ ହୋଇନାହିଁ ବରଂ ନେତା ଓ ରାଜନୈତିକ ଦଳ ମାନଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରିଛି ।
ଗତ ୨୦୧୯ ସାଧାରଣ ନିର୍ବାଚନ ରେ ଓଡ଼ିଶା ନବରଙ୍ଗପୁର ରେ ୪୪,୫୮୨ ଓ ଆନ୍ଧ୍ର ଆରକ୍କୁ ର ୪୮,୦୦୦, ବିହାର ଗୋପଳଗଞ୍ଜ ରେସର୍ବଢିକ ୫୧,୬୬୦ NOTA ରେ ଭୋଟ, ରାଜନୈତିକ ଦଳର ଓ ପ୍ରାର୍ଥୀଙ୍କ ନିଦ ହଜାଇ ଦେଇ ଥିଲା।

ଏହିଥର ନିର୍ବାଚନରେ ଗୁଜୁରାଟର ସୁରତ ଓ ମଧ୍ୟପ୍ରଦେଶର ଇନ୍ଦୋର ସଂସଦୀୟ କ୍ଷେତ୍ରରେ ଏକମାତ୍ର ପ୍ରାର୍ଥିଙ୍କୁ ଛାଡ଼ି ସମସ୍ତ ବିପକ୍ଷନେତାଗଣଙ୍କ ନିର୍ବାଚନରୁ ଓହରିଯିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜଣଙ୍କୁ ବିଜେତା ଘୋଷଣା କରିବକୁ ନେଇ ଏକ ଜନସ୍ୱାର୍ଥ ମାମଲା ଏବେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚରାଧିନ ଅଛି ଏବଂ ନିର୍ବାଚନ କମିଶନଙ୍କୁ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି । ହୁଏତ ଏହା କିଛିଦିନପରେ *Right to Rejection* ର ରୂପ ନେଇପାରେ ବୋଲି ଅନେକ ଆଶାବାଦୀ ଅଛନ୍ତି ।

ନିର୍ବାଚନ କମିଶନଙ୍କ ତରଫରୁ ତଥା ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ "EVM ରେ ଶେଷ NOTA - ନୋଟା Option" ଏପରି ଏକ ବ୍ୟବସ୍ଥା ଅଛିବୋଲି ସାଧାରଣ ଭୋଟରଙ୍କୁ ଜାଗରଣ କରିବା ଏକ ନୈତିକ ଦାୟୀତ୍ୱ; ତା ହେଲେ ପ୍ରକୃତରେ ୩୦-୫୦% ଭୋଟ ଦେଉନଥିବା ଭୋଟରଙ୍କ ମଧ୍ୟରୁ ସିଂହଭାଗ ଭୋଟରଙ୍କ ମନ ଅସନ୍ତୋଷର ବାର୍ତ୍ତାକୁ ଅଣାଯାଇ ପାରନ୍ତା । 🙏🏻

ବି.ଦ୍ର. - ଏହି ମେସେଜଟି EVM ରେ ଥିବା ଶେଷ NOTA option ର awareness ପାଇଁ ଉଦ୍ଦିଷ୍ଟ। ଆପଣ କାହାକୁ ଭୋଟ ଦେବେ ଆପଣଙ୍କ ବିବେକ, ବୁଦ୍ଧି ଓ ହୃଦୟର ସ୍ଵତନ୍ତ୍ର ନିଷ୍ପତ୍ତି।

Link of The Judgment of Hon'ble SUPREME COURT OF INDIA relating to NOTA :
http://www.pucl.org/Topics/Law/2013/vote_none.pdf

Even celebrity chefs like Dahibada aloodum the soul food of Cuttack.
12/05/2024

Even celebrity chefs like Dahibada aloodum the soul food of Cuttack.

