PROUD to be GOUDA

PROUD to be GOUDA Educate a boy, and you educate an individual. Educate a girl,and you educate a community.

"ଗରୁଡର ଅହଂକାର"ରାବଣ ସହିତ ଯୁଦ୍ଧରେ, ଇନ୍ଦ୍ରଜିତ ତାଙ୍କର ଯାଦୁକରୀ ଶକ୍ତି ବ୍ୟବହାର କରି ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ନାଗ ସହିତ ବାନ୍ଧିଥିଲ...
08/09/2025

"ଗରୁଡର ଅହଂକାର"

ରାବଣ ସହିତ ଯୁଦ୍ଧରେ, ଇନ୍ଦ୍ରଜିତ ତାଙ୍କର ଯାଦୁକରୀ ଶକ୍ତି ବ୍ୟବହାର କରି ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ନାଗ ସହିତ ବାନ୍ଧିଥିଲେ। ନାଗ ଏତେ ଶକ୍ତିଶାଳୀ ଥିଲା ଯେ ଏଥିରୁ ବାହାରିବା ଅସମ୍ଭବ ମନେ ହେଉଥିଲା। ଏହି ସମୟରେ, ନାରଦ ମୁନିଙ୍କ ଅନୁସାରେ, ଗରୁଡ ସେଠାକୁ ଆସି ନିଜ ପ୍ରଭାବରେ ସମସ୍ତ ନାଗକୁ ନଷ୍ଟ କରିଦେଲେ, ଏହିପରି ଭଗବାନ ରାମ ଏବଂ ଲକ୍ଷ୍ମଣ ନାଗଠାରୁ ମୁକ୍ତ ହେଲେ।

ଗରୁଡ ଦେବ ତାଙ୍କ ସଫଳତାରେ ଗର୍ବିତ ହେଲେ। ସେ ଭାବିଲେ ଯେ ଭଗବାନ ନିଜେ ନାଗଠାରୁ ରକ୍ଷା ପାଇପାରିବେ ନାହିଁ, ମୁଁ ସେମାନଙ୍କୁ ରକ୍ଷା କଲି। ଏହାର ଅର୍ଥ ମୁଁ ସେମାନଙ୍କଠାରୁ ଶକ୍ତିଶାଳୀ। ଏହି ଅହଂକାର ଯୋଗୁଁ ତାଙ୍କ ମନରେ ଅନେକ ପ୍ରଶ୍ନ ଉଠିଲା: ରାମ କ'ଣ ପ୍ରକୃତରେ ପରମେଶ୍ୱର? ଯଦି ସେ ପରମେଶ୍ୱର, ତେବେ ସେ କିପରି ଏକ ନାଗ ସହିତ ବାନ୍ଧି ହେଲେ? ମୁଁ କ'ଣ ତାଙ୍କୁ ରକ୍ଷା କରିବାର କୌଣସି ମହାନ କାର୍ଯ୍ୟ କରିଥିଲି?
ଗରୁଡ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ନାରଦ ମୁନିଙ୍କ ପାଖକୁ ଗଲେ। ନାରଦ ମୁନି ତାଙ୍କୁ ଭଗବାନ ଶିବଙ୍କ ପାଖକୁ ଯିବାକୁ ପରାମର୍ଶ ଦେଲେ। ଗରୁଡ ଯେତେବେଳେ ଭଗବାନ ଶିବଙ୍କ ପାଖକୁ ଗଲେ, ସେ ତାଙ୍କୁ ଏହା ମଧ୍ୟ ପରାମର୍ଶ ଦେଲେ ଯେ ଏହି ସନ୍ଦେହ ଦୂର କରିବାର ଏକମାତ୍ର ଉପାୟ ହେଉଛି ଲୋମଶ ରିଷିଙ୍କ ପାଖକୁ ଯିବା।
ଲୋମାଶ ରିଷି ଗରୁଡଙ୍କୁ କହିଥିଲେ ଯେ କେବଳ କାକଭୂଶୁଣ୍ଡି ଏହି ସନ୍ଦେହ ଦୂର କରିପାରିବେ। ସେ ଭଗବାନ ରାମଙ୍କ ପରମ ଭକ୍ତ ଏବଂ ତାଙ୍କ ଜୀବନର ଅନେକ ଗୁପ୍ତ କଥା ଜାଣନ୍ତି। ଗରୁଡ ଶେଷରେ କାକଭୂଶୁଣ୍ଡିରେ ପହଞ୍ଚିଲେ। ଗରୁଡ ଯେତେବେଳେ ତାଙ୍କ ଆଶ୍ରମରେ ପହଞ୍ଚିଲେ, କାକଭୂଶୁଣ୍ଡି ଏକ ଉଚ୍ଚ ଗଛରେ ବସି ଭଗବାନ ରାମଙ୍କ ମହିମା ଗାଉଥିଲେ। ଗରୁଡ ତାଙ୍କ ଅହଂକାର ସହିତ ତାଙ୍କୁ ପ୍ରଣାମ କଲେ। କାକଭୂଶୁଣ୍ଡି ଗରୁଡଙ୍କ ମନର ଅହଂକାରକୁ ଚିହ୍ନି ପାରିଲେ। ସେ ସିଧାସଳଖ ଭଗବାନ ରାମଙ୍କ ମହିମା ଏବଂ ତାଙ୍କ ପିଲାଦିନର କାର୍ଯ୍ୟ ବର୍ଣ୍ଣନା କରିବାକୁ ଆରମ୍ଭ କଲେ।
କାକଭୂଶୁଣ୍ଡି କହିଥିଲେ ଯେ ରାମଙ୍କ ନାଗ ସହିତ ବନ୍ଧା ହେବା ତାଙ୍କ ଚାଲାକିର ଏକ ଅଂଶ। ପ୍ରଭୁ ରାମ ତାଙ୍କ ଇଚ୍ଛା ଅନୁସାରେ ଏସବୁ କରନ୍ତି ଯାହା ଦ୍ୱାରା ସେ ତାଙ୍କର ମହିମା ପ୍ରକାଶ କରିପାରିବେ। ସେ ଈଶ୍ୱର ହୋଇଥିଲେ ମଧ୍ୟ ଜଣେ ପୁରୁଷ ପରି କାର୍ଯ୍ୟ କରନ୍ତି ଯାହା ଦ୍ୱାରା ତାଙ୍କ ଭକ୍ତମାନେ ତାଙ୍କୁ ଭଲ ପାଇପାରିବେ ଏବଂ ତାଙ୍କ କାର୍ଯ୍ୟର ଆନନ୍ଦ ନେଇପାରିବେ।
କାକଭୂଶୁଣ୍ଡି ଗରୁଡଙ୍କୁ ଏହା ମଧ୍ୟ କହିଥିଲେ ଯେ ପ୍ରଭୁ ରାମ ନାଗପାଶା ସହିତ ବନ୍ଧା ହେବା ପରି କାର୍ଯ୍ୟ କରିଥିଲେ କାରଣ ସେ ଦେଖାଇବାକୁ ଚାହୁଁଥିଲେ ଯେ ତାଙ୍କର ଜଣେ ଭକ୍ତ (ଗରୁଡ) ତାଙ୍କୁ ମୁକ୍ତ କରିବେ, ଯାହା ଦ୍ୱାରା ଗରୁଡଙ୍କ ସମ୍ମାନ ବୃଦ୍ଧି ପାଇବ। ଏହା ତାଙ୍କ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ପ୍ରେମ ଏବଂ କରୁଣାର ଏକ ଉଦାହରଣ ଥିଲା।
ଏହା ଶୁଣିବା ପରେ ଗରୁଡ଼ଙ୍କ ଅହଂକାର ସମ୍ପୂର୍ଣ୍ଣ ଭାଙ୍ଗିଗଲା। ସେ ତାଙ୍କର ଭୁଲ ବୁଝିପାରିଲେ ଏବଂ କାକଭୁଶୁଣ୍ଡିଙ୍କ ପାଦ ତଳେ କ୍ଷମା ପ୍ରାର୍ଥନା କଲେ। କାକଭୁଶୁଣ୍ଡି ତାଙ୍କୁ ନିଜ ହୃଦୟରେ ନେଇଗଲେ ଏବଂ ତାଙ୍କୁ ବାଲ୍ୟକାଳରେ ଭଗବାନ ରାମଙ୍କ ଚମତ୍କାର କାହାଣୀ କହିଲେ, ଯାହା ଦ୍ୱାରା ଗରୁଡ଼ ପୂର୍ଣ୍ଣ ଜ୍ଞାନ ପାଇଲେ ଏବଂ ତାଙ୍କର ସନ୍ଦେହ ଦୂର ହେଲା।

#ଜଗେଶ୍ୱରୀରାମ 🙏🏻

 #ଭାଗବତଜନ୍ମ  #ଭାଗବତର_ଅର୍ଥ-💥ଭା : ଭା ର ଅର୍ଥ " ଭାବ "ଗ :  ଗ ର ଅର୍ଥ " ଜ୍ଞାନ "ବ:  ବ ର ଅର୍ଥ " ବ୍ରହ୍ମାଣ୍ଡ "ତ:  ତ ର ଅର୍ଥ " ତତ୍ୱ "...
07/09/2025

#ଭାଗବତଜନ୍ମ
#ଭାଗବତର_ଅର୍ଥ-💥
ଭା : ଭା ର ଅର୍ଥ " ଭାବ "
ଗ : ଗ ର ଅର୍ଥ " ଜ୍ଞାନ "
ବ: ବ ର ଅର୍ଥ " ବ୍ରହ୍ମାଣ୍ଡ "
ତ: ତ ର ଅର୍ଥ " ତତ୍ୱ "

📖ଭାଗବତ ଜନ୍ମ📖
🙏ଭାଦ୍ରବ ପୂର୍ଣ୍ଣିମା 🙏

ପ୍ରଥମେ ଭଗବାନ ବିଷ୍ଣୁ ଚାରିଟି ଶ୍ଳୋକରେ ବ୍ରହ୍ମା ଙ୍କୁ ଶ୍ରୀମଦ ଭlଗବତ ର ଶିକ୍ଷା ଦେଇଥିଲେ l

ବ୍ରହ୍ମା ସେହି ଚାରିଟି ଶ୍ଳୋକରେ ବ୍ୟାସ ଙ୍କୁ ଭାଗବତ ଶିକ୍ଷା ଦେଲେ l

ବ୍ୟାସ ନାରଦଙ୍କୁ ଶହେଟି ଶ୍ଳୋକରେ ଭlଗବତ ଶିକ୍ଷା ଦେଲେ l ନାରଦ ସେହି ଏକ ଶହ ଶ୍ଳୋକରେ ଶୁକ ଦେବ ଙ୍କୁ ଭlଗବତ ଜ୍ଞାନ ଦେଲେ l

ଶୁକ ଦେବ ଗଙ୍ଗାକୁଳ ନୈମିଶlରଣ୍ୟ ରେ ପରୀକ୍ଷିତ ଙ୍କୁ ଅଠର ହଜାର ଶ୍ଳୋକରେ ସାତଦିନ ବ୍ୟାପୀ ଭlଗବତ ର ପାରାୟଣ କରାଇଥିଲେ l ଏଥିରେ ଅନ୍ୟାନ୍ୟ ମୁନିଋଷି ମାନେ ମଧ୍ୟ ଶ୍ରୋତା ଥିଲେ ଯେଉଁମାନେ ଭାଗବତ ଧର୍ମ ପ୍ରଚାର କରିଥିଲେ l

ବିଶ୍ୱ ବିଖ୍ୟାତ ଟୀକାକାର ଶ୍ରୀଧର ସ୍ୱାମୀ ମୂଳ ଶ୍ରୀମଦ ଭlଗବତ ଉପରେ ୨୪୦୦୦ ଶ୍ଳୋକରେ ଭାବାର୍ଥ ଦୀପିକା ଟୀକା ଲେଖିଲେ l ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତିରେ ଓଡ଼ିଆ ଅନୁବାଦ କରିଥିଲେ ଯାହା ଓଡ଼ିଆଙ୍କର ଭାଗବତ ଟୁଙ୍ଗୀ ରେ ଓ ଘରେ ଘରେ ପୂଜା ପାଉଛି ଓ ନିତ୍ୟ ପାଠ କରାଯାଉଛି l

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l

🙏🏻🙏🏻ଶ୍ରୀ ଭାଗବତ ଜନ୍ମ - ଭାଦ୍ର ପୂର୍ଣ୍ଣିମା🙏🏻🙏🏻

ନିଗମ କଳ୍ପତରୋର୍ଗଳିତମ ଫଳମ
ଶୁକ ମୁଖାଦମୃତ ଦ୍ରଵ ସଞ୍ଜୁତଂ l
ପିବତ ଭାଗବତଂ ରସମାଳୟଂ
ମୁହୂରହୋ ରସିକା ଭୁବି ଭାବୁକଃ ll
ସଂସ୍କୃତ ଶ୍ରୀମଦ ଭାଗବତଂ, ପ୍ରଥମ ଶ୍ଳୋକ l
ମହାମୁନି କୃଷ୍ଣଦ୍ୱୈପାୟନ ବ୍ୟାସ ମହାରାଜ ଅଠର ଖଣ୍ଡ ପୁରାଣ ରଚନା କରି କହିଲେ "ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ଵୟମ, ପରୋପକାରାୟ ସ୍ୱର୍ଗାୟ, ପାପାୟ ପରପୀଡନଂ " l ଅନେକ ପୁରାଣ ଲେଖି ମାନସିକ ଶାନ୍ତି ନ ପାଇ ଦେବର୍ଷି ନାରଦଙ୍କ ପରାମର୍ଶରେ ପରମପୁରୁଷ ଶ୍ରୀକୃଷ୍ଣଙ୍କ କାହାଣୀ ଶ୍ରୀମଦ ଭାଗବତ ରଚନା କରି ଥିଲେ l

ଶ୍ରୀମଦ୍ଭାଗବତଂ ନାମ
ପୁରାଣଂ ଲୋକ ବିଶ୍ରୁତମ୍
ଶୃଣୁୟାଚ୍ଛ୍ରଦ୍ଧୟା ଯୁକ୍ତୋ
ମମ ସନ୍ତୋଷକାରଣମ୍

ଶ୍ରୀମଦ୍ଭାଗବତ ନାମକ ଲୋକବିଖ୍ୟାତ ପୁରାଣକୁ ପ୍ରତିଦିନ ଶ୍ରଦ୍ଧାଯୁକ୍ତ ହୋଇ ଶ୍ରବଣ କରିବା ଉଚିତ । ଏହାଦ୍ୱାରା ମୁଁ ସନ୍ତୁଷ୍ଟ ହୋଇଥାଏ ।।

ନିତ୍ୟଂ ଭାଗବତଂ ଯସ୍ତୁ
ପୁରାଣଂ ପଠତେ ନରଃ
ପ୍ରତ୍ୟକ୍ଷରଂ ଭବେତ୍ତସ୍ୟ
କପିଳାଦାନକଂ ଫଳମ୍

ଯେ ପ୍ରତ୍ୟହ ଭାଗବତ ମହାପୁରାଣ ପାଠ କରେ , ତାକୁ ଭାଗବତର ପ୍ରତ୍ୟେକ ଅକ୍ଷର ଉଚ୍ଚାରଣରେ ଗୋଟିଏ ଲେଖାଏଁ କପିଳା ଗାଇ ଦାନ କରିବାର ପୁଣ୍ୟ ମିଳେ ।।

ଶ୍ଳୋକାର୍ଦ୍ଧଂଶ୍ଳୋକପାଦଂବା
ନିତ୍ୟଂ ଭାଗବତୋଦ୍ଭବମ୍
ପଠତେ ଶୃଣୁୟାତ୍ ଯସ୍ତୁ
ଗୋସହସ୍ରଫଳଂ ଲଭେତ୍

ଯେ ପ୍ରତିଦିନ ପବିତ୍ର ଚିତ୍ତରେ ଭାଗବତରୁ ଗୋଟିଏ ଶ୍ଳୋକର ଅଧା ବା ଏକଚତୁର୍ଥାଂଶ ପାଠ କରେ , ତାକୁ ଏକ ହଜାର ଗୋଦାନର ଫଳ ମିଳେ ।।

ଯଃପଠେତ୍ ପ୍ରୟତୋ ନିତ୍ୟଂ
ଶ୍ଳୋକଂ ଭାଗବତଂ ସୁତଂ
ଅଷ୍ଟାଦଶପୁରାଣାନାଂ
ଫଳଂମାପ୍ନୋତି ମାନବଃ

ଯେ ପ୍ରତିଦିନ ପବିତ୍ର ଚିତ୍ତରେ ଭାଗବତରୁ ଗୋଟିଏ ଶ୍ଳୋକ ପାଠ କରେ , ସେ ଅଷ୍ଟାଦଶ ପୁରାଣ ପାଠ କରିବାର ଫଳ ପାଏ ।

ନିତ୍ୟଂ ମମ କଥା ଯତ୍ର
ତତ୍ର ତିଷ୍ଠନ୍ତି ବୈଷ୍ଣବାଃ
କଳିବାହ୍ୟା ନରାସ୍ତେ ବୈ
ଯେର୍ଚ୍ଚୟନ୍ତି ସଦା ମମ

ଯେଉଁଠି ନିତ୍ୟ ମୋ ବିଷୟରେ ଚର୍ଚ୍ଚା ହୁଏ , ସେଠାରେ ବିଷ୍ଣୁପାର୍ଷଦମାନେ ( ପ୍ରଲ୍ହାଦ ପ୍ରଭୃତି ଭକ୍ତ ) ଅବସ୍ଥାନ କରନ୍ତି । ମତ୍ ସ୍ବରୂପ ଭାଗବତଶାସ୍ତ୍ରକୁ ପୂଜା କରୁଥିବା ଲୋକଙ୍କ ଉପରେ କଳିରାଜା ଶାସନ କରିପାରେ ନାହିଁ ।

ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୁନେଇଁ ବା 'ଇନ୍ଦ୍ର ପୂର୍ଣ୍ଣିମା ଭାବ ଖ୍ୟାତ । କୃଷିପ୍ରଧାନ ଭାରତବର୍ଷରେ ବୃଷ୍ଟିଦେବତା ଇନ୍ଦ୍ରଙ୍କ ଜନ୍ମତିଥିକୁ ପ୍ରାଧାନ୍ୟ ଦେଇ ଇନ୍ଦ୍ରୋତ୍ସବ ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଅଛି । ସାରାଭାରତବର୍ଷ କାହିଁକି ଏପରିକି ପୃଥିବୀର କେତେକ ସ୍ଥାନରେ ଇନ୍ଦ୍ରପୂଜାର ପ୍ରସିଦ୍ଧି ରହିଛି । ଇନ୍ଦୁ ସୋମ ଅର୍ଥ ଦ୍ୟୋତକ ‘ଇନ୍ଦ୍ରୌରମତେ ଇତି ଇନ୍ଦୁ’ । ଇନ୍ଦୁ ଅର୍ଥ ଐଶ୍ୱର୍ଯ୍ୟ ଏବଂ ପ୍ରଦୀପ୍ତ । ଯିଏ ପରମ ଐଶ୍ୱର୍ଯ୍ୟଶାଳୀ ଈଶ୍ୱର ସେ ଇନ୍ଦ୍ରପଦବାଚ୍ୟ ଏବଂ ଯିଏ ପ୍ରଦୀପ୍ତ କରାନ୍ତି ସେ ଇନ୍ଦ୍ର ଅଟନ୍ତି । ଆଧିଭୌତିକ ଅର୍ଥପକ୍ଷେ ଇନ୍ଦ୍ର-ବର୍ଷା, ଆଧିଭୌତିକ ଅର୍ଥପକ୍ଷେ- ଇନ୍ଦ୍ରଦେବତା ଏବଂ ଆଧ୍ୟାତ୍ମିକ ଅର୍ଥପକ୍ଷେ ଇନ୍ଦ୍ରମନ ଅର୍ଥ ପରକ । ଗୋପଥ ବ୍ରାହ୍ମଣରେ ଇନ୍ଦ୍ରମନ ବୋଲି ଉଲ୍ଲେଖ ମିଳେ- ‘ଯନ୍ ମନଃ ସଃ ଇନ୍ଦ୍ରଃ’ । ଆଧ୍ୟାତ୍ମିକ ଅର୍ଥରେ ଇନ୍ଦ୍ର, ମନ ଓ ସୋମ ବା ଇନ୍ଦୁ ଆନନ୍ଦ ଅଟେ । ବୈଦିକ ଆର୍ଯ୍ୟମାନଙ୍କ ପ୍ରିୟତମ ରାଷ୍ଟ୍ରୀୟ ଦେବତା ଭାବେ ଇନ୍ଦ୍ର ପ୍ରସିଦ୍ଧ । ସେ ସମସ୍ତେ ସଂସାରର ଶାସକ ଏକ ଈଶାନ ଓଜସା (ରୁକ୍-୮ /୬ /୪୧) । ଏଣୁ ଇନ୍ଦ୍ରଙ୍କ ଦେବରାଜ ଉପାଧି ଯଥାର୍ଥ । ଅଥର୍ବ ବେଦରେ ଇନ୍ଦ୍ର ଓ ସୂର୍ଯ୍ୟ ଅଭିନ୍ନ ଅଟନ୍ତି । ଶତପଥ ବ୍ରାହ୍ମଣରେ ‘ଅୟଂ ବା ଇନ୍ଦ୍ରୋ ଯ ଏଷପବତେ’ରୁ ବାୟୁ ସହିତ ଇନ୍ଦ୍ରଙ୍କ ତାଦାତ୍ମା ସୂଚିତ ହୋଇଥାଏ । ଏଣୁ ଇନ୍ଦ୍ରଙ୍କ ମରୁତ୍ୱାନ୍ ବିଶେଷଣ ଯଥାର୍ଥ । ରୁକ୍ ବେଦ ୧୦ /୫୪ /୨ରେ ଇନ୍ଦ୍ରଙ୍କୁ ପରଂବ୍ରହ୍ମ ଭାବେ ମଧ୍ୟ ଅଭିହିତ କରାଯାଇଛି ।

