Odisha Development Forum

Odisha Development Forum ODISHA DEVELOPMENT FORUM (ODF) IS A REGISTERED ORGANISATION WORKING FOR THE DEVELOPMENT OF THE BACKW

ଏହା ବ୍ରହ୍ମପୁର ର ପ୍ରକୃତ ସମସ୍ୟା। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଡିପାର୍ଟମେଣ୍ଟ ସେକ୍ରେଟାରୀ ଓ ଅଧିକାରୀ ଟ୍ରାଫିକ ସମସ୍ୟା, ରାସ୍ତା ସମସ୍ୟା କୁ...
17/09/2026

ଏହା ବ୍ରହ୍ମପୁର ର ପ୍ରକୃତ ସମସ୍ୟା। ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଡିପାର୍ଟମେଣ୍ଟ ସେକ୍ରେଟାରୀ ଓ ଅଧିକାରୀ ଟ୍ରାଫିକ ସମସ୍ୟା, ରାସ୍ତା ସମସ୍ୟା କୁ ଦେଖିବା ପାଇଁ ମିଟିଂ କରୁଛନ୍ତି। ନୂଆଁ ରାସ୍ତା ଓ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ତାହା କେବଳ ଭୁବନେଶ୍ୱରେ, କଟକ, ପୁରୀ, ସମ୍ବଲପୁର ପାଇଁ ସୀମିତ ରହୁଛି। ବ୍ରହ୍ମପୁର ପାଇଁ କେବେ ମିଟିଂ ହୋଇଥିବା କେହି କେବେ ଦେଖିନାହିଁ କି ଶୁଣିନାହିଁ।
ଆଉ କେତେ ଦିନ ଏମିତି ଚାଲିବ ଦେଖାଯାଉ।

BRAHMAPUR suffers from years of neglect by successive Govts in Odisha, and Berhampur Municipal Corporation there is no effort to addeess the most pressing infra challenges of the city.

In the 1970s, Brahmapur was the only city to have ORT Road Trains, today, after 55 years it has no proper roads, public transport system and basic facilities.

ବ୍ରହ୍ମପୁର ସାଂସଦ ମହୋଦୟ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଯଦି ସତ ତେବେ ଅତ୍ୟନ୍ତ ଚିନ୍ତାଜନକ। ମାନନୀୟ ମୁଖ୍ୟମନ୍ତ୍ରୀ CMO Odisha Mohan Cha...
12/09/2026

ବ୍ରହ୍ମପୁର ସାଂସଦ ମହୋଦୟ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଯଦି ସତ ତେବେ ଅତ୍ୟନ୍ତ ଚିନ୍ତାଜନକ। ମାନନୀୟ ମୁଖ୍ୟମନ୍ତ୍ରୀ CMO Odisha Mohan Charan Majhi ମହୋଦୟ ଙ୍କୁ ଅନୁରୋଧ ଏହାର ଯାଞ୍ଚ କରାନ୍ତୁ 🙏

ବ୍ରହ୍ମପୁର ସାଂସଦ ମହୋଦୟ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଯଦି ସତ ତେବେ ଅତ୍ୟନ୍ତ ଚିନ୍ତାଜନକ।
Anxious times for and - caught between the apathy of and a menacing that wants to utilise the resources of the region (South Odisha) to its own advantage.
Starting from common people on the street to the political leaders, the frustration is palpable.

ବ୍ରହ୍ମପୁରର ସାମୁହିକ ବିକାଶକୁ ନେଇ ବ୍ରହ୍ମପୁର ସାଂସଦ ଙ୍କ ସହ ବିଭିନ୍ନ ସାମାଜିକ ଗଣ ସଂଗଠନଙ୍କ ମିଳିତ ଆଲୋଚନାସ୍ଥାନୀୟ ଇଂଜିନିୟରିଂ ସ୍କୁଲ ପ...
10/09/2026

