03/09/2026
#ଚତୁର୍ଥ_ଦିନରେ_ବୃକ୍ଷ_ରୋପଣ_କାର୍ଯ୍ୟକ୍ରମ
#ଆସନ୍ତୁ_ଗଛ_ଲଗାଇବା
#ଅନୁଗୋଳକୁ_ସବୁଜ_ସୁନ୍ଦର_କରିବା
#ଆଗାମୀ_ଭବିଷ୍ୟତ_ପାଇଁ_ସ୍ୱଚ୍ଛ_ପରିବେଶ_ଗଢ଼ିବା
ଏଇ ସଂକଳ୍ପ ନେଇ କଲ୍ୟାଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ଅନୁଗୋଳ ନିର୍ବାଚନ ମଣ୍ଡଳୀର କାଙ୍ଗୁଲା- ବେନ୍ତପୁର ପଞ୍ଚାୟତ କାଙ୍ଗୁଲା ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ କାଙ୍ଗୁଲା-ବେନ୍ତପୁରର ପୂର୍ବତନ ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। *ସବୁ କାମ ପଛ, ଆଗ ଲଗାଇବା ଗଛ*। ଏହି ନାରାରେ ସମସ୍ତେ ମିଶି ଚାରାରୋପଣ କରିଥିଲେ । ଅନୁଗୋଳକୁ ସବୁଜ ସୁନ୍ଦର କରିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ବରିଷ୍ଠ ଅଧ୍ୟାପକ ପାର୍ଥବିର ମୁଖ୍ୟ ଅତିଥି ଉପଦେଶ ଦେଇଥିଲେ । ଏଥିସହ ଗଛ ଲଗାଇ ତାକୁ ନିଜ ଛୁଆ ଭଳି ଯତ୍ନ ନେବାକୁ କହିଥିଲେ। ଆଗକୁ ଏଭଳି ଦିନ ନ ଆସୁ, ଯେତେବେଳେ କି ପିଲାମାନଙ୍କୁ ସ୍କୁଲକୁ ବ୍ୟାଗରେ ଅମ୍ଳଜାନ ଥଳି ନେଇକି ଯିବାକୁ ପଡ଼ିବ କହି ସତର୍କ କରାଇଥିଲେ। କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ସୁନେଶ ପ୍ରଧାନ, ଯୁବ ସମାଜସେବୀ ରଞ୍ଜିତ ଗଡ଼ନାୟକ, ପ୍ରିୟବ୍ରତ ପରିଡା, ବିଶ୍ୱଜିତ ଦାସ , ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଅଭିଯାନ ଟ୍ରଷ୍ଟର ସଭାପତି ଲିପୁନ୍ କୁମାର ପରିଡ଼ା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କଲ୍ୟାଣ ଅଭିଯାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିବ ବୋଲି ଟ୍ରଷ୍ଟର ସଭାପତି ଲିପୁନ କୁମାର ପରିଡ଼ା ସୂଚନା ଦେଇଛନ୍ତି।