07/09/2025
#ଭାଗବତଜନ୍ମ
#ଭାଗବତର_ଅର୍ଥ-💥
ଭା : ଭା ର ଅର୍ଥ " ଭାବ "
ଗ : ଗ ର ଅର୍ଥ " ଜ୍ଞାନ "
ବ: ବ ର ଅର୍ଥ " ବ୍ରହ୍ମାଣ୍ଡ "
ତ: ତ ର ଅର୍ଥ " ତତ୍ୱ "
📖ଭାଗବତ ଜନ୍ମ📖
🙏ଭାଦ୍ରବ ପୂର୍ଣ୍ଣିମା 🙏
ପ୍ରଥମେ ଭଗବାନ ବିଷ୍ଣୁ ଚାରିଟି ଶ୍ଳୋକରେ ବ୍ରହ୍ମା ଙ୍କୁ ଶ୍ରୀମଦ ଭlଗବତ ର ଶିକ୍ଷା ଦେଇଥିଲେ l
ବ୍ରହ୍ମା ସେହି ଚାରିଟି ଶ୍ଳୋକରେ ବ୍ୟାସ ଙ୍କୁ ଭାଗବତ ଶିକ୍ଷା ଦେଲେ l
ବ୍ୟାସ ନାରଦଙ୍କୁ ଶହେଟି ଶ୍ଳୋକରେ ଭlଗବତ ଶିକ୍ଷା ଦେଲେ l ନାରଦ ସେହି ଏକ ଶହ ଶ୍ଳୋକରେ ଶୁକ ଦେବ ଙ୍କୁ ଭlଗବତ ଜ୍ଞାନ ଦେଲେ l
ଶୁକ ଦେବ ଗଙ୍ଗାକୁଳ ନୈମିଶlରଣ୍ୟ ରେ ପରୀକ୍ଷିତ ଙ୍କୁ ଅଠର ହଜାର ଶ୍ଳୋକରେ ସାତଦିନ ବ୍ୟାପୀ ଭlଗବତ ର ପାରାୟଣ କରାଇଥିଲେ l ଏଥିରେ ଅନ୍ୟାନ୍ୟ ମୁନିଋଷି ମାନେ ମଧ୍ୟ ଶ୍ରୋତା ଥିଲେ ଯେଉଁମାନେ ଭାଗବତ ଧର୍ମ ପ୍ରଚାର କରିଥିଲେ l
ବିଶ୍ୱ ବିଖ୍ୟାତ ଟୀକାକାର ଶ୍ରୀଧର ସ୍ୱାମୀ ମୂଳ ଶ୍ରୀମଦ ଭlଗବତ ଉପରେ ୨୪୦୦୦ ଶ୍ଳୋକରେ ଭାବାର୍ଥ ଦୀପିକା ଟୀକା ଲେଖିଲେ l ଏହାକୁ ଅତିବଡ଼ି ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତିରେ ଓଡ଼ିଆ ଅନୁବାଦ କରିଥିଲେ ଯାହା ଓଡ଼ିଆଙ୍କର ଭାଗବତ ଟୁଙ୍ଗୀ ରେ ଓ ଘରେ ଘରେ ପୂଜା ପାଉଛି ଓ ନିତ୍ୟ ପାଠ କରାଯାଉଛି l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l
🙏🏻🙏🏻ଶ୍ରୀ ଭାଗବତ ଜନ୍ମ - ଭାଦ୍ର ପୂର୍ଣ୍ଣିମା🙏🏻🙏🏻
ନିଗମ କଳ୍ପତରୋର୍ଗଳିତମ ଫଳମ
ଶୁକ ମୁଖାଦମୃତ ଦ୍ରଵ ସଞ୍ଜୁତଂ l
ପିବତ ଭାଗବତଂ ରସମାଳୟଂ
ମୁହୂରହୋ ରସିକା ଭୁବି ଭାବୁକଃ ll
ସଂସ୍କୃତ ଶ୍ରୀମଦ ଭାଗବତଂ, ପ୍ରଥମ ଶ୍ଳୋକ l
ମହାମୁନି କୃଷ୍ଣଦ୍ୱୈପାୟନ ବ୍ୟାସ ମହାରାଜ ଅଠର ଖଣ୍ଡ ପୁରାଣ ରଚନା କରି କହିଲେ "ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ଵୟମ, ପରୋପକାରାୟ ସ୍ୱର୍ଗାୟ, ପାପାୟ ପରପୀଡନଂ " l ଅନେକ ପୁରାଣ ଲେଖି ମାନସିକ ଶାନ୍ତି ନ ପାଇ ଦେବର୍ଷି ନାରଦଙ୍କ ପରାମର୍ଶରେ ପରମପୁରୁଷ ଶ୍ରୀକୃଷ୍ଣଙ୍କ କାହାଣୀ ଶ୍ରୀମଦ ଭାଗବତ ରଚନା କରି ଥିଲେ l
ଶ୍ରୀମଦ୍ଭାଗବତଂ ନାମ
ପୁରାଣଂ ଲୋକ ବିଶ୍ରୁତମ୍
ଶୃଣୁୟାଚ୍ଛ୍ରଦ୍ଧୟା ଯୁକ୍ତୋ
ମମ ସନ୍ତୋଷକାରଣମ୍
ଶ୍ରୀମଦ୍ଭାଗବତ ନାମକ ଲୋକବିଖ୍ୟାତ ପୁରାଣକୁ ପ୍ରତିଦିନ ଶ୍ରଦ୍ଧାଯୁକ୍ତ ହୋଇ ଶ୍ରବଣ କରିବା ଉଚିତ । ଏହାଦ୍ୱାରା ମୁଁ ସନ୍ତୁଷ୍ଟ ହୋଇଥାଏ ।।
ନିତ୍ୟଂ ଭାଗବତଂ ଯସ୍ତୁ
ପୁରାଣଂ ପଠତେ ନରଃ
ପ୍ରତ୍ୟକ୍ଷରଂ ଭବେତ୍ତସ୍ୟ
କପିଳାଦାନକଂ ଫଳମ୍
ଯେ ପ୍ରତ୍ୟହ ଭାଗବତ ମହାପୁରାଣ ପାଠ କରେ , ତାକୁ ଭାଗବତର ପ୍ରତ୍ୟେକ ଅକ୍ଷର ଉଚ୍ଚାରଣରେ ଗୋଟିଏ ଲେଖାଏଁ କପିଳା ଗାଇ ଦାନ କରିବାର ପୁଣ୍ୟ ମିଳେ ।।
ଶ୍ଳୋକାର୍ଦ୍ଧଂଶ୍ଳୋକପାଦଂବା
ନିତ୍ୟଂ ଭାଗବତୋଦ୍ଭବମ୍
ପଠତେ ଶୃଣୁୟାତ୍ ଯସ୍ତୁ
ଗୋସହସ୍ରଫଳଂ ଲଭେତ୍
ଯେ ପ୍ରତିଦିନ ପବିତ୍ର ଚିତ୍ତରେ ଭାଗବତରୁ ଗୋଟିଏ ଶ୍ଳୋକର ଅଧା ବା ଏକଚତୁର୍ଥାଂଶ ପାଠ କରେ , ତାକୁ ଏକ ହଜାର ଗୋଦାନର ଫଳ ମିଳେ ।।
ଯଃପଠେତ୍ ପ୍ରୟତୋ ନିତ୍ୟଂ
ଶ୍ଳୋକଂ ଭାଗବତଂ ସୁତଂ
ଅଷ୍ଟାଦଶପୁରାଣାନାଂ
ଫଳଂମାପ୍ନୋତି ମାନବଃ
ଯେ ପ୍ରତିଦିନ ପବିତ୍ର ଚିତ୍ତରେ ଭାଗବତରୁ ଗୋଟିଏ ଶ୍ଳୋକ ପାଠ କରେ , ସେ ଅଷ୍ଟାଦଶ ପୁରାଣ ପାଠ କରିବାର ଫଳ ପାଏ ।
ନିତ୍ୟଂ ମମ କଥା ଯତ୍ର
ତତ୍ର ତିଷ୍ଠନ୍ତି ବୈଷ୍ଣବାଃ
କଳିବାହ୍ୟା ନରାସ୍ତେ ବୈ
ଯେର୍ଚ୍ଚୟନ୍ତି ସଦା ମମ
ଯେଉଁଠି ନିତ୍ୟ ମୋ ବିଷୟରେ ଚର୍ଚ୍ଚା ହୁଏ , ସେଠାରେ ବିଷ୍ଣୁପାର୍ଷଦମାନେ ( ପ୍ରଲ୍ହାଦ ପ୍ରଭୃତି ଭକ୍ତ ) ଅବସ୍ଥାନ କରନ୍ତି । ମତ୍ ସ୍ବରୂପ ଭାଗବତଶାସ୍ତ୍ରକୁ ପୂଜା କରୁଥିବା ଲୋକଙ୍କ ଉପରେ କଳିରାଜା ଶାସନ କରିପାରେ ନାହିଁ ।
