ନବନିର୍ମାଣ ଯୁବଛାତ୍ର ସଂଗଠନ

  • Home
  • India
  • Bhadrak
  • ନବନିର୍ମାଣ ଯୁବଛାତ୍ର ସଂଗଠନ

ନବନିର୍ମାଣ ଯୁବଛାତ୍ର ସଂଗଠନ ଦୁର୍ନୀତି ବିରୁଦ୍ଧରେ ହାଲ୍ଲା ବୋଲ

🌙 Eid Ul Adha Mubarak 🌙ନବନିର୍ମାଣ ଯୁବଛାତ୍ର ସଂଗଠନ (NYCS) ପକ୍ଷରୁପବିତ୍ର ଇଦ୍-ଉଲ୍-ଅଧା ଅବସରରେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନ୍ତରିକ ଶ...
28/05/2026

🌙 Eid Ul Adha Mubarak 🌙
ନବନିର୍ମାଣ ଯୁବଛାତ୍ର ସଂଗଠନ (NYCS) ପକ୍ଷରୁ
ପବିତ୍ର ଇଦ୍-ଉଲ୍-ଅଧା ଅବସରରେ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ତ୍ୟାଗ, ପ୍ରେମ ଓ ମାନବତାର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣୁ। 🤍✨
Zahir Khan

"ଏପ୍ରିଲ ୨୮ରୁ ମେ ୧୪ ପର୍ଯ୍ୟନ୍ତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସତ୍ୟଭାମାପୁର, କଟକରୁ ଭୁବନେଶ୍ବର ଓଡ଼ିଶାର କୃଷକ ସ୍ବାଭିମା...
27/04/2026

"ଏପ୍ରିଲ ୨୮ରୁ ମେ ୧୪ ପର୍ଯ୍ୟନ୍ତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସତ୍ୟଭାମାପୁର, କଟକରୁ ଭୁବନେଶ୍ବର ଓଡ଼ିଶାର କୃଷକ ସ୍ବାଭିମାନ ଯାତ୍ରା"