ଓଡ଼ିଶାର ଭଗିରଥ, କଟକ ମୁନ୍ସିପ।ଲ୍ଟିର ପ୍ରଥମ ଚେୟାରମ୍ୟାନ, ମଧୁବାବୁଙ୍କ ଜୁନିୟର ସହଯୋଗୀ, କଟକର ଭାଗିରଥୀ ମହାପାତ୍ରଙ୍କ ୧୩୨ତମ ଜୟନ୍ତୀରେ "ଯୁ...
24/04/2024

ଓଡ଼ିଶାର ଭଗିରଥ, କଟକ ମୁନ୍ସିପ।ଲ୍ଟିର ପ୍ରଥମ ଚେୟାରମ୍ୟାନ, ମଧୁବାବୁଙ୍କ ଜୁନିୟର ସହଯୋଗୀ, କଟକର ଭାଗିରଥୀ ମହାପାତ୍ରଙ୍କ ୧୩୨ତମ ଜୟନ୍ତୀରେ "ଯୁବ ଉତ୍କଳ ସମ୍ମିଳନୀ" ପକ୍ଷରୁ ଶ୍ରଦ୍ଧାଞ୍ଜଳୀ 💐💐💐💐💐💐

09/04/2024

Spend some time to read this 🙏🙏❤️

ଷାଠିଏ ବର୍ଷ ବୟସର ଜଣେ ବ୍ୟକ୍ତି ଡିପ୍ରେସନ୍ ପୀଡ଼ିତ
ଏଥିରୁ ମୁକ୍ତି ପାଇବା ପାଇଁ ତାଙ୍କ ସ୍ତ୍ରୀ ଗୋଟିଏ କାଉନ୍ସଲର୍ ଙ୍କ ଘରକୁ ନେଲେ । କାଉନ୍ସଲର୍ ଙ୍କ ଜଣକ
ଜଣେ ଜ୍ୟୋତିଷ ଥିଲେ।
ଜ୍ୟୋତିଷଙ୍କୁ ସେ ସ୍ତ୍ରୀ ଲୋକଟି କହିଲେ, "ଆଜ୍ଞା ଇଏ
ଭୟଙ୍କର ଡିପ୍ରେସନ୍ ରେ ପୀଡ଼ିତ, ଏହାଙ୍କର ଜାତକଟା ବିଚାର କରନ୍ତୁ।
ଜ୍ଯୋତିଷ ଜାତକ ଦେଖି କହିଲେ ଯେ, ସବୁ ଠିକ୍ ଅଛି।
ଏହା ପରେ ସେ କାଉନ୍ସଲିଂ ଆରମ୍ଭ କଲେ। କିଛି
ବ୍ୟକ୍ତିଗତ ପ୍ରଶ୍ନ ମଧ୍ଯ ପଚାରିଲେ।
ପ୍ରଶ୍ନ ପଚାରିବା ସମୟରେ ଭଦ୍ରମହିଳାକୁ ବାହାରେ
ଅପେକ୍ଷା କରିବାପାଇଁ ଅନୁରୋଧ କଲେ।
ଡିପ୍ରେସନ୍ ଗ୍ରସ୍ତ ବ୍ୟକ୍ତି ଜଣକ କହୁଥାନ୍ତି. ମୁଁ ସବୁବେଳେ ଭୀଷଣ ଚିନ୍ତିତ ରହୁଛି.... ଏଆଡ଼େ ନିଜ ଚାକିରିର ପ୍ରେସର, ସେଆଡ଼େ ପିଲା-ପିଲିଙ୍କ ପାଠପଢା ଆଉ
ଘର ଲୋନ୍, କାର ଲୋନ୍..ମୁଁ ଭାରି ଡିପ୍ରେସନରେ ଅଛି.......
ଏତିକି କହି ସେ ନିଜ ଜୀବନର ସବୁ କଥା କହିଚାଲିଲେ।
ତା ପରେ କାଉନ୍ସଲର୍ ଟିକେ ଚିନ୍ତା କରି କହିଲେ,
"ଦଶମ ଶ୍ରେଣୀରେ କେଉଁ ସ୍କୁଲରେ ପଢୁଥିଲେ❓
ବ୍ଯକ୍ତି ଜଣକ ସ୍କୁଲର ନାମ କହିଲେ।
କାଉନ୍ସଲର୍ କହିଲେ, "ଆପଣ ଗୋଟିଏ କାମ କରନ୍ତୁ,