ଭାଦ୍ରବ ପୂର୍ଣ୍ଣିମା ଇନ୍ଦୁପୁନେଇଁ ବା 'ଇନ୍ଦ୍ର ପୂର୍ଣ୍ଣିମା ଭାବ ଖ୍ୟାତ । କୃଷିପ୍ରଧାନ ଭାରତବର୍ଷରେ ବୃଷ୍ଟିଦେବତା ଇନ୍ଦ୍ରଙ୍କ ଜନ୍ମତିଥିକୁ ପ୍ରାଧାନ୍ୟ ଦେଇ ଇନ୍ଦ୍ରୋତ୍ସବ ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଅଛି । ସାରାଭାରତବର୍ଷ କାହିଁକି ଏପରିକି ପୃଥିବୀର କେତେକ ସ୍ଥାନରେ ଇନ୍ଦ୍ରପୂଜାର ପ୍ରସିଦ୍ଧି ରହିଛି । ଇନ୍ଦୁ ସୋମ ଅର୍ଥ ଦ୍ୟୋତକ ‘ଇନ୍ଦ୍ରୌରମତେ ଇତି ଇନ୍ଦୁ’ । ଇନ୍ଦୁ ଅର୍ଥ ଐଶ୍ୱର୍ଯ୍ୟ ଏବଂ ପ୍ରଦୀପ୍ତ । ଯିଏ ପରମ ଐଶ୍ୱର୍ଯ୍ୟଶାଳୀ ଈଶ୍ୱର ସେ ଇନ୍ଦ୍ରପଦବାଚ୍ୟ ଏବଂ ଯିଏ ପ୍ରଦୀପ୍ତ କରାନ୍ତି ସେ ଇନ୍ଦ୍ର ଅଟନ୍ତି । ଆଧିଭୌତିକ ଅର୍ଥପକ୍ଷେ ଇନ୍ଦ୍ର-ବର୍ଷା, ଆଧିଭୌତିକ ଅର୍ଥପକ୍ଷେ- ଇନ୍ଦ୍ରଦେବତା ଏବଂ ଆଧ୍ୟାତ୍ମିକ ଅର୍ଥପକ୍ଷେ ଇନ୍ଦ୍ରମନ ଅର୍ଥ ପରକ । ଗୋପଥ ବ୍ରାହ୍ମଣରେ ଇନ୍ଦ୍ରମନ ବୋଲି ଉଲ୍ଲେଖ ମିଳେ- ‘ଯନ୍ ମନଃ ସଃ ଇନ୍ଦ୍ରଃ’ । ଆଧ୍ୟାତ୍ମିକ ଅର୍ଥରେ ଇନ୍ଦ୍ର, ମନ ଓ ସୋମ ବା ଇନ୍ଦୁ ଆନନ୍ଦ ଅଟେ । ବୈଦିକ ଆର୍ଯ୍ୟମାନଙ୍କ ପ୍ରିୟତମ ରାଷ୍ଟ୍ରୀୟ ଦେବତା ଭାବେ ଇନ୍ଦ୍ର ପ୍ରସିଦ୍ଧ । ସେ ସମସ୍ତେ ସଂସାରର ଶାସକ ଏକ ଈଶାନ ଓଜସା (ରୁକ୍-୮ /୬ /୪୧) । ଏଣୁ ଇନ୍ଦ୍ରଙ୍କ ଦେବରାଜ ଉପାଧି ଯଥାର୍ଥ । ଅଥର୍ବ ବେଦରେ ଇନ୍ଦ୍ର ଓ ସୂର୍ଯ୍ୟ ଅଭିନ୍ନ ଅଟନ୍ତି । ଶତପଥ ବ୍ରାହ୍ମଣରେ ‘ଅୟଂ ବା ଇନ୍ଦ୍ରୋ ଯ ଏଷପବତେ’ରୁ ବାୟୁ ସହିତ ଇନ୍ଦ୍ରଙ୍କ ତାଦାତ୍ମା ସୂଚିତ ହୋଇଥାଏ । ଏଣୁ ଇନ୍ଦ୍ରଙ୍କ ମରୁତ୍ୱାନ୍ ବିଶେଷଣ ଯଥାର୍ଥ । ରୁକ୍ ବେଦ ୧୦ /୫୪ /୨ରେ ଇନ୍ଦ୍ରଙ୍କୁ ପରଂବ୍ରହ୍ମ ଭାବେ ମଧ୍ୟ ଅଭିହିତ କରାଯାଇଛି ।
ଇତିହାସ ଓ ମନ୍ଦିର
ମହାଭାରତକାଳୀନ ‘ଇନ୍ଦ୍ରପ୍ରସ୍ଥ’ ଇନ୍ଦ୍ର ଉପାସନାର ସଂକେତ ବହନ କରିଥାଏ । ‘ଇନ୍ଦ୍ର ପ୍ରସ୍ତ ଗମସ୍ତା ବତକାରୀ ମା’ ସନ୍ତୁ ଚେୟଦ’ (ଶିଶୁପାଳ- ମହାକାବ୍ୟ-୨ /୬୩) ।ଉଦିପୀର ୩ମାଇଲ ପୂର୍ବକୁ ଗଲେ ଏକ ଇନ୍ଦ୍ରାଣୀ ମନ୍ଦିର ଦେଖିବାକୁ ମିଳିଥାଏ । ସେଠାରେ ଦେବୀ ଇନ୍ଦ୍ରାଣୀ ତପସ୍ୟା କରୁଥିଲେ ବୋଲି କିମ୍ବଦନ୍ତୀ ଅଛି । କୋଠିୟାର ଦୁଇ ମାଇଲ ଦୂରବର୍ତ୍ତୀ ନର୍ମଦା ନଦୀ କୂଳରେ ଇନ୍ଦ୍ରେଶ୍ୱର ମନ୍ଦିର ବିରାଜମାନ । ବୁତ୍ରାସୁର ବଧପରେ ଇନ୍ଦ୍ର ଏହିଠାରେ ହିଁ ତପସ୍ୟା କରୁଥିଲେ । ନର୍ମଦା ନଦୀ ଦକ୍ଷିଣ ତଟରେ ଇନ୍ଦ୍ରବାଣ ବୋଲି ଏକ ଗ୍ରାମ ରହିଛି । ଯେଉଁଠାରେ କି ଶତ୍ରତୀର୍ଥ ବିଦ୍ୟମାନ । କଥିତଅଛି କି ଏଠାରେ ଇନ୍ଦ୍ର ତପସ୍ୟା କରି, ଶକ୍ରେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରିଥିଲେ ।
ଦକ୍ଷିଣ ଭାରତରେ ଥିବା ବୌଦ୍ଧକୀର୍ତ୍ତି ପରିପୂରିତ ଅମରାବତୀରେ ଇନ୍ଦ୍ର ଉପାସନା ପ୍ରଚଳିତ ଥିବା କୁହାଯାଏ । ସେହିପରି ଓଡ଼ିଶାର ଅବିଭକ୍ତ କଟକ ଜିଲ୍ଲାର ଅମରାବତୀଠାରେ ଇନ୍ଦ୍ରଇନ୍ଦ୍ରାଣୀ ଉପାସନା ଲାଗି ପ୍ରସିଦ୍ଧ ଥିବା କଥା ଓଡ଼ିଆ ସାହିତ୍ୟ ଓ ଇତିହାସମାନଙ୍କରେ ଚର୍ଚ୍ଚିତ । ନୟାଗଡ଼ର ଗୋଡ଼େଇ ପାଟଣା ଇନ୍ଦ୍ରଇନ୍ଦ୍ରାଣୀ ଉପାସନା ଲାଗି ପରିଚିତ । ଜୁନାଗଡ଼ଠାରୁ ୬ମାଇଲ ଦୂରବର୍ତ୍ତୀ ଇନ୍ଦ୍ରେଶ୍ୱର ଶିବମନ୍ଦିର ବିଦ୍ୟମାନ । ଏହା ଇନ୍ଦ୍ରଙ୍କ ତପସ୍ୟା ସ୍ଥାନ । ନରସୀ ମେହେଟ୍ଟା ଏହାକୁ ସ୍ଥାପନା କରିଥିଲେ । ଆମେରିକାର ହଣ୍ଡୁରାସ କୋପାଳ ବନାଞ୍ଚଳରେ ଗଜାରୂଢ଼ ଇନ୍ଦ୍ରଙ୍କ କମନୀୟ ବିଗ୍ରହ ଉପଲ୍ଧ । ମାଲେସିଆର ରାଜବଂଶୀ ନିଜକୁ ‘ଇନ୍ଦ୍ରବଂଶୀ’ ବୋଲି ଘୋଷଣା କରି ମାଳୟକୁ ଇନ୍ଦ୍ରପୁର ଭାବେ ଅଭିହିତ କରିଥାନ୍ତି ।
ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଇନ୍ଦ୍ରଙ୍କ ଏକ ବିଗ୍ରହ ଏବଂ ଏକ ମନ୍ଦିର ରହିଅଛି । ତାହାକୁ ଲୋକେ ସୂର୍ଯ୍ୟ ମନ୍ଦିର ବୋଲି ଜାଣନ୍ତି । କୋଣାର୍କର ପତନପରେ ସୂର୍ଯ୍ୟମୂର୍ତ୍ତିକୁ ଅଣାଯାଇ ଇନ୍ଦ୍ରଙ୍କ ସମ୍ମୁଖରେ ରଖାଯାଇଛି । କଳ୍ପବଟ ତଳେ ଦେବୀ ଇନ୍ଦ୍ରାଣୀଙ୍କ ମନ୍ଦିର ବିରାଜମାନ, ଯାହା ଘୁମୁଷର ପଣ୍ଡାଙ୍କ ଅଧିନରେ । ଲକ୍ଷ୍ମୀ ମନ୍ଦିର ସମ୍ମୁଖସ୍ଥ ଶ୍ରୀମନ୍ଦିରର ପିଢ଼ୀକୁ ଦେବସଭା ବୋଲି କୁହାଯାଏ । ଇନ୍ଦ୍ରୋତ୍ସବ ଦିନ ଲକ୍ଷେ ବଳିତା ଝାଡ଼ ଜଳାଯାଇ ଇନ୍ଦ୍ରୋତ୍ସବକୁ ସ୍ୱାଗତ କରାଯାଏ ।
“ ଭାଦ୍ରମାସେ ପୌର୍ଣ୍ଣମାସ୍ୟା କୁର୍ଯ୍ୟାତ୍ ଇନ୍ଦ୍ରୋମହୋତ୍ସବ
ମେଘେନୁକ୍ତେ ସମାଖ୍ୟାତା କାର୍ଯ୍ୟାଲୋକ ବିଭୂତୟେ ସଂବର୍ତ୍ତାଦି ମହାମେଘ ସହ ପୂଜୟେତ୍ ସୁରେଶ୍ୱର ମେଘ ବେଦ୍ୟେତ୍ତରେ ତତ୍ର ପ୍ରପୂଜୟେତ୍ ଦେବକୀ ସୁତ ନାନାରତ୍ନ ସୁବର୍ଣ୍ଣେନ ବିଚିତ୍ର ଶିବିକୋପରି ପ୍ରପୂଜୟେତ ଦେବ ଗୋବିନ୍ଦଂ ଗନ୍ଧପୁଷ୍ପ କ୍ଷତୈ ସହ ଇନ୍ଦ୍ର ଗୋବିନ୍ଦ ଚଂ ପ୍ରପୂଜୟେତ୍ କେଳି କୌତୁକ ଯୁଗତଃ
”
—(ବାମଦେବ ସଂହିତା)