ଆପଣମାନେ ଜାଣିଛନ୍ତି ଯେ, ନବନିର୍ମାଣ କୃଷକ ସଂଗଠନ ଦୀର୍ଘ ୧୬ ବର୍ଷ ହେଲା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଇତ୍ୟାଦି ଦାବୀକୁ ନେଇ ଅନବରତ ଭାବରେ ଧାରଣା, ସତ୍ୟାଗ୍ରହ, ଗଣପଦଯାତ୍ରା ଓ ଜେଲ୍ ଯାତ୍ରା ଇତ୍ୟାଦି ମାଧ୍ୟମରେ ତାର ସଂଘର୍ଷ ଜାରି ରଖିଛି। ଯାହାର ପରିଣାମ ସ୍ବରୂପ କାଳିଆ ଯୋଜନା ଠାରୁ ଆରମ୍ଭ କରି ଧାନ ଉପରେ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତାର ଲାଭ ଚାଷୀ ପାଖରେ ପହଞ୍ଚିଛି। ଠିକ୍ ସେହିପରି ଗତ ମାର୍ଚ୍ଚ ୨୨ ତାରିଖରୁ ଘଟଗାଁରୁ ଆରମ୍ଭ ହୋଇଥିବା ଏକ କୃଷକ ଏକତା ପଦଯାତ୍ରା ପ୍ରାଇସ୍ (ଚାଷୀ ଉତ୍ପାଦର ଉଚିତ୍ ମୂଲ୍ୟ), ପ୍ରେଷ୍ଟିଜ୍ (ଚାଷୀର ସମ୍ମାନ, ସ୍ବାଭିମାନ ଓ ସ୍ବାବଲମ୍ବନ), ପେନସନ୍ (ଚାଷୀ ସୁରକ୍ଷା ଭତ୍ତା- ୨୦ ବର୍ଷରୁ ପ୍ରତ୍ୟେକ ଚାଷୀଙ୍କୁ ମାସିକ ୧୦ ହଜାର ଟଙ୍କା ସୁରକ୍ଷା ଭତ୍ତା ଏବଂ ୬୦ ବର୍ଷରୁ ପ୍ରତ୍ୟେକ ବୟଷ୍କଙ୍କୁ ୩ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା) ଏବଂ ଜମି, ଜଳ, ଜଙ୍ଗଲ, ଖଣି ଉପରେ ମୂଳ ଅଧିବାସୀର ଅଧିକାର ସମେତ ଜଳସେଚନ, ଜଳ ନିଷ୍କାସନ, ଶୀତଳ ଭଣ୍ଡାର, ଧାନର ଅଭାବୀ ବିକ୍ରି ଇତ୍ୟାଦି ୨୧ ଦଫା ଦାବୀକୁ ନେଇ ମାର୍ଚ୍ଚ ୩୧ ତାରିଖରେ ବିଧାନସଭା ସାମ୍ନାରେ ଥିବା ପିଏମଜିରେ ଏକ ଚାଷୀ ସମାବେଶ ମାଧ୍ୟମରେ ସରକାରଙ୍କୁ ଉକ୍ତ ଦାବୀଗୁଡ଼ିକ ବିଷୟରେ ସ୍ମାରକ ପତ୍ର ଦେଇ ଆଲୋଚନା କରିବାର ଥିଲା। କିନ୍ତୁ, ଡବଲ ଇଞ୍ଜିନ୍ ବିଜେପି ସରକାର ଅହିଂସକ ଓ ଶାନ୍ତିପୂର୍ଣ୍ଣ ଭାବରେ ଚାଲୁଥିବା ସରଳ ଚାଷୀ ଓ ଆଦିବାସୀଙ୍କର ପଦଯାତ୍ରାକୁ କଟକର ଫୁଲନଖରା ଠାରେ ଅଟକାଇ ଗତ ୩୦ ମାର୍ଚ୍ଚରେ ୭୦୦ ଚାଷୀକୁ (ଯେଉଁଥିରେ ୨୦୦ ମହିଳା ଉପସ୍ଥିତ ଥିଲେ) ଅଗଣତାନ୍ତ୍ରିକ ଭାବରେ ଗିରଫ କରିନେଲେ ଏବଂ ତତ୍ ସହିତ ହିଂସା ଓ ଦଙ୍ଗା ଇତ୍ୟାଦି ମିଛ ଆରୋପ ଲଗାଇ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହିତ ଉତ୍ତରପ୍ରଦେଶର ରାଷ୍ଟ୍ରୀୟ ନେତୃତ୍ବ ଅରବିନ୍ଦ ମୂର୍ତ୍ତି (ଆଇକ୍ୟାନ୍‌ର ରାଷ୍ଟ୍ରୀୟ ସଂଯୋଜକ), ଝାଡ଼ଖଣ୍ଡର ନେତୃତ୍ବ ବିଜୟ ସିଂ (ଅଲ୍ ଇଣ୍ଡିଆ ପିପୁଲ୍ସ ଫ୍ରଣ୍ଟର ଉପ-ସଭାପତି) ଏବଂ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ମିଶାଇ ମୋଟ ୧୩ ଜଣଙ୍କୁ ୧୫ ଦିନ ପାଇଁ ଜେଲ୍ ପଠାଇଦେଲେ। (ଯିଦିଓ ରାଷ୍ଟ୍ରୀୟ ଚାଷୀ ନେତା ରାକେଶ ଟିକାୟତ, ବିହାର ଚାଷୀ ନେତା ଦିନେଶ କୁମାର, ବିହାରର ସାସଂଦ ସୁଧାକର ସିଂଙ୍କ ସମେତ ନବନିର୍ମାଣ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀଙ୍କୁ ନଜର ବନ୍ଦୀରେ ୩୧ ତାରିଖ ପର୍ଯ୍ୟନ୍ତ ରଖି ଛାଡ଼ିଥିଲେ।
ଅକ୍ଷୟ କୁମାରଙ୍କ ସହିତ ୧୩ ଜଣ ବନ୍ଧୁ ଜେଲରୁ ମୁକୁଳିବା ପରେ ସରକାର ତାଙ୍କ ଅଗଣତାନ୍ତ୍ରୀକ, ଅସାମ୍ବିଧାନିକ ଗିରଫଦାରୀ ଦ୍ବାରା ସମ୍ବିଧାନ ଧାରା ୧୯ (ପ୍ରତ୍ୟେକ ସମୂହ ଅହିଂସକ ଓ ଶାନ୍ତିପୂର୍ଣ୍ଣଭାବରେ ନିଜର ଦାବୀ ଉପସ୍ଥାପିତ କରିବା ପାଇଁ ବିଧାନସଭା ସାମ୍ନାକୁ ଯାଇପାରିବେ)କୁ ଦଳିଚକଟି ନଷ୍ଟ କରିଦେଇଛନ୍ତି।
ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ନବନିର୍ମାଣ କୃଷକ ସଂଗଠନ ଏପ୍ରିଲ ୨୮ ତାରିଖରୁ କଟକର ସତ୍ୟଭାମାପୁରରୁ ଆରମ୍ଭ କରୁଥିବା “ରାଜ୍ୟ କୃଷକ ସ୍ବାଭିମାନ ଯାତ୍ରା“ ୩୦ଟି ଜିଲ୍ଲାରେ ଚାଷୀ, ଯୁବକ, ବୁଦ୍ଧିଜୀବୀ ଇତ୍ୟାଦିଙ୍କୁ ଭେଟି ଆଗାମୀ ମେ ୧୪ ତାରିଖରେ ଭୁବନେଶ୍ବରରେ ସମାପନ ହେବ।
ଏଥିରେ ସରକାର ଓ ପ୍ରଶାସନର ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନକ ମୁଖା ଖୋଲିବା ସହିତ ଚାଷୀର ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଓ ଜମି, ଜଳ, ଜଙ୍ଗଲ ଓ ଖଣି ଉପରେ ମୂଳ ଅଧିବାସୀର ଅଧିକାର ସମେତ ୨୧ଟି ଦାବୀଗୁଡ଼ିକୁ ନେଇ ଲୋକଙ୍କ ସ୍ବାଭିମାନକୁ ଜାଗ୍ରତ ଓ ସଂଗଠିତ କରିବାର ପ୍ରୟାସ ଚାଲୁ ରଖିବା ପାଇଁ ନବନିର୍ମାଣ କୃଷକ ସଂଗଠନ ସକଳ୍ପବଦ୍ଧ। ଏଥିପାଇଁ ଏହି ଯାତ୍ରାରେ ସମସ୍ତ ଚାଷୀ, ମୂଲିଆ, ଯୁବକ, ଛାତ୍ର, ମହିଳା, ଓକିଲ, ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ସମସ୍ତ ଗଣତାନ୍ତ୍ରିକ ସଂଗଠନ ସମେତ ବିରୋଧି ରାଜନୈତିକ ଦଳମାନଙ୍କୁ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରୁଛୁ।

31/03/2026

ସରକାର Md Manwar Alli ଙ୍କୁ ଡରି ଗଲେ
ଆମ ସଂଗଠନର ରାଜ୍ୟ ସଭାପତିଙ୍କୁ ଗିରଫ କରିବାର ଷଡ଼ଯନ୍ତ୍ର ଗଣତନ୍ତ୍ର ଉପରେ ଆକ୍ରମଣ। ଆମେ ଭୟଭୀତ ହେବୁ ନାହିଁ, ଆମର ସଂଗ୍ରାମ ଚାଲିଥିବ। ସତ୍ୟ ଓ ଅଧିକାର ପାଇଁ ଆମେ ସଦା ଏକତାବଦ୍ଧ!" ✊

ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ର ସମସ୍ତ ଭାଇ ଭଉଣୀ ଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନନବନିର୍ମାଣ ଯୁବଛାତ୍ର ସଂଗଠନ    Akshaya Kumar ...
26/03/2026

ଶ୍ରୀରାମ ନବମୀ ଉପଲକ୍ଷେ ଭଦ୍ରକ ର ସମସ୍ତ ଭାଇ ଭଉଣୀ ଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ
ନବନିର୍ମାଣ ଯୁବଛାତ୍ର ସଂଗଠନ


Akshaya Kumar
Md Manwar Alli
Zahir Khan

19/02/2026

ଭାଇ ଶୁଣ ଆମେ ଭୋଟ ଦେଲୁ ଫୁଲରେ ଷଣ୍ଡ ବାଡେଇ ଲୁ ବିଲରେ ଗାଣ୍ଡି ମରଊଛୁ ମଣ୍ଡି ରେ.

ନୂଆବର୍ଷ ଆମକୁ ଏକତା, ସହଯୋଗ ଓ ସେବାର ଶିକ୍ଷା ଦେଉ।ଭେଦଭାବ ଭୁଲି ଏକ ସୁନ୍ଦର ସମାଜ ଗଢ଼ିବା—ଏହି ଆଶା ସହିତ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା।ନ...
31/12/2025

ନୂଆବର୍ଷ ଆମକୁ ଏକତା, ସହଯୋଗ ଓ ସେବାର ଶିକ୍ଷା ଦେଉ।
ଭେଦଭାବ ଭୁଲି ଏକ ସୁନ୍ଦର ସମାଜ ଗଢ଼ିବା—
ଏହି ଆଶା ସହିତ ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା।
ନବନିର୍ମାଣ ଯୁବଛାତ୍ର ସଂଗଠନ
Akshaya Kumar
Md Manwar Alli
Zahir Khan

ସହୀଦ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ନାରୀ ନିର୍ଯ୍ୟାତନା ସମାପ୍ତ ଦାବୀରେ ଭୁବନେଶ୍ବରରେ ଯୁବଛାତ୍ର ସମ୍ମିଳନୀ• ପଦଯାତ୍ରା ବାଲେଶ୍ବରରୁ ଭୁବନେଶ୍ବ...
18/07/2025

ସହୀଦ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ନାରୀ ନିର୍ଯ୍ୟାତନା ସମାପ୍ତ ଦାବୀରେ ଭୁବନେଶ୍ବରରେ ଯୁବଛାତ୍ର ସମ୍ମିଳନୀ
• ପଦଯାତ୍ରା ବାଲେଶ୍ବରରୁ ଭୁବନେଶ୍ବର
• ୪ ଅଗଷ୍ଟରୁ ୧୮ ଅଗଷ୍ଟ

