27/09/2025
ଅଯୋଗ୍ୟ, ଅଂଜ୍ଞ ଓ ଅନଭିଜ୍ଞ ସୂଚନା କମିଶନ ର ଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଙ୍କୁ ଖୋଲା ଚିଠି
ମାନନୀୟ
ମୁଖ୍ୟମନ୍ତ୍ରୀ, ଓଡିଶା, ଭୁବନେଶ୍ୱର
ମହାଶୟ
ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅଣ-ଓଡ଼ିଆ ଲୁଟେରା ଭି କେ ପାଣ୍ଡିଆନ ଙ୍କ କୁଶାସନ, ହରିଲୁଟ, ଦୁର୍ନୀତି ଓ ଭ୍ରଷ୍ଟଆଚାର ବିରୁଦ୍ଧରେ ରାଜ୍ୟବାସୀ 2024 ସାଧାରଣ ନିର୍ବାଚନରେ ଭୋଟ ଦେଇ ଥିଲେ ଓ ବିଜେପି ସରକାରକୁ କ୍ଷମତାକୁ ଆଣିଥିଲେ l
ଆପଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ସଦାବେଳେ ସ୍ଵଛ ଓ ଦୁର୍ନୀତିମୁକ୍ତ ଶାସନ କଥା କହିଆସୁଛନ୍ତି ଓ ଦୁର୍ନୀତି ବିରୁଦ୍ଧରେ ଆପଣ ଙ୍କ ସରଜାର ଶୁନ୍ୟ ସହନାଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି l କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଏହା ପ୍ରତିଫଳିତ ହେଉ ନାହିଁ l ଦୁର୍ନୀତି ର ସର୍ବୋଚ୍ଚ ତଦନ୍ତ ପାଇଁ ଗଠିତ ହୋଇଥିବା ଲୋକାଯୁକ୍ତ ଅନୁଷ୍ଠାନ କୁ ଆପଣ ଏକାମୀ କରି ରଖିଛନ୍ତି l ହାଇକୋର୍ଟ ଙ୍କ ନୋଟିସ ପରେ ମଧ୍ୟ ଆପଣ ଏ ପର୍ଯ୍ୟନ୍ତ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ସାମାନ୍ୟ ପଦକ୍ଷେପ ଗ୍ରହଣ କରିନାହାନ୍ତି l
ଭାରତ ବର୍ଷ ରେ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ତ୍ବରାନ୍ୱିତ କରିବା ପାଇଁ ସୂଚନା ଅଧିକାର ଆଇନ ପ୍ରଣୟନ ହୋଇଛି l ପୂର୍ବ ନବୀନ ସରକାର ଏହି ଆଇନ ଓଡ଼ିଶାରେ କିପରି କାର୍ଯ୍ୟକାରୀ ନହେବ ସେଥିପାଇଁ ଯାବତୀୟ ଶଡଯନ୍ତ୍ର କରିଥିଲେ l ନବୀନ ସରକାର ସମୟରେ ଚାରି ଜଣ ସୂଚନା ଅଧିକାର କର୍ମୀ ଙ୍କୁ ହତ୍ୟା ହୋଇଥିଲା, 70 ରୁ ଉର୍ଦ୍ଧ୍ୱ ସୂଚନା ଅଧିକାର କର୍ମୀ ଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା l ଆପଣ ସେତେବେଳେ ବିରୋଧୀ ଦଳରେ ଥିଲେ ଏବଂ ଏହି ସବୁ ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ l