ଇନ୍ଦ୍ରଗୋବିନ୍ଦ ମହୋତ୍ସବ ରାଜକୀୟ ଉତ୍ସବ ହୋଇଥିବାରୁ ଏହା ଶ୍ରୀମନ୍ଦିର ମଧ୍ୟରେ ଓ ରାଜନବରରେ ପରିପାଳିତ । ଏପରି ଅନ୍ୟତ୍ର ପ୍ରାୟ ବିରଳ । ଏକ କାଠନିର୍ମିତ ଐରାବତ ହସ୍ତୀପୃଷ୍ଠରେ ଇନ୍ଦ୍ର ହରଚଣ୍ଡି ସାହି ଆଖାଡ଼ାଘରଠାରୁ ବାଲିସାହି ମଧ୍ୟଦେଇ ସିଂହଦ୍ୱାର ସମ୍ମୁଖରେ ଉପସ୍ଥିତ ହୁଅନ୍ତି । ଇନ୍ଦ୍ର ଓ ଗୋବିନ୍ଦ ଉଭୟଙ୍କୁ ବନ୍ଦାପନା କରାଯାଇ ଉତ୍ସବ ସମାହିତ ହୋଇଥାଏ । ବ୍ୟୟ ସାପେକ୍ଷ ହେତୁ ବର୍ତ୍ତମାନ କେବଳ ଜଣେ ସେବକ ଏକ କ୍ଷୁଦ୍ର ହସ୍ତୀପ୍ରତିମା ଆଣି ଏହି ସେବା ସମ୍ପନ୍ନ କରୁଛନ୍ତି ।
ନିଖିଳ ଶାସ୍ତ୍ର ସିନ୍ଧୁକୁମନ୍ଥନକରି ସାକ୍ଷାତ୍ ଭଗବାନ ସ୍ୱରୂପ ବେଦବ୍ୟାସ ଯେଉଁ ଦୁର୍ଲ୍ଲଭ ଶାସ୍ତ୍ର ରଚନାକରି ଥିଲେ ତାହାଶ୍ରାମଦ୍ ଭାଗବତ ମହାପୁରାଣ ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରାପ୍ତିର ଦିବ୍ୟ ରାଜମାର୍ଗ ଶ୍ରୀମଦ୍ ଭାଗବତ ଭଗବାନ୍ ଶ୍ରୀକ୍ରୁଷ୍ଣ ଙ୍କର ସାକ୍ଷାତ ବାଙଗମୟ ସ୍ୱରୁପ ଭାଗବତ ଶକ୍ତିତତ୍ୱ କ୍ରୁପାମୟୀ ରାଧାରାଣୀ ମାଠାକୁରାଣୀକଂର ସଦିଛ୍ଛା, ଫଳସ୍ୱରୂପ ଜଗନ୍ନାଥ ଦାସ କ୍ରୁତ ନବାକ୍ଷରୀ ଭାଗବତ କୋଟି ହ୍ରୁଦୟର ମଉଡମଣୀ ପରମ ବନ୍ଦନୀୟ ଜଗନ୍ନାଥ ଦାସ ଚରଣ କମଳେ ଶତବାର ପ୍ରଣାମପୂର୍ବକ ଅଧମର ଭାଗବତଜନ୍ମ ଦିବସର ଶୁଭେଛାବାର୍ତ୍ତା , ସହ ଘରେଘରେ ନିତ୍ୟ ଭାଗବତର ଜାଗରଦୀପ ପ୍ରଜ୍ୱଳୀତ ହେଉ
ଆକୃଷ୍ଣନିର୍ଗମାତ୍ ତ୍ରି°ଦଶବର୍ଷାଧିକଗତେ କଳୌ ।
ନବମୀତୋ ନଭସ୍ୟେ ଚ କଥାରମ୍ଭ° ଶୁକୋ^କରୋତ୍ ।।
* ସୂତମୁନି କହିଲେ-
ଭଗବାନ ଶ୍ରୀକୃଷ୍ଣ ସ୍ଵଧାମକୁ ଫେରିଯିବା ପରେ କଳିଯୁଗର ତିରିଶ ବର୍ଷରୁ କିଛି ଅଧିକ ସମୟ ଅତିବାହିତ ହେଲା ପରେ ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଶ୍ରୀ ଶୁକଦେବ ଶ୍ରୀମଦ୍ ଭାଗବତ କଥା ଆରମ୍ଭ କରିଥିଲେ ଓ ତାହା ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଦିନ ପୂର୍ଣ୍ଣତାପ୍ରାପ୍ତ ହୋଇଥିଲା , ଯାହା କି ଭାଗବତ ଜନ୍ମ ଦିବସ ରୂପେ ଜଗତରେ ଖ୍ୟାତ ।
ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ
****************
ମାତୃ ହୃଦୟ ର କରୁଣ ବେଦନା ରୁ ଭାଗବତ ସ୍ରୁଷ୍ଟି. ! ସ ରଳ ସରସ ବୋଧଗମ୍ୟ ସାବଲୀଳ ଭାଷା ନବାକ୍ଷରୀ ଛନ୍ଦ ଗୁଜ ରି ବୃତ ରେ ଭାଗବତ ଲେଖିଛନ୍ତି ଭକ୍ତ କବି ଅତିବଡ଼ି ଜଗନ୍ନାଥ ଦାସ.! ସମସ୍ତେ ପଢିବେ ସମସ୍ତେ ବୁଝିବେ ଓ ବୁଝାଇବେ ହେଉଛି ଭାଗବତ ର ଗୁଣବତ୍ତା.! ଅଠର ଖଣ୍ଡ ପୁରାଣ ଭାଗବତ ପଞ୍ଚମ ସ୍ଥାନରେ ଥିଲେ ମଧ୍ଯ ଭାଗବତ ଏମିତି ଏକ ଅମୂଲ୍ୟ ଗ୍ରନ୍ଥ ଯେଉଁଥିରେ ସାହିତ୍ଯ ଦର୍ଶନ ଇତିହାସ ଭୂଗୋଳ ଜ୍ୟୋତିଷ ଶାସ୍ତ୍ର ବିଜ୍ଞାନ ବିଶେଷ କରି ମାନବ ଜୀବନ ଉପରେ ଅନେକ ଉପାଦେୟ ତଥ୍ୟ ବର୍ଣ୍ଣନା କରାଯାଇଛି ! ଐଶ୍ୱରୀୟ ଶକ୍ତି ଜଗନ୍ନାଥ ଙ୍କ ଆଶୀର୍ବାଦ ଭାଗବତ କୁ ରୁଦ୍ଧିମନ୍ତ କରିଛି ! ଭାଗବତ ଏକ ବା ସ୍ତବତା ର ସୂଚୀପତ୍ର ! ଭାବାତ୍ମକ ତତ୍ତ୍ଵ ର ଏକ ବାସ୍ତବ ପ୍ରତିଛବି ହେଉଛି ଭାଗବତ.! ଯେଉଁ ତତ୍ତ୍ଵ କୁ ଭାବ ରେ ଭାଗ ଭାଗ କରିହେବନି ତାହା ହେଉଛି ଭାଗବତ.! ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଅବଧି ର ନୀତି ନିର୍ଦ୍ଦେଶ କରେ ଭାଗବତ! ଜୀବନ ସହ ବଞ୍ଚିବାର ରାହା ଦେଖାଏ ଭାଗବତ.! ପାରିପାର୍ଶ୍ଵିକ ଅବସ୍ତା ଓ ପରିବେଶ ସହିତ ରହିବା ର ମାର୍ଗ ଦେଖାଏ ଭାଗବତ ! ଭାଗବତ ଏମିତି ଗ୍ରନ୍ଥ ଜାତି ଧର୍ମ ସମୟ ନିର୍ବିଶେଷରେ ରେ ପଢିଲେ ବୁଝିଲେ ବୁଝେଇଲେ ଦେଖିଲେ ଏମିତି କି ଛୁଇଁଲେ ଧାର୍ମିକ ଭାବନା ସ୍ରୁଷ୍ଟି ହୁଏ ! ପ୍ରତିଟି ପଦ ର ମାର୍ମିକ ଅର୍ଥ ବୁଝିଗଲେ ମଣିଷ ବଞ୍ଚିବାର ତରିକା ବଦଳି ଯାଏ.! ଭାଗବତ ୩୪୨ ଅଧ୍ୟାୟ ବର୍ଷ କ ୩୬୫ ଦିନ ତେବେ କୋଉଦିନ ପଢିବା ନାହିଁ.! ଅନେକ ତଥ୍ଯ ଏବେବି ପ୍ରଶ୍ନ ହୋଇ ରହିଛି ଭାଗବତ ଓ ଅତିବଡ଼ି ସବୁ ଏକ ! ଏକ ବ୍ରହ୍ମ୍ ଦିତୀୟ ନାସ୍ତି ! ଆଜି ଭାଗବତ ଜନ୍ମ କୌଣସି ପୁରାଣ ର ଜନ୍ମ ଦିନ ପାଳନ କରାଯାଏ ନାହିଁ କେବଳ ଭାଗବତ ର ହୁଏ.! ଆଜି ର ଏହି ପୁଣ୍ୟ ଦିବସରେ ଭାବାତ୍ମକ ଭାଗବତ ଓ ତାର ସ୍ରଷ୍ଟା ଅତିବଡ଼ି ଜଗନ୍ନାଥ ଦାସ ଙ୍କ ପଦ ଯୁଗଳ ରେ କୋଟି କୋଟି ପ୍ରଣାମ.! ଜୟ ପ୍ରଭୁ !