ଇତିହାସ ଓ ମନ୍ଦିର

ମହାଭାରତକାଳୀନ ‘ଇନ୍ଦ୍ରପ୍ରସ୍ଥ’ ଇନ୍ଦ୍ର ଉପାସନାର ସଂକେତ ବହନ କରିଥାଏ । ‘ଇନ୍ଦ୍ର ପ୍ରସ୍ତ ଗମସ୍ତା ବତକାରୀ ମା’ ସନ୍ତୁ ଚେୟଦ’ (ଶିଶୁପାଳ- ମହାକାବ୍ୟ-୨ /୬୩) ।ଉଦିପୀର ୩ମାଇଲ ପୂର୍ବକୁ ଗଲେ ଏକ ଇନ୍ଦ୍ରାଣୀ ମନ୍ଦିର ଦେଖିବାକୁ ମିଳିଥାଏ । ସେଠାରେ ଦେବୀ ଇନ୍ଦ୍ରାଣୀ ତପସ୍ୟା କରୁଥିଲେ ବୋଲି କିମ୍ବଦନ୍ତୀ ଅଛି । କୋଠିୟାର ଦୁଇ ମାଇଲ ଦୂରବର୍ତ୍ତୀ ନର୍ମଦା ନଦୀ କୂଳରେ ଇନ୍ଦ୍ରେଶ୍ୱର ମନ୍ଦିର ବିରାଜମାନ । ବୁତ୍ରାସୁର ବଧପରେ ଇନ୍ଦ୍ର ଏହିଠାରେ ହିଁ ତପସ୍ୟା କରୁଥିଲେ । ନର୍ମଦା ନଦୀ ଦକ୍ଷିଣ ତଟରେ ଇନ୍ଦ୍ରବାଣ ବୋଲି ଏକ ଗ୍ରାମ ରହିଛି । ଯେଉଁଠାରେ କି ଶତ୍ରତୀର୍ଥ ବିଦ୍ୟମାନ । କଥିତଅଛି କି ଏଠାରେ ଇନ୍ଦ୍ର ତପସ୍ୟା କରି, ଶକ୍ରେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରିଥିଲେ ।

ଦକ୍ଷିଣ ଭାରତରେ ଥିବା ବୌଦ୍ଧକୀର୍ତ୍ତି ପରିପୂରିତ ଅମରାବତୀରେ ଇନ୍ଦ୍ର ଉପାସନା ପ୍ରଚଳିତ ଥିବା କୁହାଯାଏ । ସେହିପରି ଓଡ଼ିଶାର ଅବିଭକ୍ତ କଟକ ଜିଲ୍ଲାର ଅମରାବତୀଠାରେ ଇନ୍ଦ୍ରଇନ୍ଦ୍ରାଣୀ ଉପାସନା ଲାଗି ପ୍ରସିଦ୍ଧ ଥିବା କଥା ଓଡ଼ିଆ ସାହିତ୍ୟ ଓ ଇତିହାସମାନଙ୍କରେ ଚର୍ଚ୍ଚିତ । ନୟାଗଡ଼ର ଗୋଡ଼େଇ ପାଟଣା ଇନ୍ଦ୍ରଇନ୍ଦ୍ରାଣୀ ଉପାସନା ଲାଗି ପରିଚିତ । ଜୁନାଗଡ଼ଠାରୁ ୬ମାଇଲ ଦୂରବର୍ତ୍ତୀ ଇନ୍ଦ୍ରେଶ୍ୱର ଶିବମନ୍ଦିର ବିଦ୍ୟମାନ । ଏହା ଇନ୍ଦ୍ରଙ୍କ ତପସ୍ୟା ସ୍ଥାନ । ନରସୀ ମେହେଟ୍ଟା ଏହାକୁ ସ୍ଥାପନା କରିଥିଲେ । ଆମେରିକାର ହଣ୍ଡୁରାସ କୋପାଳ ବନାଞ୍ଚଳରେ ଗଜାରୂଢ଼ ଇନ୍ଦ୍ରଙ୍କ କମନୀୟ ବିଗ୍ରହ ଉପଲ୍ଧ । ମାଲେସିଆର ରାଜବଂଶୀ ନିଜକୁ ‘ଇନ୍ଦ୍ରବଂଶୀ’ ବୋଲି ଘୋଷଣା କରି ମାଳୟକୁ ଇନ୍ଦ୍ରପୁର ଭାବେ ଅଭିହିତ କରିଥାନ୍ତି ।

ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଇନ୍ଦ୍ରଙ୍କ ଏକ ବିଗ୍ରହ ଏବଂ ଏକ ମନ୍ଦିର ରହିଅଛି । ତାହାକୁ ଲୋକେ ସୂର୍ଯ୍ୟ ମନ୍ଦିର ବୋଲି ଜାଣନ୍ତି । କୋଣାର୍କର ପତନପରେ ସୂର୍ଯ୍ୟମୂର୍ତ୍ତିକୁ ଅଣାଯାଇ ଇନ୍ଦ୍ରଙ୍କ ସମ୍ମୁଖରେ ରଖାଯାଇଛି । କଳ୍ପବଟ ତଳେ ଦେବୀ ଇନ୍ଦ୍ରାଣୀଙ୍କ ମନ୍ଦିର ବିରାଜମାନ, ଯାହା ଘୁମୁଷର ପଣ୍ଡାଙ୍କ ଅଧିନରେ । ଲକ୍ଷ୍ମୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀମନ୍ଦିରର ପିଢ଼ୀକୁ ଦେବସଭା ବୋଲି କୁହାଯାଏ । ଇନ୍ଦ୍ରୋତ୍ସବ ଦିନ ଲକ୍ଷେ ବଳିତା ଝାଡ଼ ଜଳାଯାଇ ଇନ୍ଦ୍ରୋତ୍ସବକୁ ସ୍ୱାଗତ କରାଯାଏ ।

“ ଭାଦ୍ରମାସେ ପୌର୍ଣ୍ଣମାସ୍ୟା କୁର୍ଯ୍ୟାତ୍ ଇନ୍ଦ୍ରୋମହୋତ୍ସବ
ମେଘେନୁକ୍ତେ ସମାଖ୍ୟାତା କାର୍ଯ୍ୟାଲୋକ ବିଭୂତୟେ ସଂବର୍ତ୍ତାଦି ମହାମେଘ ସହ ପୂଜୟେତ୍ ସୁରେଶ୍ୱର ମେଘ ବେଦ୍ୟେତ୍ତରେ ତତ୍ର ପ୍ରପୂଜୟେତ୍ ଦେବକୀ ସୁତ ନାନାରତ୍ନ ସୁବର୍ଣ୍ଣେନ ବିଚିତ୍ର ଶିବିକୋପରି ପ୍ରପୂଜୟେତ ଦେବ ଗୋବିନ୍ଦଂ ଗନ୍ଧପୁଷ୍ପ କ୍ଷତୈ ସହ ଇନ୍ଦ୍ର ଗୋବିନ୍ଦ ଚଂ ପ୍ରପୂଜୟେତ୍ କେଳି କୌତୁକ ଯୁଗତଃ


—(ବାମଦେବ ସଂହିତା)

ଇନ୍ଦ୍ରଗୋବିନ୍ଦ ମହୋତ୍ସବ ରାଜକୀୟ ଉତ୍ସବ ହୋଇଥିବାରୁ ଏହା ଶ୍ରୀମନ୍ଦିର ମଧ୍ୟରେ ଓ ରାଜନବରରେ ପରିପାଳିତ । ଏପରି ଅନ୍ୟତ୍ର ପ୍ରାୟ ବିରଳ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ । ବ୍ୟୟ ସାପେକ୍ଷ ହେତୁ ବର୍ତ୍ତମାନ କେବଳ ଜଣେ ସେବକ ଏକ କ୍ଷୁଦ୍ର ହସ୍ତୀପ୍ରତିମା ଆଣି ଏହି ସେବା ସମ୍ପନ୍ନ କରୁଛନ୍ତି ।
ନିଖିଳ ଶାସ୍ତ୍ର ସିନ୍ଧୁକୁମନ୍ଥନକରି ସାକ୍ଷାତ୍ ଭଗବାନ ସ୍ୱରୂପ ବେଦବ୍ୟାସ ଯେଉଁ ଦୁର୍ଲ୍ଲଭ ଶାସ୍ତ୍ର ରଚନାକରି ଥିଲେ ତାହାଶ୍ରାମଦ୍ ଭାଗବତ ମହାପୁରାଣ ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରାପ୍ତିର ଦିବ୍ୟ ରାଜମାର୍ଗ ଶ୍ରୀମଦ୍ ଭାଗବତ ଭଗବାନ୍ ଶ୍ରୀକ୍ରୁଷ୍ଣ ଙ୍କର ସାକ୍ଷାତ ବାଙଗମୟ ସ୍ୱରୁପ ଭାଗବତ ଶକ୍ତିତତ୍ୱ କ୍ରୁପାମୟୀ ରାଧାରାଣୀ ମାଠାକୁରାଣୀକଂର ସଦିଛ୍ଛା, ଫଳସ୍ୱରୂପ ଜଗନ୍ନାଥ ଦାସ କ୍ରୁତ ନବାକ୍ଷରୀ ଭାଗବତ କୋଟି ହ୍ରୁଦୟର ମଉଡମଣୀ ପରମ ବନ୍ଦନୀୟ ଜଗନ୍ନାଥ ଦାସ ଚରଣ କମଳେ ଶତବାର ପ୍ରଣାମପୂର୍ବକ ଅଧମର ଭାଗବତଜନ୍ମ ଦିବସର ଶୁଭେଛାବାର୍ତ୍ତା , ସହ ଘରେଘରେ ନିତ୍ୟ ଭାଗବତର ଜାଗରଦୀପ ପ୍ରଜ୍ୱଳୀତ ହେଉ

ଆକୃଷ୍ଣନିର୍ଗମାତ୍ ତ୍ରି°ଦଶବର୍ଷାଧିକଗତେ କଳୌ ।
ନବମୀତୋ ନଭସ୍ୟେ ଚ କଥାରମ୍ଭ° ଶୁକୋ^କରୋତ୍ ।।

* ସୂତମୁନି କହିଲେ-
ଭଗବାନ ଶ୍ରୀକୃଷ୍ଣ ସ୍ଵଧାମକୁ ଫେରିଯିବା ପରେ କଳିଯୁଗର ତିରିଶ ବର୍ଷରୁ କିଛି ଅଧିକ ସମୟ ଅତିବାହିତ ହେଲା ପରେ ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀ ଶୁକଦେବ ଶ୍ରୀମଦ୍ ଭାଗବତ କଥା ଆରମ୍ଭ କରିଥିଲେ ଓ ତାହା ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଦିନ ପୂର୍ଣ୍ଣତାପ୍ରାପ୍ତ ହୋଇଥିଲା , ଯାହା କି ଭାଗବତ ଜନ୍ମ ଦିବସ ରୂପେ ଜଗତରେ ଖ୍ୟାତ ।

ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ
****************
ମାତୃ ହୃଦୟ ର କରୁଣ ବେଦନା ରୁ ଭାଗବତ ସ୍ରୁଷ୍ଟି. ! ସ ରଳ ସରସ ବୋଧଗମ୍ୟ ସାବଲୀଳ ଭାଷା ନବାକ୍ଷରୀ ଛନ୍ଦ ଗୁଜ ରି ବୃତ ରେ ଭାଗବତ ଲେଖିଛନ୍ତି ଭକ୍ତ କବି ଅତିବଡ଼ି ଜଗନ୍ନାଥ ଦାସ.! ସମସ୍ତେ ପଢିବେ ସମସ୍ତେ ବୁଝିବେ ଓ ବୁଝାଇବେ ହେଉଛି ଭାଗବତ ର ଗୁଣବତ୍ତା.! ଅଠର ଖଣ୍ଡ ପୁରାଣ ଭାଗବତ ପଞ୍ଚମ ସ୍ଥାନରେ ଥିଲେ ମଧ୍ଯ ଭାଗବତ ଏମିତି ଏକ ଅମୂଲ୍ୟ ଗ୍ରନ୍ଥ ଯେଉଁଥିରେ ସାହିତ୍ଯ ଦର୍ଶନ ଇତିହାସ ଭୂଗୋଳ ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ ବିଶେଷ କରି ମାନବ ଜୀବନ ଉପରେ ଅନେକ ଉପାଦେୟ ତଥ୍ୟ ବର୍ଣ୍ଣନା କରାଯାଇଛି ! ଐଶ୍ୱରୀୟ ଶକ୍ତି ଜଗନ୍ନାଥ ଙ୍କ ଆଶୀର୍ବାଦ ଭାଗବତ କୁ ରୁଦ୍ଧିମନ୍ତ କରିଛି ! ଭାଗବତ ଏକ ବା ସ୍ତବତା ର ସୂଚୀପତ୍ର ! ଭାବାତ୍ମକ ତତ୍ତ୍ଵ ର ଏକ ବାସ୍ତବ ପ୍ରତିଛବି ହେଉଛି ଭାଗବତ.! ଯେଉଁ ତତ୍ତ୍ଵ କୁ ଭାବ ରେ ଭାଗ ଭାଗ କରିହେବନି ତାହା ହେଉଛି ଭାଗବତ.! ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଅବଧି ର ନୀତି ନିର୍ଦ୍ଦେଶ କରେ ଭାଗବତ! ଜୀବନ ସହ ବଞ୍ଚିବାର ରାହା ଦେଖାଏ ଭାଗବତ.! ପାରିପାର୍ଶ୍ଵିକ ଅବସ୍ତା ଓ ପରିବେଶ ସହିତ ରହିବା ର ମାର୍ଗ ଦେଖାଏ ଭାଗବତ ! ଭାଗବତ ଏମିତି ଗ୍ରନ୍ଥ ଜାତି ଧର୍ମ ସମୟ ନିର୍ବିଶେଷରେ ରେ ପଢିଲେ ବୁଝିଲେ ବୁଝେଇଲେ ଦେଖିଲେ ଏମିତି କି ଛୁଇଁଲେ ଧାର୍ମିକ ଭାବନା ସ୍ରୁଷ୍ଟି ହୁଏ ! ପ୍ରତିଟି ପଦ ର ମାର୍ମିକ ଅର୍ଥ ବୁଝିଗଲେ ମଣିଷ ବଞ୍ଚିବାର ତରିକା ବଦଳି ଯାଏ.! ଭାଗବତ ୩୪୨ ଅଧ୍ୟାୟ ବର୍ଷ କ ୩୬୫ ଦିନ ତେବେ କୋଉଦିନ ପଢିବା ନାହିଁ.! ଅନେକ ତଥ୍ଯ ଏବେବି ପ୍ରଶ୍ନ ହୋଇ ରହିଛି ଭାଗବତ ଓ ଅତିବଡ଼ି ସବୁ ଏକ ! ଏକ ବ୍ରହ୍ମ୍ ଦିତୀୟ ନାସ୍ତି ! ଆଜି ଭାଗବତ ଜନ୍ମ କୌଣସି ପୁରାଣ ର ଜନ୍ମ ଦିନ ପାଳନ କରାଯାଏ ନାହିଁ କେବଳ ଭାଗବତ ର ହୁଏ.! ଆଜି ର ଏହି ପୁଣ୍ୟ ଦିବସରେ ଭାବାତ୍ମକ ଭାଗବତ ଓ ତାର ସ୍ରଷ୍ଟା ଅତିବଡ଼ି ଜଗନ୍ନାଥ ଦାସ ଙ୍କ ପଦ ଯୁଗଳ ରେ କୋଟି କୋଟି ପ୍ରଣାମ.! ଜୟ ପ୍ରଭୁ !

ପରମଶାସ୍ତ୍ର ଭାଗବତ .ଅଭ୍ୟାସ କରୁଥିବନିତ୍ୟ
ଅଭ୍ୟାସ କଲେ ନିତିନିତି. ବଢଇ ଗୋବିନ୍ଦେ ପିରତି
ଯଦି ଗୋବିନ୍ଦେ ଭାବନାହିଁ .ମାନବ ଜନ୍ମ ବ୍ରୁଥାଯାଇ
ମୋର ଭକତ ମୋର ମିତ୍ର .ସେକରେ ଜଗତ ପବିତ୍ର

ଶ୍ରୀମଦ୍ ଭାଗବତ ମନଦେଇ ଘୋଷରେ
ଶ୍ରୀ ଟି ଅଟଇ ନାରୀ ମଦ୍ ପୁରୁଷରେ
ପୂରୁଷ ନାରୀ ସଂଯୋଗେ ବ୍ରହ୍ମ ହେଲା ବେନିଭାଗ
ଭାଗକେ ରହିଲାଲୁଚି ଭାଗେ ହେଲା ଦ୍ରୁଶ୍ୟରେ

ଦ୍ରୁଶ୍ୟ ଭାଗ ବେନିହେଲା ନାରୀ ପୂଂସ ବୋଲାଇଲା
ପ୍ରକ୍ରୁତି ପୂରୂଷ ହୋଇ ରସିଲା ସେ ରାସରେ

ଭା. ରୁ ଭାବଟିଜନ୍ମ ଗ. ରେ ଗଳିତ ଜ୍ଞାନ
ବ.ରେ ବ୍ରହ୍ମ ପ୍ରକାଶ ତ. ରେ ମାତ୍ରୁଗର୍ଭେମିଶରେ

ଏକଭାଗ ପିତାକଂର ଷଢଭାଗ ମାତାକଂର
ସାତଭାଗ ରେ ଏଅଙ୍ଗ ଗ୍ରହଣଟି ଶେଷରେ

ଦୁଇଶଅଶୀ ଦିନରେ ଜନ୍ମ ମର୍ତ୍ୟେଆସିକଲା କର୍ମ
ବିଷୟା ବିଷରେ ପଡି ହୋଇଲା ବିନାଶରେ

ଗୁରୁଚରଣକୁ ଧ୍ୟାୟୀ ସାଧୁସଂଗରେ ବିହରି
ନାମଭଜି ଯାଇଥାନ୍ତା ବୈକୁଣ୍ଠ ବାସରେ

ଭାଗବତ ମାତ୍ରୁଗର୍ଭ ଜୀବବଦ୍ଧ ମୋକ୍ଷ ଭାବ
ଯେ ଭଜିବ ସେପାଇବ ଅଚିହ୍ନାର ରୂପରେ ା

ନାହଂ ତିଷ୍ଠାମି ବୈକୁଣ୍ଠ ଯୋଗିନାଂ ହ୍ରୁଦୟଂନଚ ମଦ୍ ଭକ୍ତା ଯତ୍ର ଗାୟନ୍ତି ତର୍ତ ତିଷ୍ଠାମୀ ନାରଦ .ଶ୍ରୀ କ୍ରୁଷ୍ଣାର୍ପଣମସ୍ତୁ 🙏🙏🙏
ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଗଜେନ୍ଦ୍ର ପ୍ରସାଦ ମହାନ୍ତି

ଜନ୍ମ- ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ
ମୃତ୍ୟୁ- ୧୫୪୭ ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନଯୋଗ ତିଥିରେ ସାତଲହଡ଼ି ମଠ
ପିତା- ଭଗବାନ
ମାତା- ପଦ୍ମାବତୀ
ଜନ୍ମସ୍ଥାନ- ପୁରୀ ଜିଲ୍ଲାର କପିଳେଶ୍ୱରପୁର

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ ବୈଷ୍ଣବ ଏବଂ ମହାକବି। ଆଗେ ଆମ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗୀ। ପୂଜା ପାଉଥିବା ଏଇ ତାଳପତ୍ର ପୋଥିଙ୍କୁ ଲୋକେ ଭକ୍ତିରେ କହୁଥିଲେ ଭାଗବତ ଗାଦି। ପ୍ରତିଦିନ ସନ୍ଧ୍ୟା ସମୟରେ ବ୍ରାହ୍ମଣ ପଣ୍ଡିତ ଭାଗବତ ପାଠ କରନ୍ତି। ଲୋକେ ଏକାଠି ବସି ପଣ୍ଡିତଙ୍କ ମୁହଁରୁ ଭାଗବତ ଶୁଣନ୍ତି। ଯେଉଁଠାରେ କଷ୍ଟ ଲାଗେ ପଣ୍ଡିତ ମହାଶୟ ସରଳ ଭାଷାରେ ବୁଝାଇଦିଅନ୍ତି। ପୁଣ୍ୟାତ୍ମା ଜଗନ୍ନାଥ ଦାସ ହେଉଛନ୍ତି ଏହି ଓଡ଼ିଆ ଭାଗବତର ରଚୟିତା। ସେ ସଂସ୍କୃତ ଭାଗବତକୁ ଆକ୍ଷରିକ ଓଡ଼ିଆ କରିନାହାନ୍ତି। ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଏହି ଭାଗବତକୁ ଲେଖିଯାଇଛନ୍ତି। ଜଗନ୍ନାଥ ଦାସ ପଣ୍ଡିତମାନଙ୍କ ପାଇଁ ଏହି ଭାଗବତ ରଚନା କରି ନ ଥିଲେ, ସେ ଲେଖିଥିଲେ ଉତ୍କଳର ଅଗଣିତ ନିରକ୍ଷର ଜନତାଙ୍କ ପାଇଁ।ଯେଉଁଠି ଓଡ଼ିଆ, ଯେଉଁଠି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର, ସେଇଠି ରହିଛି ଏହି ଓଡ଼ିଆ ଭାଗବତ। ଏବେ ବି ମେଦିନୀପୁର ଅଞ୍ଚଳରେ ବଙ୍ଗଳା ଅକ୍ଷରରେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଛପାଯାଇ ପାଠ କରାଯାଉଛି। ଜଗନ୍ନାଥ ଦାସଙ୍କ ଭାଗବତରୁ ପଦିଏ କାନରେ ପଡିଲେ ମନରେ ଓଡ଼ିଆତ୍ୱ ଭାବ ସଞ୍ଚରି ଉଠେ। ଜଗନ୍ନାଥ ଦାସଙ୍କ ଭାଗବତର ଅମର ପଙ୍‌କ୍ତି ଗାଉଁଲି ଖଟିଖିଆ ଚାଷୀଙ୍କ ମୁହଁରୁ ବାହାରି ଆସେ-
"ଏ ଭାଗବତର ମହିମା
କେ ଚିନ୍ତିପାରେ ଗୁଣସୀମା"।
"ସକଳ ଶାସ୍ତ୍ରଫଳ ଏହି
ଶ୍ରୀଭାଗବତ ନାମ ବହି" ।
"କହଇ ଦାସ ଜଗନ୍ନାଥ,
କୃଷ୍ଣ ଚରିତ ଭାଗବତ।"
"କଳ୍ପନା ମୁଖେ କାଳ ଥାଇ,
ପ୍ରାଣୀ ତା ଜାଣି ନ ପାରଇ।"
"ଆତ୍ମା କୁଶଳେ ସର୍ବସିଦ୍ଧି,
ତରଇ ସଂସାର ବାରିଧି।"
"ଆତ୍ମାକୁ ଆତ୍ମା ଯେହୁ ସ୍ମରେ,
ପରମାନନ୍ଦରେ ବିହରେ।"
"ଆପଣା ହସ୍ତେ ଜିହ୍ବା ଛେଦି,
କେ ତା'ର ଅଛି ପ୍ରତିବାଦୀ।" ଇତ୍ୟାଦି। ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତାର ପ୍ରତୀକ। ଓଡ଼ିଆ ଜାତିକୁ ଏହି ଭାଗବତ ଏକତା ସୂତ୍ରରେ ବାନ୍ଧିରଖିଛି।