ଆମ୍ଭେ ଆଶା କରୁଥିଲୁ ଆପଣ କ୍ଷମତାକୁ ଆସିଲା ପରେ ସୂଚନା ଅଧିକାର ଆଇନ କୁ ନିଷ୍ଠାର ସହ କାର୍ଯ୍ୟକାରୀ କରେଇବେ l କିନ୍ତୁ ଦୁଃଖର ବିଷୟ, ଆପଣ ଏଭଳି ଭୟଙ୍କର ଚରିତ୍ର ମାନଙ୍କୁ ସୂଚନା କମିଶନ ପଦବୀରେ ନିଯୁକ୍ତି କରିଛନ୍ତି ଯେ ଆମ୍ଭକୁ ପ୍ରତୀୟମାନ ହେଉଛି, ସେହି ଅଯୋଗ୍ୟ ଓ ଆପଡାର୍ଥ ବ୍ୟକ୍ତି ମାନଙ୍କ ଦ୍ୱାରା ଆପଣ ସୂଚନା ଆଇନକୁ ଖତମ କରିବାକୁ ଯାଉଛନ୍ତି l
ଗତ ଏପ୍ରିଲ ମାସ ରେ ଆପଣ ଜଣେ ମୁଖ୍ୟ ସୂଚନା କମିଶନର ଓ ତିନିଜଣ ସୂଚନା କମିଶନର ନିଯୁକ୍ତି କରିଛନ୍ତି l ଏହି ବ୍ୟକ୍ତିମାନେ କେଉଁ ଆଧାରରେ ଓ କେଉଁ ଯୋଗ୍ୟତା ବଳରେ ନିଯୁକ୍ତି ପାଇଲେ, ଆମ୍ଭେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲୁ l କିନ୍ତୁ ଆପଣଙ୍କ ସରକାର ଏହାର ଉତ୍ତରର ଦେଇ ପାରିଲୁ ନାହିଁ l ଆମ୍ଭେ ଏହା ମଧ୍ୟ ଜାଣିଲୁ ଯେ ଆପଣ ଏହି ଭୟଙ୍କର ଚରିତ୍ର ମାନଙ୍କୁ ଚିହ୍ନି ନାହାନ୍ତି l କିନ୍ତୁ ଆପଣଙ୍କ ଦପ୍ତରରେ ଥିବା କିଛି ଦୁର୍ନୀତିଗ୍ରସ୍ତ ଅମଲାଙ୍କ ବୋଲରେ ପଡି ବା ପ୍ରଭାବିତ ହୋଇ ଏହି ଭଳି କିଛି ଅନଭିଜ୍ଞ, ଆପଡାର୍ଥ ମାନଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି କରୁଛନ୍ତି l ଏହି ଚରିତ୍ର ମାନେ ଆଇନ ବୁଝନ୍ତି ନାହିଁ l ଏମାନଙ୍କର ସାମାନ୍ୟ ଅଭିଜ୍ଞତା ନାହିଁ l କେଶ ଶୁଣିପାରୁନାହାନ୍ତି l କେଶ proceeding ଲେଖି ପାରୁନାହାନ୍ତି l କେଶ ଶୁଣାଶଣୀ ବେଳେ ଆଇନ ତର୍ଜମା କରିପାରୁନାହାନ୍ତି l କେଶ ଶୁଣାଶଣୀ ସମୟରେ ଯଦି କିଛି ସୂଚନା ଆଇନର ଧାରା ଓ ଉପଧାରା ପ୍ରସଙ୍ଗ ଉଠିଲା, ଏହା ସେମାନେ ବୁଝି ନପାରି କେବଳ ଭକୁଆ ଙ୍କ ଭଳି ଅନାଉଛନ୍ତି l ଅଭଦ୍ର ଭଳି ବ୍ୟବହାର କରୁଛନ୍ତି l କେଶ ଶୁଣାଣୀ ନକରି କେଶ କୁ ଖାରଜ କରି ଦେଉଛନ୍ତି l ମୁଖ୍ୟ ସୂଚନା କମିଶନ ର ଯେଉଁ ଅର୍ଡର ଡାକୁଛନ୍ତି ସବୁ ଭୁଲ l ତାଙ୍କୁ ଆଇନ ସମ୍ପର୍କରେ ସାମାନ୍ୟ ଜ୍ଞାନ ନାହିଁ l ପବିତ୍ର ମଣ୍ଡଳ ଓ ଶ୍ରୀମତୀ କଳ୍ପନା ପଟ୍ଟନାୟକ ଙ୍କୁ ଅର୍ଡର ଲେଖି ଆସୁନାହିଁ l Law officer ମାନଙ୍କୁ ଅର୍ଡର ଲେଖିବାକୁ ଦେଇଛନ୍ତି l ଫଳରେ କେଶ ଫଇସଲା ହୋଇଥିଲେ ମଧ୍ୟ ମାସ ମାସ ଧରି ଅର୍ଡର ଦେଇ ପାରୁ ନାହାନ୍ତି l ସାଧାରଣ ଲୋକ ନ୍ୟାୟ ନପାଇ ହତୋସ୍ଛାହ ହୋଇ ଫେରୁ ଛନ୍ତି l ପ୍ରତି ସୂଚନା କମିଶନ ର ମାସକୁ 4 ଲକ୍ଷ ଟଙ୍କା ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭାବେ ଏକ ଲକ୍ଷ ଟଙ୍କା ଅର୍ଥାତ 5 ଲକ୍ଷ ଟଙ୍କା ନେଉଛନ୍ତି l କିନ୍ତୁ ଦିନକୁ 15 ଟି କେଶ ଶୁଣାଣୀ କରି ପାରୁନାହାନ୍ତି l ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ଦିନକୁ 12 ରୁ 13 ଟା କେଶ average ଶୁଣୁଛନ୍ତି l ଦିନକୁ ଏକ ଘଣ୍ଟା ବା ଦେଢ଼ ଘଣ୍ଟା ଶୁଣୁଛନ୍ତି l ଅର୍ଡର ଲେଖି ନଆସିବା ଯୋଗୁଁ ଓ ଆଇନ ଜାଣି ନଥିବା ଯୋଗୁଁ ନାମ ମାତ୍ର କିଛି କେଶ ଶୁଣି ଚାମ୍ବର ରେ Law Officer ମାନଙ୍କୁ ଅପେକ୍ଷା କରି ବସୁଛନ୍ତି ଓ ଦିନ ତିନିଟାରେ ଘରକୁ ପଳାଉଛନ୍ତି l ଏହି ଚରିତ୍ର ମାନଙ୍କୁ ନେଇ ଆପଣ ରାଜ୍ୟରେ କିପରି ଶୁଶାସନ ଆଣିବେ, ଏହା ଚିନ୍ତାର ବିଷୟ l
ଆମ୍ଭେ ଆପଣଙ୍କୁ ଏହି ବିଷୟରେ ଅବଗତ କରାଇଛୁ l କିନ୍ତୁ ଆପଣ ଆମର ଚିଠି ପଢି ନାହାନ୍ତି l ଆପଣ ଙ୍କ ଦପ୍ତରରେ ଥିବା ଅମଲା ମାନେ ଏହି ଚିଠି ସବୁ ପଢିବାକୁ ଦେଉ ନାହାନ୍ତି l ସେଥିପାଇଁ ମୂଁ ଏହି ଖୋଲା ଚିଠି ଲେଖୁଛି l
ଆଶା ଆପଣ ଏ ଦିଗରେ ପଦକ୍ଷେପ ନେବେ ଓ ଏହି ଅପାରଗ, ଅଂଜ୍ଞ, ଅପଦାର୍ଥ ସୂଚନା କମିଶନ ର ମାନଙ୍କୁ ତୁରନ୍ତ ବହିଷ୍କାର କରିବେ l ଏହି ଅପାରଗ ଚରିତ୍ର ମାନେ ଥିଲା ପର୍ଯ୍ୟନ୍ତ, ଆପଣ ବଦନାମ ହୋଇ ଚାଲିବେ l ଓଡିଶା ଆହୁରି ବରବାଦ ହେବ l ମୋର ଏହି ଚିଠିକୁ ଗ୍ରହଣ କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୂଁ ଆଶା ରଖୁଛି l
ଶ୍ରୀକାନ୍ତ ପାକଳ
ସୂଚନା ଅଧିକାର କର୍ମୀ
28.09.2025