ପରମଶାସ୍ତ୍ର ଭାଗବତ .ଅଭ୍ୟାସ କରୁଥିବନିତ୍ୟ
ଅଭ୍ୟାସ କଲେ ନିତିନିତି. ବଢଇ ଗୋବିନ୍ଦେ ପିରତି
ଯଦି ଗୋବିନ୍ଦେ ଭାବନାହିଁ .ମାନବ ଜନ୍ମ ବ୍ରୁଥାଯାଇ
ମୋର ଭକତ ମୋର ମିତ୍ର .ସେକରେ ଜଗତ ପବିତ୍ର
ଶ୍ରୀମଦ୍ ଭାଗବତ ମନଦେଇ ଘୋଷରେ
ଶ୍ରୀ ଟି ଅଟଇ ନାରୀ ମଦ୍ ପୁରୁଷରେ
ପୂରୁଷ ନାରୀ ସଂଯୋଗେ ବ୍ରହ୍ମ ହେଲା ବେନିଭାଗ
ଭାଗକେ ରହିଲାଲୁଚି ଭାଗେ ହେଲା ଦ୍ରୁଶ୍ୟରେ
ଦ୍ରୁଶ୍ୟ ଭାଗ ବେନିହେଲା ନାରୀ ପୂଂସ ବୋଲାଇଲା
ପ୍ରକ୍ରୁତି ପୂରୂଷ ହୋଇ ରସିଲା ସେ ରାସରେ
ଭା. ରୁ ଭାବଟିଜନ୍ମ ଗ. ରେ ଗଳିତ ଜ୍ଞାନ
ବ.ରେ ବ୍ରହ୍ମ ପ୍ରକାଶ ତ. ରେ ମାତ୍ରୁଗର୍ଭେମିଶରେ
ଏକଭାଗ ପିତାକଂର ଷଢଭାଗ ମାତାକଂର
ସାତଭାଗ ରେ ଏଅଙ୍ଗ ଗ୍ରହଣଟି ଶେଷରେ
ଦୁଇଶଅଶୀ ଦିନରେ ଜନ୍ମ ମର୍ତ୍ୟେଆସିକଲା କର୍ମ
ବିଷୟା ବିଷରେ ପଡି ହୋଇଲା ବିନାଶରେ
ଗୁରୁଚରଣକୁ ଧ୍ୟାୟୀ ସାଧୁସଂଗରେ ବିହରି
ନାମଭଜି ଯାଇଥାନ୍ତା ବୈକୁଣ୍ଠ ବାସରେ
ଭାଗବତ ମାତ୍ରୁଗର୍ଭ ଜୀବବଦ୍ଧ ମୋକ୍ଷ ଭାବ
ଯେ ଭଜିବ ସେପାଇବ ଅଚିହ୍ନାର ରୂପରେ ା
ନାହଂ ତିଷ୍ଠାମି ବୈକୁଣ୍ଠ ଯୋଗିନାଂ ହ୍ରୁଦୟଂନଚ ମଦ୍ ଭକ୍ତା ଯତ୍ର ଗାୟନ୍ତି ତର୍ତ ତିଷ୍ଠାମୀ ନାରଦ .ଶ୍ରୀ କ୍ରୁଷ୍ଣାର୍ପଣମସ୍ତୁ 🙏🙏🙏
ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ଗଜେନ୍ଦ୍ର ପ୍ରସାଦ ମହାନ୍ତି
ଜନ୍ମ- ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ
ମୃତ୍ୟୁ- ୧୫୪୭ ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନଯୋଗ ତିଥିରେ ସାତଲହଡ଼ି ମଠ
ପିତା- ଭଗବାନ
ମାତା- ପଦ୍ମାବତୀ
ଜନ୍ମସ୍ଥାନ- ପୁରୀ ଜିଲ୍ଲାର କପିଳେଶ୍ୱରପୁର
ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଏକାଧାରରେ ସେଥିଲେ ଧର୍ମପ୍ରଚାରକ, ସମାଜସଂସ୍କାରକ, ପରମ ବୈଷ୍ଣବ ଏବଂ ମହାକବି। ଆଗେ ଆମ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗୀ। ପୂଜା ପାଉଥିବା ଏଇ ତାଳପତ୍ର ପୋଥିଙ୍କୁ ଲୋକେ ଭକ୍ତିରେ କହୁଥିଲେ ଭାଗବତ ଗାଦି। ପ୍ରତିଦିନ ସନ୍ଧ୍ୟା ସମୟରେ ବ୍ରାହ୍ମଣ ପଣ୍ଡିତ ଭାଗବତ ପାଠ କରନ୍ତି। ଲୋକେ ଏକାଠି ବସି ପଣ୍ଡିତଙ୍କ ମୁହଁରୁ ଭାଗବତ ଶୁଣନ୍ତି। ଯେଉଁଠାରେ କଷ୍ଟ ଲାଗେ ପଣ୍ଡିତ ମହାଶୟ ସରଳ ଭାଷାରେ ବୁଝାଇଦିଅନ୍ତି। ପୁଣ୍ୟାତ୍ମା ଜଗନ୍ନାଥ ଦାସ ହେଉଛନ୍ତି ଏହି ଓଡ଼ିଆ ଭାଗବତର ରଚୟିତା। ସେ ସଂସ୍କୃତ ଭାଗବତକୁ ଆକ୍ଷରିକ ଓଡ଼ିଆ କରିନାହାନ୍ତି। ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଏହି ଭାଗବତକୁ ଲେଖିଯାଇଛନ୍ତି। ଜଗନ୍ନାଥ ଦାସ ପଣ୍ଡିତମାନଙ୍କ ପାଇଁ ଏହି ଭାଗବତ ରଚନା କରି ନ ଥିଲେ, ସେ ଲେଖିଥିଲେ ଉତ୍କଳର ଅଗଣିତ ନିରକ୍ଷର ଜନତାଙ୍କ ପାଇଁ।ଯେଉଁଠି ଓଡ଼ିଆ, ଯେଉଁଠି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର, ସେଇଠି ରହିଛି ଏହି ଓଡ଼ିଆ ଭାଗବତ। ଏବେ ବି ମେଦିନୀପୁର ଅଞ୍ଚଳରେ ବଙ୍ଗଳା ଅକ୍ଷରରେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଛପାଯାଇ ପାଠ କରାଯାଉଛି। ଜଗନ୍ନାଥ ଦାସଙ୍କ ଭାଗବତରୁ ପଦିଏ କାନରେ ପଡିଲେ ମନରେ ଓଡ଼ିଆତ୍ୱ ଭାବ ସଞ୍ଚରି ଉଠେ। ଜଗନ୍ନାଥ ଦାସଙ୍କ ଭାଗବତର ଅମର ପଙ୍କ୍ତି ଗାଉଁଲି ଖଟିଖିଆ ଚାଷୀଙ୍କ ମୁହଁରୁ ବାହାରି ଆସେ-
"ଏ ଭାଗବତର ମହିମା
କେ ଚିନ୍ତିପାରେ ଗୁଣସୀମା"।
"ସକଳ ଶାସ୍ତ୍ରଫଳ ଏହି
ଶ୍ରୀଭାଗବତ ନାମ ବହି" ।
"କହଇ ଦାସ ଜଗନ୍ନାଥ,
କୃଷ୍ଣ ଚରିତ ଭାଗବତ।"
"କଳ୍ପନା ମୁଖେ କାଳ ଥାଇ,
ପ୍ରାଣୀ ତା ଜାଣି ନ ପାରଇ।"
"ଆତ୍ମା କୁଶଳେ ସର୍ବସିଦ୍ଧି,
ତରଇ ସଂସାର ବାରିଧି।"
"ଆତ୍ମାକୁ ଆତ୍ମା ଯେହୁ ସ୍ମରେ,
ପରମାନନ୍ଦରେ ବିହରେ।"
"ଆପଣା ହସ୍ତେ ଜିହ୍ବା ଛେଦି,
କେ ତା'ର ଅଛି ପ୍ରତିବାଦୀ।" ଇତ୍ୟାଦି। ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତାର ପ୍ରତୀକ। ଓଡ଼ିଆ ଜାତିକୁ ଏହି ଭାଗବତ ଏକତା ସୂତ୍ରରେ ବାନ୍ଧିରଖିଛି।
ଏହି ମହାତ୍ମା ୧୪୯୦ ମସିହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ରାଧାଷ୍ଟମୀ ଦିନ ପୁରୀ ସ୍ଥିତ କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଭଗବାନ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ। ବାଲ୍ୟକାଳରୁ ଜଗନ୍ନାଥ ଦାସଙ୍କ ମନରେ ଭକ୍ତିଭାବ ଅଙ୍କୁରିତ ହୋଇଥିଲା। ସଂସ୍କୃତ ଭାଷା ପ୍ରତି ତାଙ୍କର ଖୁବ୍ ଆଗ୍ରହ ରହିଥିଲା। ତାଙ୍କର ଦୀକ୍ଷାଗୁରୁ ଥିଲେ ବଳରାମ ଦାସ। ପ୍ରଥମେ ଅତିବଡ଼ି ଜଗନ୍ନାଥଙ୍କ ପିତା ଭଗବାନ ସେଠାରେ ଭାଗବତ ପାଠ କରୁଥିବାବେଳେ ତାଙ୍କ ଅନ୍ତେ ଜଗନ୍ନାଥ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ସେତେବେଳେ ସଂସ୍କୃତରେ ଭାଗବତ ପଢ଼ା ହେଉଥିଲା; ଯାହାକୁ ଭକ୍ତମାନେ ସେସବୁ ସହଜରେ ବୁଝିପାରୁ ନ ଥିଲେ। ଏହି ରୀତିକୁ ପରିବର୍ତ୍ତନ କରିବାକୁ ଚିନ୍ତା କରି ସେ ସଂସ୍କୃତ ଭାଗବତର ମୌଳିକତାକୁ ବଜାୟ ରଖି ତାହାକୁ ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଘରେ ଘରେ ଲୋକାଦୃତ ହୋଇପାରିଥିଲା। ଜଗନ୍ନାଥ ଦାସ ରାଧାଷ୍ଟମୀରେ ଜନ୍ମ ହୋଇଥିବାରୁ ଲୋକେ ତାଙ୍କୁ ସାକ୍ଷାତ୍ ରାଧାଙ୍କ ଅବତାର ବୋଲି ମାନ୍ୟ କରୁଥିଲେ। ବାଲ୍ୟକାଳରୁ ଜଗନ୍ନାଥ ଦାସ ଥିଲେ ଅଗାଧ ଜ୍ଞାନର ଅଧିକାରୀ। ପ୍ରାଥମିକ ଶିକ୍ଷା ଲାଭ କରୁଥିବା ସମୟରେ ସେ ପିତାଙ୍କଠାରୁ ଅମରକୋଷ ସମେତ ଅନ୍ୟ ବ୍ୟାକରଣ ପୁସ୍ତକ ଅଧ୍ୟୟନ କରି ହୋଇପାରିଥିଲେ ଭାଷାରେ ପ୍ରବୀଣ।
ଅଠର ବର୍ଷ ବୟସରେ ସେ ପୁରାଣଶାସ୍ତ୍ରରେ ଅଦ୍ୱିତୀୟ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କଲେ। ବୟସ ବୃଦ୍ଧି ଫଳରେ ପ୍ରତ୍ୟହ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭାଗବତ ପଢ଼ିବାରେ ଲାଗିଲେ। ବଡ଼ ଦେଉଳର ଦକ୍ଷିଣ ଦିଗରେ ବାଟଗଣେଶଙ୍କ ପାଖରେ ପୁରାଣ ପାଠ ପାଇଁ ତାଙ୍କ ନିମନ୍ତେ ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଗଲା। ପ୍ରତ୍ୟହ ତାଙ୍କ ମୁଖରୁ ଭାଗବତ ଶୁଣିବା ପାଇଁ ସେଠାରେ ଲୋକେ ରୁଣ୍ଡ ହେଲେ।
ଫଳରେ ପୁରାଣ ପାଠ ପାଇଁ ରାଜା ତାଙ୍କ ନିମନ୍ତେ ବୃତ୍ତି ଖଞ୍ଜିଦେଲେ। ଏବେ ବି ସେହି ବୃତ୍ତି ଖଞ୍ଜାହୋଇ ରହିଛି। ଜଗନ୍ନାଥ ଦାସଙ୍କୁ ଊଣେଇଶ ବର୍ଷ ହୋଇଥିବା ବେଳର କଥା। ଏହି ସମୟରେ ବଙ୍ଗ ଦେଶରୁ ଶ୍ରୀଚୈତନ୍ୟ ଆସିଲେ ଶ୍ରୀକ୍ଷେତ୍ର ପୁରୀକୁ।
ବଟମୂଳରେ ଶ୍ରୀଚୈତନ୍ୟଙ୍କ ସହ ଜଗନ୍ନାଥ ଦାସଙ୍କ ସାକ୍ଷାତ୍ ହେଲା। ସେତେବେଳେ ଜଗନ୍ନାଥ ଦାସ ଭାଗବତ ଦଶମ ସ୍କନ୍ଧର ବ୍ରହ୍ମସ୍ତୁତି ଗାୟନ କରୁଥାଆନ୍ତି। ତାଙ୍କର ଜ୍ଞାନଗରିମା ଦେଖି ଶ୍ରୀଚୈତନ୍ୟ ତାଙ୍କ ଅନୁଗାମୀମାନଙ୍କୁ କହିଲେ, ଏ ଜଗନ୍ନାଥ ଦାସ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ସେ ମହାପ୍ରଭୁ ଜଗନ୍ନାଥଙ୍କର ସଙ୍ଗୀ। ଜଗନ୍ନାଥ ଶ୍ରୀଚୈତନ୍ୟଙ୍କୁ ଗୁରୁ ଭାବରେ ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ।
ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ବଳରାମ ଦାସ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିବା ଜଣାଯାଏ। ଫଳରେ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କୁ ଗୁରୁ ରୂପରେ ମାନିବାରେ ଲାଗିଲେ। ଜଗନ୍ନାଥ ଦାସଙ୍କ ଅସାଧାରଣ ପ୍ରେମଭକ୍ତି ଦେଖି ଦିନେ ଶ୍ରୀଚୈତନ୍ୟ ତାଙ୍କୁ କହିଲେ, ଦାସେ!
