04/01/2026
ଢେଙ୍କାନାଳ ମୋଟଙ୍ଗା ଠାରେ ପଥର ଖାଦାନ ବିସ୍ଫୋରଣରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ରେ ଭାରତୀୟ ମଜଦୁର ସଂଘ, ଓଡିଶା ଶାଖା, ଗଭୀର ଶୋକ ପ୍ରକାଶ କରିଛି । ଏକ ପ୍ରେସ ବିଜ୍ଞପ୍ତି ରେ ଏହି ଘଟଣା ରେ ମୃତ ଶ୍ରମିକ ମାନଙ୍କ ପାଇଁ ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ଭାରତୀୟ ମଜଦୁର ସଂଘ ଦାବି କରିଛି । ଏହା ସହ ଘଟଣା ପରେ ରାଜ୍ୟ ସରକାର, ଅସୁରକ୍ଷିତ ଭାବେ ଖଣି ଖାଦାନ ରେ ଶ୍ରମିକ ମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା କମ୍ପାନୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତୀୟ ମଜଦୁର ସଂଘ ଦାବି କରିଛି । ଭାରତୀୟ ମଜଦୁର ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୃଥ୍ୱୀରାଜ ପଣ୍ଡା, ଭାରତୀୟ ମଜଦୁର ସଂଘ ର ନେତା ଶ୍ରୀଯୁକ୍ତ ବିନୟ ତ୍ରିପାଠୀ , ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଡା ପ୍ରମୁଖ ଦୋଷୀ କମ୍ପାନୀ ର ତୁରନ୍ତ ଲାଇସେନ୍ସ ରଦ୍ଧ କରିବା ସହ ଦୋଷୀ କୁ ତୁରନ୍ତ ଗିରଫ କରିବା ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି।
#ଢେଙ୍କାନାଳ
#ଓଡିଶା Bharatiya Mazdoor Sangh Mohan Charan Majhi CMO Odisha Ministry of Labour and Employment, Government of India Labour Commissioner, Odisha