VLE UNION Odisha

VLE UNION Odisha ସାମୂହିକ ପ୍ରୟାସ - ସମସ୍ତଙ୍କ ବିକାଶ

Welcome to the official page of VLE Union Odisha. Our Mission:

Technical Support

We are a united community of Village Level Entrepreneurs (VLEs) dedicated to building a strong Digital Odisha.

23/08/2026

one-day workshop in shyansh hotel,bhubaneswar

**ଓଡ଼ିଶାର ସମସ୍ତ VLE ଭାଇ ଓ ଭଉଣୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ!**ଆପଣଙ୍କ CSC କେନ୍ଦ୍ରକୁ ଆହୁରି ସଫଳ କରିବା ଏବଂ ନିଜର ରୋଜଗାର ବୃଦ୍ଧ...
23/08/2026

**ଓଡ଼ିଶାର ସମସ୍ତ VLE ଭାଇ ଓ ଭଉଣୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ!**
ଆପଣଙ୍କ CSC କେନ୍ଦ୍ରକୁ ଆହୁରି ସଫଳ କରିବା ଏବଂ ନିଜର ରୋଜଗାର ବୃଦ୍ଧି କରିବା ପାଇଁ ଆଜି ହିଁ VLE UNION ODISHA ସହିତ ଯୋଡ଼ି ହୁଅନ୍ତୁ।
**ଆମ ସହ ଯୋଡ଼ି ହେବାର ମୁଖ୍ୟ ଲାଭ:**
* **ସମ୍ପୂର୍ଣ୍ଣ ଡିଜିଟାଲ୍ ଟ୍ରେନିଂ:** ସମସ୍ତ ନୂତନ ସରକାରୀ ଓ ବେସରକାରୀ ସେବା ସମ୍ପର୍କରେ ଘରେ ବସି ସହଜରେ ପ୍ରଶିକ୍ଷଣ ପାଆନ୍ତୁ।
* **ସାରା ଓଡ଼ିଶାର VLEଙ୍କ ନେଟୱାର୍କ:** ଓଡ଼ିଶାର କୋଣ ଅନୁକୋଣରେ ଥିବା ଅଭିଜ୍ଞ VLE ମାନଙ୍କ ସହ ସିଧାସଳଖ ଯୋଡ଼ି ହୁଅନ୍ତୁ।
* **ତୁରନ୍ତ ସହାୟତା ପାଇଁ WhatsApp ଗ୍ରୁପ୍:** କୌଣସି କାମରେ ସମସ୍ୟା ଦେଖାଦେଲେ ସାଙ୍ଗେ ସାଙ୍ଗେ ସମାଧାନ ପାଇଁ ସକ୍ରିୟ ସଦସ୍ୟମାନଙ୍କ ସ୍ୱତନ୍ତ୍ର ସପୋର୍ଟ ଗ୍ରୁପ୍‌।
* **ମଜଭୁତ ସଂଗଠନର ଅଂଶ:** ଏକ ଶକ୍ତିଶାଳୀ ସଂଗଠନ ସହିତ ଯୋଡ଼ି ହୋଇ ନିଜର ଅଧିକାର ଓ ସୁବିଧାକୁ ସୁରକ୍ଷିତ କରନ୍ତୁ।
* **ବିଭିନ୍ନ ପ୍ରୋଜେକ୍ଟରୁ ଅଧିକ ରୋଜଗାର:** ନୂଆ ନୂଆ ବାହାର ପ୍ରୋଜେକ୍ଟରେ କାମ କରି ପ୍ରତିମାସରେ ନିଜର ଆୟ ବୃଦ୍ଧି କରନ୍ତୁ।
* **ବାର୍ଷିକ VLE ମହାସମ୍ମିଳନୀ:** ପ୍ରତିବର୍ଷ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଭବ୍ୟ VLE ସମ୍ମିଳନୀରେ ଯୋଗଦେଇ ନିଜର ପରିଚୟ ସୃଷ୍ଟି କରନ୍ତୁ।
ଏକାଠି ହେବା, ଶିଖିବା ଏବଂ ଆଗକୁ ବଢ଼ିବା!
ଆଉ ଡେରି ନକରି ଆଜି ହିଁ website କରନ୍ତୁ ଏବଂ ଆମ ସହିତ ସାମିଲ ହୁଅନ୍ତୁ। Website - vleunionodisha.in

22/08/2026
ଭୁବନେଶ୍ୱର, ତା. ୧୯.୦୮.୨୦୨୬: ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦ ପକ୍ଷରୁ ଆଜି ଏକଦିବସୀୟ କର୍ମଶାଳା ସୂର୍ଯ୍ୟାଶଂ ହୋଟେଲ୍ ଏଣ୍ଡ ରିସ...
19/08/2026

ଭୁବନେଶ୍ୱର, ତା. ୧୯.୦୮.୨୦୨୬: ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦ ପକ୍ଷରୁ ଆଜି ଏକଦିବସୀୟ କର୍ମଶାଳା ସୂର୍ଯ୍ୟାଶଂ ହୋଟେଲ୍ ଏଣ୍ଡ ରିସଟ୍ ରେ ଦିବା ୧୦:୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା ଏହି କର୍ମଶାଳାରେ ସଂଗଠନର ପରିଚାଳନା, ସାଙ୍ଗଠନିକ ଶୃଙ୍ଖଳା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

କର୍ମଶାଳାରେ ଭି.ଏଲ.ଇ ୟୁନିୟନ ଓଡ଼ିଶାର ରାଜ୍ୟ ଉପ-ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଦାଶ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ (ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ତଥା ପିପୁଲସ୍ ଫୋରମର ଅଧ୍ୟକ୍ଷ ଓ ବରିଷ୍ଟ ସମାଜସେବୀ) ଯୋଗଦେଇ ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦକୁ ସମ୍ବୋଧିତ କରିଥିଲେ। ସେ ସଂଗଠନକୁ ଅଧିକ ସୁଦୃଢ଼, ଶୃଙ୍ଖଳିତ ଓ ସଠିକ ଦିଗରେ ପରିଚାଳନା କରିବା ସହିତ ସଦସ୍ୟମାନଙ୍କ ସ୍ୱାର୍ଥ ଓ ସାଙ୍ଗଠନିକ ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ମାର୍ଗଦର୍ଶନ କରି ସଂଗଠନର ପରିଚାଳନା ପରିସଦର ସଭ୍ୟ ମାନଙ୍କୁ ୫ ଲକ୍ଷ ଟଙ୍କାର ବିମା ପଦାନ କରି ସଂଗଠନର ୱେବସାଇଟର ଶୁଭାରମ୍ଭ କରିଥିଲେ!!

ବିଶେଷକରି ସଂଗଠନର ସଠିକ ପରିଚାଳନା ଓ ଆଗାମୀ ଦିନର କାର୍ଯ୍ୟଧାରା ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କବିଚନ୍ଦ୍ର ସେଠୀ ଏବଂ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସଙ୍କୁ ମୁଖ୍ୟ ଅତିଥି ଦିଗ୍ ଦର୍ଶନ ଦେଇଥିଲେ!!

