ମୋ ଗାଁ ମୋ ସମ୍ମାନ

ମୋ ଗାଁ ମୋ ସମ୍ମାନ social work, social organisation, food drive, cloth drive,to facilitate the marginaliz Love every one

https://youtu.be/FDfwpdGuv6Q?si=ksKDI6ixM73qtxQiସମାଜ ରେ ଘଟୁଥିବା କିଛି ଘଟଣା କୁ ନେଇ ଲୋକ ଲୋଚନ କୁ ଆଣିବା ପାଇଁ ଛୋଟ ପ୍ରୟାସ ସମ୍ପୂ...
11/07/2026

https://youtu.be/FDfwpdGuv6Q?si=ksKDI6ixM73qtxQi

ସମାଜ ରେ ଘଟୁଥିବା କିଛି ଘଟଣା କୁ ନେଇ ଲୋକ ଲୋଚନ କୁ ଆଣିବା ପାଇଁ ଛୋଟ ପ୍ରୟାସ
ସମ୍ପୂର୍ଣ୍ଣ ଦେଖିବା ପାଇଁ ପ୍ରୟାସ

Enjoy the videos and music you love, upload original content, and share it all with friends, family, and the world on YouTube.

ଗୋଟେ ଛୁଆଟିକୁ ଯେତେବେଳେ ସ୍କୁଲ କଲେଜ୍ ସମାଜରେ ଭଲ ପିଲା ବୋଲି କୁହନ୍ତି ବା ଭଲ କାମ କରୁଛି ବୋଲି କୁହନ୍ତି ସେତେବେଳେ ବାପା ମାଆଙ୍କ ଗର୍ବ ଆଉ ...
19/06/2026

ଗୋଟେ ଛୁଆଟିକୁ ଯେତେବେଳେ ସ୍କୁଲ କଲେଜ୍ ସମାଜରେ ଭଲ ପିଲା ବୋଲି କୁହନ୍ତି ବା ଭଲ କାମ କରୁଛି ବୋଲି କୁହନ୍ତି ସେତେବେଳେ ବାପା ମାଆଙ୍କ ଗର୍ବ ଆଉ ସେ ଛୁଆର ଖୁସି କହିଲେ ନ ସରେ। ଆମ ଘରକୁ ଯେତେବେଳେ କେହି କୁଣିଆ ଆସନ୍ତି ଆଉ ଯେତେବେଳେ ସେ କୁଣିଆ ଆମ ଛୁଆ କୁ ଭଲ ବୋଲି କୁହନ୍ତି ଆମେ ଯେମିତି ଗର୍ବ କରି ଥାଉ ଥରେ ସେମିତି ଭାବିଲେ ଯେଉଁ ଗାଁ ରେ ଆପଣ ରହୁଛନ୍ତି ସେଟା ବି ଆପଣଙ୍କ ଘର ଆଉ ଯଦି ଆପଣଙ୍କ ଗାଁ କୁ କେହି କୁଣିଆ ଆସି ଆପଣ ମାନଙ୍କ ପ୍ରଶଂସା କରିବ ସେତେବେଳେ କଣ ଆପଣଙ୍କୁ ଖୁସି ଲାଗିବନି କି ?? କୌଣସି ଦୂର ଅତିଥି ଆସିଲେ ଯଦି ସେମାନେ ଗାଁ କୁ ପ୍ରଶଂସା କରି ଯାଉଛନ୍ତି ତେବେ ସେ ଗାଁ ର ପ୍ରତ୍ୟେକ ସଦସ୍ୟ ଗର୍ବ କରିବା କଥା। କିନ୍ତୁ ଆଜି କାଲି ଗାଁ ଲୋକଙ୍କ ଭିତରେ ସହଯୋଗ ନଥିବାର ଦୃଷ୍ଟି ଗୋଚର ହୁଏ ଗାଁ ର ଲୋକ ମାନଙ୍କ ଭିତରେ ଏକତା ନ ଥିବାର ଦୃଷ୍ଟି ଗୋଚର ହୁଏ।
ସବୁବେଳେ ଭାବନ୍ତୁ ଗାଁ ଆମର ମା ନହେଲେ ଛୁଆ ଆଉ ତାକୁ କିପରି ସୁନ୍ଦର୍ କରି ଗଢିବେ ଆଉ ରଖିବେ ସେ ଆପଣଙ୍କ ଉପରେ ନିର୍ଭର କରେ। କୁଣିଆ ଆସିଲେ ପ୍ରଶଂସା କରିବେ ଯେଉଁ ପ୍ରଶଂସା ର ଅଧିକାରୀ ଗାଁ ର ପ୍ରତ୍ୟେକ ସଦସ୍ୟ ହେବେ। ଦେଖିବେ ଗାଁ ବି ଆପଣଙ୍କୁ ନିଶ୍ଚୟ ଭଲ ପାଇବ।😍

ତେବେ ଆସନ୍ତୁ ଆମେ ସଂକଳ୍ପ ନେବା ଆମ ଗାଁ କୁ ଆମେ ସ୍ବଚ୍ଛ ସବୁଜ ସୁନ୍ଦର୍ କରି ଗଢ଼ି ତୋଳିବାରେ ନିଃସ୍ଵାର୍ଥ ମନୋଭାବ ରଖି ତାର ରକ୍ଷଣ ବେକ୍ଷଣ କରିବା।🙏🏻❤️🥰

ମୋ ଗାଁ ମୋ ସମ୍ମାନ

16/06/2026
09/06/2026

ଓଡ଼ିଶା ର ଗଣ ପର୍ବ ରଜ, ଏହି ରଜ କୁ ସୁନ୍ଦର ଭାବରେ ଉପଭୋଗ କରିବା ପାଇଁ ଓଡିଶା ର ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠେ ।
ଏହି ଉତ୍ସବ କୁ ନିଆରା ଢଙ୍ଗ ରେ ପାଳନ ପାରିବ ଏଥର ଜୁଳୁକିପଡ଼ା।
ଆସନ୍ତୁ ଆପଣଙ୍କୁ ସ୍ୱାଗତ କରିବା ପାଇଁ ଆମେ ଆପଣଙ୍କ ଅପେକ୍ଷାରେ 🙏
ସ୍ୱାଗତମ୍ ସ୍ୱାଗତମ୍ ସ୍ୱାଗତମ୍
ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ବାରିକ
ସ୍ୱାଗତମ୍ ସ୍ୱାଗତମ୍ ସ୍ୱାଗତମ୍
ଶ୍ରୀମାନ ରାହୁଲ କୁମାର
ସ୍ୱାଗତମ୍ ସ୍ୱାଗତମ୍ ସ୍ୱାଗତମ୍
ଶ୍ରୀମାନ ଅଭି କୁମାର

ପ୍ରଣାମ 🙏*ବିଶେଷ ସୂଚନା:-*ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ଶା ପ୍ରସିଦ୍ଧ ଅସୁରେଶ୍ୱର ମଲ୍ଲୀପୁର ବିଜେ ...
22/03/2026

ପ୍ରଣାମ 🙏
*ବିଶେଷ ସୂଚନା:-*
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ଶା ପ୍ରସିଦ୍ଧ ଅସୁରେଶ୍ୱର ମଲ୍ଲୀପୁର ବିଜେ *ଶ୍ରୀ ଶ୍ରୀ ରଘୁନାଥ ଙ୍କ ପୀଠ ରେ ଶ୍ରୀ କୌଶଲ୍ୟା ନନ୍ଦନ* ଙ୍କର ଜନ୍ମୋତ୍ସବ ପାଳନ କରାଯିବ ।
ପ୍ରାୟ 500 ବର୍ଷ ରୁ ଅଧିକ ହେବ ପାଳନ ହେଉଥିବା ଉକ୍ତ ଉତ୍ସବରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ ତେଣୁ ଏହି ପୀଠରେ *ଅଭଡ଼ା ପାଣି* ର ପରମ୍ପରା ବହୁ ପୁରାତନ ।
ଉକ୍ତ ପବିତ୍ର ଶ୍ରୀରାମ ନବମୀ ତିଥିରେ ଆପଣଙ୍କ ଆଶିଷ କୁ ପାଥେୟ କରି ଓଡ଼ିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ *ଓଡ଼ିଶା ଆକୁୱା କେୟାର ଚାରିଟେବୁଲ ଟ୍ରଷ୍ଟ* ତରଫରୁ *ସମଗ୍ର ଓଡ଼ଶା ସେବା ଅଭିଯାନ ରେ ସାମିଲ ହୋଇ ମୋ ଗାଁ ମୋ ସମ୍ମାନ* ଆହ୍ବାନ ମାଧ୍ୟମରେ ଏକ ଦୀନ ବ୍ୟାପି ଆଗନ୍ତୁକ ଭକ୍ତ ମାନଙ୍କ ତୃଷା ନିବାରଣ ଉଦ୍ଦେଶ୍ୟରେ *ଅମୃତ ଧାରା* କାଯ୍ୟକ୍ରମ ଅୟୋଜନ କରାଯାଉଅଛି ।
ସବିନୟ ଅନୁରୋଧ ରକ୍ଷାକରି ଉକ୍ତ ଜଳଦାନ ଉତ୍ସବ ରେ ଉପସ୍ଥିତ ରହି ପ୍ରଭୁ ଶ୍ରୀ ରଘୁନାଥ ଙ୍କ କରୁଣା ଲାଭ କରିବା ସହିତ ଆମ୍ଭକୁ ଉତ୍ସାହିତ କରିବା ହେବେ ।🙏

Address

NANDAN VIHAR , NADAN KANAN Road , PATIA, BBSR, KHURDHA , ODISHA
Bhubaneswar
751024

Website

Alerts

Be the first to know and let us send you an email when ମୋ ଗାଁ ମୋ ସମ୍ମାନ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share