ଏହି ମହାତ୍ମା ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ ଦିନ ପୁରୀ ସ୍ଥିତ କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭଗବାନ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ। ବାଲ୍ୟକାଳରୁ ଜଗନ୍ନାଥ ଦାସଙ୍କ ମନରେ ଭକ୍ତିଭାବ ଅଙ୍କୁରିତ ହୋଇଥିଲା। ସଂସ୍କୃତ ଭାଷା ପ୍ରତି ତାଙ୍କର ଖୁବ୍‌ ଆଗ୍ରହ ରହିଥିଲା। ତାଙ୍କର ଦୀକ୍ଷାଗୁରୁ ଥିଲେ ବଳରାମ ଦାସ। ପ୍ରଥମେ ଅତିବଡ଼ି ଜଗନ୍ନାଥଙ୍କ ପିତା ଭଗବାନ ସେଠାରେ ଭାଗବତ ପାଠ କରୁଥିବାବେଳେ ତାଙ୍କ ଅନ୍ତେ ଜଗନ୍ନାଥ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ସେତେବେଳେ ସଂସ୍କୃତରେ ଭାଗବତ ପଢ଼ା ହେଉଥିଲା; ଯାହାକୁ ଭକ୍ତମାନେ ସେସବୁ ସହଜରେ ବୁଝିପାରୁ ନ ଥିଲେ। ଏହି ରୀତିକୁ ପରିବର୍ତ୍ତନ କରିବାକୁ ଚିନ୍ତା କରି ସେ ସଂସ୍କୃତ ଭାଗବତର ମୌଳିକତାକୁ ବଜାୟ ରଖି ତାହାକୁ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଘରେ ଘରେ ଲୋକାଦୃତ ହୋଇପାରିଥିଲା। ଜଗନ୍ନାଥ ଦାସ ରାଧାଷ୍ଟମୀରେ ଜନ୍ମ ହୋଇଥିବାରୁ ଲୋକେ ତାଙ୍କୁ ସାକ୍ଷାତ୍‌ ରାଧାଙ୍କ ଅବତାର ବୋଲି ମାନ୍ୟ କରୁଥିଲେ। ବାଲ୍ୟକାଳରୁ ଜଗନ୍ନାଥ ଦାସ ଥିଲେ ଅଗାଧ ଜ୍ଞାନର ଅଧିକାରୀ। ପ୍ରାଥମିକ ଶିକ୍ଷା ଲାଭ କରୁଥିବା ସମୟରେ ସେ ପିତାଙ୍କଠାରୁ ଅମରକୋଷ ସମେତ ଅନ୍ୟ ବ୍ୟାକରଣ ପୁସ୍ତକ ଅଧ୍ୟୟନ କରି ହୋଇପାରିଥିଲେ ଭାଷାରେ ପ୍ରବୀଣ।

ଅଠର ବର୍ଷ ବୟସରେ ସେ ପୁରାଣଶାସ୍ତ୍ରରେ ଅଦ୍ୱିତୀୟ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କଲେ। ବୟସ ବୃଦ୍ଧି ଫଳରେ ପ୍ରତ୍ୟହ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭାଗବତ ପଢ଼ିବାରେ ଲାଗିଲେ। ବଡ଼ ଦେଉଳର ଦକ୍ଷିଣ ଦିଗରେ ବାଟଗଣେଶଙ୍କ ପାଖରେ ପୁରାଣ ପାଠ ପାଇଁ ତାଙ୍କ ନିମନ୍ତେ ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଗଲା। ପ୍ରତ୍ୟହ ତାଙ୍କ ମୁଖରୁ ଭାଗବତ ଶୁଣିବା ପାଇଁ ସେଠାରେ ଲୋକେ ରୁଣ୍ଡ ହେଲେ।

ଫଳରେ ପୁରାଣ ପାଠ ପାଇଁ ରାଜା ତାଙ୍କ ନିମନ୍ତେ ବୃତ୍ତି ଖଞ୍ଜିଦେଲେ। ଏବେ ବି ସେହି ବୃତ୍ତି ଖଞ୍ଜାହୋଇ ରହିଛି। ଜଗନ୍ନାଥ ଦାସଙ୍କୁ ଊଣେଇଶ ବର୍ଷ ହୋଇଥିବା ବେଳର କଥା। ଏହି ସମୟରେ ବଙ୍ଗ ଦେଶରୁ ଶ୍ରୀଚୈତନ୍ୟ ଆସିଲେ ଶ୍ରୀକ୍ଷେତ୍ର ପୁରୀକୁ।

ବଟମୂଳରେ ଶ୍ରୀଚୈତନ୍ୟଙ୍କ ସହ ଜଗନ୍ନାଥ ଦାସଙ୍କ ସାକ୍ଷାତ୍‌ ହେଲା। ସେତେବେଳେ ଜଗନ୍ନାଥ ଦାସ ଭାଗବତ ଦଶମ ସ୍କନ୍ଧର ବ୍ରହ୍ମସ୍ତୁତି ଗାୟନ କରୁଥାଆନ୍ତି। ତାଙ୍କର ଜ୍ଞାନଗରିମା ଦେଖି ଶ୍ରୀଚୈତନ୍ୟ ତାଙ୍କ ଅନୁଗାମୀମାନଙ୍କୁ କହିଲେ, ଏ ଜଗନ୍ନାଥ ଦାସ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ସେ ମହାପ୍ରଭୁ ଜଗନ୍ନାଥଙ୍କର ସଙ୍ଗୀ। ଜଗନ୍ନାଥ ଶ୍ରୀଚୈତନ୍ୟଙ୍କୁ ଗୁରୁ ଭାବରେ ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ।

ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ବଳରାମ ଦାସ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିବା ଜଣାଯାଏ। ଫଳରେ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କୁ ଗୁରୁ ରୂପରେ ମାନିବାରେ ଲାଗିଲେ। ଜଗନ୍ନାଥ ଦାସଙ୍କ ଅସାଧାରଣ ପ୍ରେମଭକ୍ତି ଦେଖି ଦିନେ ଶ୍ରୀଚୈତନ୍ୟ ତାଙ୍କୁ କହିଲେ, ଦାସେ!

ତୁମେ ଅତି ବଡ଼। ଏହା କହି ଶ୍ରୀଚୈତନ୍ୟ ନିଜର ଗୈରିକ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧିଦେଲେ। ସେହିଦିନଠାରୁ ଲୋକେ ତାଙ୍କୁ ଅତିବଡ଼ ବା ଅତିବଡ଼ୀ ଗୋସ୍ବାମୀ ଭାବରେ ସମ୍ବୋଧନ କରିବାରେ ଲାଗିଲେ। ସମ୍ରାଟ୍‌ ପ୍ରତାପରୁଦ୍ର ଜଗନ୍ନାଥ ଦାସଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ।

ନିଜ ମହାରାଣୀଙ୍କ ନିର୍ମିତ ପ୍ରାସାଦରେ ରହିବା ପାଇଁ ସେ ଜଗନ୍ନାଥ ଦାସଙ୍କୁ ଅନୁରୋଧ କରିବାରୁ ସେଠାରେ ଜଗନ୍ନାଥ ଦାସ କିଛି କାଳ ଅବସ୍ଥାନ କରିଥିଲେ। ସେହି ସ୍ଥାନ ଆଧୁନିକ ଓଡ଼ିଆ ମଠ ଭାବରେ ଆଜି ପରିଚିତ। ସେଠାରେ ଜନଗହଳି ଲାଗିବାରୁ ଜଗନ୍ନାଥ ଦାସ ସମୁଦ୍ରକୂଳରେ ମଠ ନିର୍ମାଣ କରି ରହିଲେ। ସେହି ମଠ ବର୍ତ୍ତମାନ ସାତଲହଡ଼ି ମଠ ନାମରେ ପରିଚିତ।

ବିଶ୍ୱ ଇତିହାସରେ ଏମିତି ଏକ ଗ୍ରନ୍ଥ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଜାତି ଦ୍ୱାରା ୫୦୦ ବର୍ଷ ଧରି ପ୍ରତିଦିନ ପାଠ କରାଯାଉଛି। ଏହି ଗ୍ରନ୍ଥର ନାଁ ହେଲା ଭାଗବତ। ଅତିବଡ଼ୀ ଜଗନ୍ନାଥ ଦାସ ହେଉଛନ୍ତି ଏହାର ଲେଖକ। ଓଡ଼ିଶାରେ ଜଗନ୍ନାଥ ଦାସଙ୍କ ଏହି ଗ୍ରନ୍ଥକୁ ପୂଜା କରାଯାଏ। ଏହି ଗ୍ରନ୍ଥର ଜନ୍ମଦିନ ପାଳନ କରାଯାଏ। ଏ ହେଉଛି ଓଡ଼ିଆ ଭାଗବତର ବିଶେଷତ୍ୱ। ଆମ ଭାଷାକୁ ବଞ୍ଚାଇ ରଖିଛି ଭାଗବତ’’,
୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ପୁରୀଧାମ୍‌କୁ ଆସି ଜଗନ୍ନାଥ ଦାସଙ୍କ ମନରେ ଈଶ୍ୱରୀୟ ଭକ୍ତିଭାବନା ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଇଥିଲେ। ଜଗନ୍ନାଥ ଦାସଙ୍କ ପାଣ୍ଡିତ୍ୟ ଏବଂ କବି ପ୍ରତିଭା ଦେଖି ଚୈତନ୍ୟ ତାଙ୍କୁ ‘ଅତିବଡ଼ୀ’ ବୋଲି ସମ୍ବୋଧନ କରିଥିଲେ। ଅତିବଡ଼ୀ ଜଗନ୍ନାଥ ଦାସ, ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ତାଙ୍କୁ ‘ଅତିବଡ଼ୀ’ ଡାକୁଥିଲେ। ବଳରାମ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁଅନନ୍ତ ଆଦି ଉତ୍କଳୀୟ ବୈଷ୍ଣବମାନଙ୍କ ସହିତ ଜଗନ୍ନାଥ ଦାସଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା। ମଧ୍ୟଯୁଗୀୟ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଯେଉଁ ସଂସ୍କାରବାଦୀ ଓ ସୃଜନଶୀଳ କବିମାନଙ୍କର ଅବଦାନ ରହିଥିଲା ସେମାନଙ୍କ ମଧ୍ୟରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଓଡ଼ିଆ ସାହିତ୍ୟ ଇତିହାସରେ ପଞ୍ଚସଖା ଯୁଗର ଏହି ଅନ୍ୟତମ ସାଧକ ବହୁ ଯଶ ଓ ସମ୍ମାନର ଅଧିକାରୀ। ମହାପ୍ରଭୁଙ୍କ ପରମ ସେବକ ଜଗନ୍ନାଥ ଦାସ ଜଣେ ପ୍ରବୀଣ କବି ଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବାରେ ତଥା ଓଡ଼ିଆ ଜାତିକୁ ସଂସ୍କୃତି ସମ୍ପନ୍ନ କରିବାରେ ସେ ତାଙ୍କ ଜୀବନକୁ ଉତ୍ସଗ କରିଥିଲେ’’। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି -ତୁଳାଭିଣା, ଅର୍ଥ କୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଗଜ ସ୍ତୁତି, ଦୂତୀବୋଧ, କ୍ଷେତ୍ରବର ଚଉତିଶା, ଗୁପ୍ତ ଭାଗବତ, ରାଧା ମଞ୍ଜରୀ, ଷୋଳ ଚଉପଦୀ, ପାଷାଣ୍ଡ ଦଳନ, ମନଶିକ୍ଷା, ରାସକ୍ରୀଡ଼ା, ଜଗନ୍ନାଥକାରିକା, ଧ୍ରୁବଚରିତ, ଗୁଣ୍ଡିଚାବିଜେ, ସତ୍‌ସଙ୍ଗ ଓ ଶ୍ରୀନାମଚନ୍ଦ୍ରିକା ଇତ୍ୟାଦି। ସେ ମହାଭାରତ ଓ ରାମାୟଣ ମଧ୍ୟ ରଚନା କରିଥିଲେ। ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ହୃଦୟରେ ଭକ୍ତିଭାବର ସଞ୍ଚାର ପାଇଁ ସେ ଅନେକ ପୁସ୍ତକ ଲେଖିଯାଇଛନ୍ତି। ସେ ଜଣେ ଉଚ୍ଚକୋଟୀର ସଂସ୍କୃତ ପଣ୍ଡିତ ଥିଲେ। ତାଙ୍କ ଓଡ଼ିଆ ଭାଗବତ ମୂଳ ସଂସ୍କୃତ ଭାବଗତର ଅନୁବାଦ ହେଲେ ମଧ୍ୟ ନୂତନ କାବ୍ୟ ନିର୍ମାଣ ଏହାର ଅନ୍ୟତମ ପରିଚୟ। ଓଡ଼ିଆ ଭାଷାକୁ ସ୍ୱଚ୍ଛ ଓ ପରିଚ୍ଛନ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ତାହାର ଶେଷ ପରିଣତି ଥିଲା ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ। ସ୍ୱଳ୍ପ ଶବ୍ଦରେ ବିରାଟ ଚିତ୍ରପଟ୍ଟ ନିର୍ମାଣ କରିବାରେ ପ୍ରବୀଣ ଥିଲେ ଜଗନ୍ନାଥ ଦାସ। ଓଡ଼ିଆ ସାହିତ୍ୟର ପ୍ରଥମ ଭାଷା ସଂସ୍କାରକ ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତି ସବୁ ଓଡ଼ିଆଙ୍କ ମନରେ ଅମର। ତାଙ୍କ ନାମରେ ନାମିତ ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ’’ ଅତିବଡ଼ି ସମ୍ମାନ।

୧୫୪୭ ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନଯୋଗ ତିଥିରେ ସାତଲହଡ଼ି ମଠରେ ସ୍ଥୂଳଶରୀର ତ୍ୟାଗକରି ସେ ବୈକୁଣ୍ଠ ଯାତ୍ରୀ ହେଲେ। ସମୁଦ୍ର କୂଳରେ ଥିବା ସାତଲହରୀ ମଠରେ ଅତିବଡ଼ିଙ୍କ ସମାଧି ପୀଠ ରହିଛି। ରାଧାଷ୍ଟମୀରେ ତାଙ୍କର ଜନ୍ମ ହୋଇଥିବାରୁ ଏହିଦିନରେ ଜନ୍ମସ୍ଥାନ କପିଳେଶ୍ୱରପୁର ଶାସନରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଆଲୋଚନା ହୁଏ। ଏପରି କି ସମାଧିପୀଠରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର ହୁଏ। ମହାପୁରୁଷ ଜଗନ୍ନାଥ ଦାସଙ୍କ ସାଧନା ତ୍ୟାଗ, ସଂସ୍କାର, ନିଷ୍ଠା ଯୁଗେ ଯୁଗେ ଓଡ଼ିଆ ଜାତିପାଇଁ ସର୍ବଦା ସ୍ମରଣୀୟରହିବ’’।
ऊँ नमो भगवते वासुदेवाय -
ପିବତ ଭାଗବତ ରସମାଳୟମ୍(ଭା-୧/୧/୩)
ଯେ ପର୍ଯ୍ୟନ୍ତ ଈଶ୍ବର ଙ୍କ ସହିତ ମିଳିତ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ରସ ପାନକର। ସମସ୍ତେ ବେଦାନ୍ତ ର ଅଧିକାରୀ ନୁହଁନ୍ତି। ଏହା ସମସ୍ତଙ୍କ ପାଇଁ ସରଳ ନୁହେଁ। ବେଦାନ୍ତ ତ୍ୟାଗ ର କଥା କହିଛି। ସବୁ କିଛି ତ୍ୟାଗ କରି ଭଗବାନ ଙ୍କ ପଛରେ ଯାଅ। ଯିଏ ସଂସାର ତ୍ୟାଗ କରି ପାରିବ ନାହିଁ, ସେ ସର୍ବସ୍ବ ଈଶ୍ବର ଙ୍କୁ ସମର୍ପଣ କରୁ।ଅନାସକ୍ତ ରହି ଭୋଗ କର। ବ୍ୟାସ ଦେବ ବ୍ରହ୍ମସୂତ୍ର ରଚନା କଲେ।ଯୋଗସୂତ୍ର ଉପରେ ଭାଷ୍ୟ ରଚନା କଲେ। ତାଙ୍କୁ ଜଣାଗଲା କଳିଯୁଗର ମଣିଷ ଭୋଗ ପରାୟଣ ହୋଇଯିବ ଓ ଏହି ଯୋଗରେ ପ୍ରବୃତ୍ତ ହେବ ନାହିଁ। କଳିଯୁଗର ମଣିଷ ପାଇଁ କରୁଣା କରି ଭାଗବତ ରଚନା କଲେ। ପରୀକ୍ଷିତ ଙ୍କୁ ନିମିତ୍ତ କରି ସଂସାର ରେ ଫସି ଯାଇଥିବା ଜୀବ ପାଇଁ ବ୍ୟାସ ଭାଗବତ ରଚନା କଲେ। ଭାଗବତ ସଂସାରୀ ଲୋକ ମାନଙ୍କ ଉପରେ କରୁଣାକରି ଭାଗବତ ରଚନା କଲେ।
ପ୍ରଭୁ ପ୍ରେମ ବିନା ଶୁଷ୍କ ଜ୍ଞାନ ଶୋଭା ପାଏ ନାହିଁ। ପ୍ରଭୁ ଙ୍କ କୃପା ଲାଭ ମିଳିଲେ ସନ୍ଥ ମିଳନ୍ତି। ପ୍ରଥମ ସ୍କନ୍ଧ ଭାଗବତ ରେ ଲୀଳା ର ବର୍ଣ୍ଣନା ‌କରାଯାଇଛି। ଯିଏ ଅଧିକାରୀ ତାଙ୍କୁ ସନ୍ଥ ମିଳିବ।ମନ ଶୁଦ୍ଧ ହେଲେ ପ୍ରଭୁ କୃପା ମିଳିବ। ପ୍ରଭୁ କୃପା କଲେ ‌ସନ୍ଥ ମିଳିବେ। ସନ୍ଥ ଙ୍କୁ ଖୋଜିବା ପାଇଁ ପଡେନାହିଁ। ସେ ଆପେ ଆପେ ଆସନ୍ତି।ମନ ଅଶୁଦ୍ଧ ଥିବା ପର୍ଯ୍ୟନ୍ତ ପ୍ରଭୁ କୃପା କରନ୍ତି ନାହିଁ। ନିଜେ ସନ୍ଥ ହେଲେ ସନ୍ଥ ମିଳିବେ। ସଂସାରିକ ପଦାର୍ଥ କୁ ଦେଖିବାରେ ଆନନ୍ଦ ମିଳେ କନ୍ତୁ ଉପଭୋଗ କରିବାରେ ଆନନ୍ଦ ନଥାଏ। ସଂସାର ଈଶ୍ବର ଙ୍କ ସ୍ଵରୂପ। ଏଣୁ ଜଗତ କୁ ଈଶ୍ବରମୟ ଦେଖ।ଯାହାଙ୍କ ଦର୍ଶନ ରେ ଭଗବାନ ସ୍ମରଣ ହୁଏ ସେ ସନ୍ଥ।
ସନ୍ଥ ଶୁକଦେବ ଙ୍କ ଦର୍ଶନ ରେ ଅପ୍ସାରାମାନଙ୍କ ବୈରାଗ୍ୟ ଆସିଥିଲା। ଶୁକଦେବ କୃଷ୍ଣ ଙ୍କ ପଛରେ ଧାଇଁ ପାଗଳ ହୋଇ ଧାଉଁ ଥିଲେ। ନିଜ ଦୃଷ୍ଟି କୁ ଗୁଣମୟୀ କର। ଦୃଷ୍ଟି ଜ୍ଞାନମୟୀ କୃତ୍ୱା ପଶ୍ୟତ୍ ବ୍ରହ୍ମମୟ° ଜଗତ୍। କାହାର ଦୋଷ ଦେଖ
ନାହିଁ।ଏ ବିଧାତା ଗଢା ସଂସାର ଗୁଣ ଦୋଷମୟ। ଭଗବାନ ନିର୍ଦ୍ଦୋଷ।ଆଉ ସମସ୍ତଙ୍କ ର କିଛି ଦୋଷ ଅଛି।ଗୁଣ କୁ ଗ୍ରହଣ କରି ଦୋଷ କୁ ତ୍ୟାଗ କର। କିଛି ଦୋଷ ନ ରହିଲେ ଅଭିମାନ ବଢିଯିବ। କାହାର ପାପ ଦେଖ ନାହିଁ। ଭାଷାରେ କାହାର ପାପ କୁ ପ୍ରକାଶ କର ନାହିଁ।ଘର ଛାଡ଼ି ବଣ ଗଲେ ସନ୍ଥ ହୋଇଯିବ ତାହା ନୁହେଁ।ଗୋପୀ ମାନେ ଘରେ ରହି ଭଗବାନ ଙ୍କୁ ପାଉଥିଲେ। ଗେରୁଆ ବସ୍ତ୍ର ପିନ୍ଧିଲେ ସନ୍ଥ ହୋଇ ଯିବ ସେ କଥା ନୁହେଁ। ବସ୍ତ୍ର ରଙ୍ଗ ନ ବଦଳାଇ, ମନର ରଙ୍ଗ ବଦଳାଅ, ହୃଦୟର ରଙ୍ଗ ବଦଳାଅ। ଭକ୍ତି ରସରେ ହୃଦୟ କୁ ରସାଣିତ କରିଦିଅ।ମନର ଦାସ ନହୋଇ ମନକୁ ତୁମର ଦାସ କରି ଦିଅ। ଜୀବ ର ଲକ୍ଷ୍ୟ ଈଶ୍ବର ମିଳନ। ଯିଏ ଜୀବନର ଲକ୍ଷ୍ୟ କୁ ବୁଝିଛି ସେ ସନ୍ଥ। ମନକୁ ସୁଧାରିଲେ ସେ ସନ୍ଥ ହୋଇଯିବ। ମନକୁ ମୃତ୍ୟୁ ର ଭୟ ଦେଖାଇଲେ ମନ ସୁଧୁରି ଯିବ। ମୃତ୍ୟୁ କୁ ନିତ୍ୟ ସ୍ମରଣ କର। ମୃତ୍ୟୁ କୁ ଭୂଲି ଗଲେ ମନ ବିଗିଡି ଯାଏ।
ପରୀକ୍ଷିତ ଯେତେବେଳେ ଶୁଣିଲେ ତାଙ୍କର ସାତଦିନ ଭିତରେ ମୃତ୍ୟୁ ହେବ ସେତେବେଳେ ସେ ତାଙ୍କର ବିଳାସୀ ଜୀବନ ର ଅବସାନ ଘଟାଇଲେ। ପରୀକ୍ଷିତ ଙ୍କୁ ମୃତ୍ୟୁ ର ଭୟ ହେଲା। ତାଙ୍କ ଜୀବନ ସୁଧୁରି ଗଲା। ସବୁ ଦୁଃଖ ଠାରୁ ମୃତ୍ୟୁ ର ଦୁଃଖ ଭୟଙ୍କର। ଜନ୍ମ ଦୁଃଖ, ବୃଦ୍ଧାବସ୍ଥା ଦୁଃଖ, ସ୍ତ୍ରୀ ପୁତ୍ରାଦି ଦୁଃଖ- ଏହିସବୁ ଦୁଃଖ ଠାରୁ ମୃତ୍ୟୁ ଦୁଃଖ ଅଧିକ ପୀଡ଼ା ଦାୟକ।ଶରୀର ତ୍ୟାଗ ସମୟରେ ହଜାର ହଜାର ବିଚ୍ଛା ଦ°ଶନର ପୀଡ଼ା ହୁଏ।
ଜନ୍ମ ଦୁଃଖ°,ଜରା ଦୁଃଖ°,ଜାୟା ଦୁଃଖ°, ପୁନଃ ପୁନଃ
ଅନ୍ତକାଳ° ମହାଦୁଃଖ° ତସ୍ମାତ୍ ଜାଗୃହି ଜାଗୃହି।
ଏହି ପୀଡା ରୁ ରକ୍ଷା ପାଇବା ପାଇଁ ଜାଗ୍ରତ ହୁଅ। ଜୟ ଶ୍ରୀ କୃଷ୍ଣ