ସେଇ ସ୍କୁଲ କୁ ଯାଇ ସେଇ ସ୍କୁଲରେ ଆପଣ ପଢୁଥିବା
ବେଳର ଆଡମିସନ୍ ରେଜିଷ୍ଟର୍ ନେଇ ଆସନ୍ତୁ, ସେଥିରେ ଆପଣଙ୍କ ସହପାଠୀ ମାନଙ୍କ ନାମ ଖୋଜି ବାହାର କରି, ସେମାନଙ୍କ ଭଲ ମନ୍ଦ ସ୍ଥିତି-ପରିସ୍ଥିତି ବିଷୟରେ ସୂଚନା ସଂଗ୍ରହ କରିବାର ଚେ଼ଷ୍ଟା କରନ୍ତୁ। ସବୁତକ ସୂଚନା ନିଜ ଡାଇରୀରେ ଲିପିବଦ୍ଧ କରି ପୁଣି ମାସେ ପରେ ମୋତେ ସାକ୍ଷାତ କରନ୍ତୁ! "
ଭଦ୍ର ବ୍ୟକ୍ତି ଜଣକ, ପାଠ ପଢୁଥିବା ବେଳର ସ୍କୁଲକୁ ଗଲେ।
ବହୁତ ଚେ଼ଷ୍ଟା କରି ରେଜିଷ୍ଟର୍ ବାହାର କରାଇବାରେ
ସଫଳ ହେଲେ। ତାର ଜେରକ୍ସ କପି
କରାଇଲେ। ଲିଷ୍ଟ୍ ରେ ୧୨୦ ଜଣଙ୍କ ନା ଥିଲା।
ପୂରା ଗୋଟିଏ ମାସ କାଳର ଅକ୍ଲାନ୍ତ ପରିଶ୍ରମ ପରେ
୭୦ ରୁ ୮୦ ଜଣ ସହପାଠୀଙ୍କ ବିଷୟରେ ସୂଚନା
ଏକତ୍ରିତ କରିବାକୁ ସଫଳ ହେଲେ।
ଆଶ୍ଚର୍ଯ୍ୟର କଥା ❗
ସେମାନଙ୍କ ମଧ୍ୟରୁ ୨୦ ଜଣ ମୃତ। ୭ ଜଣ ବିଧବା ଓ ୧୩ ଜଣ ଡିଭୋର୍ସୀ..୧୦ ଜଣ ବିଭିନ୍ନ ନିଶାସକ୍ତ
ସେମାନଙ୍କ ସହିତ କଥାବାର୍ତ୍ତା କରିବା ମଧ୍ଯ କଷ୍ଟସାଧ୍ୟ ଥିଲା। କେତେଜଣଙ୍କର କୌଣସି ଖୋଜ-ଖବର ମଧ୍ଯ ମିଳିଲା ନାହିଁ।
୫ ଜଣ ଏତେ ଦରିଦ୍ର ଯେ କହିଲେ ନ ସରେ।
୬ ଜଣ ଏତେ ଧନୀ ଯେ ବିଶ୍ବାସ କରି ହେଉନି,
ତାଙ୍କ ପାଖ ପଶିବା ଦୁରୁହ ବ୍ୟାପାର। କେତେକ କ୍ଯାନ୍ସର୍ ରୋଗରେ ପୀଡ଼ିତ, କେତେକ ପକ୍ଷାଘାତରେ ପୀଡ଼ିତ, କେତକ ଡାଇବେଟିସ୍ ,
ଆଉ କେତେଜଣ ଆଜମା ରୋଗୀ।
ଦୁଇ-ଚାରି ଜଣ ଏକ୍ସିଡେଣ୍ଟ୍ ଯୋଗୁଁ ହାତ,
ଗୋଡ଼ ବା ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ
ଓ ଅନ୍ୟ ଉପରେ ନିର୍ଭରଶୀଳ। କେତେକଙ୍କ ସନ୍ତାନ-ସନ୍ତତି ପାଗଳ ଅକର୍ମଣ୍ଯ ବେକାର। ଜଣେ ଜେଲଦଣ୍ଡ ଭୋଗୁଥିଲା ଜଣେ ନିଜ ୫୦ ବର୍ଷବେଳକୁ ଯାଇ
