01/10/2026
ଜଣେ ନିଷ୍ଠାପର ରକ୍ତଦାତାଙ୍କୁ ଅଶେଷ ଧନ୍ୟବାଦ ଓ ସଲାମ
ସ୍ୱରାଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରସୂତୀ ମହିଳା ରୁକୁଣୀ ଥାପାଙ୍କର ରକ୍ତରେ ହେମୋଗ୍ଲୋବିନ୍ (Hb) ମାତ୍ର ୬.୨ କୁ ଖସି ଆସିଥିଲା, ଯାହା ଅତ୍ୟନ୍ତ ଚିନ୍ତାଜନକ ଥିଲା। ଏହି ଜରୁରୀ ପରିସ୍ଥିତିରେ ମୋତେ ଖବର ମିଳିବା କ୍ଷଣି, ମୁଁ ତୁରନ୍ତ ଆମର ଆପଣାର ସୁମିତ କୁମାର ରାଉତ ଭାଇଙ୍କ ସହ ଯୋଗାଯୋଗ କରିଥିଲି।
ସୁମିତ ଭାଇ ଜଣେ ଦମକଳ ବାହିନୀ (Fireman) କର୍ମଚାରୀ ଭାବେ ନିଜର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟରେ ଥାଇ ମଧ୍ୟ, ସେତିକି ବେଳେ ଲୋଇସିଂହାରୁ ବଲାଙ୍ଗୀର ଆସି ବିନା ଦ୍ୱିଧାରେ ରକ୍ତଦାନ କରି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଆଗେଇ ଆସିଲେ।
ଏହା ସହିତ ମୁଁ ସନତ ଭାଇଙ୍କୁ ମଧ୍ୟ ଯୋଗାଯୋଗ କରିଥିଲି, ଯିଏ କି ନୂଆ ବସ୍ଷ୍ଟାଣ୍ଡ ନିକଟରେ ନିଜର ସମସ୍ତ କାମ ଛାଡ଼ି ତୁରନ୍ତ ରକ୍ତଭଣ୍ଡାର (Blood Bank) ରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିଲେ।
ଏହିପରି ସଙ୍କଟ ସମୟରେ ମାନବସେବା ପାଇଁ ଆଗେଇ ଆସିଥିବା ଆମର ନିସ୍ୱାର୍ଥପର "ରକ୍ତବୀର" ଭାଇମାନଙ୍କୁ ସ୍ୱାଭିମାନ ପରିବାର ପକ୍ଷରୁ ଏବଂ ମୋର ବ୍ୟକ୍ତିଗତ ପକ୍ଷରୁ ଅନେକ ଅନେକ ଧନ୍ୟବାଦ ଓ ହୃଦୟରୁ କୋଟି କୋଟି ସଲାମ!
"ରକ୍ତଦ