ଭୁବନେଶ୍ବର,୧୮!୭: ଛବିରାଣୀ ଠାରୁ ଇତିଶ୍ରୀ, ଇତିଶ୍ରୀ ଠାରୁ ସୌମ୍ୟାଶ୍ରୀ, ୩ ଦଳର ୩ ପ୍ରତୀକ। ସମସ୍ତେ କିନ୍ତୁ ଏବେ ମହିଳାଙ୍କ ପାଇଁ ରାସ୍ତାରେ। ନିଜ ନିଜ ଶାସନରେ ମହିଳାଙ୍କୁ ସୁରକ୍ଷା ଦେଇପାରିନଥିବା ଅଭିଯୁକ୍ତମାନେ ଏବେ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ । ଏହାହିଁ ତ ବିଷ୍ମୟ। ଦଳ ବଦଳୁଛି, ବ୍ୟବସ୍ଥା ବଦଳୁନାହିଁ। ବ୍ୟବସ୍ଥା ପରିବର୍ତ୍ତନ ସଂଗ୍ରାମର ପ୍ରାରମ୍ଭ ୧୯୯୯ରୁ ଆଜି ପର୍ଯ୍ୟନ୍ତ ଲମ୍ବା ଯାତ୍ରା- ନବନିର୍ମାଣର। ଇତିଶ୍ରୀ, ବେବିନା, ମାଧବିଲତା, ପିହୁ, ପରୀ ଠାରୁ ଆରମ୍ଭ କରି ରୁଚିକା ମହାନ୍ତି ସମସ୍ତେ ବ୍ୟବସ୍ଥାର ଚକ୍ରବିହ୍ବରେ ଫଶି ଯାଇଛନ୍ତି। ଆମ ଗଣତାନ୍ତ୍ରୀକ ନ୍ୟାୟୀକ ସାମ୍ବିଧାନିକ ବ୍ୟବସ୍ଥା, ଲୋକ ପ୍ରତିନିଧି କେହି ଏମାନଙ୍କୁ ଅତ୍ୟାଚାରର ଦମନରୁ ବଞ୍ଚାଇ ପାରିନାହାଁନ୍ତି। ଇତିଶ୍ରୀ ଘଟଣାରେ କମ୍ ଲଢ଼ିନଥିଲା ଇତିଶ୍ରୀ, ସବୁ ଦ୍ବାରକୁ ଠକ୍ ଠକ୍ ପିଟିଥିଲା। ହେଲେ କିଛି ବି ପ୍ରତିଉତ୍ତର ମିଳିନଥିଲା ତାକୁ। କେଉଁ ବ୍ୟବସ୍ଥା ତା ସପକ୍ଷରେ ଠିଆ ହୋଇନଥିଲା। ଆଜି ସହୀଦ ସୌମ୍ୟାଶ୍ରୀର ମୃତ୍ୟୁ ସମାନ ଢାଞ୍ଚାରେ ଘଟିଛି। କାହିଁକି ଏମିତି ଘଟୁଛି ବାରମ୍ବାର। ସତରେ କଣ ରାସ୍ତା ରୋକ୍, ବନ୍ଦ ପାଳନ ଦ୍ବାରା ଏସବୁର ସମାଧାନ ସୂତ୍ର ବାହାରିବ ? ଆମେ ଏହି ଆନ୍ଦଳନକୁ ଆହୁରି ଉଜାଗର କରିବା ପାଇଁ ଜନମାନସରେ ଏହାକୁ ନେଇ ଜନଜାଗୃତ କରିବା ପାଇଁ ଏକ ଲମ୍ବା ବୈଚାରିକ, ବୈପ୍ଲବୀକ ପଦକ୍ଷେପ ନେଉଛୁ। ଆଇନ୍ ତା ବାଟରେ ଯାଉନାହିଁ, ଆଇନର ରକ୍ଷକମାନେ ଆଇନର କାର୍ଯ୍ୟକାରିତା କରିବା ପାଇଁ ବିନା କାରଣରେ ପଛଘୁଞ୍ଚା ଦେଉଛନ୍ତି। କେବେ ଧନତନ୍ତ୍ର ଚାପରେ ଦଳି ଚକଟି ହେଉଛି ଆଇନ୍ ତ, କେବେ କେବେ ବାବୁ ମାନଙ୍କର ଉଦାସପଣ ଓ କାମଲାଳସାର ଭଉଁରୀ ଭିତରେ ସହୀଦ୍ ପାଲଟୁଛି ସହୀଦ ସୌମ୍ୟାଶ୍ରୀ। ଆମେ ଚାହୁଁ ସକଳ ସ୍ତରର ଲୋକ- ଛାତ୍ର, ଯୁବକ, ମହିଳା, ବୁଦ୍ଧିଜିବୀ ଓ ଆଧ୍ୟାତ୍ମିକ ସଂସ୍କାରକ, ସମସ୍ତେ ଅଣ୍ଟା ଭିଡ଼ନ୍ତୁ। ଏଭଳି ଭ୍ରଷ୍ଟାଚାର ନାରକୀୟ କାଣ୍ଡ ବିରୁଦ୍ଧରେ ସକଳ ସ୍ତରରେ ନାନା ବିଧି କାର୍ଯ୍ୟକ୍ରମ ହେଉ। ସେଇଥିପାଇଁ ଆମେ ୪ଟି ଜୋନ୍ ସ୍ତରୀୟ ଛାତ୍ର ସମ୍ମିଳନୀ କରିବା ସହିତ ବାଲେଶ୍ବରର ଏଫ୍. ଏମ୍ କଲେଜରୁ ଅଗଷ୍ଟ ୪ ତାରିଖରେ ଏହି ପଦଯାତ୍ରା ବାହାରି ଅଗଷ୍ଟ ୧୮ ତାରିଖରେ ଭୁବନେଶ୍ବର