ସେଟଲ୍ ହୋଇଥିବାରୁ ଏବେ ବାହାଘର ପାଇଁ ମନ ବଳେଇଛି।
ଜଣେ ଏ ବୟସରେ ମଧ୍ଯ ଜୀବନରେ
ସେଟେଲ୍ ହୋଇ ପାରିନାହିଁ, ହେଲେ ସେ ଦୁଇ-ଦୁଇଜଣ
ସ୍ତ୍ରୀ କୁ ଡାଇଭୋର୍ସ କଲା ପରେ ପୁଣି ବିବାହ କରିବାର
ଯୋଜନା କରୁଛନ୍ତି। ମାସକ ମଧ୍ୟରେ ଦଶମ ଶ୍ରେଣୀର
ରେଜିଷ୍ଟର ସମସ୍ତଙ୍କ ବ୍ୟଥା କଥା ବୟାନ କରୁୁୁଥିଲା।
ମାସକ ପରେ ସେ ବ୍ୟକ୍ତି ଜଣକ କାଉନସିଲର ପାଖକୁ ଗଲେ । କାଉଂସିଲର୍ ଭଦ୍ର ବ୍ୟକ୍ତିିଙ୍କୁ ପଚାରିଲେ, " ଏବେ କହନ୍ତୁ
ଆପଣଙ୍କ ଡିପ୍ରେସନ୍ କଥା❓
ସେ ଭଦ୍ରଲୋକ ବୁଝି ପାରିଥିଲେ ତାଙ୍କର କିଛି ରୋଗ ନାହିଁ।
ତାଙ୍କର ଖାଇବା-ପିଇବାର ଅଭାବ ନାହିଁ, ମୁଣ୍ଡ ଠିକ୍ କାମ କରୁଛି,
କୋର୍ଟ- କଚେରି ,ଓକିଲ କିମ୍ବା ପୁଲିସ ଇତ୍ୟାଦିର ଝାମେଲା ତାଙ୍କର ନାହିଁ।
ତାଙ୍କର ସ୍ତ୍ରୀ, ପିଲା- ସମସ୍ତେ ସୁସ୍ଥ ଓ ସମାଜ ରେ ପ୍ରତିଷ୍ଠିତ,
ନିଜେ ମଧ୍ଯ ସୁସ୍ଥ, ଡାକ୍ତର କିମ୍ବା ହସପିଟାଲ ଦୌଡ଼ା-ଦୌଡ଼ି ନାହିଁ।
ଶେଷରେ ସେ ଭଦ୍ର ବ୍ୟକ୍ତି ଜଣକ
ହୃଦୟଙ୍ଗମ କଲେ ଯେ, ଏ ଦୁନିଆରେ ପ୍ରକୃତରେ ଅନେକ ଦୁଃଖ ଅଛି ।
ଆଉ ସେ ବହୁତ ସୁଖୀ ଓ ଭାଗ୍ଯବାନ୍ ଅଟନ୍ତି।
ଅନ୍ୟ ଜଣଙ୍କ ଥାଳିରେ ପରସା ଯାଇଥିବା ସୁସ୍ବାଦୁ
ଓ ଲୋଭନୀୟ ଖାଦ୍ୟକୁ ଲୋଭ ନକରି ନିଜ ଥାଳିରେ
ପରସା ଯାଇଥିବା ସାଧାରଣ ଖାଦ୍ୟ ଆନନ୍ଦ ରେ ଖାଇବା ଉଚିତ।
ସମସ୍ତେ ନିଜ ପ୍ରାରବ୍ଧ ଫଳ ଭୋଗିବା ତ ନିଶ୍ଚିତ।
ୟା ପରେ ମଧ୍ଯ ଯଦି ଆପଣ ଭାବୁଥାଆନ୍ତି ଯେ,
ଆପଣ ଡିପ୍ରେସନ୍ ରେ ଅଛନ୍ତି, ତେବେ ଆପଣ ମଧ୍ଯ ଆପଣ ପଢୁଥିବା ସ୍କୁଲକୁ ଯାଇ ଦଶମ ଶ୍ରେଣୀର ରେଜିଷ୍ଟର ନେଇ ଆସନ୍ତୁ,
ଆଉ.......
ଡିପ୍ରେସନ, ବାର୍ଦ୍ଧକ୍ଯ ସବୁ ମନର ଅବସ୍ଥା।
ନିଜ ମନକୁ ସୁସ୍ଥ ରଖିବା ନିଜ ଦାୟିତ୍ବ ।

