19/07/2026
ଆଜିର ଶ୍ରୀ କ୍ଷେତ୍ର ଯାତ୍ରାର ମହତ୍ତ୍ୱ:
ଆପଣ ମାନେ ଜ୍ଞାତ ଅଛନ୍ତି ବିଗତ ବର୍ଷ ରେ ମହାପ୍ରଭୁ ଜଗନ୍ନାଥ ନିଜର ଲୀଳା ସମାପନ ପୂର୍ବକ ଛତିଆ ସନ୍ନିକଟ ଅମରାବତୀ କଟକ ରେ ବ୍ରହ୍ମା ଲୀନ ହୋଇଛନ୍ତି ଓ ତାଙ୍କ ର ବିଗ୍ରହରେ ପ୍ରଭୁ ଶକ୍ତି ବ୍ରହ୍ମ ଙ୍କୁ ସ୍ଥାପନ କରା ଯାଇଅଛି. ପ୍ରଭୁ ଜଗନ୍ନାଥ ଙ୍କୁ ଆଣିବା ସମୟରେ ମା ଗୁଣ୍ଡିଚା ଯେଉଁ ଅଭିଳାଷ କରିଥିଲେ ବର୍ଷରେ ଏକ ଦିବସ ଜଗନ୍ନାଥ ଆସିବେ ତାକୁ ପୂର୍ଣ୍ଣ କରିବାକୁ ଯାଇଁ ପ୍ରତ୍ୟେକ ବର୍ଷ ପ୍ରଭୁ ଜଗନ୍ନାଥ ଙ୍କୁ ଆବାହନ କରି ଛତିଆ ରୁ ପୁରୀ ନେବାର ଦାୟିତ୍ୱ ଆମ ଉପରେ ରହିଛି. ବର୍ଷରେ ଥରେ ମହାପ୍ରଭୁ ତାଙ୍କର ମାଉସୀ ଙ୍କୁ ଦର୍ଶନ କରିବେ. ଅନ୍ୟ ଏକ ଦାୟିତ୍ୱ ମା ମହାଲକ୍ଷ୍ମୀ ତାଙ୍କର ପିତା ବରୁଣ ଦେବତା ଙ୍କୁ ଦର୍ଶନ କରିବେ. ଏହି ମହାନ କାର୍ଯ୍ୟ କୁ ଆଜି ପୂର୍ଣ୍ଣାଙ୍ଗ କରିବାର ସମୟ ଉପନୀତ. ଆଜି ଆମ୍ଭ ସହ ତ୍ରିପୁର ଦେବୀ ଦେବତା ମାନେ ପୁରୀ ଗ୍ରସ୍ତ କରିବେ. ଆଜି ପୁରୀ ଉତ୍ସବ ମୁଖର. ଆସନ୍ତୁ ଆରମ୍ଭ କରିବା ଶ୍ରୀକ୍ଷେତ୍ର ଯାତ୍ରା. ବାବା ବିