15/03/2026
"ନମସ୍କାର, ଆଜି ଆମେ ସମସ୍ତେ ଆମର ପ୍ରିୟ ଭାଇ ସୂରଜ ନାୟକ ଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ।"
"ଆଜି ଜଣେ ଆନେମିଆ (Anemia) ରୋଗୀ, ଦେବୀ ସିଂ ଙ୍କ ଜୀବନ ରକ୍ଷା କରିବା ପାଇଁ ସୂରଜ ଭାଇ ନିଜର ବହୁମୂଲ୍ୟ B+ve ରକ୍ତ ଦାନ କରିଛନ୍ତି। ରକ୍ତଦାନ ହେଉଛି ମହାପୁଣ୍ୟ, ଆଉ ଆଜି ସୂରଜ ଭାଇ ଜଣେ ମୁମୂର୍ଷୁ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜି ନୂତନ ଜୀବନଦାନ ଦେଇଛନ୍ତି।"
"ସୂରଜ ଭାଇ, ଆପଣଙ୍କର ଏହି ନିସ୍ୱାର୍ଥପର ସେବା ଓ ସାମାଜିକ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆପଣଙ୍କର ଏହି ଦୟାଳୁ ମନୋଭାବ ପାଇଁ ଆମେ ଆପଣଙ୍କ ପାଖେ ଚିର ଋଣୀ। ଭଗବାନ ଆପଣଙ୍କୁ ସବୁବେଳେ ସୁସ୍ଥ ଓ ଖୁସିରେ ରଖନ୍ତୁ।
ଧନ୍ୟବାଦ ଭାଇ! ଆପଣଙ୍କୁ ଆମ ସମସ୍ତଙ୍କ ତରଫରୁ ଅନେକ ଅନେକ ସାଧୁବାଦ।"