09/01/2026
ଦଶନ୍ଧି ଧରି ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମାନଙ୍କର ସମସ୍ୟାର ଅନ୍ତ ହେବାକୁ ଯାଉଛି | ଆଶାର କିରଣ ଉଦ୍ଜୀବିତ ହୋଇଛି | ଗତକାଲିର ଗଣଶିକ୍ଷା ବିଭାଗର ହୋଇଥିବା ଏକ ଗୁରୁତ୍ୱପୂର୍ଣ ବୈଠକରୁ ଯାହା ଜଣାପଡିଛି | ସଂଘ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଦାବି ଉପରେ ଗଠନମୂଳକ ଆଲୋଚନା କରିବା ପାଇଁ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗକୁ ଆନ୍ତରିକ କୃତଜ୍ଞତା ଜଣାଉଛି। ଶିକ୍ଷକଙ୍କ ସ୍ୱାର୍ଥ ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ସକାରାତ୍ମକ ଫଳାଫଳ ଆସିବ ବୋଲି ଆମେ ଆଶାବାଦୀ।
#କୃତଜ୍ଞ #ଆଶାବାଦୀ