ଓଁ ନମଃ ଭଗବତେ ବାସୁଦେବାୟ l. ସେଦିନ ପବିତ୍ର ଗଙ୍ଗା ନଦୀକୂଳ ରେ ଦ୍ୱାଦଶୀ ତିଥି ରେ ତରୁଣ ସନ୍ୟାସୀ ପରମ ଭାଗବତୀ ଶୁକଦେବ ଗୋସ୍ୱାମୀ ଏକାଦଶୀ ବ୍ରତ ଉଦଯାପନ କରି ନିଜେ ପବିତ୍ର ଗଙ୍ଗାଜଳ ସେବନ କରି ଦେଖିଲେ ମହାରାଜା ପରୀକ୍ଷିତ ଝାଉଁଳି ପଡି ଅଛନ୍ତି l. ବ୍ରହ୍ମଶାପ ଗ୍ରସ୍ତ ପରୀକ୍ଷିତ ମହାରାଜା ଙ୍କୁ ଆପଦମସ୍ତକ ଅଵଲୋକନ କରି ଶୁକଦେବ ଗୋସ୍ୱାମୀ ତୁଳସୀ ଜଳ ମହାରାଜାଙ୍କୁ ସିଞ୍ଚନ କରି କହିଲେ ରାଜନ ଆଜି ଏତେ ବିମର୍ଶ କାହିଁକି? ହରୀକଥା ଶ୍ରବଣ କରିକରି ଥକି ଗଲ କି l. ବର୍ତମାନ କଥା ପ୍ରସଙ୍ଗ ବିଶ୍ରାମ ବେଳା ll ମୋର ଇଷ୍ଟବୃତ୍ତି ଦେବ ନୀତି ପରେ ପରେ ପୁନଃ ହରି କଥା ରେ ଆମେ ନିମଗ୍ନ ହେବା ll. କଥା ଶ୍ରବଣ କରୁଥିବା ମୁନିଋଷି ମାନେ ସେମାନଙ୍କର ଦିନଚର୍ଯ୍ୟା ସାରି ପାରାୟଣ ସ୍ଥାନରେ ସମାବେଶ ହେବାରେ ଲାଗି ଗଲେଣି ll ଖୁବ କମ ସମୟ ବ୍ୟବଧାନ ରେ ଆମେ ପୁନଃ କଥା ପ୍ରାରମ୍ଭ କରିବା ll.ମୁଁ ଦେଖୁଛିଆପଣ ଦୀର୍ଘ ତିନିଦିନ ଧରି ଅଖିଆ ଅପିଆ ହରି କଥା ଶ୍ରବଣ ରେ ତାଲ୍ଲୀନ ମଗ୍ନ ll. ଆମେତ ଅବଧୂତ ସନ୍ୟାସୀ ଆମର ଖାଦ୍ୟ ପାନୀୟ ରେ ସେମିତି କିଛି ଧାରବନ୍ଧା ନିୟମ ନାହିଁ ଯେତେବେଳେ ଯାହା ମିଳିଲା ଭଗବାନ ଙ୍କୁ ଅର୍ପଣ କରି ଆମେ ଭୋଜନ କରୁ, ମିଳିଲେ ପ୍ରସାଦ ସେବନ, ନ ମିଳିଲେ ପବନ ଜଳ ଆହାର କରି ଆମ୍ଭେ ଚଳି ଯାଉ ll. କିନ୍ତୁ ଆପଣ ରାଜା, ସୁକୁମାର ଆପଣଙ୍କ ତନୁ l. ବିଳାସ ବ୍ୟସନ ଐଶ୍ଵର୍ଯ୍ୟ ବିଭୁତି ରାଜକୀୟ ଭୋଜନ ଆପଣଙ୍କର ଶୁବ୍ୟବସ୍ଥିତ ll. ତିନିଧରି ଆପଣ ଖାଦ୍ୟ ଦୂରେ ଥାଉ ଜଳ ଟିକିଏ ମଧ୍ୟ ପାନ କରି ନାହାନ୍ତି, ହରି କଥା ଶୁଣିବାରେ ଆପଣଙ୍କର ଏପରି ଶ୍ରଦ୍ଧା ନିଷ୍ଠା ମୋତେ ଅଭିଭୂତ ଆନନ୍ଦିତ କରୁ ଅଛି ll. ତେବେ ଆପଣ ବର୍ତମାନ କିଛି ପ୍ରାସାଦ ସେବନ କରି ନିଅନ୍ତୁ, ନତୁବା ନିକଟରେ ପ୍ରବାହିତ ପବିତ୍ର ଗଙ୍ଗାଜଳ ଟିକିଏ ପାନ କରି ସାଷ୍ଟାଙ୍ଗ ହୁଅନ୍ତୁ, ତତପରେ ଆମେ କଥା ଆରମ୍ଭ କରିବା ll. ଏଥର ନୀରବତା ଭଙ୍ଗ କରି ମହାରାଜା ପରୀକ୍ଷିତ ଶୁକମୁନିଙ୍କ ଚରଣ ରେ ପ୍ରଣାମ ନିବେଦନ କରି କହିଲେ ଗୁରୁବର ଆପଣ କଣ ମୋତେ ପରୀକ୍ଷା କରୁ ଅଛନ୍ତି? ଯେଉଁ ଜଳ ଟିକକ ପାଇଁ ଆଜି ମୋର ଏ ଅବସ୍ଥା, ବ୍ରହ୍ମଶାପ ଗ୍ରସ୍ତ ହୋଇ ଆପଣଙ୍କ ଶୁଦୟା କ୍ରମେ ମୁଁ ଦିବ୍ୟଆନନ୍ଦ ରେ ବିଭୋର ହୋଇ ଯାଉଛି, ମୁଁ ତ ଆପଣଙ୍କ ଠାରୁ ଅମୃତ ପାନ କରୁ ଅଛି ଗୋସ୍ୱାମୀ ଯାହା ପାନ କରିବା ଦ୍ୱାରା ମୁଁ ଭୋକ ତୃଷା ଭୁଲି ଯାଇ ଅଛି ll. ଦିବ୍ୟ କଥାମୃତ ଆପଣଙ୍କ ଶ୍ରୀ ମୁଖ ରୁ ଶ୍ରବଣ କରି ମୁଁ ଶରୀର ଜ୍ଞାନ ପାଶୋରି ସେହି ପୁତ୍ତପବିତ୍ର ଶ୍ରୀ ହରିଙ୍କ ଦିବ୍ୟ ରସାଳଅମୃତ ପାନ କରି ଏପରି ଆଶ୍ୱସ୍ଥ ଲାଭ କରୁ ଅଛି ଯେ ଯାହା ଭାଷାରେ ପ୍ରକାଶ କରିପାରୁନାହିଁ ll. ମୋର ମନ ଅନ୍ତର ପୁଲ୍ଳକିତ, ପ୍ରଫୁଲ୍ଲିତ l. ଅମୃତକୁ ନିନ୍ଦା କରୁଥିବା ଏହି ଦିବ୍ୟ ରସ ମୁଁ ଯେତେ ଯେତେ ପାନ କରୁ ଅଛି ସେତେ, ସେତେ ମୋର ପିପାସା ବଢୁଅଛି ll. ଆହୁରି ଆହୁରି ଶ୍ରବଣ କରିବାରେ ମୋର ମନ ଆଗ୍ରହ ବୃଦ୍ଧି ପାଉଛି ସ୍ଵାମୀନ ମୋର ଆଉ କୌଣସି ଥିରେ ଆଗ୍ରହ ନାହିଁ କେବଳ ପ୍ରଭୁଙ୍କର ଲୀଳା, ତାଙ୍କ ବିଭୁତି, ଭକ୍ତ ଭଗବାନ ଙ୍କର ଅମୀୟ କଥା ଶୁଣିବାରେ ପୁନଃ ପୁନଃ ମୋର ଆଗ୍ରହ ଶ୍ରଦ୍ଧା ବୃଦ୍ଧି ପାଇବାରେ ଲାଗୁ ଅଛି ll ମନ ଚାହୁଁଚି ଏହିପରି ଦିବ୍ୟ କଥା ମୁଁ ଏମିତି ଆପଣଙ୍କ ଠାରୁ ସବୁମୁହୂର୍ତ୍ତ ଦିନ ମାସ, ବର୍ଷ ବ୍ୟାପୀ କେବଳ ଶୁଣୁ ଥାନ୍ତି କି, ଆହା କି ସୁନ୍ଦର ଆପଣଙ୍କ କୁଶଳୀ ବର୍ଣ୍ଣନା ଯାହା ଶ୍ରବଣ କରି ମୁଁ ରୋମାଂଚିତ କମ୍ପିତ ଏବଂ ପବିତ୍ର l. ମହାରାଜା ପରୀକ୍ଷିତ ଙ୍କ ଠାରୁ ଏପରି କଥା ଶ୍ରବଣ କରି ଶୁକଦେବ ଗୋସ୍ୱାମୀ ଦିବ୍ୟ ଆନନ୍ଦ ରେ ଗଦଗଦ ହୋଇ ଯାଇ କହିଲେ ଧନ୍ୟ ରାଜା ଧନ୍ୟ ତୁମେ ହରିଙ୍କ କଥା ଶ୍ରବଣ ରେ ତୁମର ଏପରି ଆଗ୍ରହ ଶ୍ରଦ୍ଧା ବାସ୍ତବ ରେ ମୋତେ ଅଵିଭୂତ କରି ଅଛି ll. ତୁମେ ତ ଜନ୍ମରୁ ବାରମ୍ବାର ପରୀକ୍ଷିତ ଏବଂ ଭଗବାନ ଙ୍କ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମାତାଙ୍କ ଗର୍ଭରେ ତୁମେ ଭଗବାନ ଙ୍କ ର ଦର୍ଶନ ପାଇ ଅଛ, ତାଙ୍କ ଶକ୍ତି ସୁଦର୍ଶନ ତୁମକୁ ରକ୍ଷା କରି ଅଛି l ଭୂମିଷ୍ଠ ହେବା ପରେ ତୁମେ ସମସ୍ତ ଙ୍କୁ ନିର୍ମିଶେଷ ନୟନ ରେ ଅନାଇ ସମସ୍ତ ଦିବ୍ୟତା ପରୀକ୍ଷା କରିବାରେ ଲାଗି ରହି ତୁମକୁ ରକ୍ଷା କରିଥିବା ଦେବଦୁର୍ଲ୍ଲଭ ଶକ୍ତି ଙ୍କୁ ଅନ୍ୱେଷଣ କର ବୋଲି ତୁମ ନାଁ ପରୀକ୍ଷିତ, ମୁଁ ତୁମକୁ କି ପରୀକ୍ଷା କରିବି? ତୁମେତ ନିଜେ ବାରମ୍ବାର ପରୀକ୍ଷିତ ଏବଂ ପରୀକ୍ଷା ରେ ଉତୀର୍ଣ୍ଣ ରାଜନ l. ହରି କଥା ରେ ଯାର ଶ୍ରଦ୍ଧା l. ତାଙ୍କୁ ନ ଲାଗେ ଭବ ବାଧା ll ବାସ୍ତବ ରେ ତୁମ ପରି ଶ୍ରଦ୍ଧାଳୁ ଙ୍କ ନିମନ୍ତେ ଭାଗବତ କଥାମୃତ ସୁଲଭ ଏବଂ ତୁମ ସକାଶେ ଏହି ଅମର କଥା ଯାହା ଅତୀବ ଗୋପନୀୟ ଥିଲା ତାହା ଆଜି ତୁମ ମାଧ୍ୟମ ରେ ଜଗତକଲ୍ୟାଣ ନିମନ୍ତେ ଜଗତ କୁ ପ୍ରସାରିତ, ପ୍ରଚାରିତ ହେଲା ll.ଶ୍ରୀ ଜଗନ୍ନାଥ ତୁମର କଲ୍ୟାଣ କରନ୍ତୁ ତୁମେ ବିଭୁ କଲ୍ୟାଣ କୃପା ପ୍ରାପ୍ତ ହୁଅ ଏହା ହିଁ ତୁମକୁ ମୋର ଆଶୀର୍ବାଦ ll ଦେବଦୁର୍ଲ୍ଲଭ ଏହି ପରମ କଥା ଯିଏ ଶୁଣନ୍ତି, ଶୁଣାନ୍ତି, ଏବଂ ପୂଛନ୍ତି ସେମାନେ ସମସ୍ତେ ତରି ଯାଆନ୍ତି ll. ଶ୍ରୋତା ବକତା ଯେ ପଚାରି l. ଏ ତିନି ଜଣ ଯାନ୍ତି ତରି ll. ଅମୃତ ନିନ୍ଦେ ସ୍ୱାଦ ପଣେ l. ସୁଜନ ପିଅ ଅନୁକ୍ଷଣେ ll. ସୁଜନେ ଅନୁକ୍ଷଣେ ପିଅ l. ଯେବେ ବଂଚିବ ମାୟା ମୋହ ll. ଏ ରସ ସର୍ବ ବେଦ ମୂଳ l ନିଗମ ନୃକ୍ଷ ର ଫଳ ll ଶଙ୍କର ଭଗବାନ ଏହି ଜ୍ଞାନ ଏକାମ୍ର କାନନ ରେ ମାତା ଭବାନୀ ଙ୍କୁ କହୁଥିବା ବେଳେ ବୃକ୍ଷ କୋରଡ଼ ରେ ରହି ଶୁକ ଶାବକ ଏହି ଅମୃତ ବାଣୀ ଶ୍ରବଣ କରି ଥିଲେ ଏବଂ ଭଗବାନ ଶଙ୍କର ଙ୍କ କଥାରେ ହୁଁ ହୁଁ ମାରୁ ଥିଲେ l. ମା ଜଗତ ଜନନୀ ଭବମୋହିନୀ ଭବାନୀ ସ୍ଵାମୀ ଙ୍କ କୋଳ ରେ ମୁଣ୍ଡ ରଖି କଥା ଶୁଣୁଥିବା ବେଳେ ଶୋଇ ପଡ଼ିଥିଲେ, ସଦାଶିବ ପଚାରିଲେ ପ୍ରିୟେ ଶୁଣୁଛ ତ? ନାଁ ସ୍ଵାମୀ ମୁଁ ତ ଭକ୍ତ ପ୍ରହଲ୍ଲାଦ ଙ୍କ ଚରିତ ଶୁଣି ଶୋଇ ପଡିଲି, ପରମାର୍ଥ ତତ୍ତ୍ୱଜ୍ଞାନ କିଛି ଶୁଣି ପାରିନି ଏଥର ଆପଣ ସେହି ଠାରୁ ପୁନଃ କଥା କୁହନ୍ତୁ ସ୍ଵାମୀ, ଭକ୍ତ ପ୍ରହଲ୍ଲାଦ ଙ୍କ କଥା ଏବଂ ଭଗବାନ ନୃସିଂହ ଙ୍କ କଥା ଶୁଣି ମୁଁ ଦୟାମୟ ଶ୍ରୀ ହରିଙ୍କ ଭକ୍ତ ବତ୍ସଳତା ଶୁଣି ପ୍ରଭୁଙ୍କୁ ସୁମରଣା କରୁ କରୁ ଶାନ୍ତିରେ ଶୋଇ ଗଲି, ଅନୁଗ୍ରହ କରି ପରବର୍ତୀ ପ୍ରସଙ୍ଗ ମୋତେ କହିବା ହୁଅନ୍ତୁ l. ଆରେ ତୁମେ ଶୋଇପଡ଼ିଲ କିନ୍ତୁ ମୋ ପ୍ରଶ୍ନ ରେ କିଏ ତାହେଲେ ହୁଁ ହୁଁ କହୁଥିଲେ? କିଏ ଏହି ଗୋପନ ଅମର ରହସ୍ୟ କଥା ଶୁଣିଲା? ଆଶ୍ଚର୍ଯ୍ୟ ଚକିତ ହୋଇ ମା ଉଠିପଡ଼ିଲେ ଏବଂ ଶିବ ଶଙ୍କର ତାଙ୍କ ତୃତୀୟ ନେତ୍ର ଖୋଲି ଦେଖିଲେ ବୃକ୍ଷ କୋଟର ରେ ରହି ଶୁକ ଶାବକ ଏହି ଗୁପ୍ତଜ୍ଞାନ ଶୁଣି ଯାଇ ଅଛି ll. ମହାଦେବ କାଳବିଳମ୍ବ ନ କରି ତାଙ୍କ ଆୟୁଧ ତ୍ରିଶୂଳ କୁ ପ୍ରେରଣ କଲେ ଶୁକ ଶାବକ କୁ ମାରିବା ପାଇଁ କାରଣ ଏହି ଜ୍ଞାନ ଜଗତରେ ପ୍ରସାରଣ ହୋଇ ପାଷାଣ୍ଡ ପାପୀ ସମସ୍ତ ଙ୍କର ପାଇଁ ପ୍ରସସ୍ଥ ହୋଇ ଯାଇ ସମସ୍ତଙ୍କୁ ପାପ ବିମୁକ୍ତ କରି ଦେବ, ଅନର୍ଥ ହୋଇଯିବ ଏହି ଆଶଙ୍କରେ ତ୍ରିଶୂଳ କ୍ଷେପଣ କରି ଦେଲେ ସତ ବ୍ରହ୍ମଜ୍ଞାନ ପ୍ରାପ୍ତ ଶୁକ ପକ୍ଷୀ କ୍ଷିପ୍ର ବେଗରେ ଉଡି ଯାଇ ବ୍ୟାସ ଦେବ ଙ୍କ ସ୍ତ୍ରୀ ଶ୍ରୀୟା ଦେବୀ ଶୁଦ୍ଧସ୍ନାନ ସାରି ଆଶ୍ରମ କୁ ଆସୁଥିବା ବେଳେ ବ୍ରହ୍ମଜ୍ଞାନୀ ଶୁକପକ୍ଷୀ ଭୟାତୁର ହୋଇ ଶିବଙ୍କ କୋପ ରୁ ରକ୍ଷା ପାଇବା ପାଇଁ ଶ୍ରୀୟା ଦେବୀ ଙ୍କ ଶରୀର ରେ ପ୍ରବେଶ କରି ଗଲେ, ନାରୀ ହତ୍ୟା କରିବ କିପରି ଧର୍ମରକ୍ଷା ର ସ୍ମାରକୀ ତ୍ରିଶୂଳ ଲେଉଟି ଆସି ବା ଜାଣି ସଦାଶିବ ଙ୍କର ମହିମା ତାଙ୍କ ଆଜ୍ଞା ରେ ଶୁକ ମାତୃଗର୍ଭ ରେ ଦୀର୍ଘ ବାର ବର୍ଷ କାଳ ରହି ଗଲେ, ଭୂମିଷ୍ଠ ହୋଇ ପାରିଲେ ନାହିଁ, l. ବ୍ୟାସ ଦେବ ଯୋଗ ଶକ୍ତି ଦ୍ୱରା ଜାଣି ପାରିଲେ ସଦାଶିବ ଙ୍କ କୁଟ ll. ତାଙ୍କ କାଛଟl. ବିନା ପୁତ୍ର ଜନ୍ମ ଅସମ୍ଭବ ଜାଣି ବ୍ୟାସ ଦେବ ମା ଭବାନୀ ଙ୍କୁ ପ୍ରାର୍ଥନା କଲେ ଧର୍ମପତ୍ନୀ ଙ୍କର ଗର୍ଭଯନ୍ତ୍ରଣା ଲାଘବ ପାଇଁ ଶିବକାଚ୍ଛଟା ବିନା ପୁତ୍ର ଜନ୍ମ ଅସମ୍ଭବ ll. ମା ଶିବାନୀ ନିଜେ ଜଣେ ନାରୀ ହୋଇ ଥିବାରୁ ନାରୀ ଙ୍କର ବେଦନା ସେ ଜାଣି ଦୟାମୟୀ ସ୍ନେହମୟୀ କଲ୍ୟାଣ ମୟୀ ମା ବ୍ୟାସ ଦେବ ଙ୍କୁ କୃପା କରି ସଦାଶିବ ଙ୍କ ଅଜାଣତl. ରେ ସେହି ଦୃଲ୍ଳଭ ଶିବ କାଚ୍ଛଟା ବ୍ୟାସ ଦେବ ଙ୍କୁ ପ୍ରଦାନ କଲେ l. ଭାଗବତୀ ଙ୍କ ସୁଦୟା କ୍ରମେ ସେହି ମାତୃପ୍ରଦତ୍ତ ଶିବକଛା ପରିଧାନ କରି ଶୁକ ଦେବ ଜନ୍ମ ଲାଭ କରିବା ସଙ୍ଗେ ସଙ୍ଗେ ବନଗମନ କଲେ l. ବନ ପଥରେ ଯାହା ଘଟିଲା ଦେବକନ୍ୟା ମାନେ ଯାହା ବ୍ୟାସ ଙ୍କୁ କହିଲେ ତାହାତ ଆମେ ଜାଣି ଅଛେ କିନ୍ତୁ କଥା ସେଇଠି ଅଟକି ନାହିଁ, ତାହାର ପରବର୍ତୀ ପ୍ରସଙ୍ଗ ଆମେ ପରେ ଆଲୋଚନା କରିବା. ଏହିଠି କିନ୍ତୁ ମୁଖ୍ୟ କଥା ଟି ପ୍ରଣିଧ୍ୟାନ ଯୋଗ୍ୟ ll. ଇନ୍ଦ୍ର ତକ୍ଷକiୟ ସ୍ୱାହା ରେ ଭାଗବତ ବାସ୍ତବ ରେ ସମ୍ପୂର୍ଣ୍ଣ ହୋଇ ନାହାନ୍ତି ଏହା ଅସମ୍ପୂର୍ଣ l. ଭାଗବତ ଜନ୍ମ ଶୂନ୍ୟ ମନ୍ଦିରୁ, ପଞ୍ଚ ମହାଶକ୍ତି ଜାତ ତହିଁରୁ, ଈଶ୍ୱର ମୁଖୁ ଶୁକ ଶୁଣୁଥିଲେ, ଅଧା ଶୁଣି ଛନ୍ତି ସେ ଉଡିଗଲେ l. ସେଥିପାଇଁ ଏହା ଅଧ୍ୟା ହୋଇଲା, ରାଧାଙ୍କ ନାମ ପଛ କୁ ରହିଲା ll. ପରମ ଶାସ୍ତ୍ର ଭାଗବତ ତତ୍ତ୍ୱତ ଅପୂର୍ଣାଙ୍ଗ ଅଧୁରା l. ବ୍ୟାସ ଡାକୁଥୁଲେ ଏବଂ ଶ୍ରୀ ଗଣେଷ ଲେଖୁଥିବା ଏହି ମୂଳ ସଂସ୍କୃତ ଭାଗବତ ଷାଠିଏ ଲକ୍ଷ୍ୟ ଶ୍ଳୋକ ସମ୍ବଳିତ ଥିଲା ବେଳେ ଭାଗ ଭାଗ ହୋଇ ଅଧୁନା ଅଠର ହଜାର ଶ୍ଳୋକ ଆମ କଳିଯୁଗ ପ୍ରାଣୀ ମାନଙ୍କ ପାଇଁ ସୁଲଭ ହୋଇ ଅଛି l. ଭାଗ ଭାଗ ହୋଇ ଏହା ଦେବ ଲୋକ ବ୍ରହ୍ମ ଲୋକ ଶିବ ଲୋକ, ପିତୃଲୋକ ରେ ଯଥାକ୍ରମେ ବ୍ରହ୍ମରୁଷି ନାରଦ ଶୁକଦେବ ଗୋସ୍ୱାମୀ ସୂତ ଶୌନକ, ବୈଷମ୍ପାୟନ ଶୁଣାଉଥିବା ବେଳେ, ମର୍ତ୍ୟ ଲୋକ ରେ ଶୁକଦେବ ମହାରାଜା ପରୀକ୍ଷୀତ ଙ୍କୁ ଶୁଣାଇ ତାଙ୍କ ମାଧ୍ୟମ ରେ ଜଗତ ବାସୀ ଆମ ମାନଙ୍କ ନିମନ୍ତେ ଉପଲବ୍ଧ କରାଇ ଆମକୁ ଅନୁଗ୍ରହ କରି ଅଛନ୍ତି l. ଆଷାଢ଼ ଶୁକ୍ଳ ନବମୀ ରେ ପ୍ରାରମ୍ଭ ହୋଇ ଇନ୍ଦ୍ରଉତ୍ସବ ପୁର୍ଣିମା ରେ ଏହି ଭାଗବତ କଥା ପୂର୍ଣ୍ଣାଙ୍ଗ ହୋଇ ପରୀକ୍ଷିତ ମହାରାଜ ଙ୍କୁ ଶାପ ବିମୁକ୍ତ କରି ବ୍ରହ୍ମଲୀନ କ

