15/08/2026
ଆଜି ବି ମନେ ପଡ଼େ ଅମର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସେଇ ଗାଥା, ନତମସ୍ତକ ହୋଇଯାଆନ୍ତି ଭାରତବାସୀ। ଅକ୍ଳାନ୍ତ ପରିଶ୍ରମ ଅସୀମ ଧର୍ଯ୍ୟ ଏବଂ ଅନେକ ବୀର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନରେ ଆଜି ଦିନରେ ଭାରତ ଆକାଶରେ ସ୍ବାଧୀନତାର ସୂର୍ଯ୍ୟ ଉଇଁଥିଲା । ଆଜି ଅଗଷ୍ଟ ମାସ ୧୫ ତାରିଖ ପବିତ୍ର ସ୍ବାଧିନତା ଦିବସ ଅବସରରେ ଆଦ୍ୟାଶା ଫାଉଣ୍ଡେସନ ତରଫରୁ ଅଫିସ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଫାଉଣ୍ଡେସନ ପକ୍ଷରୁ ସକାଳ ଘ ୭ : ୪୫ ମିନିଟରେ ପତାକା ଉତ୍ତୋଳନ କରିବା ସହିତ ଜାତୀୟ ସଂଗୀତ ଗାନ କରଯାଇଥିଲା । ପରେପରେ ସ୍ୱାଧୀନ ଭାରତ ପାଇଁ ବଳିଦାନ ଓ ତ୍ୟାଗ କରିଥିବା ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ଏଥିସହିତ ଫାଉଣ୍ଡେସନ ତରଫରୁ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଙ୍କୁ ବିସ୍କୁଟ, ଚକଲେଟ ଓ ଲଡୁ ପ୍ରଦାନ କରାଯାଇଥିଲା । ଏଥି ସହିତ ପ୍ରକୃତି ଓ ପରିବେଶ ର ସୁରକ୍ଷା ପାଇଁ ଚାରା ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଶପଥ ନେଲେ କି ସମସ୍ତେ ଏକମନ ଭାବ ପୂର୍ଣ୍ଣରେ ସର୍ବବିଧ ଉନ୍ନତି ଓ ସମାଜର ଉନ୍ନତି ତଥା ପ୍ରତିଟି ମୁହୂର୍ତ୍ତ ରେ ସମାଜର ମଙ୍ଗଳ ପାଇଁ କାର୍ଯ୍ୟରତ ରହିବୁ ।