International Geeta Mission

International Geeta Mission Contact information, map and directions, contact form, opening hours, services, ratings, photos, videos and announcements from International Geeta Mission, Non-Governmental Organization (NGO), plot no: 66/2378, Sriram vihar, Lane-6, Shyampur-Bharatpur, Colony, Bhubaneswar.

ଶ୍ରୀଗୁରୁ-ଗୋବିନ୍ଦଙ୍କ ଅମୀୟ କୃପାରୁ ଚଳିତ ମାସର ଆଭାଷି ସଭା ପରିସମାପ୍ତି ହେଲା । ଯୋଗଦାନ କରିଥିବା ସମସ୍ତ ସଦସ୍ଯ ଓ ଶ୍ରଦ୍ଧାଳୁମାନଙ୍କୁ ମିଶନ...
03/08/2026

ଶ୍ରୀଗୁରୁ-ଗୋବିନ୍ଦଙ୍କ ଅମୀୟ କୃପାରୁ ଚଳିତ ମାସର ଆଭାଷି ସଭା ପରିସମାପ୍ତି ହେଲା । ଯୋଗଦାନ କରିଥିବା ସମସ୍ତ ସଦସ୍ଯ ଓ ଶ୍ରଦ୍ଧାଳୁମାନଙ୍କୁ ମିଶନ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଅଛୁ ।

ଆଜିର ଗୀତା ଆଲୋଚନା ଓ ଜିଜ୍ଞାସା-ଚକ୍ର ସମାପ୍ତି ପରେ ମିଶନ ଦ୍ବାରା ଏବେ ଠାରୁ ଆଗାମୀ ଦୁଇ ମାସ ମଧ୍ଯରେ ଅନ୍ଯୁନ ୨୫,୦୦୦ ରୁ ୩୦,୦୦୦ ଚାରାରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇ ଅଛି । ଏହି ସମାଜ ମଙ୍ଗଳ ଓ ରାଷ୍ଟ୍ର ହିତ କାର୍ଯ୍ଯରେ ଆପଣଙ୍କ ପରି ମହତ ସଜ୍ଜନମାନଙ୍କର ସଫଳ ସହଯୋଗ ଓ ଉପସ୍ଥିତି କାମନା କରୁଅଛୁ ।

ଆଗାମୀ ଦିନରେ ମିଶନର ମାସିକ ସତସଙ୍ଗ ସଭା କାର୍ଯ୍ୟକ୍ରମରେ ମଧ୍ୟ ପୁନଶ୍ଚ ଆପଣମାନଙ୍କର ଉପସ୍ଥିତି ଓ ସହଯୋଗ କାମନା କରୁଅଛୁ ।

~~ ଜୟ ଶ୍ରୀଗୁରୁ-ଗୋବିନ୍ଦ ~~

Hearty Congratulations to all of you on "World Environment Day".Jay Guru-Govind.
05/06/2026

Hearty Congratulations to all of you on "World Environment Day".
Jay Guru-Govind.

https://www.facebook.com/share/p/1HrndgkbwP/
31/05/2026

https://www.facebook.com/share/p/1HrndgkbwP/

🌻🌹🌻🌹🌻🌹🌻🌹🌻
ଆଜି ସଂଧ୍ଯା ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ଇଣ୍ଟରନ୍ୟାସନାଲ ଗୀତା ମିଶନର "ମାସିକ ସତସଙ୍ଗ କାର୍ଯ୍ୟକ୍ରମ" ରେ ନିଶ୍ଚିତ ନିଜର ଆତ୍ମୀୟସ୍ବଜନ ତଥା ନିକଟତମ ଲୋକମାନଙ୍କୁ ନେଇ ଯୋଗଦାନ କରିବେ ।
ସମସ୍ଯାବହୁଳ ଜୀବନରେ ଟିକିଏ ଶାନ୍ତିର ରାହା ପାଇବା ପାଇଁ ମିଶନର ଏହା ଏକ ଛୋଟିଆ ପ୍ରୟାସ ମାତ୍ର।
ଆପଣମାନଙ୍କର ଉପସ୍ଥିତି ଓ ସହଯୋଗ ନିଶ୍ଚିତ ଆମ ସମସ୍ତଙ୍କ ଜୀବନକୁ ଇଷ୍ଟ କୃପାସିକ୍ତ କରିବ ।

ଆଭାସୀ କାର୍ଯ୍ୟକ୍ରମର ମାଧ୍ୟମ (link) ନିମ୍ନରେ ଦିଆ ଯାଇଅଛି ।
https://meet.google.com/rtm-ertz-bdb