*❀꧁❣️ରାଧାଷ୍ଟମୀ/ ଦୂର୍ବାଷ୍ଟମୀ❣️꧂❀*                    *ଦିବସ- ଭାଦ୍ରବ/ ଶୁକ୍ଳ/ ଅଷ୍ଟମୀ*✤●○●○●○●○✤‼️✤○●○●○●○●✤*ॐ ଶ୍ରୀରାଧିକାଂସମୁ...
01/09/2025

*❀꧁❣️ରାଧାଷ୍ଟମୀ/ ଦୂର୍ବାଷ୍ଟମୀ❣️꧂❀*
*ଦିବସ- ଭାଦ୍ରବ/ ଶୁକ୍ଳ/ ଅଷ୍ଟମୀ*
✤●○●○●○●○✤‼️✤○●○●○●○●✤
*ॐ ଶ୍ରୀରାଧିକାଂସମୁଦ୍ଦିଶ୍ୟ*
*ସର୍ବପାପ ପ୍ରଶାନ୍ତୟେ।*
*ଉପବାସଂ କରିଷ୍ୟାମି*
*ରାଧାଷ୍ଟମ୍ୟା ନଭସ୍ୟାହଂ।*
*ଆଜନ୍ମ ମରଣଂ ଯାବତ୍*
*ଜନ୍ମୟା ଦୁସ୍କୃତଂ କୃତ୍ୟଂ।*
*ତ୍ୱତ୍ପ୍ରାଣାସାୟ ରାଧିକେ*
*ପ୍ରସିଦ ପରମେଶ୍ୱରୀ॥*
*ବନ୍ଦେ ରାଧାପଦାମ୍ଭୋଜଂ*
*ବ୍ରହ୍ମାଦିସୁରବନ୍ଦିତମ୍*
*ୟତ୍କୀର୍ତିକୀର୍ତନେନୈବ*
*ପୁନାତି ଭୁବନତ୍ରୟମ୍।*
*ନମୋ ଗୋକୁଲବାସିନ୍ୟୈ*
*ରାଧିକାୟୈ ନମୋ ନମଃ,*
*ଶତଶୃଙ୍ଗନିବାସିନ୍ୟୈ*
*ଚନ୍ଦ୍ରାବତ୍ୟୈ ନମୋ ନମଃ॥*

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ରାଧାଙ୍କ ଜନ୍ମ ହୋଇଥିଲା। ଏହି ଦିନଟିକୁ ରାଧାଷ୍ଟମୀ ନାମରେ ପାଳନ କରାଯାଏ । ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ସହ ପ୍ରେମଭାବ ସୁଦୃଢ କରିବା ପାଇଁ ରାଧାଙ୍କ ଜନ୍ମ ହୋଇଥିଲା। ଯେଉଁ ବ୍ୟକ୍ତି କୃଷ୍ଣ ପ୍ରେମରେ ଅନ୍ଧ ହୋଇ ଯାଆନ୍ତି ତାଙ୍କୁ ରାଧା ବୋଲି କୁହାଯାଏ ।

*ଇତିହାସ*

ରାଧା ଓ କୃଷ୍ଣଙ୍କୁ ଭକ୍ତମାନେ ଏକ ଓ ଅଭିନ୍ନ ଭାବରେ ଗ୍ରହଣ କରିବା ସହ ତାଙ୍କର ଯୁଗଳ ମୂର୍ତ୍ତିକୁ ଭକ୍ତିଭରେ ପୂଜା କରିଥାନ୍ତି । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ରାଧା ଓ କୃଷ୍ଣଙ୍କର ଶରୀର ସିନା ଦୁଇଟି, କିନ୍ତୁ ଆତ୍ମା ଏକ। ରାଧା ଓ କୃଷ୍ଣଙ୍କୁ ନେଇ ହିନ୍ଦୁ ସମାଜରେ ବିଭିନ୍ନ ପର୍ବ ପାଳିତ ହେଉଥିବା ବେଳେ ଭକ୍ତମାନେ ପ୍ରେମର ପ୍ରତୀକ ରାଧାକୃଷ୍ଣଙ୍କୁ ନିଜର ଆଦର୍ଶ ଭାବେ ମାନିଥାନ୍ତି । ସାମ୍ପ୍ରତିକ ସମାଜରେ ଉକ୍ତ ପ୍ରେମର ସ୍ୱରୂପକୁ କିଛି ବ୍ୟକ୍ତିବିଶେଷ କଦର୍ଥ କରିଥିଲେ ହେଁ ପ୍ରକୃତ ମଣିଷ ତାହାକୁ ଠିକ୍ ଭାବେ ବୁଝିଛି । ଓଡ଼ିଶାର ଲୋକ ସଂସ୍କୃତି, ପୂଜ୍ୟପୂଜା ପରମ୍ପରା, ପୁନେଇଁ ପାର୍ବଣ ଜଗନ୍ନାଥ ସଂସ୍କୃତିର ଅଂଶବିଶେଷ । ଭାରତ ସମେତ ବିଶ୍ୱବ୍ୟାପୀ ଏହି ପର୍ବ ନିଷ୍ଠାର ସହ ପାଳିତ ହେଉଥିବା ବେଳେ ଓଡ଼ିଶାର ପୁରପଲ୍ଲୀରେ ଆବାଳବୃଦ୍ଧବନିତା ଏହି ପର୍ବକୁ ବହୁ ଆଡମ୍ବରରେ ପାଳନ କରିବାର ଦେଖାଯାଏ । ଏଠାକାର ଅଧିକାଂଶ ଅଧିବାସୀ କୃଷକ, ଦିନ ମଜୁରିଆ ଏବଂ ଦରିଦ୍ର ହୋଇଥିଲେ ହେଁ ଜଗନ୍ନାଥ ସଂସ୍କୃତିକୁ ପ୍ରାଧାନ୍ୟ ଦେବା ସହ ସମସ୍ତ ପର୍ବପର୍ବାଣୀ ପାଳନରେ ଅବହେଳା ପ୍ରଦର୍ଶନ କରନ୍ତି ନାହିଁ । ଏହି ବ୍ରତକୁ କୁଳାଙ୍ଗନା ନାରୀ ଏହି ବ୍ରତ କରି ସୌଭାଗ୍ୟବତୀ, ପୁତ୍ରବତୀ ହେଉଥିବା ବେଳେ ଅନ୍ୟମାନେ ନିଜ ନିଜର ଅଭିଷ୍ଟ ସିଦ୍ଧି କରିଥାନ୍ତି । ଦ୍ୱାରିକାଧୀଶ କୃଷ୍ଣଙ୍କ ଅଷ୍ଟପାଟ ଙ୍କ ମଧ୍ୟରେ ରୁକ୍ମଣୀ ପାଟରାଣୀ ଥିଲେ । କୃଷ୍ଣଙ୍କୁ ରାଧାଷ୍ଟମୀ ବ୍ରତର ମାହାତ୍ମ୍ୟ ଓ ରାଧାଙ୍କ ଜନ୍ମ ସମ୍ବନ୍ଧରେ ପଚାରିଥିଲେ । କୃଷ୍ଣ ଉତ୍ତରରେ କହିଥିଲେ-ରାଧା ହେଉଛନ୍ତି ସୃଷ୍ଟିର ଅଧିକାରିଣୀ । ତାଙ୍କ ଠାରୁ ସକଳ ଉତ୍ପତ୍ତି ହୋଇଛି । ନିରାକାର ପୁରୁଷ ପୁରରେ ଜରା ମୃତ୍ୟୁ ଭୟ ନଥାଏ । ସେହି ପୁର ହୀରା, ନୀଳା, ବୈଦୁର୍ଯ୍ୟ କମରେ ବିଚିତ୍ର ରତ୍ନବେଦୀରେ ରାଧା ଦେବୀଙ୍କ ବାସସ୍ଥାନ । ରାଧା ହେଉଛନ୍ତି ସେହି ରାସ ମଣ୍ଡଳର ଅଧିକାରିଣୀ, ସେ ସଦାସର୍ବଦା କୃଷ୍ଣଙ୍କର ସହଗାମିନୀ ହୋଇ ରହିଥାନ୍ତି । ସେ ପୁଣି ଗୋପପୁରରେ ବୃଷଭାନୁ ଗର୍ଭରେ କିପରି ଜନ୍ମ ନେବେ ବୋଲି ସତ୍ୟଭାମା କୃଷ୍ଣଙ୍କୁ ପଚାରିଥିଲେ । ପୁରାଣର କିମ୍ବଦନ୍ତୀ କହେ-ତ୍ରେତୟା ଯୁଗରେ ସୀତା ରାମଙ୍କୁ ଅନ୍ନ ପରଶିବା ସମୟରେ ହନୁମାନ ତାହା ଦେଖି କ୍ଷଣକ ପାଇଁ ତାଙ୍କ ମନରେ ଏପରି ଭାବନା ଜାତ ହେଲା ଯେ, ଏହିପରି ମୋତେ ଅନ୍ନ ପରଶିବାକୁ କେହି ସାଧ୍ୱୀ ନାରୀ ମୋ ଘରେ ଥିଲେ ମୁଁ କେଡ଼େ ଖୁସି ହୁଅନ୍ତି । ଏହାକୁ ଅନ୍ତର୍ଯ୍ୟାମୀ ଶ୍ରୀରାମ ଜାଣିପାରି ଭକ୍ତର ଇଚ୍ଛା ପୂରଣର ଯୋଜନାରେ ଲାଗିପଡ଼ିଲେ । ଦ୍ୱାପର ଯୁଗରେ ତୁମେ ଚନ୍ଦ୍ରସେଣା କିନ୍ନର ରୂପରେ ଜନ୍ମ ହୋଇ ସୀତାଙ୍କୁ ରାଧାରୂପରେ ପାଇବ ବୋଲି ଶ୍ରୀରାମ ହନୁମାନଙ୍କୁ କହିଥିଲେ । ମାତ୍ର, ସଂସ୍କୃତ ମହାଭାରତର ରଚୟିତା ମହର୍ଷି ବ୍ୟାସଦେବଙ୍କ ସଂସ୍କରଣର ଓଡ଼ିଆ ଅନୁବାଦରେ ନାରାୟଣ ଦାସ ହରିବଂଶରେ ଭିନ୍ନ ଏକ ଉପାଖ୍ୟାନ ଲେଖିଛନ୍ତି । ପ୍ରଳୟ ଅନ୍ତରେ ଜୀବଜଗତ ଓ ପିଣ୍ଡ ବ୍ରହ୍ମାଣ୍ଡର ସୃଷ୍ଟି ହେଲା । ସୁର ଓ ଅସୁର ସମୁଦ୍ର ମନ୍ଥନରେ ବାହାରିଥିବା ବସ୍ତୁ ଓ ପଦାର୍ଥକୁ ଭାଗ କରି ନେଇଗଲା ପରେ ସମୁଦ୍ରରୁ ଏକ ଲକ୍ଷ୍ମୀ ସ୍ୱରୂପା କନ୍ୟା ଉତ୍ପନ୍ନ ହେଲେ । ଯାହାର ନାମ ସିନ୍ଧୁରାଜ ବରୁଣ ନୀଳକୁମାରୀ ରଖିଥିଲେ । ନୀଳକୁମାରୀ ଅତିବ ଲାବଣ୍ୟବତୀ ହୋଇଥିବାରୁ ତାଙ୍କ ଆଡ଼କୁ ଚାହିଁଲେ କାହାରି ଦୃଷ୍ଟି ଫେରୁନଥିଲା । ମାତ୍ର ନୀଳକୁମାରୀ ପ୍ରଭୁ ନାରାୟଣଙ୍କୁ ନିଜର ଆରାଧ୍ୟ ଭାବି ଜପ, ତପ, ବ୍ରତ କରିବାକୁ ଲାଗିଲେ । ନୀଳକୁମାରୀଙ୍କ ରୂପରେ ମର୍ମାହତ ମନୁ ଋଷି ତାଙ୍କୁ ପ୍ରେମ ନିବେଦନ ପୂର୍ବକ ବିବାହର ପ୍ରସ୍ତାବ ଦେଇଥିଲେ । କିନ୍ତୁ, ଭଗବାନଙ୍କ ନିକଟରେ ନିଜକୁ ଅର୍ପଣ କରିଥିବା ନୀଳକୁମାରୀ, ମନୁଙ୍କ ପ୍ରସ୍ତାବକୁ ଖଣ୍ଡନ କରିବା ସହ ତାଙ୍କୁ ନପୁଂସକ ହେବାର ଅଭିଶାପ ଦେଇଥିଲେ । ମନୁ ଋଷି ନୀଳକୁମାରୀଙ୍କୁ ପାଇବା ଏବଂ ତାଙ୍କ ଗର୍ବ ଚୂନା କରିବା ପାଇଁ ନାରାୟଣଙ୍କୁ ନିଷ୍ଠାର ସହ ତପସ୍ୟା କରି ପ୍ରସନ୍ନ କରିଥିଲେ । ନାରାୟଣ ପ୍ରକଟ ହୋଇ ମନୁଙ୍କୁ ନୀଳକୁମାରୀଙ୍କୁ ତାଙ୍କର ପତ୍ନୀ ରୂପେ ପାଇବାର ବର ଦେଲେ ଏବଂ ନପୁଂସକ କରି ମାତୃହରଣ ଦୋଷରୁ ମୁକ୍ତ ମଧ୍ୟ ରଖିଥିଲେ । ଏପଟେ ନୀଳକୁମାରୀଙ୍କୁ ଆମ୍ଭେ ତୁମର ଭଣଜା ହୋଇ ଜନ୍ମ ନେବୁ ଏବଂ ମଧୁବନ ତୋଟାରେ ତୁମ ସହ ରାସକ୍ରୀଡ଼ା କରିବୁ ବୋଲି ବୁଝାଇଥିଲେ । ଦ୍ୱାପର ଯୁଗରେ ବୃଷଭାନୁ ଅପୁତ୍ରିକ, ପୁତ୍ର କନ୍ୟା ଦୁଃଖରେ ସନ୍ତାପିତ ଥିଲେ । ତାଙ୍କ ଦୁଃଖ ଲାଘବ ପୂର୍ବକ ଶ୍ରୀରାଧାଙ୍କୁ ତାଙ୍କ କୋଳରେ ଦେଇ ତାଙ୍କୁ ପିତୃତ୍ୱ ପ୍ରଦାନ କରିବେ ବୋଲି ମଧ୍ୟ ନୀଳକୁମାରୀଙ୍କୁ କହିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ବୁଧବାରରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିବା ବେଳେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରବିବାର ଅନୁରାଧା ନକ୍ଷତ୍ରରେ ବାଳିକା ରୂପରେ କାଳିନ୍ଦୀ ହ୍ରଦରେ ପଦ୍ମ ପତ୍ର ଉପରେ ଶୋଇ ଖେଳୁଥିଲେ । ଏହି ସମୟରେ ରାଜା ବୃଷଭାନୁ ସୈନ୍ୟସାମନ୍ତଙ୍କ ସହ ଯାଉଥିବା ବେଳେ ପଦ୍ମର ସୁବାସରେ କାର୍ଷିତ ହୋଇ ହ୍ରଦ ନିକଟରେ ପହଂଚିଲେ । ଲକ୍ଷ୍ମୀ ସଦୃଶା କନ୍ୟାକୁ ନେଇ ନିସନ୍ତାନ ରାଣୀଙ୍କ କୋଳରେ ଦେଲେ । କନ୍ୟାକୁ ପାଇ ଦରିଦ୍ରକୁ କୋଟିନିଧି ମିଳିଲା ପରି ରାଜା ଓ ରାଣୀଙ୍କ ଆନନ୍ଦର ସୀମା ରହିଲା ନାହିଁ ଏବଂ କନ୍ୟାର ନାମ ରାଧା ରଖିଲେ । ରାଧା କୃଷ୍ଣଙ୍କ ଠାରୁ ଅଲଗା ହୋଇଯିବାରୁ କ୍ଷୀର, ଜଳ ଓ ଅନ୍ନ କିଛି ବି ଗ୍ରହଣ କରି ନଥିଲେ । ରାଧାଙ୍କ ଜନ୍ମ ଠାରୁ ରାଜା ରାଣୀ ଧନ, ସ୍ୱର୍ଣ୍ଣାଳଙ୍କାର ଇଚ୍ଛାମତେ ଦାନ କଲେ । ଏହିପରି ରାଧାଙ୍କର ଜନ୍ମ ବୃତ୍ତାନ୍ତ କୃଷ୍ଣ ସତ୍ୟଭାମାଙ୍କୁ କହୁଥିଲେ । ସତ୍ୟଭାମା ଏକ ଲୟରେ କୃଷଗଣଙ୍କୁ ପଚାରିଲେ, ରାଧା ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହୋଇ ବିନା ଆହାରରେ ବଂଚିଲେ କିପରି ଏବଂ ସେ ଚନ୍ଦ୍ରସେଣାଙ୍କର ପତ୍ନୀ ହେଲେ କିପରି? ଦେବର୍ଷି ନାରଦ ରାଜା ବୃଷଭାନୁଙ୍କୁ ଜଣାଇଲେ, ରାଧାଙ୍କର ଯୌବନ ପ୍ରାପ୍ତ ହେବା ପରେ କୃଷ୍ଣଙ୍କର ଜନ୍ମ ମାତ୍ରେ ସେ ଅନ୍ନ ଜଳ ସ୍ପର୍ଶ କରିବେ । ଉଚିତ ସମୟ ଆସିବାରୁ ନାରଦ ରାଧାଙ୍କୁ ଗୋପପୁରରେ କୃଷ୍ଣ ଜନ୍ମ ନେବା ସମ୍ବନ୍ଧରେ ଜଣାଇଥିଲେ । ସେହି ସମ୍ବାଦ ପାଇବା ପରେ ଶ୍ରୀରାଧା ଅନ୍ନ, ଜଳ ଗ୍ରହଣ କଲେ । ଚନ୍ଦ୍ରସେଣାର ଗାଈ ଗୋରୁ ଓ ଅମାପ ଧନ ଦୌଲତ ଥିଲା । ଏଣୁ ବୃଷଭାନୁ ଚନ୍ଦ୍ରସେଣା ସହ ରାଧାଙ୍କର ବିବାହ କରାଇଲେ । ଧରଣୀ ଭାରା ନିବାରଣ ପାଇଁ ଶ୍ରୀକୃଷ୍ଣ ରଂଗାବତାର ଧାରଣ କରି କଂସ ସମେତ ଅନେକ ଅସୁରଙ୍କ ବିନାଶ ପାଇଁ ଦେବକୀଙ୍କ ଗର୍ଭରୁ ଜନ୍ମ ନେଲେ । ଥରେ କୃଷ୍ଣ ରାଧାଙ୍କ ଶୋଇଥିବା ସମୟରେ ତାଙ୍କୁ ଉଠାଇବା ବେଳେ ନିଦ୍ରାଗତ ରାଧା କୃଷ୍ଣଙ୍କ ବକ୍ଷକୁ ପଦାଘାତ କରିଥିଲେ । ସେହି ଦିନ ଠାରୁ ରାଧା କୃଷ୍ଣଙ୍କ ମଧ୍ୟରେ ମତାନ୍ତର ହେଲା । କାହ୍ନୁକୁ ନପାଇ ରାଧା ଭାବବିହ୍ୱଳ ହେବାର ଦେଖି ବିଶାଖା ଉଭୟଙ୍କୁ କୁଞ୍ଜବନର ମଧୁ ତୋଟାରେ ମିଳନ କରାଇଥିଲେ । ଏଥିରେ ଗୋପାଙ୍ଗନା ନାରୀ କୃଷ୍ଣଙ୍କ ସାନ୍ନିଧ୍ୟ ପାଇ ନିଜକୁ ଧନ୍ୟ ମନେ କରିଥିଲେ । ଏକଦା ଅକ୍ରୁର କୃଷ୍ଣଙ୍କୁ ମଥୁରାକୁ ନେବା ବେଳେ ରାଧାଙ୍କ ସହ ଗୋପାଙ୍ଗନାମାନେ ରଥ ଆଗରେ ଶୋଇ ରହି ପଥରୋଧ କରିଥିଲେ । ଏ ସମ୍ବନ୍ଧରେ ଅନେକ କାହାଣୀ କାବ୍ୟମାନଙ୍କରେ ବର୍ଣ୍ଣନା ଅଛି । ସତ୍ୟଯୁଗରେ ପ୍ରଭୁ ନୃସିଂହ ଅବତାରରେ ରାଧା ମାଳତୀ ରୂପରେ ଜନ୍ମ ହୋଇ ବୈଲୋଚନ ରାକ୍ଷସକୁ ବଧ କରିଥିଲେ । ତ୍ରେତୟାରେ ଅଯୋଧ୍ୟାରେ ପ୍ରଭୁଙ୍କ ଶ୍ରୀରାମ ଅବତାର ବେଳେ ଜନକନନ୍ଦିନୀ ସୀତା ରୂପରେ ରାଧା ଜନ୍ମ ହୋଇଥିଲେ । ଦ୍ୱାପର ଯୁଗରେ ରାଧାକୃଷ୍ଣ ଅବତାର ନେଇ କଂସ ପରି ଦୁଷ୍ଟ ରାକ୍ଷସକୁ ବଧ କରିଥିଲେ । ହନୁ ରାମଙ୍କର ପରମ ଭକ୍ତ ଥିବାରୁ ରାଧାଙ୍କୁ ସୀତା ରୂପରେ ହନୁକୁ ଦର୍ଶନ କରାଇଥିଲେ । ଶେଷରେ କୃଷ୍ଣ ରାଧାଙ୍କ ସହ ଷୋଳ ସହସ୍ର ଗୋପବାଳିଙ୍କୁ ନେଇ ବୃନ୍ଦାବନରେ ରାସଲୀଳା କରୁଥିଲେ । ତ୍ରେତୟା ଯୁଗର କଷ୍ଟ ହେତୁ ଦ୍ୱାପର ଯୁଗରେ ପତି ପତ୍ନୀର ସୁଖ ପାଇଥିଲେ । ଏହାର କାରଣ ବ୍ରହ୍ମା ଦେଇଥିବା ମୋହନ ମୁରଲୀ । ଏହି ରାଧାଷ୍ଟମୀ ବ୍ରତକୁ ରୁକ୍ମଣୀଙ୍କ ସମେତ ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟବଂଶୀ କରିଥିଲେ । ଏହା ଦେଖି ଦ୍ୱରିକାବାସୀ ଘରେ ଘରେ ଏହି ବ୍ରତ ପାଳନ କଲେ । ବନ୍ଧ୍ୟା ନାରୀ ଏହି ରାଧାଷ୍ଟମୀ ବ୍ରତ କଲେ ପୁତ୍ର ପୌତ୍ର ପ୍ରାପ୍ତ ହୁଅନ୍ତି, ନିର୍ଧନ ଧନ ପ୍ରାପ୍ତ ହୁଏ, ବ୍ୟଧିଗ୍ରସ୍ତ ବ୍ୟାଧିମୁକ୍ତ ହୁଏ ।