03/04/2024
Many thanks to all who made this event "Tikie Hasa" a success."Tikie Hasa" means "A little smile" in Odia language. The ...
30/01/2024

Many thanks to all who made this event "Tikie Hasa" a success.
"Tikie Hasa" means "A little smile" in Odia language. The program Tikie Hasa is to bring a little smile among the unprivileged children who dont have a family to support or cant live with them due to various reasons(social economical or even some unavoidable situations)
They have to live in child care institutions. Of-course they get food, care even schooling from various sources like govt or non govt efforts until become age of 18.
But have you ever thought of lives without family living in a child care institution without knowing what is happening to them, why they are here while other children are living life differently.
We tried to create a platform where they can come for a day out of that daily monotonous life and spend it with volunteers who wants to spend time with them.
They can show their inner talents by participating in various competitions. Get awarded by winning prizes.
Then comes a little smile of satisfaction which also comes from the confidence of own talent.
I'm very happy that I could physically be present, more-over be an active volunteer after 10 years of starting this event in 2014.
Witnessing the innocent children competing with some fear and nervousness and finally the SMILE with a confidence is the full and final take away from it.
Don't have words to express THANKS to those who have spent their days and nights preparing for this. My respect has increased many folds for them after being present physically in the preparation and in the event. only contributing money or idea is not enough. The enthusiasm to do something for these children is important.
The experience i had in this event will last for my life.

My long term goal is to understand the issues, try to create a bigger and better platform to give them a better future.
My short term goal is to reach out to as many as possible such talents who need little encouragement to get some confident smiles in their little faces.

15/11/2023

ଆସନ୍ତା କାଲି କାଳୀ ଭସାଣି ବାସି SCB medical ପାଖା ପାଖି ସବୁ ବଜାର ବନ୍ଦ... ତେଣୁ ସବୁ ବର୍ଷ ଭଳି ରୋଗୀଙ୍କ attendant ଙ୍କ ସୁବିଧା ପାଇଁ ୨୫୦୦ ଲୋକ ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ଆୟୋଜନ ...
ଜୟ ଝ।ଡେଶ୍ୱରୀ ପୂଜା କମିଟି ଓ
ଜେ କେ ଫାଉଣ୍ଡେସନ
💐ଧନ୍ୟବାଦ୍ ସମସ୍ତ ଦାତାଙ୍କୁ🙏

Address

Jagrutodisha Bhavan Sector-9 CDA
Cuttack
753014

Alerts

Be the first to know and let us send you an email when Jagrut Odia Youth(JOY) posts news and promotions. Your email address will not be used for any other purpose, and you can unsubscribe at any time.

Share