ପିଏମଜିରେ ପହଞ୍ଚି ଏକ ବିଶାଳ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବ। ଜଣେ କେହିଁ ଅସଦାଚଣର ଶୀକାର ହେଲେ ସାଙ୍ଗେ ସାଙ୍ଗେ କ୍ରିୟାଶୀଳ ସମାଜର ବିଭିନ୍ନ ବର୍ଗ ସେଥିରେ ହସ୍ତକ୍ଷେପ ପାଇଁ ଧାଇଁ ଆସିଥିବେ। ପ୍ରିନ୍ସପାଲ, ଶିକ୍ଷକଙ୍କ ଭଳି ଛୋଟିଆ ପଦାଧିକାରୀ ଏଭଳି ଉପେକ୍ଷାର ନାଟକ କରି ବିଦ୍ୟାର୍ଥୀଙ୍କୁ ବଳି ପକାଇ ପାରିବେ ନାହିଁ। ଆମ ସମାଜରେ ଘଟିଥିବା ଏହି ଅଘଟଣକୁ ଅଭିଯୁକ୍ତ ରାଜନୈତିକ ଦଳଙ୍କ ହାତରେ ଛାଡ଼ି ନଦେବା ପାଇଁ ଆମର ଏ ସମାବେଶ ଓ ସମ୍ମିଳନୀ। ଏହି ପଦଯାତ୍ରାରେ ସମସ୍ତଙ୍କୁ ନିବେଦନ କରିବା, ନିଜର ମୂଲ୍ୟବାନ ସମୟ କାଢ଼ି ସାମିଲ ହୁଅନ୍ତୁ ଓ ଛାତ୍ର, ଯୁବକ, କୃଷକ ଓ ମହିଳା ସମାଜ ଅଣ୍ଟାରେ କାନି ଭିଡ଼ି ରାଜ ରାସ୍ତାକୁ ବାହାରନ୍ତୁ। ଆଇନର ଗଳି ବାଟ ଦେଇ ଆମେ କାହିଁକି ଅତ୍ୟାଚାରିତ ହେବୁ ? କାହିଁକି ଦରମାଖିଆ ପୋଲିସ, ରାଜ ନେତା, ଅଧ୍ୟାପକ, ଭେଡ଼ ହୋଇ ଫସଲ ଖାଇଗଲେ, ସ୍ବାଧିନତା ସଂଗ୍ରାମୀମାନଙ୍କର ଅମୂଲ୍ୟ ସ୍ବପ୍ନ କାହିଁକି ଧର୍ଷିତ ହେବ ସ୍ବାଧିନ ଭାରତରେ। ମହାତ୍ମା ଗାନ୍ଧୀଙ୍କ ସେହି ଅମୂଲ୍ୟ ବାଣୀ- “ନିଶାଦରେ ଜଣେ ଯୁବତୀ ଯଦି ଏକାକି ରାସ୍ତାରେ ଯାଇପାରିବ ତାହା ହିଁ ହେବ ଆଦର୍ଶ ସମାଜର ସ୍ବପ୍ନ“। ଆସନ୍ତୁ ଆମ ବୃହତ୍ତର ସମାଜର ଏହି କଳଙ୍କିତମୟ ଅବସ୍ଥାର ସମାପ୍ତ ପାଇଁ ପଦଯାତ୍ରାରେ ସାମିଲ୍ ହେବା ଓ ସମ୍ମିଳନୀକୁ ସଫଳ କରିବା। ରାଜନୈତିକ ନାରା ମାଧ୍ୟମରେ ନୁହେଁ, ବରଂ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଏହି ଅଭିଯାନକୁ ଆହୁରି ଶାଣିତ କରି ନୂଆ ଯୁଗ ଆରମ୍ଭ କରିବା। ଉକ୍ତ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ନବନିର୍ମାଣ ଯୁବଛାତ୍ର ସଂଗଠନ ସହୀଦ୍ ସୌମ୍ୟାଶ୍ରୀ ବିଶିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉକ୍ତ ପଦଯାତ୍ରା ଓ ସମ୍ମିଳନୀ କରିବା ପାଇଁ ନବନିର୍ମାଣ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଏବଂ ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରକାଶ କରିଥିଲେ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।  ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ସମସ୍ତ ଉପରେ ବର୍ଷୁଥାଉ। ସମ...
27/06/2025

ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ସମସ୍ତ ଉପରେ ବର୍ଷୁଥାଉ। ସମସ୍ତଙ୍କ ସୁଖ, ସମୃଦ୍ଧି ଓ ପ୍ରଗତି ପାଇଁ ପ୍ରାର୍ଥନା କରୁଅଛି।

ନବନିର୍ମାଣ ଯୁବଛାତ୍ର ସଂଗଠନ

(1)ବାର୍ଦ୍ଧକ୍ୟ ଭର୍ତ୍ତା 3500 କୁଆଡେ ଗଲା(2)300ୟୁନିଟ ଫିରି ବିଜୁଳି କୁଆଡେ ଗଲା(3)କଟନୀ ଛଟଣି କଣ ପାଇଁ ହଉଚି ଜବାବ ଦିୟ(4)ପାଣି ସେଚନ ର କଣ...
20/06/2025

(1)ବାର୍ଦ୍ଧକ୍ୟ ଭର୍ତ୍ତା 3500 କୁଆଡେ ଗଲା
(2)300ୟୁନିଟ ଫିରି ବିଜୁଳି କୁଆଡେ ଗଲା
(3)କଟନୀ ଛଟଣି କଣ ପାଇଁ ହଉଚି ଜବାବ ଦିୟ
(4)ପାଣି ସେଚନ ର କଣ ହେଲା
(5)କୋଲଡ ଷ୍ଟୋରେଜ ର କଣ ହେଲା
ପ୍ରଶ୍ନ ସାଧାରଣ ଚାଷୀ ମୂଲ୍ୟା ଯୁବକ ଛାତ୍ର ମାଙ୍କ
ଜବାବ ଡବଲ ଇଞ୍ଜିନ ର ସରକାର ଙ୍କୁ
ଗାଁ ଗାଁ ଗିରଫ କରିଲା ପରେ ବି ଲଢେ଼ଇ ହେଲା
ବିଜେପି ସରକାରର ମିଛ ଉତ୍ସବକୁ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବଛାତ୍ର ସଂଗଠନର ବିରୋଧ।
Akshaya Kumar
Md Manwar Alli Bhai
Zahir Khan

ଓଡ଼ିଆ ସଂସ୍କୃତି ଭିତ୍ତିକ ରଜ ପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।  Md Manwar Alli Zahir Khan
14/06/2025

ଓଡ଼ିଆ ସଂସ୍କୃତି ଭିତ୍ତିକ ରଜ ପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

Md Manwar Alli
Zahir Khan

ବାବାସାହେବ ଭୀମରାଓ ଆମ୍ବେଦକର ଆଧୁନିକ ଭାରତର ନିର୍ମାତା ଅଟନ୍ତି। ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ, ଆଇନଜୀବୀ, ରାଜନେତା ଓ ସାମାଜ ସୁଧାରକ ଥିଲେ...
14/04/2025

ବାବାସାହେବ ଭୀମରାଓ ଆମ୍ବେଦକର ଆଧୁନିକ ଭାରତର ନିର୍ମାତା ଅଟନ୍ତି। ସେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ, ଆଇନଜୀବୀ, ରାଜନେତା ଓ ସାମାଜ ସୁଧାରକ ଥିଲେ। ତାଙ୍କର ପ୍ରଗତିଶୀଳ ସୃଜନଶୀଳତା ଓ ଆଲୋକିତ ବ୍ୟକ୍ତିତ୍ୱ

ଏମିତି ଅନେକ ଲୋକ ଯେଉଁମାନେ କି ସେମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବାକୁ ସାହସ କରି ପାରୁନଥିଲେ, ବାବାସାହେବ ସେହି ସମସ୍ତ ଲୋକଙ୍କ ପାଇଁ ଏକ ସଂପୂର୍ଣ୍ଣ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ୱର ହୋଇ ଆସିଥିଲେ।


Md Manwar Alli Zahir Khan

Address

Bhadrak
756100

Website

Alerts

Be the first to know and let us send you an email when ନବନିର୍ମାଣ ଯୁବଛାତ୍ର ସଂଗଠନ posts news and promotions. Your email address will not be used for any other purpose, and you can unsubscribe at any time.

Share