08/06/2026
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଥିଲେ ଆମ ଇଟିକିଲି ମିଟିକିଲି "ବନ୍ଦେ ମାତରମ୍" ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କେତେଜଣ ଛାତ୍ରଛାତ୍ରୀ। ଭେଟିବା ଅବସରରେ ମାନ୍ୟବର ମନ୍ତ୍ରୀ ପିଲାମାନଙ୍କ ଗହଣରେ ଉପସ୍ଥିତ ରହି ଖୁସି ପ୍ରକଟ କରିବା ସହ ସେମାନେ ଆଙ୍କିଥିବା ଚିତ୍ର ସବୁ ଅବଲୋକନ କରି ଆଶୀର୍ବାଦ ପ୍ରଦାନ କରିଥିଲେ।