ତୁମେ ଅତି ବଡ଼। ଏହା କହି ଶ୍ରୀଚୈତନ୍ୟ ନିଜର ଗୈରିକ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧିଦେଲେ। ସେହିଦିନଠାରୁ ଲୋକେ ତାଙ୍କୁ ଅତିବଡ଼ ବା ଅତିବଡ଼ୀ ଗୋସ୍ବାମୀ ଭାବରେ ସମ୍ବୋଧନ କରିବାରେ ଲାଗିଲେ। ସମ୍ରାଟ୍ ପ୍ରତାପରୁଦ୍ର ଜଗନ୍ନାଥ ଦାସଙ୍କୁ ବହୁ ସମ୍ମାନ ପ୍ରଦର୍ଶନ କରୁଥିଲେ।
ନିଜ ମହାରାଣୀଙ୍କ ନିର୍ମିତ ପ୍ରାସାଦରେ ରହିବା ପାଇଁ ସେ ଜଗନ୍ନାଥ ଦାସଙ୍କୁ ଅନୁରୋଧ କରିବାରୁ ସେଠାରେ ଜଗନ୍ନାଥ ଦାସ କିଛି କାଳ ଅବସ୍ଥାନ କରିଥିଲେ। ସେହି ସ୍ଥାନ ଆଧୁନିକ ଓଡ଼ିଆ ମଠ ଭାବରେ ଆଜି ପରିଚିତ। ସେଠାରେ ଜନଗହଳି ଲାଗିବାରୁ ଜଗନ୍ନାଥ ଦାସ ସମୁଦ୍ରକୂଳରେ ମଠ ନିର୍ମାଣ କରି ରହିଲେ। ସେହି ମଠ ବର୍ତ୍ତମାନ ସାତଲହଡ଼ି ମଠ ନାମରେ ପରିଚିତ।
ବିଶ୍ୱ ଇତିହାସରେ ଏମିତି ଏକ ଗ୍ରନ୍ଥ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଜାତି ଦ୍ୱାରା ୫୦୦ ବର୍ଷ ଧରି ପ୍ରତିଦିନ ପାଠ କରାଯାଉଛି। ଏହି ଗ୍ରନ୍ଥର ନାଁ ହେଲା ଭାଗବତ। ଅତିବଡ଼ୀ ଜଗନ୍ନାଥ ଦାସ ହେଉଛନ୍ତି ଏହାର ଲେଖକ। ଓଡ଼ିଶାରେ ଜଗନ୍ନାଥ ଦାସଙ୍କ ଏହି ଗ୍ରନ୍ଥକୁ ପୂଜା କରାଯାଏ। ଏହି ଗ୍ରନ୍ଥର ଜନ୍ମଦିନ ପାଳନ କରାଯାଏ। ଏ ହେଉଛି ଓଡ଼ିଆ ଭାଗବତର ବିଶେଷତ୍ୱ। ଆମ ଭାଷାକୁ ବଞ୍ଚାଇ ରଖିଛି ଭାଗବତ’’,
୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ପୁରୀଧାମ୍କୁ ଆସି ଜଗନ୍ନାଥ ଦାସଙ୍କ ମନରେ ଈଶ୍ୱରୀୟ ଭକ୍ତିଭାବନା ଦେଖି ଅତ୍ୟନ୍ତ ବିମୋହିତ ହୋଇଯାଇଥିଲେ। ଜଗନ୍ନାଥ ଦାସଙ୍କ ପାଣ୍ଡିତ୍ୟ ଏବଂ କବି ପ୍ରତିଭା ଦେଖି ଚୈତନ୍ୟ ତାଙ୍କୁ ‘ଅତିବଡ଼ୀ’ ବୋଲି ସମ୍ବୋଧନ କରିଥିଲେ। ଅତିବଡ଼ୀ ଜଗନ୍ନାଥ ଦାସ, ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ତାଙ୍କୁ ‘ଅତିବଡ଼ୀ’ ଡାକୁଥିଲେ। ବଳରାମ, ଅଚ୍ୟୁତାନନ୍ଦ, ଯଶୋବନ୍ତ ଓ ଶିଶୁଅନନ୍ତ ଆଦି ଉତ୍କଳୀୟ ବୈଷ୍ଣବମାନଙ୍କ ସହିତ ଜଗନ୍ନାଥ ଦାସଙ୍କ ନିବିଡ଼ ସମ୍ବନ୍ଧ ରହିଥିଲା। ମଧ୍ୟଯୁଗୀୟ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଯେଉଁ ସଂସ୍କାରବାଦୀ ଓ ସୃଜନଶୀଳ କବିମାନଙ୍କର ଅବଦାନ ରହିଥିଲା ସେମାନଙ୍କ ମଧ୍ୟରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଓଡ଼ିଆ ସାହିତ୍ୟ ଇତିହାସରେ ପଞ୍ଚସଖା ଯୁଗର ଏହି ଅନ୍ୟତମ ସାଧକ ବହୁ ଯଶ ଓ ସମ୍ମାନର ଅଧିକାରୀ। ମହାପ୍ରଭୁଙ୍କ ପରମ ସେବକ ଜଗନ୍ନାଥ ଦାସ ଜଣେ ପ୍ରବୀଣ କବି ଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବାରେ ତଥା ଓଡ଼ିଆ ଜାତିକୁ ସଂସ୍କୃତି ସମ୍ପନ୍ନ କରିବାରେ ସେ ତାଙ୍କ ଜୀବନକୁ ଉତ୍ସଗ କରିଥିଲେ’’। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି -ତୁଳାଭିଣା, ଅର୍ଥ କୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ଗଜ ସ୍ତୁତି, ଦୂତୀବୋଧ, କ୍ଷେତ୍ରବର ଚଉତିଶା, ଗୁପ୍ତ ଭାଗବତ, ରାଧା ମଞ୍ଜରୀ, ଷୋଳ ଚଉପଦୀ, ପାଷାଣ୍ଡ ଦଳନ, ମନଶିକ୍ଷା, ରାସକ୍ରୀଡ଼ା, ଜଗନ୍ନାଥକାରିକା, ଧ୍ରୁବଚରିତ, ଗୁଣ୍ଡିଚାବିଜେ, ସତ୍ସଙ୍ଗ ଓ ଶ୍ରୀନାମଚନ୍ଦ୍ରିକା ଇତ୍ୟାଦି। ସେ ମହାଭାରତ ଓ ରାମାୟଣ ମଧ୍ୟ ରଚନା କରିଥିଲେ। ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ହୃଦୟରେ ଭକ୍ତିଭାବର ସଞ୍ଚାର ପାଇଁ ସେ ଅନେକ ପୁସ୍ତକ ଲେଖିଯାଇଛନ୍ତି। ସେ ଜଣେ ଉଚ୍ଚକୋଟୀର ସଂସ୍କୃତ ପଣ୍ଡିତ ଥିଲେ। ତାଙ୍କ ଓଡ଼ିଆ ଭାଗବତ ମୂଳ ସଂସ୍କୃତ ଭାବଗତର ଅନୁବାଦ ହେଲେ ମଧ୍ୟ ନୂତନ କାବ୍ୟ ନିର୍ମାଣ ଏହାର ଅନ୍ୟତମ ପରିଚୟ। ଓଡ଼ିଆ ଭାଷାକୁ ସ୍ୱଚ୍ଛ ଓ ପରିଚ୍ଛନ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ତାହାର ଶେଷ ପରିଣତି ଥିଲା ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ। ସ୍ୱଳ୍ପ ଶବ୍ଦରେ ବିରାଟ ଚିତ୍ରପଟ୍ଟ ନିର୍ମାଣ କରିବାରେ ପ୍ରବୀଣ ଥିଲେ ଜଗନ୍ନାଥ ଦାସ। ଓଡ଼ିଆ ସାହିତ୍ୟର ପ୍ରଥମ ଭାଷା ସଂସ୍କାରକ ଅତିବଡ଼ୀ ଜଗନ୍ନାଥ ଦାସଙ୍କ କୃତି ସବୁ ଓଡ଼ିଆଙ୍କ ମନରେ ଅମର। ତାଙ୍କ ନାମରେ ନାମିତ ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ’’ ଅତିବଡ଼ି ସମ୍ମାନ।
୧୫୪୭ ମସିହା ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନଯୋଗ ତିଥିରେ ସାତଲହଡ଼ି ମଠରେ ସ୍ଥୂଳଶରୀର ତ୍ୟାଗକରି ସେ ବୈକୁଣ୍ଠ ଯାତ୍ରୀ ହେଲେ। ସମୁଦ୍ର କୂଳରେ ଥିବା ସାତଲହରୀ ମଠରେ ଅତିବଡ଼ିଙ୍କ ସମାଧି ପୀଠ ରହିଛି। ରାଧାଷ୍ଟମୀରେ ତାଙ୍କର ଜନ୍ମ ହୋଇଥିବାରୁ ଏହିଦିନରେ ଜନ୍ମସ୍ଥାନ କପିଳେଶ୍ୱରପୁର ଶାସନରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଆଲୋଚନା ହୁଏ। ଏପରି କି ସମାଧିପୀଠରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର ହୁଏ। ମହାପୁରୁଷ ଜଗନ୍ନାଥ ଦାସଙ୍କ ସାଧନା ତ୍ୟାଗ, ସଂସ୍କାର, ନିଷ୍ଠା ଯୁଗେ ଯୁଗେ ଓଡ଼ିଆ ଜାତିପାଇଁ ସର୍ବଦା ସ୍ମରଣୀୟରହିବ’’।