*ବ୍ରତ ବିଧି*

ବ୍ରତଧାରୀମାନେ ପ୍ରଭାତରୁ ସ୍ନାନ ଶୈଚାଦି କର୍ମ ସାରି, ନୂତନ ବସ୍ତ୍ର ଓ ଅଳଙ୍କାର ପିନ୍ଧି ପୁଷ୍ପ, ଅକ୍ଷତ, ନାରିକେଳ, ସୁବାସିତ ତାମ୍ବୁଳ ଆଦି ଶ୍ରୀରାଧାଙ୍କୂ ର୍ପଣ ପୂର୍ବକ ଷୋଡଶୋପଚାରରେ ପୂଜାର୍ଚ୍ଚନା କରନ୍ତି । ଭାବ, ପ୍ରେମ ଓ ଭକ୍ତି ବଳରେ ରାଧାଷ୍ଟମୀ ବ୍ରତ କଲେ ଭକ୍ତମାନେ ବ୍ରତର ସୁଫଳ ପାଇଥାନ୍ତି ।

*ବ୍ରତ ପାଳନର ନିୟମ*

ରାଧାଙ୍କ ଜନ୍ମ ଦିବସକୁ ରାଧାଷ୍ଟମୀ ବ୍ରତ ଭାବରେ ପଳନ କରାଯାଏ । ଏହି ବ୍ରତ କରିବା ଦ୍ବାରା ଆର୍ଥିକ ଅନଟନ ଦୂର ହେବା ସହ ଘରେ ସୁଖ ସମୃଦ୍ଧିରେ ପୁରି ଉଠେ । ଏହି ବ୍ରତ କରିବ ଦ୍ବାରା ମହାଲକ୍ଷ୍ମୀ ବ୍ରତର ମଧ୍ୟ ଶୁଭାରମ୍ଭ ହୋଇଥାଏ ।
କିପରି କରିବେ ରାଧାଷ୍ଟମୀ ବ୍ରତ
ସକାଳୁ ସ୍ନାନ ସାରି ଠାକୁର ଘରର ମଣ୍ଡପ ତଳେ ମୁରୁଜରେ ମଣ୍ଡଳ ବନାନ୍ତୁ । ଏହାର ମଧ୍ୟଭାଗରେ ମାଟି ବା ତମ୍ବାର କଳସ ସ୍ଥାପନା କରି ତାହା ଉପରେ ତମ୍ବାର ଏକ ପାତ୍ର ରଖନ୍ତୁ ।
ଏହି ପାତ୍ର ଉପରେ ବସ୍ତ୍ରଭୂଷଣରେ ସୁସଜ୍ଜିତ ରାଧାଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।
ଏହା ପରେ ରାଧାଙ୍କ ଷୋଡଶଉପଚାର ପୂଜା କରନ୍ତୁ ।
ଧ୍ୟାନ ରଖନ୍ତୁ ପୂଜାର ସମୟ ଠିକ୍ ମଧ୍ୟାହ୍ନ ହେବା ଆବଶ୍ୟକ ।
ଏହି ଦିନ ଉପବାସ କରନ୍ତୁ ନହେଲେ ଏକ ଓଳି ଭୋଜନ କରିପାରିବେ ।
ରାଧାଷ୍ଟମୀର ପରବର୍ତ୍ତୀ ଦିନ ସଧାବ ସ୍ତ୍ରୀ ତଥା ବ୍ରାହ୍ମଣଙ୍କୁ ଭୋଜନ କରାଇ ଏବଂ ଦକ୍ଷିଣା ଦିଅନ୍ତୁ ।

ଶ୍ରୀରାଧାଙ୍କ ଜନ୍ମ ବୃତ୍ତାନ୍ତ
===============
ଶୁକ ବୋଲେ, ଆମ କୃଷ୍ଣ, ଜଗତ ଜୀବନ l ଶାରୀ ବୋଲେ, ଆମ ରାଧା ଜୀବନ ସ୍ପନ୍ଧନ l ଗୋଲୋକ ବାସିନୀ ଶ୍ରୀମତୀ ରାଧାରାଣୀ, ସିଏ ପରମ ରହସ୍ୟ ମୟୀ l ରହସ୍ୟର ରହସ୍ୟ l ଶ୍ରୀରାଧାଙ୍କ ବିନା କୃଷ୍ଣ ନାହାଁନ୍ତି l ସିଏ ଯେପରି ରହସ୍ୟମୟୀ ତାଙ୍କର ଜନ୍ମ କାହାଣୀ ମଧ୍ୟ ସେହିପରି ରହସ୍ୟାବୃତ୍ତ l ତାଙ୍କ ଜନ୍ମ ବୃତ୍ତାନ୍ତ ଭିନ୍ନ ଭିନ୍ନ ଭାବେ, ଆମର ପୁରାଣ ଓ ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ l ସେହି କାହାଣୀମାନଙ୍କ ମଧ୍ୟରୁ ଗୋଟିଏ l
ଦିନେ ପ୍ରଭୁ ସୂର୍ଯ୍ୟନାରାୟଣ ବ୍ରହ୍ମାଣ୍ଡ ପରିକ୍ରମା କରୁ ଥାନ୍ତି ସେ ଧରା ବକ୍ଷରେ ନାନା ଐଶ୍ୱର୍ଯ୍ୟ ଦେଖିବାକୁ ପାଇଲେ l ଏଣୁ ସେ ଧରାପୃଷ୍ଠରେ ତପସ୍ୟା କରିବା ପାଇଁ ମନ ବଳାଇଲେ l ଏପରି ଚିନ୍ତାକରି ସେ ଯାଇ ମନ୍ଦର ପର୍ବତର ଏକ ଗୁହାରେ କଠିନ ତପସ୍ୟାରେ ବସିଲେ l ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା l ଦେବତା ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା, ସୃଷ୍ଟି ରହିବ କିପରି ? ଦେବରାଜ ଇନ୍ଦ୍ର ଦେବଗଣଙ୍କ ସହ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ I ବିଷ୍ଣୁ ଦେବତାଙ୍କୁ ଆଶ୍ୱାସନା ଦେଲେ ଓ ସୂର୍ଯ୍ୟଙ୍କୁ ଯାଇ କହିଲେ, ହେ ଦିବାକର ! ତୁମ ତପସ୍ୟାରେ ମୁଁ ସନ୍ତୁଷ୍ଟ, ତୁମେ କି ବର ମାଗୁଛ ମାଗ l ସୂର୍ଯ୍ୟ ଦେବ କହିଲେ, ପ୍ରଭୁ ! ମୋତେ ଏକ ଗୁଣବତୀ କନ୍ୟା ଦିଅନ୍ତୁ, ଯାହାକୁ ଆପଣ ଚିରଦିନ ବଶହୋଇ ରହିବେ l ପ୍ରଭୁ କହିଲେ, ତଥାସ୍ତୁ l
କାଳକ୍ରମେ ସୂର୍ଯ୍ୟ ବୃଷଭାନୁ ଗୋପ ରୂପେ ଧରାରେ ଅବତୀର୍ଣ୍ଣ ହେଲେ,ଯଥାକାଳେ ତାଙ୍କ ବିବାହ ଗୋପ କନ୍ୟା କୀର୍ତ୍ତୀଦାଙ୍କ ସହିତ ହେଲା l ଭଗବାନ୍ ବିଷ୍ଣୁ କୃଷ୍ଣାବତାର ଧରି ଧରାକୁ ଆସିଲେ l ଭାଦ୍ରବ ମାସ ଶୁକ୍ଳଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ ଶ୍ରୀରାଧା ଜନ୍ମ ହେଲେ ବୃଷଭାନୁ ନନ୍ଦିନୀ ଭାବେ l
କୃଷ୍ଣତୁ ଭଗବାନ୍ ସ୍ଵୟଂ l ଶ୍ରୀକୃଷ୍ଣ ସ୍ଵୟଂ ଭଗବାନ୍ l ତାଙ୍କ ପରମ ଆହ୍ଲାଦିନୀ ଶକ୍ତି ହେଉଛନ୍ତି ଶ୍ରୀରାଧା l
ଶ୍ରୀରାଧା ସ୍ୱୟଂ ଲକ୍ଷ୍ମୀ ସ୍ୱରୁପିଣୀ l ବୃଷଭାନୁ କନ୍ୟା
ଥିଲେ ସିନା, କିନ୍ତୁ ସେ ଥିଲେ, ଆଯୋନୀ ସମ୍ଭୂତା l ତାଙ୍କର ଜନ୍ମ କାହାଣୀ ଅତ୍ୟନ୍ତ ରହସ୍ୟମୟ l ଦୁରାଚାରୀ କଂସର ଅତ୍ୟାଚାରରେ ସେତେବେଳେ ପୃଥିବୀ ଥରହର ହେଲା l ସାଧୁ ସନ୍ଥ ମାନେ ପୀଡ଼ା ପାଇଲେ l ପୃଥିବୀ ମାତାଙ୍କ ସହ ସମସ୍ତ ଦେବଗଣ ଯାଇ, ବିଷ୍ଣୁଙ୍କ ଶରଣ ପଶିଲେ l ଶ୍ରୀବିଷ୍ଣୁ ସମସ୍ତଙ୍କୁ କହିଲେ ତୁମେ ଆଶ୍ଵସ୍ତ ରୁହ, ମୁଁ ଧରାଭାର ଉଶ୍ୱାସ ପାଇଁ ଖୁବ୍ ଶୀଘ୍ର ଅବତାର ଗ୍ରହଣ କରୁଛି l
ଦେବଗଣ ଆଶ୍ବସ୍ତ ହୋଇ ଫେରି ଆସିଲେ l ମାଆ ଲକ୍ଷ୍ମୀଙ୍କୁ ଭଗବାନ୍ ବିଷ୍ଣୁ କହିଲେ, ଏବେ ମର୍ତ୍ତ୍ୟରେ ମୁଁ ଅବତାର ନେବି l ତୁମେ ମଧ୍ୟ ଚାଲ, ମୋ ଲୀଳା ସଙ୍ଗିନୀ ହୋଇ ରହିବ l କିନ୍ତୁ ମାଆ ଲକ୍ଷ୍ମୀ ଏଥିରେ ରାଜି ହେଲେନାହିଁ l ବିଷ୍ଣୁ ତାଙ୍କୁ ବହୁତ ବୁଝାଇଲେ l ସର୍ଵ ଶେଷରେ ସେ କହିଲେ, ଗୋଟିଏ ସର୍ତ୍ତରେ ମୁଁ ମର୍ତ୍ତ୍ୟକୁ ଯିବାକୁ ରାଜିଅଛି l ତାହା ହେଉଛି ମୁଁ ଜନ୍ମ ନେବି ସତ l କିନ୍ତୁ ମୁଁ ମୋ ଚକ୍ଷୁ ଖୋଲିଲେ ପ୍ରଥମେ ଯେପରି ଆପଣଙ୍କୁ ଦେଖିବି l ମହାଲକ୍ଷ୍ମୀଙ୍କ ସର୍ତ୍ତକୁ ଭଗବାନ୍ ଗ୍ରହଣ କଲେ l
ସେତେ ବେଳେ ଗୋକୁଳ ନିକଟବର୍ତ୍ତୀ ବର୍ସାନାରେ ରହୁଥିଲେ ଗୋପଙ୍କ ମୁଖିଆ ମହାରାଜ ବୃଷଭାନୁ l
ଦିନେ ମହାରାଜ ବୃଷଭାନୁ ମଧ୍ୟାହ୍ନ ସମୟରେ ସ୍ନାନ ପାଇଁ ଯମୁନାକୁ ଯାଇଥାନ୍ତି l ସେ ଦେଖିଲେ ଯମୁନା ଜଳରେ ଗୋଟିଏ ଦିବ୍ୟ ପଦ୍ମଫୁଲ ଭାସି ଯାଉଛି ଓ ପଦ୍ମଫୁଳର ସ୍ବର୍ଣ୍ଣାଭ ଜ୍ୟୋତିରେ ଚତୁର୍ଦ୍ଦିଗ ଉଦ୍ଭାସିତ ହେଉଛି l କୌତୁହଳ ବଶତଃ ବୃଷଭାନୁ ପଦ୍ମଫୁଲ ନିକଟକୁ ଯାଇ ଦେଖନ୍ତି ତ ତା ଭିତରେ ଏକ ଦିବ୍ୟ ସୁନ୍ଦରୀ କନ୍ୟା ଶିଶୁଟିଏ ଶୋଇଛି l
ସନ୍ତାନହୀନ ବୃଷଭାନୁ ଅତି ଆନନ୍ଦରେ କନ୍ୟାଟିକୁ ଘରକୁ ଘେନିଆସିଲେ l ପତ୍ନୀ କିର୍ତ୍ତିଦା ସେହି କନ୍ୟା ରତ୍ନଟିକୁ ଦେଖି ଅତ୍ୟନ୍ତ ଖୁସିହୋଇ କହିଲେ, ଯାହା ହେଉ ଏତେଦିନେ ଭଗବାନ୍ ଆମର ପ୍ରାର୍ଥନା ଘେନା କଲେ l ବୃଷଭାନୁ ଖୁସି ହୋଇ ବ୍ରାହ୍ମଣ ମାନଙ୍କୁ ବହୁ ଧେନୁ ଦାନକଲେ ଓ କନ୍ୟାର ନାମ ରଖିଲେ ରାଧା l କିନ୍ତୁ ତିନିଦିନ ଗଲା କନ୍ୟାଟି ଚକ୍ଷୁ ଖୋଲିଲା ନାହିଁ l ବୃଷଭାନୁ ଏବଂ ପତ୍ନୀ କୀର୍ତ୍ତିଦାଙ୍କ ଆଶଙ୍କା ବଢ଼ିଗଲା ବୋଧହୁଏ କନ୍ୟାଟି ଜନ୍ମରୁ ଅନ୍ଧ l
ଏହି ସମୟରେ ଦିନେ ଦେବର୍ଷି ନାରଦ ବୃଷଭାନୁଙ୍କ ଗୃହରେ ଆସି ପାଦ ପକାଇଲେ l ପତି ପତ୍ନୀ ଦୁହେଁ ମୁନିଙ୍କ ପାଦ ପୂଜା କରି ଯଥା ବିଧି ସତ୍କାର କଲେ l ମୁନିଙ୍କୁ କନ୍ୟା କଥା କହିବାରୁ ସେ କହିଲେ, ତୁମେ ଚିନ୍ତା ନ କରି କନ୍ୟାର ଜନ୍ମୋତ୍ସବ ପାଳନ କର ଓ ଜ୍ଞାତି କୁଟୁମ୍ବ ମାନଙ୍କୁ ନିମନ୍ତ୍ରଣ କର l
ସେତେବେଳକୁ ଭଗବାନ୍ କୃଷ୍ଣ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇ ଆସି ଗୋପପୁର ନନ୍ଦ ଗୃହରେ ପହଞ୍ଚି ସାରିଥାନ୍ତି l ବୃଷଭାନୁ କନ୍ୟାର ଜନ୍ମୋତ୍ସବ ପାଳନ ପାଇଁ, ବିରାଟ ଅୟୋଜନ କଲେ l ସେହି ଉତ୍ସବକୁ ସେ ବର୍ସାନା ଓ ଗୋକୁଳର ସମସ୍ତ ଗୋପାଳଙ୍କୁ ଓ ଅନ୍ୟ ମାନଙ୍କୁ ନିମନ୍ତ୍ରଣ କଲେ l
ଗୋପ ପତି ନନ୍ଦ ଥିଲେ ବୃଷଭାନୁଙ୍କ ପରମ ମିତ୍ର l ଯଶୋଦା ଥିଲେ, କୀର୍ତ୍ତିଦାଙ୍କ ସହେଲୀ l ନିମନ୍ତ୍ରଣ ପାଇ ରୋହିଣୀଙ୍କ ସହିତ ସେମାନେ ବଳରାମ ଓ କୃଷ୍ଣଙ୍କୁ ଧରି ଆସି ବୃଷଭାନୁଙ୍କ ଘରେ ପହଞ୍ଚିଲେ l ଆନନ୍ଦ ଉତ୍ସବ ଲାଗିଥାଏ l ସମସ୍ତେ ହସ ଖୁସିରେ ମାତି ଯାଇଥାନ୍ତି, ସମସ୍ତଙ୍କ ଅଲକ୍ଷରେ କୃଷ୍ଣ ଗୁରୁଣ୍ଡି ଗୁରୁଣ୍ଡି ଯାଇ ପହଞ୍ଚିଗଲେ ରାଧା ଶୋଇଥିବା ଦୋଳି ନିକଟରେ l ସେ ଦୋଳିକୁ ଟିକିଏ ହଲାଇ ଦେଲେ l ରାଧିକା ନିଦ୍ରାରୁ ଉଠିଲା ଭଳି ଚାହିଁ ଦେଇ ଦେଖନ୍ତି ତ ପାଖରେ କୃଷ୍ଣ l ବୃଷଭାନୁ, କୀର୍ତ୍ତିଦା ଓ ଉପସ୍ଥିତ ସମସ୍ତେ ଖୁସି ହେଲେ l ରାଧିକା ଜନ୍ମରୁ ଅନ୍ଧ ବୋଲି ଥିବା ସମସ୍ତଙ୍କ ଧାରଣା ଦୂର ହେଲା l
ଦିନ ଗଡ଼ି ଚାଲିଲା l ଯଶୋଦା ଦେବୀଙ୍କର ଜଣେ ଦାଦା ପୁଅ ଭାଇ ଥିଲା, ଅଭିମନ୍ୟୁ (ଚନ୍ଦ୍ରସେଣା) l ଗୋକୁଳ ନିକଟରେ ତା'ର ଘର l ଗାଆଁ ଜରାତ l ଯଶୋଦାଙ୍କ ଭାଇ ହୋଇ ଥିବାରୁ ନନ୍ଦ ରାଜାଙ୍କର ସେ ଥିଲେ ଶଳା l ତା'ର ବାହାଘର ହୋଇପାରୁ ନ ଥିଲା l ଦିନେ ନନ୍ଦ, ଯଶୋଦାଙ୍କ ପାଖରୁ ଶ୍ରୀମତୀ ରାଧାଙ୍କ ଚନ୍ଦ୍ରସେନା ସହ ଵିଵାହ ପ୍ରସ୍ତାବ ପଡ଼ିଲା l ପରମମିତ୍ର ନନ୍ଦଙ୍କ ପ୍ରସ୍ତାବକୁ ବୃଷଭାନୁ ଅସ୍ବୀକାର କରନ୍ତେ ବା କିପରି ? ରାଧାଙ୍କ ସହ ଚନ୍ଦ୍ରସେଣାଙ୍କ ବିବାହ ହୋଇଗଲା l ରାଧାରାଣୀଙ୍କ ଘରେ ଥିଲେ ଶାଶୁ ଜଟିଳା ଓ ନଣନ୍ଦ କୁଟିଳା l
ଚନ୍ଦ୍ରସେଣା ଥିଲେ, ମାଆ କାଳିଙ୍କ ଭକ୍ତ ଓ ସଂସାର ପ୍ରତି ବୀତସ୍ପୃହ l ଲୋକକଥାରୁ ଶୁଣାଯାଏ ଯେ ସେ ଥିଲେ, ନପୁଂସକ l ଚନ୍ଦ୍ରସେଣା ନପୁଂସକ ହେବାର ବହୁ କିମ୍ୱଦନ୍ତୀ ଓ ଉପାଖ୍ୟାନ ଶୁଣାଯାଏ l ତନ୍ମଧ୍ୟରୁ ଗୋଟିଏ ହେଲା, ଗୋଟିଏ ଜନ୍ମରେ ଥରେ ଲକ୍ଷ୍ମୀଙ୍କୁ ପତ୍ନୀ ରୁପେ ପାଇବାପାଇଁ ଚନ୍ଦ୍ରସେଣା ନାରାୟଣଙ୍କୁ କଠୋର ତପସ୍ୟା କଲେ l ତାଙ୍କ ତପସ୍ୟାରେ ପ୍ରଭୁ ସନ୍ତୁଷ୍ଟ ହୋଇ ବର ଦେଲେ, ମହାଲକ୍ଷ୍ମୀ ମୋ ଠାରୁ କେବେ ଅଲଗା ହୋଇ ପାରିବେ ନାହିଁ l ତୋର ଏ ଅଭିଳାଷ ପୂରଣ ହେବ, ମୋ'ର କୃଷ୍ଣାବତାରରେ l ତୁ ସେତେବେଳେ ଲକ୍ଷ୍ମୀଙ୍କୁ ଭାର୍ଯ୍ୟା ରୂପେ ପାଇବୁ l କିନ୍ତୁ କୌଣସି ଦୈହିକ ଶୁଖ ପାଇବୁ ନାହିଁ l
ଶ୍ରୀମତୀ ରାଧାରାଣୀ ଚନ୍ଦ୍ରସେଣାଙ୍କ ପତ୍ନୀ ହେଲେ କିନ୍ତୁ ଭଗବାନ୍ କୃଷ୍ଣଙ୍କ ପରମ ହ୍ଲାଦିନୀ ଶକ୍ତି ଲୀଳା ସଙ୍ଗିନୀ ହୋଇ ସେ ବୋଲାଇଲେ ବୃନ୍ଦାବନେଶ୍ୱରୀ ରାସେଶ୍ୱରୀ ଶ୍ରୀରାଧା l
ଶ୍ରୀକୃଷ୍ଣ ଲୀଳାମୟ ପରମପୁରୁଷ ସ୍ୱୟଂ ଭଗବାନ l ଶ୍ରୀରାଧା ତାଙ୍କର ଶକ୍ତି ସ୍ୱରୂପିଣୀ ପରମ ଆହ୍ଲାଦିନୀ ଶକ୍ତି ସ୍ୱରୂପେ ପ୍ରେମମୟ ପୁରୁଷ ଶ୍ରୀକୃଷ୍ଣଙ୍କୁ ଆହ୍ଲାଦ ପ୍ରଦାନ କରିଥାନ୍ତି l ଶ୍ରୀକୃଷ୍ଣଙ୍କ ଆରାଧନାହିଁ ରାଧା l ଏଣୁ କୁହା ଯାଇଛି,"ଆରାଧ୍ୟୟେତ୍ ! ଇତି ରାଧା" l ଶ୍ରୀମତୀ ରାଧିକା ପରମେଶ୍ବରୀ,ପରମ ପ୍ରେମମୟୀ ମହାଭାବର ଠାକୁରାଣୀ l ରାଧାଭାବରେ ହିଁ ପରମ ପୁରୁଷ କୃଷ୍ଣଙ୍କ ପ୍ରାପ୍ତି ହୋଇଥାଏ l ଏଣୁ ଚୈତନ୍ୟ ଚରିତାମୃତରେ କୁହାଗଲା :-
ହ୍ଲାଦିନୀର ସାର ଅଂଶ ତାର ପ୍ରେମ ନାମ l
ଆନନ୍ଦ ଚିନ୍ମୟଅଂଶ ପ୍ରେମେର ଆଖ୍ୟାନ ll
ପ୍ରେମେର ପରମ ସାର ମହା ଭାବ ଜାନି l
ସେହି ମହାଭାବରୁପା ରାଧା ଠାକୁରାନୀ ll
ଶ୍ରୀରାଧା ଶ୍ରୀକୃଷ୍ଣ ଏକ ଓ ଅଭିନ୍ନ l ଗୋଟିଏ ବୀଜ, ଦୁଇଟି ଫାଳ ମାତ୍ର l ତାଙ୍କ ପ୍ରେମଲୀଳା ଅପାର୍ଥିବ, ଅପ୍ରାକୃତ l ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ତେଣୁ କହିଲେ:-
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧାହରି l
ଅବ୍ୟକ୍ତଲୀଳାକୁ ବ୍ୟକ୍ତକର ଅବତରୀ ll

