Haris Naik

Haris  Naik ରାଧେ ରାଧେ
(5)

04/02/2026
ଭାବ ବିନୋଦିଆ ଠାକୁରରହିଥାଅ ଭାବରେଭାବରେ ଡାକିଲେ ନିକଟଅଭାବେ ଯାଅ ଦୁରେଅନ୍ତର ବାରତା ଜାଣି ହେବାନ୍ଧି ରଖ ପ୍ରେମରେତବ ପ୍ରେମ ଭାବ ସର୍ବଦା ଥାଉ ...
10/01/2026

ଭାବ ବିନୋଦିଆ ଠାକୁର
ରହିଥାଅ ଭାବରେ
ଭାବରେ ଡାକିଲେ ନିକଟ
ଅଭାବେ ଯାଅ ଦୁରେ
ଅନ୍ତର ବାରତା ଜାଣି ହେ
ବାନ୍ଧି ରଖ ପ୍ରେମରେ
ତବ ପ୍ରେମ ଭାବ ସର୍ବଦା
ଥାଉ ମୋର ଚିତ୍ତରେ
ଏତିକି କରୁଣା କର ହେ
ପ୍ରଭୁ ଏ ଦାସୀ ଠାରେ
*ଜୟ ଜଗନ୍ନାଥ।🙏🙏।*

ସୁଖ ମୋତେ ଅଧା ଦେବୁ ତୁ କାଳିଆଦୁଃଖ ଦେଇ ହେବୁ ଜୀବନ ସାଥୀ,ତୋ ସିଂହ ଦୁଆରେ ଚାହିଁ ବସିଥିବିମନେ ଭଜୁଥିବି ତୋ ଜୟ ଗୀତି ।କାନେ ଶୁଭୁଥିବ ମଙ୍ଗଳ ...
07/01/2026

ସୁଖ ମୋତେ ଅଧା ଦେବୁ ତୁ କାଳିଆ
ଦୁଃଖ ଦେଇ ହେବୁ ଜୀବନ ସାଥୀ,
ତୋ ସିଂହ ଦୁଆରେ ଚାହିଁ ବସିଥିବି
ମନେ ଭଜୁଥିବି ତୋ ଜୟ ଗୀତି ।
କାନେ ଶୁଭୁଥିବ ମଙ୍ଗଳ ଆଳତି
ଘଣ୍ଟ ଘଣ୍ଟା ତୂରୀ ପ୍ରଭୁଙ୍କ ନୀତି,
ଦୟଣା ତୁଳସୀ ଅବଢ଼ା ମହକେ
ଧନ୍ୟ ହେଉ ମୋର ଜୀବନ ନିତି ।
*ଜୟ ଜଗନ୍ନାଥ।🙏🙏।*

ଭରସାରେ ହାତ ଟେକି ଦେଇଛି ମୁଁବିଶ୍ୱାସେ ଜାଳିଛି ଦୀପ,ମାରିବା ତାରିବା ତୁମ ଇଛା ପ୍ରଭୁ ତୁମେ ତ ଜଗତ ନାଥ                                 ...
30/12/2025

ଭରସାରେ ହାତ ଟେକି ଦେଇଛି ମୁଁ
ବିଶ୍ୱାସେ ଜାଳିଛି ଦୀପ,
ମାରିବା ତାରିବା ତୁମ ଇଛା ପ୍ରଭୁ
ତୁମେ ତ ଜଗତ ନାଥ
ଆଶା ବିଶ୍ୱାସ ଓ ଭରସାରେ ସଦା
ବାଟ ଚାଲୁଅଛି ମୁହିଁ,
ତୁମରି କରୁଣା ଆଶିଷର ଧାରା
ଝରି ପଡୁ ଆହେ ସାଇଁ।
ଜୟ ଜଗନ୍ନାଥ।🙏🙏

ଜଗତର ନାଥ କାଳିଆ ସାଆନ୍ତତୁମେ ପରା ଭାବଗ୍ରାହୀଏ ପାଖରେ ମୋହ ସେପାଖେ କର୍ତ୍ତବ୍ୟସତ୍ ପଥ ଦିଶେ ନାହିଁହେ! କୃଷ୍ଣ ଜଗତ ସାଇଁ!!ମୋହ ର ବନ୍ଧନ କରିଦ...
29/12/2025

ଜଗତର ନାଥ କାଳିଆ ସାଆନ୍ତ
ତୁମେ ପରା ଭାବଗ୍ରାହୀ
ଏ ପାଖରେ ମୋହ ସେପାଖେ କର୍ତ୍ତବ୍ୟ
ସତ୍ ପଥ ଦିଶେ ନାହିଁ
ହେ! କୃଷ୍ଣ ଜଗତ ସାଇଁ!!
ମୋହ ର ବନ୍ଧନ କରିଦିଅ ଛିନ୍ନ
ସନ୍ମାର୍ଗେ ମୁଁ ଯାଏ ଧାଇଁ।
ଜୟ ଜଗନ୍ନାଥ।🙏🙏।

ଚରଣେ ଶରଣ ନ ମିଳିଲେ ପ୍ରଭୁ                                                       ଏ ଜୀବନେ ମୁକ୍ତି ନାହିଁ, ଏତିକି ଗୁହାରି କରୁଛି ହ...
28/12/2025

ଚରଣେ ଶରଣ ନ ମିଳିଲେ ପ୍ରଭୁ ଏ ଜୀବନେ ମୁକ୍ତି ନାହିଁ,
ଏତିକି ଗୁହାରି କରୁଛି ହେ ପ୍ରଭୁ
ବିଚାରକୁ ନେବା ପାଇଁ।
ମଣିଷ ଜନମ ଦେଇଅଛ ପ୍ରଭୁ ଶ୍ରେଷ୍ଠ ବିବେଚନା କରି,
କର୍ମ ଦେଇ ତୁମେ ପରୀକ୍ଷା ନେଉଛ
ଧରିଛ ଭାଗ୍ଯର ଡୋରି । *ଜୟ ଜଗନ୍ନାଥ। 🙏🙏।*

ଚରଣେ ଶରଣ ନ ମିଳିଲେ ପ୍ରଭୁ                                                          ଏ ଜୀବନେ ମୁକ୍ତି ନାହିଁ, ଏତିକି ଗୁହାରି କରୁଛ...
20/12/2025

ଚରଣେ ଶରଣ ନ ମିଳିଲେ ପ୍ରଭୁ ଏ ଜୀବନେ ମୁକ୍ତି ନାହିଁ,
ଏତିକି ଗୁହାରି କରୁଛି ହେ ପ୍ରଭୁ ବିଚାରକୁ ନେବା ପାଇଁ।
ଯେ ପର୍ଯ୍ୟନ୍ତ ତୁମ ଦୟା ରହିଥିବ ବିନା ବିଘ୍ନେ ଯିବ ଦିନ,
ବଞ୍ଚିତ ହେଲେ ମୁଁ ସେହି ଅମୃତରୁ ହେବି ମୁହିଁ ହୀନିମାନ ।
ବୟସ ବଢୁଛି ଆୟୁଷ କମୁଛି ଶେଷ ଯେ ଆସୁଛି ପାଖେଇ,
କେତେଦିନ ଆଉ ବିତିବ ଏମିତି ଜାଣନ୍ତି ଜଗତ ସାଇଁ ।
*ଜୟ ଜଗନ୍ନାଥ।🙏🙏।*

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକଃ ନଚୈନଂ କ୍ଲେଦୟନ୍ତ୍ୟାପୋ, ନଶୋଷୟତି ମାରୁତଃ।।”ଆଜି ପ୍ରାତଃ 6.30 ସମୟରେ  ସଂଯୁକ୍ତା ସ୍ୱାଇଁ...
19/12/2025

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକଃ
ନଚୈନଂ କ୍ଲେଦୟନ୍ତ୍ୟାପୋ, ନଶୋଷୟତି ମାରୁତଃ।।”

ଆଜି ପ୍ରାତଃ 6.30 ସମୟରେ ସଂଯୁକ୍ତା ସ୍ୱାଇଁ, କୁଲତା ଯୁବ ଶକ୍ତି ର ବରିଷ୍ଠ ସଦସ୍ୟା ବିକାଶ ହସ୍ପିଟାଲ ଠାରେ ଇହଧାମ ତ୍ୟାଗ କରିଛନ୍ତି l ସେ ଜଣେ ସରଳ, ମିଷ୍ଟ ଭାଷି ପରୋପକାରୀ ତଥା ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ଥିଲେ l ତାଙ୍କର ମୃତ୍ୟୁ ରେ କୁଲତା ଯୁବ ଶକ୍ତି ର ଅପୂରଣୀୟ କ୍ଷତି ହୋଇଛି l ସେହି ଅମର ଆତ୍ମା ର ସଦଗତି ନିମନ୍ତେ ସମସ୍ତେ ମାଁ ରାମଚଣ୍ଡୀ ଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛୁ l ଓଁ ଶାନ୍ତି 🌹🙏🙏🙏

Address

Mandarbagichapada
Bhawanipatna
7660001

Website

Alerts

Be the first to know and let us send you an email when Haris Naik posts news and promotions. Your email address will not be used for any other purpose, and you can unsubscribe at any time.

Share