ऊँ नमो भगवते वासुदेवाय -
ପିବତ ଭାଗବତ ରସମାଳୟମ୍(ଭା-୧/୧/୩)
ଯେ ପର୍ଯ୍ୟନ୍ତ ଈଶ୍ବର ଙ୍କ ସହିତ ମିଳିତ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ରସ ପାନକର। ସମସ୍ତେ ବେଦାନ୍ତ ର ଅଧିକାରୀ ନୁହଁନ୍ତି। ଏହା ସମସ୍ତଙ୍କ ପାଇଁ ସରଳ ନୁହେଁ। ବେଦାନ୍ତ ତ୍ୟାଗ ର କଥା କହିଛି। ସବୁ କିଛି ତ୍ୟାଗ କରି ଭଗବାନ ଙ୍କ ପଛରେ ଯାଅ। ଯିଏ ସଂସାର ତ୍ୟାଗ କରି ପାରିବ ନାହିଁ, ସେ ସର୍ବସ୍ବ ଈଶ୍ବର ଙ୍କୁ ସମର୍ପଣ କରୁ।ଅନାସକ୍ତ ରହି ଭୋଗ କର। ବ୍ୟାସ ଦେବ ବ୍ରହ୍ମସୂତ୍ର ରଚନା କଲେ।ଯୋଗସୂତ୍ର ଉପରେ ଭାଷ୍ୟ ରଚନା କଲେ। ତାଙ୍କୁ ଜଣାଗଲା କଳିଯୁଗର ମଣିଷ ଭୋଗ ପରାୟଣ ହୋଇଯିବ ଓ ଏହି ଯୋଗରେ ପ୍ରବୃତ୍ତ ହେବ ନାହିଁ। କଳିଯୁଗର ମଣିଷ ପାଇଁ କରୁଣା କରି ଭାଗବତ ରଚନା କଲେ। ପରୀକ୍ଷିତ ଙ୍କୁ ନିମିତ୍ତ କରି ସଂସାର ରେ ଫସି ଯାଇଥିବା ଜୀବ ପାଇଁ ବ୍ୟାସ ଭାଗବତ ରଚନା କଲେ। ଭାଗବତ ସଂସାରୀ ଲୋକ ମାନଙ୍କ ଉପରେ କରୁଣାକରି ଭାଗବତ ରଚନା କଲେ।
ପ୍ରଭୁ ପ୍ରେମ ବିନା ଶୁଷ୍କ ଜ୍ଞାନ ଶୋଭା ପାଏ ନାହିଁ। ପ୍ରଭୁ ଙ୍କ କୃପା ଲାଭ ମିଳିଲେ ସନ୍ଥ ମିଳନ୍ତି। ପ୍ରଥମ ସ୍କନ୍ଧ ଭାଗବତ ରେ ଲୀଳା ର ବର୍ଣ୍ଣନା କରାଯାଇଛି। ଯିଏ ଅଧିକାରୀ ତାଙ୍କୁ ସନ୍ଥ ମିଳିବ।ମନ ଶୁଦ୍ଧ ହେଲେ ପ୍ରଭୁ କୃପା ମିଳିବ। ପ୍ରଭୁ କୃପା କଲେ ସନ୍ଥ ମିଳିବେ। ସନ୍ଥ ଙ୍କୁ ଖୋଜିବା ପାଇଁ ପଡେନାହିଁ। ସେ ଆପେ ଆପେ ଆସନ୍ତି।ମନ ଅଶୁଦ୍ଧ ଥିବା ପର୍ଯ୍ୟନ୍ତ ପ୍ରଭୁ କୃପା କରନ୍ତି ନାହିଁ। ନିଜେ ସନ୍ଥ ହେଲେ ସନ୍ଥ ମିଳିବେ। ସଂସାରିକ ପଦାର୍ଥ କୁ ଦେଖିବାରେ ଆନନ୍ଦ ମିଳେ କନ୍ତୁ ଉପଭୋଗ କରିବାରେ ଆନନ୍ଦ ନଥାଏ। ସଂସାର ଈଶ୍ବର ଙ୍କ ସ୍ଵରୂପ। ଏଣୁ ଜଗତ କୁ ଈଶ୍ବରମୟ ଦେଖ।ଯାହାଙ୍କ ଦର୍ଶନ ରେ ଭଗବାନ ସ୍ମରଣ ହୁଏ ସେ ସନ୍ଥ।
ସନ୍ଥ ଶୁକଦେବ ଙ୍କ ଦର୍ଶନ ରେ ଅପ୍ସାରାମାନଙ୍କ ବୈରାଗ୍ୟ ଆସିଥିଲା। ଶୁକଦେବ କୃଷ୍ଣ ଙ୍କ ପଛରେ ଧାଇଁ ପାଗଳ ହୋଇ ଧାଉଁ ଥିଲେ। ନିଜ ଦୃଷ୍ଟି କୁ ଗୁଣମୟୀ କର। ଦୃଷ୍ଟି ଜ୍ଞାନମୟୀ କୃତ୍ୱା ପଶ୍ୟତ୍ ବ୍ରହ୍ମମୟ° ଜଗତ୍। କାହାର ଦୋଷ ଦେଖ
ନାହିଁ।ଏ ବିଧାତା ଗଢା ସଂସାର ଗୁଣ ଦୋଷମୟ। ଭଗବାନ ନିର୍ଦ୍ଦୋଷ।ଆଉ ସମସ୍ତଙ୍କ ର କିଛି ଦୋଷ ଅଛି।ଗୁଣ କୁ ଗ୍ରହଣ କରି ଦୋଷ କୁ ତ୍ୟାଗ କର। କିଛି ଦୋଷ ନ ରହିଲେ ଅଭିମାନ ବଢିଯିବ। କାହାର ପାପ ଦେଖ ନାହିଁ। ଭାଷାରେ କାହାର ପାପ କୁ ପ୍ରକାଶ କର ନାହିଁ।ଘର ଛାଡ଼ି ବଣ ଗଲେ ସନ୍ଥ ହୋଇଯିବ ତାହା ନୁହେଁ।ଗୋପୀ ମାନେ ଘରେ ରହି ଭଗବାନ ଙ୍କୁ ପାଉଥିଲେ। ଗେରୁଆ ବସ୍ତ୍ର ପିନ୍ଧିଲେ ସନ୍ଥ ହୋଇ ଯିବ ସେ କଥା ନୁହେଁ। ବସ୍ତ୍ର ରଙ୍ଗ ନ ବଦଳାଇ, ମନର ରଙ୍ଗ ବଦଳାଅ, ହୃଦୟର ରଙ୍ଗ ବଦଳାଅ। ଭକ୍ତି ରସରେ ହୃଦୟ କୁ ରସାଣିତ କରିଦିଅ।ମନର ଦାସ ନହୋଇ ମନକୁ ତୁମର ଦାସ କରି ଦିଅ। ଜୀବ ର ଲକ୍ଷ୍ୟ ଈଶ୍ବର ମିଳନ। ଯିଏ ଜୀବନର ଲକ୍ଷ୍ୟ କୁ ବୁଝିଛି ସେ ସନ୍ଥ। ମନକୁ ସୁଧାରିଲେ ସେ ସନ୍ଥ ହୋଇଯିବ। ମନକୁ ମୃତ୍ୟୁ ର ଭୟ ଦେଖାଇଲେ ମନ ସୁଧୁରି ଯିବ। ମୃତ୍ୟୁ କୁ ନିତ୍ୟ ସ୍ମରଣ କର। ମୃତ୍ୟୁ କୁ ଭୂଲି ଗଲେ ମନ ବିଗିଡି ଯାଏ।
ପରୀକ୍ଷିତ ଯେତେବେଳେ ଶୁଣିଲେ ତାଙ୍କର ସାତଦିନ ଭିତରେ ମୃତ୍ୟୁ ହେବ ସେତେବେଳେ ସେ ତାଙ୍କର ବିଳାସୀ ଜୀବନ ର ଅବସାନ ଘଟାଇଲେ। ପରୀକ୍ଷିତ ଙ୍କୁ ମୃତ୍ୟୁ ର ଭୟ ହେଲା। ତାଙ୍କ ଜୀବନ ସୁଧୁରି ଗଲା। ସବୁ ଦୁଃଖ ଠାରୁ ମୃତ୍ୟୁ ର ଦୁଃଖ ଭୟଙ୍କର। ଜନ୍ମ ଦୁଃଖ, ବୃଦ୍ଧାବସ୍ଥା ଦୁଃଖ, ସ୍ତ୍ରୀ ପୁତ୍ରାଦି ଦୁଃଖ- ଏହିସବୁ ଦୁଃଖ ଠାରୁ ମୃତ୍ୟୁ ଦୁଃଖ ଅଧିକ ପୀଡ଼ା ଦାୟକ।ଶରୀର ତ୍ୟାଗ ସମୟରେ ହଜାର ହଜାର ବିଚ୍ଛା ଦ°ଶନର ପୀଡ଼ା ହୁଏ।
ଜନ୍ମ ଦୁଃଖ°,ଜରା ଦୁଃଖ°,ଜାୟା ଦୁଃଖ°, ପୁନଃ ପୁନଃ
ଅନ୍ତକାଳ° ମହାଦୁଃଖ° ତସ୍ମାତ୍ ଜାଗୃହି ଜାଗୃହି।
ଏହି ପୀଡା ରୁ ରକ୍ଷା ପାଇବା ପାଇଁ ଜାଗ୍ରତ ହୁଅ। ଜୟ ଶ୍ରୀ କୃଷ୍ଣ