କର୍ମଶାଳାରେ ଭି.ଏଲ.ଇ ୟୁନିୟନ ଓଡ଼ିଶାର ପରିଚାଳନା ପରିଷଦର ସମସ୍ତ କର୍ମକର୍ତ୍ତା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ ( ରାଜ୍ୟ ଉପ-ସଭାପତି), ଶ୍ରୀଯୁକ୍ତ ଅରୁଣ କୁମାର ସିଂହ ( ରାଜ୍ୟ ଉପ-ସଭାପତି), ଶ୍ରୀଯୁକ୍ତ ସକିଲ ଆଲାମ ( ରାଜ୍ୟ ସହ-ସଂପାଦକ), ଶ୍ରୀଯୁକ୍ତ ଦାଶରଥି ସାହୁ ( ରାଜ୍ୟ ସହ-ସଂପାଦକ), ଶ୍ରୀମତୀ କଲ୍ୟାଣୀ ନାୟକ ( ରାଜ୍ୟ ସହ-ସଂପାଦକ), ସମିମା ବେଗମ୍ ( ରାଜ୍ୟ ସହ- ସଂପାଦକ), ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମହାପାତ୍ର ( ରାଜ୍ୟ ସହ-ସଂପାଦକ), ଶ୍ରୀଯୁକ୍ତ ରାମଚନ୍ଦ୍ର ଯୁଝାରସିଂହ (ରାଜ୍ୟ ସହ- ସଂପାଦକ), ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ( ରାଜ୍ୟ କୋଷାଧକ୍ଷ୍ୟ), ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାହୁ ( ରାଜ୍ୟ କାର୍ଯ୍ୟକାରୀ ସଭ୍ୟ), ଶ୍ରୀଯୁକ୍ତ ରାକେଶ ପାତ୍ର (ରାଜ୍ୟ କାର୍ଯ୍ୟକାରୀ ସଭ୍ୟ), ଶ୍ରୀମତୀ ଝୁନୁବାଳା ନାଏକ ( ରାଜ୍ୟ କାର୍ଯ୍ୟକାରୀ ସଭ୍ୟା), ଶ୍ରୀଯୁକ୍ତ ସତେନ୍ଦ୍ର କୁମାର ସିଂ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ଲୋକନାଥ ନାୟକ( ରାଜ୍ୟ ସାଧାରଣ ସଭ୍ୟ), ଲକ୍ଷ୍ମୀ ବେହେରା ( ରାଜ୍ୟ ସାଧାରଣ ସଭ୍ୟା), ଶ୍ରୀଯୁକ୍ତ ସୋମନାଥ ନାୟକ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ସମିର ମିସ୍ତ୍ରୀ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ମହମ୍ମଦ ଗାଲିବ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ସୁଜିତ୍ କୁମାର ଜେନା ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀଯୁକ୍ତ ରବିନାରାୟଣ ସ୍ୱାଇଁ ( ରାଜ୍ୟ ସାଧାରଣ ସଭ୍ୟ), ଶ୍ରୀମତୀ ଶୁଭ୍ରକାନ୍ତି ସାହୁ ( ରାଜ୍ୟ ସାଧାରଣ ସଭ୍ୟା) ଯୋଗଦେଇ ସଂଗଠନକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ପାଇଁ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ।

ସଂଗଠନର ଏକତା, ଶୃଙ୍ଖଳା ଓ ସଦସ୍ୟମାନଙ୍କ ହିତକୁ ପ୍ରାଥମିକତା ଦେଇ ଆଗାମୀ ଦିନରେ ଭି.ଏଲ.ଇ ୟୁନିୟନ ଓଡ଼ିଶା ଅଧିକ ସକ୍ରିୟ ଓ ସୁଦୃଢ଼ ଭାବେ କାର୍ଯ୍ୟ କରିବ ବୋଲି କର୍ମଶାଳାରେ ମତ ପ୍ରକାଶ କରିଥିଲେ !!

ଭି.ଏଲ.ଇ ୟୁନିୟନ ଓଡ଼ିଶା ପକ୍ଷରୁ ସମସ୍ତ ଭି.ଏଲ.ଇ ଭାଇ ଓ ଭଉଣୀମାନଙ୍କୁ ୧୫ ଅଗଷ୍ଟର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ସ୍ୱାଧୀନତା କେବଳ ...
18/08/2026

ଭି.ଏଲ.ଇ ୟୁନିୟନ ଓଡ଼ିଶା ପକ୍ଷରୁ ସମସ୍ତ ଭି.ଏଲ.ଇ ଭାଇ ଓ ଭଉଣୀମାନଙ୍କୁ ୧୫ ଅଗଷ୍ଟର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ସ୍ୱାଧୀନତା କେବଳ ଏକ ଦିନର ଉତ୍ସବ ନୁହେଁ; ଏହା ଆମ ଏକତା, ଅଧିକାର, କର୍ତ୍ତବ୍ୟ ଓ ଦେଶପ୍ରତି ଦାୟିତ୍ୱର ପ୍ରତୀକ।ଦେଶର ଡିଜିଟାଲ୍ ସେବାକୁ ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବାରେ VLEମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ, ଏହି ପବିତ୍ର ଦିନରେ ଆମେ ସମସ୍ତେ ଏକତାବଦ୍ଧ ହୋଇ VLE ସମାଜର ସମ୍ମାନ, ଅଧିକାର ଓ ଉନ୍ନତି ପାଇଁ କାର୍ଯ୍ୟ କରିବା।“ଏକତା ଆମର ଶକ୍ତି, ସେବା ଆମର ପରିଚୟ, ଦେଶସେବା ଆମର ସଂକଳ୍ପ।”

Address

HANSPALA
Bhubaneswar
751035

Website

Alerts

Be the first to know and let us send you an email when VLE UNION Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share