06/11/2025
ଗତ ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌସ୍ଥିତ ମାନ୍ୟବର କାଂଶୀରାମ ସାହେବଙ୍କ ସ୍ମାରକ ସ୍ଥଳରେ ପରମପୂଜ୍ୟ ମାନ୍ୟବର କାଂଶୀରାମ ସାହେବଙ୍କ ମହାପରିନିର୍ବାଣ ଦିବସ ପାଳନ ଅବସରରେ ଯେଉଁ ଅପୂର୍ବ ଜନସମୁଦ୍ର ନିଜର ତନ-ମନ-ଧନ, ସମୟ, ଶକ୍ତି ଓ ଗଭୀର ଉତ୍ସାହ ସହିତ ଏକାଠି ହୋଇଥିଲା, ତାହାର ଅମର ପ୍ରଭାବ ଆଜି ବିହାରର ଭବୁଆ ବିମାନବନ୍ଦର ମୈଦାନରେ ଆୟୋଜିତ ଏହି ଐତିହାସିକ ସଭାରେ ସ୍ପଷ୍ଟ ରୂପେ ପ୍ରତିଫଳିତ ହେଉଛି। ଲକ୍ଷାଧିକ ସମର୍ଥକଙ୍କ ଏହି ଅଭୂତପୂର୍ବ ସମାଗମ କେବଳ ବିହାରରେ ନୁହେଁ, ବରଂ ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବହୁଜନ ସମାଜ ପାର୍ଟିର ଜନାଧାର କିପରି ଅପ୍ରତିହତ ଗତିରେ ବଢ଼ୁଛି, ତାହାର ଜ୍ୱଳନ୍ତ ପ୍ରମାଣ ଅଟେ....
ପ୍ରକୃତ ଆମ୍ବେଡକରବାଦୀମାନେ ଏବେ ବହୁଜନ ସମାଜ ପାର୍ଟିର ସରକାର ଗଠନକୁ ନିଜର ମୌଳିକ କର୍ତ୍ତବ୍ୟ ଭାବି ଗ୍ରହଣ କରିଛନ୍ତି...ହଁ କିଛି ଦଲାଲ ମାନେ ସମାଜ କୁ ଭଟକାଇବାର କାମ ମଧ୍ଯ କରୁଛନ୍ତି । ଏହି ସଭା କେବଳ ଏକ ରାଜନୈତିକ ଅନୁଷ୍ଠାନ ନୁହେଁ, ବରଂ ବହୁଜନ ସମାଜର ସ୍ୱପ୍ନ, ସଂଘର୍ଷ ଓ ସଫଳତାର ଏକ ଜୀବନ୍ତ ଚିତ୍ରଣ ଅଟେ...ଆଜି ବିହାରର କୈମୁର ଜିଲ୍ଲାର ଭବୁଆ,ମୋହନିଆ ତଥା ରାମଗଡ ବିଧାନସଭା ରୁ ଆମ ଦଳର ରାଷ୍ଟ୍ରୀୟ ଅଧ୍ଯକ୍ଷା, ଲୌହମାନବୀ ଆଦରଣୀୟା ଭଉଣୀ ମାୟାବତୀଙ୍କୁ ଶୁଣିବା ପାଇଁ ବହୁଜନ ସମାଜ ର ଏହି ଲକ୍ଷାଧିକ ଜନ ସମାଗମ ସମଗ୍ର ଦେଶର ବହୁସଂଖ୍ୟକ କୋଟି କୋଟି ଦଳିତ, ଆଦିବାସୀ, ପଛୁଆବର୍ଗ ତଥା ଅଳ୍ପସଂଖ୍ୟକ ସମାଜ କୁ ଏକ ସନ୍ଦେଶ ଦେଉଛି..."ବହୁଜନ ସମାଜ ଜାଗ୍ରତ ହୁଅ, ଏକଜୁଟ୍ ହୁଅ ଓ ବାସ୍ତବିକ ପରିବର୍ତ୍ତନ ପାଇଁ ବହୁଜନ ସମାଜ ର ଏକମାତ୍ର ହିତୈଷୀ ଦଳ "ବହୁଜନ ସମାଜ ପାର୍ଟି" କୁ ସଶକ୍ତ କରିବା ଦିଗରେ କାର୍ଯ୍ୟକର...ଏଥିରେ ହିଁ ତମର ମୁକ୍ତି ଅଛି...
ଜୟ ଭୀମ! ଜୟ ଭାରତ! ଜୟ ସମ୍ବିଧାନ!!
ବହୁଜନ ସମାଜ ପାର୍ଟି ଜିନ୍ଦାବାଦ!!
ଆଦରଣୀୟା ବେହେନ କୁମାରୀ ମାୟାବତୀ ଜୀ ଜିନ୍ଦାବାଦ!!
-ଆଲୋକ୍ ଭେସ୍ରା