ବ୍ରହ୍ମପୁରର ସାମୁହିକ ବିକାଶକୁ ନେଇ ବ୍ରହ୍ମପୁର ସାଂସଦ ଙ୍କ ସହ ବିଭିନ୍ନ ସାମାଜିକ ଗଣ ସଂଗଠନଙ୍କ ମିଳିତ ଆଲୋଚନା

ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ପରିସରରେ ବ୍ରହ୍ମପୁର ମହାନଗର, ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡିଶା ର ସାମୁହିକ ବିକାଶକୁ ନେଇ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ବିଭିନ୍ନ ସାମାଜିକ ଗଣ ସଂଗଠନର ମିଳିତ ଆଲୋଚନା ଅନୁଷ୍ଠିତ ଆଜି ହୋଇଥିଲାI ବ୍ରହ୍ମପୁର ସାଂସଦଙ୍କ ସାମଗ୍ରିକ ବିକାଶ ପାଇଁ ଏକ ସକାରାତ୍ମକ ଓ ଦୃଢ଼ ପଦକ୍ଷେପକୁ ନେଇ ସହରର ବହୁ ଗଣସଙ୍ଗଠନର ପ୍ରତିନିଧି ଓ ସାମାଜିକ କର୍ମକର୍ତ୍ତା ସାଂସଦଙ୍କୁ ସମ୍ବର୍ଦ୍ଧନା ଦେଇଥିଲେI

ବ୍ରହ୍ମପୁରର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା ଯାହାକି
📌 ବ୍ରହ୍ମପୁର ଠାରେ ଏକ 3000ମିଟର୍ ରନୱେ ସହ ପୂର୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା
📌ବ୍ରହ୍ମପୁର ଷ୍ଟେସନରେ ବା ବିସ୍ତୃତ ଯାତ୍ରୀ ସମାଗମ ସ୍ଥଳ ନିର୍ମାଣ
📌ଷ୍ଟେସନ ମୁଖଶାଳାର ଡିଜାଇନ ରେ ପରିବର୍ତ୍ତନ କରି ଭଳି ଡିଜାଇନ୍ ପ୍ରସ୍ତୁତ କରିବା
📌ଗୋପାଳପୁର-ରାୟଗଡା
📌ଗୋପାଳପୁର- ରେଢ଼ାଖୋଲ
📌ଗୋପାଳପୁର- ତାଳଚେର ଭାୟା ମା' ତାରାତାରିଣୀ ନୂତନ ରେଳପଥ ନିର୍ମାଣ
📌ପାଲୁର ବନ୍ଦରଠାରୁ ଜହ୍ନିକୁଦା ଉପକୂଳ ପଥ ନିର୍ମାଣ
📌Puri-Gopalpur ଉପକୂଳ ରାଜପଥ ନିର୍ମାଣ
📌୬ ଲାଇନ ଜାତୀୟ ରାଜପଥର ପୂର୍ଣ୍ଣାଙ୍ଗ ବିକାଶ
📌ବ୍ରହ୍ମପୁରରେ ନାଇପର ପ୍ରତିଷ୍ଠା
📌IT ପାର୍କ ଯଥା ଶୀଘ୍ର ନିର୍ମାଣ
📌ପ୍ରବାସୀଙ୍କୁ ସ୍ଥାନୀୟ ଅଂଚଳରେ ନିଯୁକ୍ତି ପାଇଁ ସମବାୟ ଓ କୃଷି ଭିତ୍ତିକ ଖୁଦ୍ରଶିଳ୍ପ ପ୍ରତିଷ୍ଠା ନିର୍ମାଣ
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ହିଞ୍ଜିଲି, ପୋଲସରା ଦିଗପହଣ୍ଡି ଠାରେ MSME ଓ ସୂତା କଳ ପ୍ରତିଷ୍ଠା ଓ ପୁରୁଣା କମ୍ପାନୀ ଗୁଡିକର ପୁନରୁଦ୍ଧାର
📌World Skill Centre
📌ଅନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ
📌ବିରଳ ମୃତିକା କଂପ୍ଲେକ୍ସ ଇତ୍ୟାଦି ବିଭିନ୍ନ ଦାବି ଗୁଡିକ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲାI

ଏହି ଆଲୋଚନାରେ ଓଡିଶା ବିକାଶ ପରିଷଦ Odisha Development Forum, ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି, ପ୍ରଗତିଶୀଳ ଉତ୍କଳ ସମାଜର, ଗଂଜାମ ଜିଲ୍ଲା ବିକାଶ ମଞ୍ଚ, ଫୋରମ ଫୋର ଗଂଜାମ, ଶିକ୍ଷକ ମହାସଂଘ, ଦକ୍ଷିଣ ଓଡିଶା ଛାତ୍ର ସଂଗଠନ (‌SOSA), ଭାଗବତ ଚାରିଟାଵଲେ ଟ୍ରଷ୍ଟ ଏବଂ ଅନ୍ୟ ଗଣ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ I

09/09/2026

ଓଡିଶା ସରକାରଙ୍କ #ସମ୍ବଲପୁର_ଶାଢ଼ୀ ପାଇଁ ଚିନ୍ତାରେ ମୁଣ୍ଡ ଫାଟିଯାଉଛି କିନ୍ତୁ ବିଶ୍ୱ ପ୍ରସିଦ୍ଧ #ବ୍ରହ୍ମପୁର_ପାଟ ପାଇଁ ଓଡ଼ିଶାରେ କାହାର ଚିନ୍ତାନାହିଁ I ଆଖି ସାମ୍ନାରେ ଗତ 80 ବର୍ଷ ହେଲା କ୍ରମାଗତ ଭାବେ ବ୍ରହ୍ମପୁର ପାଟ ମରୁଛି ଆଉ ତାକୁ ମରିବାକୁ ଦିଆଯାଉଛି... ବାଃ

02/09/2026
ODF Meets Brahmapur MP, Raises Brahmapur Greenfield Airport and Key Development Demands for South OdishaFollowing the me...
01/09/2026

ODF Meets Brahmapur MP, Raises Brahmapur Greenfield Airport and Key Development Demands for South Odisha

Following the meeting with the Hon’ble Union Minister of Civil Aviation, Shri Ram Mohan Naidu Kinjarapu, at Kotabommali, Andhra Pradesh, regarding the need for modern and world-class air connectivity in Brahmapur, the Odisha Development Forum (ODF) delegation also met with Brahmapur MP Dr. Pradeep kumar Panigrahy on 30 August 2026.

The delegation sought his immediate intervention for strengthening air connectivity and accelerating development across Brahmapur and South Odisha.

ODF urged the Hon’ble MP to ensure the early completion of the ongoing Rangeilunda Airport (Brahmapur) works and to initiate, at the earliest, the process for establishing a full-fledged Greenfield Airport at Brahmapur with a minimum 3,000-metre runway, capable of handling larger aircraft and meeting the region’s long-term aviation, tourism, industrial and economic requirements.

Other Major Demands Raised by ODF

Apart from the airport issue, ODF placed several important demands concerning the overall development of Brahmapur and South Odisha, including:
🍎Establishment of the headquarters of the South Odisha Development Council (SODC) at Brahmapur and commencement of its functioning at the earliest.
🍎Ensuring that Brahmapur is appropriately included in major policy decisions and initiatives of the Higher Education Department.
🍎Providing adequate financial support to Berhampur University and strengthening it as a major centre of higher education and research in South Odisha.
🍎Accelerating the development and widening of major roads in Brahmapur to address the city's growing traffic and urbanisation.
🍎Expediting the proposed flyover projects, particularly Gate Bazaar, MKCG–Hill Patna, Bijipur–Old Bus Stand and First Gate–Corporation Road, to ease traffic congestion.
🍎Taking immediate and comprehensive measures to resolve Brahmapur's growing traffic problems.
🍎Ensuring visible progress on proposals for port-based industries and industrial development around Gopalpur Port, creating employment and economic opportunities for the region.
🍎Early completion of the Brahmapur Ring Road project to improve connectivity and decongest the city.
🍎Taking concrete steps towards the establishment of AIIMS and NIPER in Brahmapur, strengthening the region's healthcare, medical education, pharmaceutical research and higher education infrastructure.