ଓଁ ନମଃ ଭଗବତେ ବାସୁଦେବାୟ l. ସେଦିନ ପବିତ୍ର ଗଙ୍ଗା ନଦୀକୂଳ ରେ ଦ୍ୱାଦଶୀ ତିଥି ରେ ତରୁଣ ସନ୍ୟାସୀ ପରମ ଭାଗବତୀ ଶୁକଦେବ ଗୋସ୍ୱାମୀ ଏକାଦଶୀ ବ୍ରତ ଉଦଯାପନ କରି ନିଜେ ପବିତ୍ର ଗଙ୍ଗାଜଳ ସେବନ କରି ଦେଖିଲେ ମହାରାଜା ପରୀକ୍ଷିତ ଝାଉଁଳି ପଡି ଅଛନ୍ତି l. ବ୍ରହ୍ମଶାପ ଗ୍ରସ୍ତ ପରୀକ୍ଷିତ ମହାରାଜା ଙ୍କୁ ଆପଦମସ୍ତକ ଅଵଲୋକନ କରି ଶୁକଦେବ ଗୋସ୍ୱାମୀ ତୁଳସୀ ଜଳ ମହାରାଜାଙ୍କୁ ସିଞ୍ଚନ କରି କହିଲେ ରାଜନ ଆଜି ଏତେ ବିମର୍ଶ କାହିଁକି? ହରୀକଥା ଶ୍ରବଣ କରିକରି ଥକି ଗଲ କି l. ବର୍ତମାନ କଥା ପ୍ରସଙ୍ଗ ବିଶ୍ରାମ ବେଳା ll ମୋର ଇଷ୍ଟବୃତ୍ତି ଦେବ ନୀତି ପରେ ପରେ ପୁନଃ ହରି କଥା ରେ ଆମେ ନିମଗ୍ନ ହେବା ll. କଥା ଶ୍ରବଣ କରୁଥିବା ମୁନିଋଷି ମାନେ ସେମାନଙ୍କର ଦିନଚର୍ଯ୍ୟା ସାରି ପାରାୟଣ ସ୍ଥାନରେ ସମାବେଶ ହେବାରେ ଲାଗି ଗଲେଣି ll ଖୁବ କମ ସମୟ ବ୍ୟବଧାନ ରେ ଆମେ ପୁନଃ କଥା ପ୍ରାରମ୍ଭ କରିବା ll.ମୁଁ ଦେଖୁଛିଆପଣ ଦୀର୍ଘ ତିନିଦିନ ଧରି ଅଖିଆ ଅପିଆ ହରି କଥା ଶ୍ରବଣ ରେ ତାଲ୍ଲୀନ ମଗ୍ନ ll. ଆମେତ ଅବଧୂତ ସନ୍ୟାସୀ ଆମର ଖାଦ୍ୟ ପାନୀୟ ରେ ସେମିତି କିଛି ଧାରବନ୍ଧା ନିୟମ ନାହିଁ ଯେତେବେଳେ ଯାହା ମିଳିଲା ଭଗବାନ ଙ୍କୁ ଅର୍ପଣ କରି ଆମେ ଭୋଜନ କରୁ, ମିଳିଲେ ପ୍ରସାଦ ସେବନ, ନ ମିଳିଲେ ପବନ ଜଳ ଆହାର କରି ଆମ୍ଭେ ଚଳି ଯାଉ ll. କିନ୍ତୁ ଆପଣ ରାଜା, ସୁକୁମାର ଆପଣଙ୍କ ତନୁ l. ବିଳାସ ବ୍ୟସନ ଐଶ୍ଵର୍ଯ୍ୟ ବିଭୁତି ରାଜକୀୟ ଭୋଜନ ଆପଣଙ୍କର ଶୁବ୍ୟବସ୍ଥିତ ll. ତିନିଧରି ଆପଣ ଖାଦ୍ୟ ଦୂରେ ଥାଉ ଜଳ ଟିକିଏ ମଧ୍ୟ ପାନ କରି ନାହାନ୍ତି, ହରି କଥା ଶୁଣିବାରେ ଆପଣଙ୍କର ଏପରି ଶ୍ରଦ୍ଧା ନିଷ୍ଠା ମୋତେ ଅଭିଭୂତ ଆନନ୍ଦିତ କରୁ ଅଛି ll. ତେବେ ଆପଣ ବର୍ତମାନ କିଛି ପ୍ରାସାଦ ସେବନ କରି ନିଅନ୍ତୁ, ନତୁବା ନିକଟରେ ପ୍ରବାହିତ ପବିତ୍ର ଗଙ୍ଗାଜଳ ଟିକିଏ ପାନ କରି ସାଷ୍ଟାଙ୍ଗ ହୁଅନ୍ତୁ, ତତପରେ ଆମେ କଥା ଆରମ୍ଭ କରିବା ll. ଏଥର ନୀରବତା ଭଙ୍ଗ କରି ମହାରାଜା ପରୀକ୍ଷିତ ଶୁକମୁନିଙ୍କ ଚରଣ ରେ ପ୍ରଣାମ ନିବେଦନ କରି କହିଲେ ଗୁରୁବର ଆପଣ କଣ ମୋତେ ପରୀକ୍ଷା କରୁ ଅଛନ୍ତି? ଯେଉଁ ଜଳ ଟିକକ ପାଇଁ ଆଜି ମୋର ଏ ଅବସ୍ଥା, ବ୍ରହ୍ମଶାପ ଗ୍ରସ୍ତ ହୋଇ ଆପଣଙ୍କ ଶୁଦୟା କ୍ରମେ ମୁଁ ଦିବ୍ୟଆନନ୍ଦ ରେ ବିଭୋର ହୋଇ ଯାଉଛି, ମୁଁ ତ ଆପଣଙ୍କ ଠାରୁ ଅମୃତ ପାନ କରୁ ଅଛି ଗୋସ୍ୱାମୀ ଯାହା ପାନ କରିବା ଦ୍ୱାରା ମୁଁ ଭୋକ ତୃଷା ଭୁଲି ଯାଇ ଅଛି ll. ଦିବ୍ୟ କଥାମୃତ ଆପଣଙ୍କ ଶ୍ରୀ ମୁଖ ରୁ ଶ୍ରବଣ କରି ମୁଁ ଶରୀର ଜ୍ଞାନ ପାଶୋରି ସେହି ପୁତ୍ତପବିତ୍ର ଶ୍ରୀ ହରିଙ୍କ ଦିବ୍ୟ ରସାଳଅମୃତ ପାନ କରି ଏପରି ଆଶ୍ୱସ୍ଥ ଲାଭ କରୁ ଅଛି ଯେ ଯାହା ଭାଷାରେ ପ୍ରକାଶ କରିପାରୁନାହିଁ ll. ମୋର ମନ ଅନ୍ତର ପୁଲ୍ଳକିତ, ପ୍ରଫୁଲ୍ଲିତ l. ଅମୃତକୁ ନିନ୍ଦା କରୁଥିବା ଏହି ଦିବ୍ୟ ରସ ମୁଁ ଯେତେ ଯେତେ ପାନ କରୁ ଅଛି ସେତେ, ସେତେ ମୋର ପିପାସା ବଢୁଅଛି ll. ଆହୁରି ଆହୁରି ଶ୍ରବଣ କରିବାରେ ମୋର ମନ ଆଗ୍ରହ ବୃଦ୍ଧି ପାଉଛି ସ୍ଵାମୀନ ମୋର ଆଉ କୌଣସି ଥିରେ ଆଗ୍ରହ ନାହିଁ କେବଳ ପ୍ରଭୁଙ୍କର ଲୀଳା, ତାଙ୍କ ବିଭୁତି, ଭକ୍ତ ଭଗବାନ ଙ୍କର ଅମୀୟ କଥା ଶୁଣିବାରେ ପୁନଃ ପୁନଃ ମୋର ଆଗ୍ରହ ଶ୍ରଦ୍ଧା ବୃଦ୍ଧି ପାଇବାରେ ଲାଗୁ ଅଛି ll ମନ ଚାହୁଁଚି ଏହିପରି ଦିବ୍ୟ କଥା ମୁଁ ଏମିତି ଆପଣଙ୍କ ଠାରୁ ସବୁମୁହୂର୍ତ୍ତ ଦିନ ମାସ, ବର୍ଷ ବ୍ୟାପୀ କେବଳ ଶୁଣୁ ଥାନ୍ତି କି, ଆହା କି ସୁନ୍ଦର ଆପଣଙ୍କ କୁଶଳୀ ବର୍ଣ୍ଣନା ଯାହା ଶ୍ରବଣ କରି ମୁଁ ରୋମାଂଚିତ କମ୍ପିତ ଏବଂ ପବିତ୍ର l. ମହାରାଜା ପରୀକ୍ଷିତ ଙ୍କ ଠାରୁ ଏପରି କଥା ଶ୍ରବଣ କରି ଶୁକଦେବ ଗୋସ୍ୱାମୀ ଦିବ୍ୟ ଆନନ୍ଦ ରେ ଗଦଗଦ ହୋଇ ଯାଇ କହିଲେ ଧନ୍ୟ ରାଜା ଧନ୍ୟ ତୁମେ ହରିଙ୍କ କଥା ଶ୍ରବଣ ରେ ତୁମର ଏପରି ଆଗ୍ରହ ଶ୍ରଦ୍ଧା ବାସ୍ତବ ରେ ମୋତେ ଅଵିଭୂତ କରି ଅଛି ll. ତୁମେ ତ ଜନ୍ମରୁ ବାରମ୍ବାର ପରୀକ୍ଷିତ ଏବଂ ଭଗବାନ ଙ୍କ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମାତାଙ୍କ ଗର୍ଭରେ ତୁମେ ଭଗବାନ ଙ୍କ ର ଦର୍ଶନ ପାଇ ଅଛ, ତାଙ୍କ ଶକ୍ତି ସୁଦର୍ଶନ ତୁମକୁ ରକ୍ଷା କରି ଅଛି l ଭୂମିଷ୍ଠ ହେବା ପରେ ତୁମେ ସମସ୍ତ ଙ୍କୁ ନିର୍ମିଶେଷ ନୟନ ରେ ଅନାଇ ସମସ୍ତ ଦିବ୍ୟତା ପରୀକ୍ଷା କରିବାରେ ଲାଗି ରହି ତୁମକୁ ରକ୍ଷା କରିଥିବା ଦେବଦୁର୍ଲ୍ଲଭ ଶକ୍ତି ଙ୍କୁ ଅନ୍ୱେଷଣ କର ବୋଲି ତୁମ ନାଁ ପରୀକ୍ଷିତ, ମୁଁ ତୁମକୁ କି ପରୀକ୍ଷା କରିବି? ତୁମେତ ନିଜେ ବାରମ୍ବାର ପରୀକ୍ଷିତ ଏବଂ ପରୀକ୍ଷା ରେ ଉତୀର୍ଣ୍ଣ ରାଜନ l. ହରି କଥା ରେ ଯାର ଶ୍ରଦ୍ଧା l. ତାଙ୍କୁ ନ ଲାଗେ ଭବ ବାଧା ll ବାସ୍ତବ ରେ ତୁମ ପରି ଶ୍ରଦ୍ଧାଳୁ ଙ୍କ ନିମନ୍ତେ ଭାଗବତ କଥାମୃତ ସୁଲଭ ଏବଂ ତୁମ ସକାଶେ ଏହି ଅମର କଥା ଯାହା ଅତୀବ ଗୋପନୀୟ ଥିଲା ତାହା ଆଜି ତୁମ ମାଧ୍ୟମ ରେ ଜଗତକଲ୍ୟାଣ ନିମନ୍ତେ ଜଗତ କୁ ପ୍ରସାରିତ, ପ୍ରଚାରିତ ହେଲା ll.