-: କାର୍ଯ୍ୟକ୍ରମ:-

୦୮ ଘଟିକା- ସାମୂହିକ ॐକାର ଉଚ୍ଚାରଣ।

୦୮ଟା ୦୧ମି- ସାମୂହିକ ଗୀତା ଶ୍ଳୋକ ଆବୃତ୍ତି (୨ୟ ଅଧ୍ଯାୟ ୫୫ ରୁ ୫୯ ଶ୍ଳୋକ)

୦୮ଟା ୦୫ମି- ଗୀତା ଆଲୋଚନା

୦୮ଟା ୩୫ମି - ଜିଜ୍ଞାସା ଚକ୍ର

୦୮ଟା ୫୦ମି- ଗୀତା ମିଶନର ଆଗାମୀ କାର୍ଯ୍ୟକ୍ରମ ସମ୍ବନ୍ଧିତ ଆଲୋଚନା

୦୯ ଘଟିକା- ଶାନ୍ତି ପାଠ ।

~~ ଜୟ ଗୁରୁ-ଗୋବିନ୍ଦ ~~

🌻🌹🌻🌹🌻🌹🌻🌹🌻

ସମସ୍ତ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଏ ସେବକର ଶୁଭାଭିନନ୍ଦନ। ବନ୍ଦେ ଉତ୍କଳ ଜନନୀ ।
01/04/2026

ସମସ୍ତ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଏ ସେବକର ଶୁଭାଭିନନ୍ଦନ।
ବନ୍ଦେ ଉତ୍କଳ ଜନନୀ ।

ମାଆମାନଙ୍କ ମୁହଁରେ ଛୋଟିଆ ହସ ଟିକେ ଆଣିବାର ଛୋଟିଆ ପ୍ରୟାସଟିଏ କରିଛୁ ମାତ୍ର । "ବିଶ୍ବ ମହିଳା ଦିବସ" ଅବସରରେ  #ଇଣ୍ଟରନ୍ୟାସନାଲ_ଗୀତା_ମିଶନ ...
09/03/2026

ମାଆମାନଙ୍କ ମୁହଁରେ ଛୋଟିଆ ହସ ଟିକେ ଆଣିବାର ଛୋଟିଆ ପ୍ରୟାସଟିଏ କରିଛୁ ମାତ୍ର । "ବିଶ୍ବ ମହିଳା ଦିବସ" ଅବସରରେ #ଇଣ୍ଟରନ୍ୟାସନାଲ_ଗୀତା_ମିଶନ ତରଫରୁ ଭୁବନେଶ୍ବର ନୀଳାଦ୍ରିବିହାର ସ୍ଥିତ ଜରାଶ୍ରମ ପରିସରରେ ଥିବା ଅନ୍ତେବାସିନୀ ମାଆମାନଙ୍କୁ ଶୁଷ୍କ ଖାଦ୍ଯ ଓ ଫଳ ବଣ୍ଟନ କରା ଯାଇଥିଲା । ଅନୁଷ୍ଠାନର ସଦସ୍ଯା ଡଃ ସ୍ଵପ୍ନା ସାହୁଙ୍କ ନେତୃତ୍ୱରେ ମିଶନର ସ୍ବେଚ୍ଛାସେବୀମାନଙ୍କ ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

"ଯତ୍ର ନାର୍ଯ୍ଯସ୍ତୁ ପୂଜ୍ଯନ୍ତେ ରମନ୍ତେ ତତ୍ର ଦେବତାଃ ....." ଏହି ଶାସ୍ତ୍ରୋକ୍ତ ମାର୍ଗଦର୍ଶନ ସମସ୍ତଙ୍କ ପାଇଁ ଅନୁପାଳନୀୟ । ଆମେ ପାଳନ କରିବାକୁ ପ୍ରଚେଷ୍ଟିତ ଅଛୁ, ଆପଣମାନେ ବି ପ୍ରଚେଷ୍ଟା ଜାରି ରଖନ୍ତୁ । ଯେଉଁଥିରେ ନିଜର ଆଉ ଆମ ବିଶାଳ ସମାଜର ମଙ୍ଗଳ ହେବ ନିଶ୍ଚୟ ।
ଜୟ ଶ୍ରୀଗୁରୁ-ଗୋବିନ୍ଦ।

Address

Plot No: 66/2378, Sriram Vihar, Lane-6, Shyampur-Bharatpur, Colony
Bhubaneswar
751003

Alerts

Be the first to know and let us send you an email when International Geeta Mission posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to International Geeta Mission:

Shortcuts

Share