MP Assures Intervention

The Hon’ble MP gave a positive response to the ODF delegation and assured that he would take up the issue with the Central Government and the State Government for the immediate completion of the ongoing Rangeilunda Airport works.

He also assured the delegation that he would discuss the other demands raised by ODF with the Hon’ble Chief Minister of Odisha and work towards their early commencement and implementation.

ODF welcomes the positive response of the Hon’ble MP and hopes that his intervention at both the Central and State levels will provide the necessary momentum for the timely implementation of these long-pending demands.

Brahmapur and South Odisha deserve equitable development, modern infrastructure and the same opportunities available to other regions of Odisha.

PMO India Narendra Modi , Ministry of Civil Aviation, Government of India , Governor Odisha CMO Odisha Mohan Charan Majhi Commerce & Transport Department Government of Odisha District Administration, Ganjam

25/08/2026

#ଦକ୍ଷିଣ_ଓଡ଼ିଶାର ବିରୁଦ୍ଧ ରେ ହେଉଥିବା କ୍ରମାଗତ ଷଡ଼ଯନ୍ତ୍ର, ଭେଦଭାବ ପୂର୍ଣ୍ଣ ବ୍ୟବହାର, ଅସହ୍ୟ ଅବହେଳା, ବିକାଶ ଓ ସ୍ୱାର୍ଥକୁ ଅଣଦେଖା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ ଦାବି କଲେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ

ଗତ ୯୦ ବର୍ଷ ହେଲା, ଓଡ଼ିଶା ସରକାରରେ ଯିଏ ବି ପାର୍ଟି ଥାଉ, ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶା ବିରୁଦ୍ଧ ରେ ହେଉଥିବା କ୍ରମାଗତ ଷଡ଼ଯନ୍ତ୍ର, ଭେଦଭାବ ପୂର୍ଣ୍ଣ ବ୍ୟବହାର, ଅସହ୍ୟ ଅବହେଳା, ବିକାଶ-ସ୍ୱାର୍ଥକୁ ଅଣଦେଖା, ଉଚ୍ଚଶିକ୍ଷା କ୍ଷେତ୍ରରେ ଅବହେଳା ଏବଂ ପ୍ରଶାସନିକ ସ୍ତରରେ ନିଆଯାଉଥିବା ଭେଦଭାବ ପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଲୋକସଭା ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପଠାଇ ଦକ୍ଷିଣ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ତୁରନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବା ସହ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରିଛନ୍ତି।
​ସାଂସଦ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ବିଭିନ୍ନ ଶ୍ରମିକ ସଂଗଠନ, କର୍ମଚାରୀ ମହାସଂଘ ଏବଂ ବୁଦ୍ଧିଜୀବୀ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଅଞ୍ଚଳ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।
​ମୁଖ୍ୟ ପ୍ରସଙ୍ଗଗୁଡ଼ିକ:
👉​ବିଶ୍ୱବିଦ୍ୟାଳୟ ଟାଉନସିପ୍ ଓ ଭିତ୍ତିଭୂମି ଉନ୍ନତି କରଣରେ ବ୍ରହ୍ମପୁର ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଅଣଦେଖା।
👉ରାଜ୍ୟରେ ପ୍ରସ୍ତାବିତ ପିପିପି (PPP) ମୋଡେଲ ବିଶ୍ୱବିଦ୍ୟାଳୟ ଟାଉନସିପ୍ ଯୋଜନାରେ ଭୁବନେଶ୍ୱର, ସମ୍ବଲପୁର ଓ କୋରାପୁଟକୁ ପ୍ରାଥମିକତା ଦିଆଯାଇଛି କିନ୍ତୁ ବ୍ରହ୍ମପୁର୍ ବିଶ୍ୱବିଦ୍ୟାଳୟ ନାହିଁ।
👉ଉତ୍କଳ, ରେଭେନ୍ସା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତିକରଣ ତାଲିକାରୁ ମଧ୍ୟ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଐତିହାସିକ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ (Khallikote Unitary University) କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବା ଦୁର୍ଭାଗ୍ୟଜନକ।
👉ଉଛ ଶିକ୍ଷା ବିଭାଗ ଦ୍ୱାରା ନିଆ ଯାଉଥିବା କୌଣସି ନିଷ୍ପତ୍ତି ରେ ବ୍ରହ୍ମପୁର କୁ ସାମିଲ କରାଯାଇନାହିଁ।
👉ବ୍ରହ୍ମପୁର୍ ବିଶ୍ୱବିଦ୍ୟାଳୟ କୁ କୌଣସି ଆର୍ଥିକ ସହଯୋଗ ଦିଆଯାଉନାହିଁ।

📌​ରେଳ ଡାକ ସେବା (RMS) ଡିଭିଜନର କଟକ ସହ ମିଶ୍ରଣ ପ୍ରସ୍ତାବ।
📌ବ୍ରହ୍ମପୁରସ୍ଥିତ ରେଲୱେ ମେଲ୍ ସର୍ଭିସ (RMS) କାର୍ଯ୍ୟାଳୟକୁ କଟକ ସହିତ ମିଶ୍ରଣ କରିବା ପାଇଁ ହେଉଥିବା ପ୍ରୟାସକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଡାକ ଯୋଗାଯୋଗ ଓ ପରିବହନ କେନ୍ଦ୍ର ଥିବା ଏହି କାର୍ଯ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବା ନିହାତି ଜରୁରୀ।
📌RMS ଡିଭିଜନ କୁ ବ୍ରହ୍ମପୁର ରୁ ହଟାଇ, ଦକ୍ଷିଣ ଓଡ଼ିଶା କୁ କଟକ ଓ ସମ୍ବଲପୁର ରେ ଅଧା ଅଧା କରି ମିଶାଇ ଦେବାକୁ ଷଡ଼ଯନ୍ତ୍ର ଚାଲିଛି।

🚩​ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (SODC) ଆଲୋଚନାରେ ସାଂସଦମାନଙ୍କୁ ସାମିଲ ନକରିବା।
🚩ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (SODC) ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁର ରେ ସ୍ଥାପନ କରି ଯଥାଶିଘ୍ର ଏହାର କାମ ଆରମ୍ଭ କରିବା।
🚩ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ସ୍ଥାନୀୟ ନିର୍ବାଚିତ ସାଂସଦ ତଥା ଲୋକ ପ୍ରତିନିଧି ମାନଙ୍କୁ ବିଚାର ବିମର୍ଶରୁ ଦୂରେଇ ରଖା ନଯାଇ ସାମିଲ କରିବା।

♊​ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଅଭାବ।
♊ପ୍ରମୁଖ ରାସ୍ତା, ଫ୍ଲାଏଓଭର, ବନ୍ଦର ଭିତ୍ତିକ ଶିଳ୍ପ, ନଦୀ ସଂରକ୍ଷଣ ତଥା ଜଳସେଚନ ଭିତ୍ତିଭୂମି ସମ୍ପର୍କିତ ପୂର୍ବ ପ୍ରସ୍ତାବଗୁଡ଼ିକ ଉପରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ।

🙏​ଅଞ୍ଚଳବାସୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୂର କରିବା ସହ ସମତୁଲ ପ୍ରଗତି ନିମନ୍ତେ ମୁଖ୍ୟ ଶାସନ ସଚିବ ତଥା ସମସ୍ତ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କୁ ନେଇ ତୁରନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବାକୁ ସାଂସଦ Dr. Pradeep Kumar Panigrahy ନିବେଦନ କରିଛନ୍ତି।

Mohan Charan Majhi CMO Odisha Berhampur University

Upgradation of   to  + status 👏Ending a long wait, finally, OBCC has published the tender for the Redevelopment of MKCG ...
22/08/2026

Upgradation of to + status 👏
Ending a long wait, finally, OBCC has published the tender for the Redevelopment of MKCG Medical College & Hospital, Brahmapur. This landmark project will significantly transform and modernise MKCG MCH and pave the way for its upgradation to AIIMS+ status.