ରାଧା ସାଧ୍ୟଂ ସାଧନଂ ଯସ୍ୟ ରାଧା,
ମନ୍ତ୍ରୋ ରାଧା, ମନ୍ତ୍ର ଦାତ୍ରୀ ଚଃ ରାଧା।
ସର୍ବଂ ରାଧା, ଜୀବନଂ ଯସ୍ୟ ରାଧା,
ରାଧା ରାଧା ବାଚି, କିଂ ତସ୍ୟ ଶେଷମ୍।।
❤❤❤❤🌹🙏🌹❤❤❤❤

ଶ୍ରୀରାଧା ହିଁ ସାଧ୍ୟ। ଶ୍ରୀରାଧାଙ୍କୁ ପାଇବାକୁ ଯେଉଁ ସାଧନର ଆବଶ୍ୟକତା ରହିଛି... ସେହି ମନ୍ତ୍ର ହିଁ ଶ୍ରୀରାଧାଙ୍କର ସେହି ପବିତ୍ର ରାଧାନାମ। ଏହି ମନ୍ତ୍ରଦାତ୍ରୀ ଗୁରୁ ବି ଶ୍ରୀରାଧା ସ୍ବୟଂ। ସମସ୍ତ ବ୍ରହ୍ମାଣ୍ଡ ରାଧାନାମରେ ହିଁ ସମାହିତ। ତଥା ସମସ୍ତ ଜୀବର ପ୍ରାଣ ମଧ୍ୟ ଶ୍ରୀରାଧା। ଯଦି ସେହି ଶ୍ରୀକୃଷ୍ଣହ୍ଲାଦିନୀ ପ୍ରେମମୟୀ ଶ୍ରୀରାଧାଙ୍କ କୃପାକଟାକ୍ଷ ପ୍ରାପ୍ତ ହୁଏ... ତେବେ ଜୀବନରେ ପ୍ରାପ୍ତ କଲା ଭଳି ଆଉ କିଛି ବି ବାକି ରହେ ନାହିଁ।

ରାଧାର ଅର୍ଥ ଯେଉଁ ନିଶ୍ବାସ ଆମେ ନେଇ ଥାଉଁ ସେଥିରେ ଥିବା ଉର୍ଜାକୁ କୁହାଯାଏ।ରାଧାକୁ ଓଲଟାଇଲେ ଧାରା, ଅର୍ଥାତ୍ ଯେଉଁ ଧାରାରେ କୃଷ୍ଣଙ୍କୁ ପ୍ରାପ୍ତି ହୁଏ ତାହା ହେଉଛି ରାଧା ତତ୍ତ୍ବ। କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ହେଉଛି ତ୍ରିରାଧା। ସରଳ ଭାବେ କହିବାକୁ ଗଲେ ଜୀବ ହେଉଛି ରାଧା ଓ ପରମ ହେଉଛନ୍ତି କୃଷ୍ଣ।

ରାଧା ହେଉଛନ୍ତି ଏକ ଅସମାହିତ ପ୍ରଶ୍ନ । ରାଧା ଶବ୍ଦ ସମନ୍ଧରେ ଯେତେ ମନ୍ତବ୍ୟ ଦେଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ । କାରଣ ନିଷ୍କାମ ପ୍ରେମ ଭକ୍ତିର ଅନବଦ୍ୟ ଅମୃତ ଝରଣା ପରି ବହି ଯାଉଥିବା ଧାରାର ନାମ ରାଧା ହୋଇପାରେ । ଯେଉଁଠି ନିଷ୍କାମ ଓ ପ୍ରେମ ଶବ୍ଦର ଉପଯୁକ୍ତ ସଂଜ୍ଞା ନିରୂପଣ ହୋଇପାରିନାହିଁ ସେଠୀ ରାଧା ଶବ୍ଦର ଜିଜ୍ଞାସା ଗୋଟିଏ ଆଶ୍ୱାସନା ମାତ୍ର ।

ରାଧା ନାମ ଶ୍ରବଣ ମାତ୍ରକେ କୂ୍ଷ୍ଣଙ୍କ ପ୍ରତିଛବି ଭାସିଉଠେ .ପ୍ରେମର ଭାବଧାରା ରୁ ହିଁ ରାଧା ନାମ ସୂ୍ଷ୍ଟି .....

ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ବରୀ
ବୃଷଭାନୁ ସୂତେ ଦେବୀ ପ୍ରଣମାମି ଶ୍ରୀହରିପ୍ରିୟେ।।

⚫❗⚫
ll ରାଧାଷ୍ଟମୀ ll

”ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ,
ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।”

ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ‘ରାଧାଷ୍ଟମୀ’ ଭାବେ ପାଳନ କରନ୍ତି ଓ ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ

”ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ
ବୃସଭାନୁ ସୁତା ଦେବୀ ପ୍ରଣମାମି ହରି ପ୍ରିୟେ ।”

ବ୍ରହ୍ମବୈବର୍ତ୍ତ ପୁରାଣ ମତେ ନିତ୍ୟଶ୍ରୀରାଧା ଅଯୋନି ସମ୍ଭୂତ ଓ ଗୋକୁଳ ନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ଶିଶୁକନ୍ୟାଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇ ଆସିଥିଲେ । କୁହାଯାଏ ଜନ୍ମଠାରୁ ତିନିଦିନ ପର୍ଯ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା ଓ ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲିଯାଇଥିଲା ।

କୈଶୋରାବସ୍ଥାରେ ରାଧା ଚନ୍ଦ୍ରସେଣା ନାମକ ଜଣେ ନପୁସଂକ ଗୋପାଳଙ୍କୁ ବିବାହ କରିଥିଲେ ଓ ଜଟିଳା ତାଙ୍କର ଶାଶୁ ଓ ନଣନ୍ଦଙ୍କ ନାମ କୁଟିଳା । ବରସାନା ବା ତତ୍କାଳୀନ ଯାବଟ ଗ୍ରାମ ହେଉଛି ଶ୍ରୀରାଧାଙ୍କ ପିତ୍ରାଳୟ । ଗୁରୁଜନଙ୍କ ଗଞ୍ଜଣା ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ରାଧା ଥିଲେ କୃଷ୍ଣପ୍ରେମରେ ବାତୁଳୀ ଓ ଶ୍ରୀକୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ । ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା ଓ ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାଙ୍କ ବେଦନା ଥିଲା ହୃଦୟ ବିଦାରକ ।ଶ୍ରୀକୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ ମଧ୍ୟ ରାସେଶ୍ୱରୀ ରାଧାଙ୍କ ଲଲଟରେ ହିଁ ଲାଗିଥିଲା କୁଲଟା ଅପବାଦ । ହେଲେ ପ୍ରିୟତମାର ମହତ ରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କୁ ପଣ କରିଥିଲେ ଶ୍ରୀରାଧା ଓ କେବଳ ରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ପ୍ରଭୁଙ୍କ ରୋଗର ଉପଶମ କରିଥିବା ବୈଷ୍ଣବ ସାହିତ୍ୟମାନଙ୍କରେ ବର୍ଣ୍ଣନା କରାଯାଇଛି । କବି ଜୟଦେବ ନିଜର ସୁଲଲିତ “ଗୀତ ଗୋବିନ୍ଦ” କାବ୍ୟରେ ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳାର ଅପୂର୍ବ ବର୍ଣ୍ଣନା କରିଥିବା ବେଳେ ଅଭିମନ୍ୟୁ ସାମନ୍ତସିଂହାର ସ୍ୱରଚିତ “ବିଦଗ୍ଧ ଚିନ୍ତାମଣି”ରେ ଏହି ଅପ୍ରାକୃତ ପ୍ରେମଲୀଳାର ଉଚ୍ଚକୋଟୀର ବର୍ଣ୍ଣନା କରିଛନ୍ତି ।

ଶ୍ରୀରାଧାନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ଓ କର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଦ ପ୍ରାପ୍ତ ହୁଏ । ଈଶ୍ୱରଙ୍କ ନିକଟତର ହୋଇଥାଏ ଓ ତେଣୁ ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ । ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମାନନ୍ଦ ପଞ୍ଚ ମହାପୁରୁଷଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ ଓ ତେଣୁ, ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାଙ୍କ ଆରାଧନା କରିଥାନ୍ତି ।

”ଗୋଲକଅଧିକାରିଣୀ ଶ୍ରୀନିତ୍ୟରାଧା
ରାସୋଭବା କୃଷ୍ଣକାନ୍ତା କୃଷ୍ଣ ବକ୍ଷଃ ସ୍ଥଳସ୍ଥିତା
କୃଷ୍ଣ ପ୍ରାଣାଧୀଦେବୀଚ ମହା ବିଷ୍ଣୋଃ ପ୍ରସୂରୂପି
ସର୍ବଦ୍ୟା ବିଷ୍ଣୁମାୟାଚ ସତ୍ୟା ନିତ୍ୟା ସନାତନୀ
ବ୍ରହ୍ମ ସ୍ୱରୂପା ପରମା ନିର୍ଲିପ୍ତା ନିର୍ଗୁଣା ପରା ।”

ll ପୌରାଣିକ ll -

ଦିନେ ନାରଦ ଶ୍ରୀକୃଷ୍ଣଙ୍କୁ ପଚାରିଲେ- ଭଗବାନ ! ଆପଣଙ୍କ ଶ୍ରୀମୁଖରୁ ଅନେକ ବ୍ରତ କଥା ଶୁଣିଛି I ବର୍ତ୍ତମାନ ମୋତେ ଶ୍ରୀରାଧାଙ୍କର ଜନ୍ମଦିନର ବ୍ରତ କଥା କୁହନ୍ତୁ I ଶ୍ରୀକୃଷ୍ଣ କହିଲେ ଦେବର୍ଷି, ତୁମେ ମୋର ପ୍ରିୟ ଭକ୍ତ I ସେଥିପାଇଁ ତୁମେ ଏ ବ୍ରତ ଶ୍ରବଣ କରିବାର ଯୋଗ୍ୟ ଅଟ I ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁକରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ I ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ I ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୀତ ହେଲେ I ଇନ୍ଦ୍ର ଦେବତାଗଣଙ୍କ ସହ ମିଶି ମୋତେ ପ୍ରାର୍ଥନା କଲେ I ମୁଁ ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲି ‘ ହେ ଦିବାକର ! ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ I ତୁମେ ବର ପ୍ରାର୍ଥନା କର I ସୂର୍ଯ୍ୟଦେବ କହିଲେ ପ୍ରଭୁ ! ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ I ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ I ମୁଁ ‘ ତଥାସ୍ତୁ ’ କହିଲି I ଏହି ପୃଥିବୀରେ ମୁଁ କେବଳ ଶ୍ରୀରାଧାଙ୍କର ବଶୀଭୂତ I ଶ୍ରୀରାଧା ଏବଂ ମୋ ମଧ୍ୟରେ କୌଣସି ପ୍ରଭେଦ ନାହିଁ I ମୁଁ ପୃଥିବୀର ଭାର ଲାଘବ ପାଇଁ ବୃନ୍ଦାବନର ନନ୍ଦାଳୟରେ ଅବତୀର୍ଣ୍ଣ ହେବି I ତୁମେ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କରିବ I ଶ୍ରୀରାଧା ତୁମର କନ୍ୟାରୂପେ ଅବତୀର୍ଣ୍ଣ ହେବେ I ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ I ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ I ଯଥା କାଳେ ଗୋପକନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ରାଧିକା ଜନ୍ମଗ୍ରହଣ କଲେ I ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ I କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ବିହାର କଲେ, ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ‘ ଶ୍ରୀରାଧାଷ୍ଟମୀ ’ ଭାବରେ ପାଳନ କରାଯାଏ I

ll ରାଧାଷ୍ଟମୀ ବ୍ରତ ll

ଭାଦ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ବ୍ରତ ପାଳନ କରାଯାଏ । ପୂର୍ବେ ଏହି ତିଥିରେ ଦୁର୍ବାଷ୍ଟମୀ ପାଳନ ହେଉଥିଲା । କ୍ରମେ ଦୁର୍ବାଷ୍ଟମୀ ଅପ୍ରଚଳିତ ହୋଇଗଲାଣି । ରାଧାଷ୍ଟମୀ ବୈଷ୍ଣବମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ । ଏଥିରେ ରାଧାଙ୍କର ଜନ୍ମବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଠିତ ହୁଏ । କାହାଣୀଟି ଅତି ସରଳ । ସତ୍ୟଯୁଗରେ ଗୋଟିଏ ବାରଙ୍ଗନା ଥିଲା । ତା' ନାମ ଲୀଳାବତୀ । ସେ ଥରେ ନିଜ ନଗରରୁ ଅନ୍ୟ ଏକ ନଗରକୁ ଯାଉଥିଲା । ବାଟରେ ଗୋଟିଏ ମନ୍ଦିର ଦେଖିଲା । ସେଠାରେ କେତେଜଣ ବୈଷ୍ଣବ ସନ୍ୟାସୀ ରାଧାଷ୍ଟାମୀ ପାଳୁଥିଲେ । ଧୂପ, ଦୀପ, ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଲଙ୍କାର ବିନ୍ଧାଇ ଶ୍ରୀରାଧାଙ୍କ ମୂର୍ତ୍ତିଙ୍କୁ ପୂଜା କରୁଥିଲେ । ତା'ର ମନରେ ପରିବର୍ତ୍ତନ ଆସିଲା । ସେ ଏହି ବ୍ରତ କରିବ ବୋଲି ସଂକଳ୍ପ କଲା । ସଂକଳ୍ପ କରିବା କ୍ଷଣି ତାର ସବୁପାପ ଦୂର ହେଲା । ସେ ମୃତ୍ୟୁ ପରେ ବୈକୁଣ୍ଠକୁ ଗଲା ।
// ରାଧାଷ୍ଟମୀ ବ୍ରତକଥା //



ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ।।
ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।।
ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।।
ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।।
ଏହି ସମୟେ ତାଙ୍କ ପାଶ । ରୁକ୍ମିଣୀ ହୋଇଲେ ପ୍ରବେଶ ।।
ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।।
ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।।
ରୁକ୍ମିଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।।
ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ।।
ଆଜି ଯେ ରାଧାଷ୍ଟମୀ ବ୍ରତ । ରାଜ୍ୟରେ ହୁଅଇ ପାଳିତ ।।
ତାହାର ସର୍ବ ବିବରଣ । ଶୁଣିବା ପାଇଁ ବଳେ ମନ ।।
ସେ ରାଧା ଦେବୀ କାହାଘରେ । ଜନ୍ମ ଲଭିଲେ କେଉଁଠାରେ ।।
କାହିଁକି ମର୍ତ୍ତ୍ୟେ ହେଲେ ଜାତ । ତାହା ବିସ୍ତାରି କୁହ ନାଥ ।।
କେବଣ ମହିମା ତାଙ୍କର । କେଉଁ ଅଂଶରେ ଅବତାର ।।
ଶୁଣିବା ପାଇଁ ବଳେ ମନ । ଦାସରେ ସଦୟ ହୋଇଣ ।
କୁହ‌ନ୍ତୁ ସକଳ ବିଷୟ । ମନରୁ ଛାଡ଼ିବ ସନ୍ଦେହ ।।
ଏମନ୍ତ କ‌ହିଣ ରୁକ୍ମଣୀ । ମଉନ ହେଲେ କ୍ଷେତ୍ର ମଣି ।।

ଶ୍ରୀକୃଷ୍ଣ ଉବାଚ

ରୁକ୍ମିଣୀ ବଚନେ ଗୋବିନ୍ଦ । ମନରେ ହୋଇଣ ଆନନ୍ଦ ।।
ବୋଇଲେ ଶୁଣ ପାଟବଂଶୀ । ଯାହା ପୁଚ୍ଛିଲ ହେଲି ଖୁସି ।।
ରାଧାଙ୍କ ଜନ୍ମ ସମାଚାର । ଆବର ମହିମା ତାଙ୍କର ।।
ବର୍ଣ୍ଣନା କରିବାର ପାଇଁ । ବିଧାତା ସକ୍ଷମ ନୁହଇ ।।
ଶଙ୍କର ସଦା କରି ତପ । ନ‌ଜାଣେ ରାଧାଙ୍କ ସ୍ୱରୂପ ।।
ତୁମ୍ଭେ ଯଦ୍ୟପି ଜାଣିବାକୁ । ଆସିଛ ମୋହର ପାଶକୁ ।।
ତା’ ହେଲେ ଯାହା ଜାଣେ ମୁହିଁ । କ‌ହିବି ଶୁଣ ମନ‌ଦେଇ ।।
ରାଧା ବୋଲି ଯେ ଦିଅକ୍ଷର । ସକଳ ପରେ ଅଟେ ସାର ।।
ସେ ରାଧାଠାରୁ ସର୍ବ ସୃଷ୍ଟି । ଜନମିଛନ୍ତି ପରମେଷ୍ଠି ।।
ଦେଖ ଏ ଯେତେ ଜଳସ୍ଥଳ । ରାଧାଙ୍କଠାରୁ ଏ ସକଳ ।।
ଉତ୍ପତ୍ତି ହୋଇଅଛି ଜାଣ । ଆକାଶ ଅନଳ ପବନ ।।
ଆବର ଚନ୍ଦ୍ର ଦିବାକର । ଇନ୍ଦ୍ରାଦି ସକଳ ଅମର ।।
ରାଧା ରାଣୀଙ୍କଠାରୁ ଜାତ । ଜନମିଛନ୍ତି ପଞ୍ଚଭୂତ ।।
ଏହି ପ୍ରକାରେ ତୁମ୍ଭ ନେତ୍ରେ । ଜଗତେ ଦେଖୁଅଛ ଯେତେ ।।
ସମସ୍ତ ସୃଷ୍ଟି ତାହାଙ୍କର । ବର୍ଣ୍ଣିବି କି ଗୁଣ ତାଙ୍କର ।।
ଶୂନ୍ୟ ଶୂନ୍ୟ ଯେ ମହାଶୂନ୍ୟ । ତା ମଧ୍ୟେ ବିଜେ ନିରଞ୍ଜନ ।।
ସେ ନିରଞ୍ଜନ ପରେ ଜାଣ । ନିରାକାରଙ୍କର ଆସ୍ଥାନ ।।
ନିରାକାରଙ୍କ ପରେ ସେହି । ଶୁକ୍ଳାମ୍ବର ଯେ ଛନ୍ତି ରହି ।।
ତାପରେ ଶଶୀ ବର୍ଣ୍ଣିଛନ୍ତି । ନାହିଁ ତାଙ୍କର ରୂପକାନ୍ତି ।।
ଅରୂପେ କରନ୍ତି ବିହାର । ଅବନା ମଣ୍ଡଳ ମଧ୍ୟର ।।
ସେଠାରେ ଯେଉଁପୂର ଅଛି । ବରଣି ନ ପାରିବି କିଛି ।।
ତ‌ହିଁରେ ଅରୂପ ବିହାରି । ଅଛନ୍ତି ଜାଣ ବିଜେ କରି ।।
ସେ ପୁର ମହିମା ଅପାର । ବର୍ଣ୍ଣିବା ଶକ୍ତି ନାହିଁକାର ।।
ତାମଧ୍ୟେ ବିଜେ ପୂର୍ଣ୍ଣ ବ୍ରହ୍ମ । ପୁରୁଷମାନଙ୍କ ଉତ୍ତମ ।।
ବିଜୟ କ‌ହିଛନ୍ତି ଜାଣ । ସର୍ବଦା ଲାଗିଛି ଭଜନ ।।
ରୋଗ ଶୋକ ଯେ ଜରା ମୃତ । ସେଠାରେ ନାହିଁ ତିଳେମାତ୍ର ।।
ଆବର ଦିବସ ରଜନୀ । ନ ହୁଏ ସେଠାବରେ ଜାଣି ।।
ମଳୟ ବ‌ହେ ଅବିରତ । କୁସୁମେ ଭୃଙ୍ଗ ହୋନ୍ତି ମର ।।
ଚନ୍ଦ୍ର ଉଦିଆ ଜଳେ ତ‌ହିଁ । ମାଣିକ୍ୟ ଦ୍ୱୀପ ଯେ ଜଳଇ ।।
ଆବର ରତନର ପୁର । ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି । ମଧ୍ୟେ ଅଛଇ ରାସସ୍ଥଳି ।।
ସେ ରାସ ସ୍ଥଳିର ମହିମା । ବରଣି ନ ପାରିବେ ବ୍ରହ୍ମା ।।
ତା ମଧ୍ୟେ ରତ୍ନବେଦୀ ସାର । ବିଚିତ୍ର ଭାବେ ସେ ତିୟାର ।।
ହୀରା ନୀଳା ଯେ ବଇଡୁର୍ଯ୍ୟ । ହୋଇଛି ନାନା କାରୁକାର୍ଯ୍ୟ ।।
କେବଣ ବିନ୍ଧାଣ ତାହାରେ । ଗଢ଼ିଛି କେବଣ ଯନ୍ତ୍ରରେ ।।
କିପରି କରିଛି ତୟାର । ଦେଖିଲେ ଚକ୍ଷୁ ହେବ ସ୍ଥିର ।।
ଏମନ୍ତ ଯେଉଁ ବେଦୀ ଗୋଟି । ତ‌ହିଁ ବିଜୟ ପରମେଷ୍ଟି ।।
ଶୂନ୍ୟେ ଆସନେ ବିଜେ କରି । ଅଛନ୍ତି ଶ୍ରୀରାଧାଙ୍କୁ ଧରି ।।
ଯୋଗମାୟା ଯେ ତାହାଙ୍କର । ବ‌ହ‌ନ କରିଛନ୍ତି ଭାର ।।
ଅଷ୍ଟକାଳରେ ଅଷ୍ଟସ‌‌ହି । ସେବା କରନ୍ତି ତ‌ହିଁ ଯାଇଁ ।।
ଶାରଳା ବୀଣା ଯନ୍ତ୍ର ଧରି । ବଜାନ୍ତି ଦିବସ ଶର୍ବରୀ ।।
ମାର୍ଦ୍ଦଳ ବଜାନ୍ତି ଶଙ୍କର । ଚାମର ଢାଳେ ସୁନାଶିର ।।
ସେହି ମଣ୍ଡଳ ଅଧିଶ୍ୱରୀ । ଅଟନ୍ତି ଶ୍ରୀରାଧା ସୁନ୍ଦରୀ ।।
ଏକଇ ଅଙ୍ଗେ ବେନିଜନ । ଖେଳନ୍ତି ମହାନିତ୍ୟେ ଜାଣ ।।
ତାହାଙ୍କ ଦର୍ଶନ ନିମନ୍ତେ । କେ କେତେ ଭାବି ହୃଦଗତେ ।।
ଥୋକାଏ ଦୂର ଛନ୍ତି ଯାଇ । ପାବଚ୍ଛ ତଳେ ଛନ୍ତି ରହି ।।
ଜପି ତପି ଯେ ସୁରଗଣ । ଦର୍ଶନ ଆଶାରେ ଯାଇଣ ।।
ଅର୍ଦ୍ଧ ପଥରେ ରହିଛନ୍ତି । ଯିବାକୁ ଆଦେଶ ନ ପାନ୍ତି ।।
ଏମନ୍ତ ଯେଉଁ ରାଧାରାଣୀ । କ‌ହିବି କିସ ତାଙ୍କ ବାଣୀ ।।
ଏହା କ‌ହିଣ ଜନାର୍ଦ୍ଦନ । ଚାହିଁଲେ ରୁକ୍ମିଣୀ ବଦନ ।।
ଏହାପରେ ଯେ ସମାଚାର । କ‌ହିବି ଶୁଣ ସୁଜ୍ଞନର ।।
ଶ୍ରବଣେ ହୋଇବ ମୁକତା । କ୍ଷେତ୍ରମୋହ‌ନ ଲେଖେ ଗୀତା ।।
ଶୁଣ ସୁଜନେ ଦେଇ ଚିତ୍ତ । ରାଧାଅଷ୍ଟମୀ ଜନ୍ମଗତ ।।
ଶ୍ରବଣ କରିଲେ କର୍ଣ୍ଣରେ । ବସିବ ବଇକୁଣ୍ଠ ପୁରେ ।।
ପାଳନ କରିବେ ଯେ ଜନ । କ‌ହି ନୁହଇ ତାର ପୁଣ୍ୟ ।।
ଶ୍ରୀକୃଷ୍ଣ ନିତ୍ୟ ସମାଚାର । ଭାଷନ୍ତେ ରାଣୀଙ୍କ ଆଗର ।।
ଉଠିଣ ସତ୍ୟଭାମା ତ‌ହିଁ । ପାଦରେ ପ୍ରଣିପାତ ହୋଇ ।।
ବୋଇଲେ ଆହେ ପ୍ରାଣେଶ୍ୱର । ସନ୍ଦେହ ହୁଏ ମୋ ମନର ।।
କ‌ହିଲ ରାଧା ନିତ୍ୟଶ୍ୱରୀ । ରାସ ମଣ୍ଡଳ ଅଧିକାରୀ ।।
ଆବର କ‌ହିଲେ ଆମ୍ଭରେ । ବିଜୟ ରତ୍ନ ବେଦୀ ପରେ ।।
ଏକଇ ଅଙ୍ଗେ ରାଧାକୃଷ୍ଣ । ହୋଇଣ ଛନ୍ତି ପ୍ରତିଷ୍ଠିତ ।।
ସର୍ବଦା ରାହାସ କରନ୍ତି । ଦିବା ରଜନୀ ନ ଜାଣନ୍ତି ।।
ଏମନ୍ତ ଯେଉଁ ରାସେଶ୍ୱରୀ । ଶ୍ରୀରାଧା ନାମ ଯେ ତାଙ୍କରି ।।
ଆବର କୃଷ୍ଣ ସଙ୍ଗେ ଛନ୍ତି । ତିଳେହେଁ ଅଲଗା ନୁହ‌ନ୍ତି ।।
ଏଣେ କିପରି ଗୋପପୁରେ । ଜନ୍ମିଲେ ବୃଷଭାନୁ ଘରେ ।।
ଚନ୍ଦ୍ରସେଣାକୁ ବିଭା ଦେଲେ । ତୁମ୍ଭର ମାଇଁ ବୋଲାଇଲେ ।।
ମାଇଁ ଭଣଜା କେଉଁପରି । ବିହାର କଲେ ହେ ମୁରାରି ।।
ଷୋଳ ସ‌ହସ୍ର ଗୋପୀ ସଙ୍ଗେ । ରମିଲେ ରାଧା ନେଇ ରଙ୍ଗେ ।।
ଏହା କିପରି କଲ ନାଥ । ଶୁଣି ମୁଁ ହୁଏ ଆଚମ୍ବିତ ।
ସେ ମହାନିତ୍ୟ ରାଧା ସ‌ହ । ଏ ରାଧା ସମ୍ବନ୍ଧ କି କ‌ହ ।।
କିପରି ଭାବେ କେଉଁଦିନ । ମର୍ତ୍ତ୍ୟେ ହୋଇଲେ ଉତପନ୍ନ ।।
କାହିଁକି ଜନମିଲେ ସେହି । କ‌ହ‌ନ୍ତୁ ଆମ୍ଭରେ ବୁଝାଇ ।।
ପୁଣି ସେ ଅନ୍ୟାନ୍ୟ କୂଳରେ । ନ ଜନ୍ମି କିମ୍ପା ଗୋପ‌ପୁରେ ।।
ଗଉଡ଼ ଘରେ ହେଲେ ଜାତ । ବୁଝାଇ କ‌ହ ପ୍ରାଣନାଥ ।।
ଆବର କାହା ଜନ୍ମଦିନ । ସକଳେ କରନ୍ତି ପାଳନ ।।
ଏ ଛାର ଗଉଡ଼ୁଣୀଟାର । ବ୍ରତ ପାଳନ୍ତି କିବା ନର ।।
କି ଅବା ନିତ୍ୟ ରାସେଶ୍ୱରୀ । ବ୍ରତ ପାଳନ୍ତି ନର ନାରୀ ।।
ତାହା ଶୁଣାଇ ଆମ୍ଭ ଚିତ୍ତ । ତୃପତ କର ଆହେ ନାଥ ।।
ଏମନ୍ତ ଭାଷିଣ ବଚନ । ସତ୍ୟ ଯେ ହୋଇଲେ ମଉନ ।।
କ୍ଷେତ୍ରମୋହ‌ନ ଯୋଡ଼ିକର । ବୋଲଇ ଶୁଣ ସମାଚାର ।।
ସେ ରାଧାକୃଷ୍ଣଙ୍କ ପୟରେ । ଶରଣ ପଶ ସର୍ବନରେ ।।
ଶୁଣ ହେ ସତୀ ଶିରୋମଣି । ପୁଚ୍ଛିଲେ ତୁମ୍ଭେ ଯେଉଁ ବାଣୀ ।।
ତାହା ହେ ଅତ୍ୟନ୍ତ ଗ‌ହ‌ନ । ଶ୍ରବଣେ ହୋଇବ ମୋଚନ ।।
ମର୍ତ୍ତ୍ୟରେ ଯେଉଁ ରାଧାରାଣୀ । ଜନ୍ମିଲେ ଗୋପ‌ପୁରେ ପୁଣି ।।
ସେ ରାଧା ନିତ୍ୟ ରାଧାଙ୍କର । ପ୍ରଭେଦ ନାହିଁ ତିଳେମାତ୍ର ।।
ମୋ ସଙ୍ଗେ ତାହାଙ୍କର ଭାବ । ସଂସାରେ ଅଟଇ ଦୁର୍ଲ୍ଲଭ ।।
କ‌ହିଲ ମାଇଁ ମୋର ସେହି । ଲୋକେ ଦେଖାଣ ଯେ ଅଟଇ ।।
ପ୍ରକୃତ ଘଟଣା ଜାଣିଲେ । ପୁଛିବ ନାହିଁ କେବେ ହେଲେ ।।
କ‌ହିଛି ଆଗରୁ ବୁଝାଇ । ରାଧାଙ୍କ ଗୁଣ କ‌ହିନୋହି ।।
ତାହାଙ୍କ ପାଦରେଣୁ ସାଥେ । ସମ ନୋହିବେ କେହି ମର୍ତ୍ତ୍ୟେ ।।
ସେ ରାସେଶ୍ୱରୀ କାହିଁ ପାଇଁ । ଜନ୍ମିଲେ ଶୁଣ ମନ ଦେଇ ।।
ଯୁଗକୁ ଯୁଗ ମ‌ହୀ ତଳେ । ଜନମୁଁ ଆମ୍ଭେ ବେନିହଳେ ।
ଆପଣା କାର୍ଯ୍ୟ ଶେଷ କରି । ନିତ୍ୟକୁ ଯାଉ ଯେ ବାହାରି ।।
ସତ୍ୟଯୁଗରେ ଜାଣ ମୁହିଁ । ନୃସିଂହ ରୂପ ଥିଲି ବ‌ହି ।।
ରାଧା ଜେ ମାଳତୀ ନାମରେ । ଆସିଣ ଥିଲେ ମୋ ସଙ୍ଗରେ ।।
ଦାନବ ବଳ କରି ଧ୍ୱଂସ । ନିତ୍ୟେ ହୋଇଲୁ ପରବେଶ ।।
ତାପରେ ତ୍ରେତୟା ଯୁଗରେ । ଆମ୍ଭେ ଜନ୍ମିଲୁ ଅଯୋଧ୍ୟାରେ ।।
ରାମ ଅବତାର ଥିଲୁ ହୋଇ । ସେ ଥିଲେ ସୀତା ନାମ ବ‌ହି ।।
ସେ ଯୁଗେ ଅପାର କଷଣ । ଲଭିଲୁ ଆମ୍ଭେ ଦୁଇଜଣ ।।
ତାପରେ ନିଜ ପୁରେ ଗଲୁ । ରାସ ଉତ୍ସବେ ମନ ଦେଲୁ ।।
ଏହି ସମୟେ କଂସାସୁର । ଜନ୍ମ ଲଭିଲା ମଥୁରାର ।।
ଦେବଙ୍କୁ ବ‌ହୁତ ଦଣ୍ଡିଲା । ପାଦରେ ଆଣି ଖଟାଇଲା ।।
ଦେବେ ତାହାର ଅତ୍ୟାଚାରେ । ବ୍ୟଥିତ ହୋଇ ଆକୁଳରେ ।।
ଧାତାଙ୍କୁ ସଙ୍ଗତରେ ନେଇ । ମିଳିଲେ କ୍ଷୀରାବ୍‌ଧିରେ ଯାଇ ।।
ତା ତଟେ ବସିଣ ଅମରେ । ଡାକିଲେ ମୋତେ ଆକୁଳରେ ।।
ତାହାଙ୍କ କଷଣ ନ ସ‌ହି । ପ୍ରବେଶ ହେଲି ତ‌ହିଁ ଯାଇଁ ।।
ପୁଛିଲେ ତାହାଙ୍କ କାରଣ । କ‌ହିଲେ ଧାତା ବୁଝାଇଣ ।।
କଂସାସୁରର ଅତ୍ୟାଚାର । ବଢ଼ୁଛି ଭୋ ପ୍ରଭୁ ଅପାର ।।
ଆପଣ ଯେବେ ନ ବୁଝିବେ । ସକଳ ଅମରେ ମରିବେ ।।
ଏପରି କୁହ‌ନ୍ତେ ବିଧାତା । ଆମ୍ଭେ ବୋଇଲୁ କ୍ରୋଧେ କଥା ।।
ତ୍ରେତୟା ଯୁଗେ ତୁମ୍ଭ ପାଇଁ । ଅପାର କଷ୍ଟ ଆମେ ପାଇ ।।
ମାଇଲୁ ଦୁର୍ଦ୍ଦାନ୍ତ ରାବଣ । ନାଶିଲୁ ସର୍ବ ଦୈତ୍ୟଗଣ ।।
ତ‌ଥାପି ତୁମେ ନ ବୁଝିଲ । ବ୍ରହ୍ମ ହତ୍ୟାରେ ଦାୟୀକଲ ।।
ଏକ୍ଷଣି କଂସ ଅତ୍ୟାଚାର । ଭୟରେ ହୋଇ ଜର ଜର ।।
ଆମ୍ଭଙ୍କୁ କରୁଛି ଆପତ୍ତି । ପଛରେ ଶୁଣି ଦେବ ଶାସ୍ତି ।।
ଏପରି କ‌ହନ୍ତି କ୍ରୋଧରେ । ଅମରେ ପଡ଼ିଲେ ପୟରେ ।।
ବିଧାତା କ‌ହିଲେ ବୁଝାଇ । ଏ ଜନ୍ମ ତୋଷ ହେବ ସାଇଁ ।।
ଷୋଳ ସ‌ହସ୍ର ରମଣୀଙ୍କୁ । ପେଶିବୁ ଆମେ ଯେ ଗୋପକୁ ।।
ତାହାଙ୍କ ସଙ୍ଗେ ବିହରିବ । ମର୍ତ୍ତ୍ୟରେ ରାହାସ କରିବ ।।
ତାପରେ ମଧୁପୁରେ ରାଜା । ହୋଇଣ ପାଳିବ ପରଜା ।।
ଅପାର ଆନନ୍ଦ ପାଇବ । ସୁଖରେ ମର୍ତ୍ତ୍ୟେ ବିହରିବ ।।
ଏମନ୍ତ ଧାତା ବୁଝାବନ୍ତେ । କିଞ୍ଚିତ ତୋଷ ହେଲୁ ଚିତ୍ତେ ।

Address

Chatrapur

Website

Alerts

Be the first to know and let us send you an email when PROUD to be GOUDA posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to PROUD to be GOUDA:

Share