ଶ୍ରୀ ଜଗନ୍ନାଥ ତୁମର କଲ୍ୟାଣ କରନ୍ତୁ ତୁମେ ବିଭୁ କଲ୍ୟାଣ କୃପା ପ୍ରାପ୍ତ ହୁଅ ଏହା ହିଁ ତୁମକୁ ମୋର ଆଶୀର୍ବାଦ ll ଦେବଦୁର୍ଲ୍ଲଭ ଏହି ପରମ କଥା ଯିଏ ଶୁଣନ୍ତି, ଶୁଣାନ୍ତି, ଏବଂ ପୂଛନ୍ତି ସେମାନେ ସମସ୍ତେ ତରି ଯାଆନ୍ତି ll. ଶ୍ରୋତା ବକତା ଯେ ପଚାରି l. ଏ ତିନି ଜଣ ଯାନ୍ତି ତରି ll. ଅମୃତ ନିନ୍ଦେ ସ୍ୱାଦ ପଣେ l. ସୁଜନ ପିଅ ଅନୁକ୍ଷଣେ ll. ସୁଜନେ ଅନୁକ୍ଷଣେ ପିଅ l. ଯେବେ ବଂଚିବ ମାୟା ମୋହ ll. ଏ ରସ ସର୍ବ ବେଦ ମୂଳ l ନିଗମ ନୃକ୍ଷ ର ଫଳ ll ଶଙ୍କର ଭଗବାନ ଏହି ଜ୍ଞାନ ଏକାମ୍ର କାନନ ରେ ମାତା ଭବାନୀ ଙ୍କୁ କହୁଥିବା ବେଳେ ବୃକ୍ଷ କୋରଡ଼ ରେ ରହି ଶୁକ ଶାବକ ଏହି ଅମୃତ ବାଣୀ ଶ୍ରବଣ କରି ଥିଲେ ଏବଂ ଭଗବାନ ଶଙ୍କର ଙ୍କ କଥାରେ ହୁଁ ହୁଁ ମାରୁ ଥିଲେ l. ମା ଜଗତ ଜନନୀ ଭବମୋହିନୀ ଭବାନୀ ସ୍ଵାମୀ ଙ୍କ କୋଳ ରେ ମୁଣ୍ଡ ରଖି କଥା ଶୁଣୁଥିବା ବେଳେ ଶୋଇ ପଡ଼ିଥିଲେ, ସଦାଶିବ ପଚାରିଲେ ପ୍ରିୟେ ଶୁଣୁଛ ତ? ନାଁ ସ୍ଵାମୀ ମୁଁ ତ ଭକ୍ତ ପ୍ରହଲ୍ଲାଦ ଙ୍କ ଚରିତ ଶୁଣି ଶୋଇ ପଡିଲି, ପରମାର୍ଥ ତତ୍ତ୍ୱଜ୍ଞାନ କିଛି ଶୁଣି ପାରିନି ଏଥର ଆପଣ ସେହି ଠାରୁ ପୁନଃ କଥା କୁହନ୍ତୁ ସ୍ଵାମୀ, ଭକ୍ତ ପ୍ରହଲ୍ଲାଦ ଙ୍କ କଥା ଏବଂ ଭଗବାନ ନୃସିଂହ ଙ୍କ କଥା ଶୁଣି ମୁଁ ଦୟାମୟ ଶ୍ରୀ ହରିଙ୍କ ଭକ୍ତ ବତ୍ସଳତା ଶୁଣି ପ୍ରଭୁଙ୍କୁ ସୁମରଣା କରୁ କରୁ ଶାନ୍ତିରେ ଶୋଇ ଗଲି, ଅନୁଗ୍ରହ କରି ପରବର୍ତୀ ପ୍ରସଙ୍ଗ ମୋତେ କହିବା ହୁଅନ୍ତୁ l. ଆରେ ତୁମେ ଶୋଇପଡ଼ିଲ କିନ୍ତୁ ମୋ ପ୍ରଶ୍ନ ରେ କିଏ ତାହେଲେ ହୁଁ ହୁଁ କହୁଥିଲେ? କିଏ ଏହି ଗୋପନ ଅମର ରହସ୍ୟ କଥା ଶୁଣିଲା? ଆଶ୍ଚର୍ଯ୍ୟ ଚକିତ ହୋଇ ମା ଉଠିପଡ଼ିଲେ ଏବଂ ଶିବ ଶଙ୍କର ତାଙ୍କ ତୃତୀୟ ନେତ୍ର ଖୋଲି ଦେଖିଲେ ବୃକ୍ଷ କୋଟର ରେ ରହି ଶୁକ ଶାବକ ଏହି ଗୁପ୍ତଜ୍ଞାନ ଶୁଣି ଯାଇ ଅଛି ll. ମହାଦେବ କାଳବିଳମ୍ବ ନ କରି ତାଙ୍କ ଆୟୁଧ ତ୍ରିଶୂଳ କୁ ପ୍ରେରଣ କଲେ ଶୁକ ଶାବକ କୁ ମାରିବା ପାଇଁ କାରଣ ଏହି ଜ୍ଞାନ ଜଗତରେ ପ୍ରସାରଣ ହୋଇ ପାଷାଣ୍ଡ ପାପୀ ସମସ୍ତ ଙ୍କର ପାଇଁ ପ୍ରସସ୍ଥ ହୋଇ ଯାଇ ସମସ୍ତଙ୍କୁ ପାପ ବିମୁକ୍ତ କରି ଦେବ, ଅନର୍ଥ ହୋଇଯିବ ଏହି ଆଶଙ୍କରେ ତ୍ରିଶୂଳ କ୍ଷେପଣ କରି ଦେଲେ ସତ ବ୍ରହ୍ମଜ୍ଞାନ ପ୍ରାପ୍ତ ଶୁକ ପକ୍ଷୀ କ୍ଷିପ୍ର ବେଗରେ ଉଡି ଯାଇ ବ୍ୟାସ ଦେବ ଙ୍କ ସ୍ତ୍ରୀ ଶ୍ରୀୟା ଦେବୀ ଶୁଦ୍ଧସ୍ନାନ ସାରି ଆଶ୍ରମ କୁ ଆସୁଥିବା ବେଳେ ବ୍ରହ୍ମଜ୍ଞାନୀ ଶୁକପକ୍ଷୀ ଭୟାତୁର ହୋଇ ଶିବଙ୍କ କୋପ ରୁ ରକ୍ଷା ପାଇବା ପାଇଁ ଶ୍ରୀୟା ଦେବୀ ଙ୍କ ଶରୀର ରେ ପ୍ରବେଶ କରି ଗଲେ, ନାରୀ ହତ୍ୟା କରିବ କିପରି ଧର୍ମରକ୍ଷା ର ସ୍ମାରକୀ ତ୍ରିଶୂଳ ଲେଉଟି ଆସି ବା ଜାଣି ସଦାଶିବ ଙ୍କର ମହିମା ତାଙ୍କ ଆଜ୍ଞା ରେ ଶୁକ ମାତୃଗର୍ଭ ରେ ଦୀର୍ଘ ବାର ବର୍ଷ କାଳ ରହି ଗଲେ, ଭୂମିଷ୍ଠ ହୋଇ ପାରିଲେ ନାହିଁ, l. ବ୍ୟାସ ଦେବ ଯୋଗ ଶକ୍ତି ଦ୍ୱରା ଜାଣି ପାରିଲେ ସଦାଶିବ ଙ୍କ କୁଟ ll. ତାଙ୍କ କାଛଟl. ବିନା ପୁତ୍ର ଜନ୍ମ ଅସମ୍ଭବ ଜାଣି ବ୍ୟାସ ଦେବ ମା ଭବାନୀ ଙ୍କୁ ପ୍ରାର୍ଥନା କଲେ ଧର୍ମପତ୍ନୀ ଙ୍କର ଗର୍ଭଯନ୍ତ୍ରଣା ଲାଘବ ପାଇଁ ଶିବକାଚ୍ଛଟା ବିନା ପୁତ୍ର ଜନ୍ମ ଅସମ୍ଭବ ll. ମା ଶିବାନୀ ନିଜେ ଜଣେ ନାରୀ ହୋଇ ଥିବାରୁ ନାରୀ ଙ୍କର ବେଦନା ସେ ଜାଣି ଦୟାମୟୀ ସ୍ନେହମୟୀ କଲ୍ୟାଣ ମୟୀ ମା ବ୍ୟାସ ଦେବ ଙ୍କୁ କୃପା କରି ସଦାଶିବ ଙ୍କ ଅଜାଣତl. ରେ ସେହି ଦୃଲ୍ଳଭ ଶିବ କାଚ୍ଛଟା ବ୍ୟାସ ଦେବ ଙ୍କୁ ପ୍ରଦାନ କଲେ l. ଭାଗବତୀ ଙ୍କ ସୁଦୟା କ୍ରମେ ସେହି ମାତୃପ୍ରଦତ୍ତ ଶିବକଛା ପରିଧାନ କରି ଶୁକ ଦେବ ଜନ୍ମ ଲାଭ କରିବା ସଙ୍ଗେ ସଙ୍ଗେ ବନଗମନ କଲେ l. ବନ ପଥରେ ଯାହା ଘଟିଲା ଦେବକନ୍ୟା ମାନେ ଯାହା ବ୍ୟାସ ଙ୍କୁ କହିଲେ ତାହାତ ଆମେ ଜାଣି ଅଛେ କିନ୍ତୁ କଥା ସେଇଠି ଅଟକି ନାହିଁ, ତାହାର ପରବର୍ତୀ ପ୍ରସଙ୍ଗ ଆମେ ପରେ ଆଲୋଚନା କରିବା. ଏହିଠି କିନ୍ତୁ ମୁଖ୍ୟ କଥା ଟି ପ୍ରଣିଧ୍ୟାନ ଯୋଗ୍ୟ ll. ଇନ୍ଦ୍ର ତକ୍ଷକiୟ ସ୍ୱାହା ରେ ଭାଗବତ ବାସ୍ତବ ରେ ସମ୍ପୂର୍ଣ୍ଣ ହୋଇ ନାହାନ୍ତି ଏହା ଅସମ୍ପୂର୍ଣ l. ଭାଗବତ ଜନ୍ମ ଶୂନ୍ୟ ମନ୍ଦିରୁ, ପଞ୍ଚ ମହାଶକ୍ତି ଜାତ ତହିଁରୁ, ଈଶ୍ୱର ମୁଖୁ ଶୁକ ଶୁଣୁଥିଲେ, ଅଧା ଶୁଣି ଛନ୍ତି ସେ ଉଡିଗଲେ l. ସେଥିପାଇଁ ଏହା ଅଧ୍ୟା ହୋଇଲା, ରାଧାଙ୍କ ନାମ ପଛ କୁ ରହିଲା ll. ପରମ ଶାସ୍ତ୍ର ଭାଗବତ ତତ୍ତ୍ୱତ ଅପୂର୍ଣାଙ୍ଗ ଅଧୁରା l. ବ୍ୟାସ ଡାକୁଥୁଲେ ଏବଂ ଶ୍ରୀ ଗଣେଷ ଲେଖୁଥିବା ଏହି ମୂଳ ସଂସ୍କୃତ ଭାଗବତ ଷାଠିଏ ଲକ୍ଷ୍ୟ ଶ୍ଳୋକ ସମ୍ବଳିତ ଥିଲା ବେଳେ ଭାଗ ଭାଗ ହୋଇ ଅଧୁନା ଅଠର ହଜାର ଶ୍ଳୋକ ଆମ କଳିଯୁଗ ପ୍ରାଣୀ ମାନଙ୍କ ପାଇଁ ସୁଲଭ ହୋଇ ଅଛି l. ଭାଗ ଭାଗ ହୋଇ ଏହା ଦେବ ଲୋକ ବ୍ରହ୍ମ ଲୋକ ଶିବ ଲୋକ, ପିତୃଲୋକ ରେ ଯଥାକ୍ରମେ ବ୍ରହ୍ମରୁଷି ନାରଦ ଶୁକଦେବ ଗୋସ୍ୱାମୀ ସୂତ ଶୌନକ, ବୈଷମ୍ପାୟନ ଶୁଣାଉଥିବା ବେଳେ, ମର୍ତ୍ୟ ଲୋକ ରେ ଶୁକଦେବ ମହାରାଜା ପରୀକ୍ଷୀତ ଙ୍କୁ ଶୁଣାଇ ତାଙ୍କ ମାଧ୍ୟମ ରେ ଜଗତ ବାସୀ ଆମ ମାନଙ୍କ ନିମନ୍ତେ ଉପଲବ୍ଧ କରାଇ ଆମକୁ ଅନୁଗ୍ରହ କରି ଅଛନ୍ତି l. ଆଷାଢ଼ ଶୁକ୍ଳ ନବମୀ ରେ ପ୍ରାରମ୍ଭ ହୋଇ ଇନ୍ଦ୍ରଉତ୍ସବ ପୁର୍ଣିମା ରେ ଏହି ଭାଗବତ କଥା ପୂର୍ଣ୍ଣାଙ୍ଗ ହୋଇ ପରୀକ୍ଷିତ ମହାରାଜ ଙ୍କୁ ଶାପ ବିମୁକ୍ତ କରି ବ୍ରହ୍ମଲୀନ କ