The project is expected to be completed within 30 months, marking a major milestone for healthcare infrastructure in South Odisha.

A long-awaited step towards providing world-class healthcare facilities to the people of South Odisha (Kalinga).

A historic milestone for Brahmapur and South Odisha!

22/08/2026

#ଜୟପୁର-- #ନବରଙ୍ଗପୁର ରେଳପଥକୁ ଗତି ମିଳିବା ଖୁସିର କଥା।
ଦକ୍ଷିଣ ଓଡ଼ିଶା ରେ ରେଳ ବିଭାଗର ଅନ୍ୟ କାମ ଗୁଡିକ ବି ଅତିଶିଘ୍ର ହେବା କଥା।
#ବ୍ରହ୍ମପୁର-- #ସମ୍ୱଲପୁର ଭାୟା #ଫୁଲବାଣୀ,
#ରାୟଗଡ଼ା -- #ଗୋପାଳପୁର,
#ଗୁଣୁପୁର-- #ଥେରୁବାଲି
#ଜୟପୁର -- #ମାଲକାନଗିରି ଓ
#ଗୋପାଳପୁର -- #ତାଳଚେର ରେଳ ପଥ କାମ ବି ଶୀଘ୍ର ଆରମ୍ଭ କରାଯାଉ

20/08/2026

ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶା ପ୍ରତି #ଅବହେଳା ଏବଂ #ବୈମାତୃକ ମନୋଭାବ ପ୍ରତି ବଢୁଛି ବ୍ୟାପକ ଜନ ଅସନ୍ତୋଷ। କାହାର ଏ ଜନ ବିରୋଧୀ ଓ ସରକାର ବିରୋଧୀ ନିଷ୍ପତ୍ତି? ସରକାର କୁ ବଦନାମ କରିବାକୁ କୁଚକ୍ରାନ୍ତ ନା ଦକ୍ଷିଣ ଓଡ଼ିଶା/ କଳିଙ୍ଗ ର ଅସ୍ମିତାକୁ ନଷ୍ଟ କରିଦେବା ପାଇଁ ଷଡ଼ଯନ୍ତ୍ର??

ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ବ୍ରହ୍ମପୁର ସହର ଗଞ୍ଜାମ ଜିଲ୍ଳା ଓ ଦକ୍ଷିଣ ଓଡ଼ିଶା କୁ ଜାଣି ଶୁଣି କ୍ରମାଗତ ଭାବେ ଅବହେଳା କରାଯାଉଛି ବୋଲି ଲୋକମାନଙ୍କ ମଧ୍ୟରେ ଏକ ଗଭୀର ଧାରଣା ସୃଷ୍ଟି ହେଉଛି।

👉 ବ୍ରହ୍ମପୁରରେ ଥିବା ରାଜ୍ୟର ସର୍ବ ପୁରାତନ Orissa Road Transport କୁ OSRTC ସହ ମିଶାଇ କଟକ ଉଠାଇ ନିଆଗଲା
👉50 ବର୍ଷ ପୁରୁଣା ରାଜ୍ୟର ଏକ ମାତ୍ର ଜେଲ ସ୍କୁଲକୁ ବ୍ରହ୍ମପୁର ରୁ ଭୁବନେଶ୍ୱର ଉଠାଇ ନିଆଗଲା
👉50 ବର୍ଷ ପୁରୁଣା ରାଜ୍ୟର ଏକ ମାତ୍ର ସମବାୟ ଟ୍ରେନିଂ ଅନୁଷ୍ଠାନକୁ ଗୋପାଳପୁର ରୁ ଭୁବନେଶ୍ୱର ଉଠାଇ ନିଆଗଲା
👉ବ୍ରହ୍ମପୁର ଷ୍ଟାଡିଅମର ଅନେକ ବିଭାଗ କୁ ଭୁବନେଶ୍ୱର ଓ ଅନ୍ୟ ସ୍ଥାନକୁ ଉଠାଇ ନିଆଗଲାI ବର୍ତ୍ତମାନ ବ୍ରହ୍ମପୁର ଷ୍ଟାଡିଅମ ରେ ଖେଳିବା ପାଇଁ ଭୁବନେଶ୍ୱର ରୁ ଆଦେଶ ଆଣିବାକୁ ପଡୁଛିI
👉 ସ୍ଥାନାନ୍ତର କରିବାକୁ କହି ବ୍ରହ୍ମପୁରରୁ Indian Oil ଏବଂ Bharat Petroleum ଡିପୋ ହଟାଇ ଦିଆଗଲା।
👉ପ୍ରସ୍ତାବିତ Gopalpur–Digha Coastal Highway କୁ ପୁରୀ ରୁ ରାମେଶ୍ୱର କୁ ଡାଇଭର୍ଟ କରାଗଲା କିନ୍ତୁ ଗଞ୍ଜାମ ଛୁଇଁବାକୁ ଦିଆଗଲା ନାହିଁ।
👉ଓଡ଼ିଶାର ଅନ୍ୟାନ୍ୟ ସହରରେ Inter-State Bus Terminal (ISBT) ନିର୍ମାଣ ହୋଇଥିବାବେଳେ ଗତ ୧୦ ବର୍ଷ ତଳେ ବ୍ରହ୍ମପୁରରେ ISBT ପାଇଁ ନିଆଯାଇଥିବା ନିଷ୍ପତ୍ତି ଆଜି ସମ୍ବଲପୁରରେ କାର୍ଯ୍ୟକାରୀ କରାଗଲା କିନ୍ତୁ ବ୍ରହ୍ମପୁରରେ ନୁହଁ।
👉ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବାଣିଜ୍ୟିକ ଓ ପରିବହନ କେନ୍ଦ୍ର ହୋଇଥିଲେ ମଧ୍ୟ ବ୍ରହ୍ମପୁରରେ ଆବଶ୍ୟକୀୟ RTO infrastructure ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ।
@ ଏବେ ଏବେ ବ୍ରହ୍ମପୁର RMS (Railway Mailing Service) ଡିଭିଜନ କୁ ଉଚ୍ଛେଦ ନିଷ୍ପତ୍ତି ନିଆଯାଇଛିI

ଏହା ରାଜ୍ୟର ହିତ ପାଇଁ କେତେ ହିତକର ଚିନ୍ତା କରାଯାଉ?

ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ମହୋଦୟ,
ଗଞ୍ଜାମ, ଓଡ଼ିଶାର ଅନ୍ୟତମ ଅଧିକ ଜନସଂଖ୍ୟା ବହୁଳ ଜିଲ୍ଲା ଓ ବ୍ରହ୍ମପୁର ବଡ ସହର ହୋଇଥିଲେ ମଧ୍ୟ, ବଡ଼ ବଡ଼ ଭିତ୍ତିଭୂମି, ପ୍ରକଳ୍ପ, ଅନୁଷ୍ଠାନକୁ ସ୍ଥାନାନ୍ତର ଓ ଡାଇଭର୍ସନ ଯୋଗୁଁ ଏହି ଅଞ୍ଚଳ ପ୍ରତି ଅନ୍ୟାୟ ହେଉଛି ଓ ଜାଣି ଶୁଣି ଅବହେଳା କରାଯାଉଛି ବୋଲି ଏକ ଦୃଢ଼ ଧାରଣା ଜନ ସାଧାରଣଙ୍କ ମନରେ ସୃଷ୍ଟି ହୋଇଛି। ଆଶା ସରକାର ଏହି ଅଭିଯୋଗ ଗୁଡ଼ିକୁ ସମାଧାନ କରିବେ ଏବଂ ରାଜ୍ଯ ର ସମାନ ଓ ସନ୍ତୁଳିତ ବିକାଶ ପାଇଁ ଦୃଢ଼ ପଦକ୍ଷେପ ନେବେ🙏
CMO Odisha

Address

Hill Patna
Berhampur
760001

Alerts

Be the first to know and let us send you an email when Odisha Development Forum posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Development Forum:

Shortcuts

Share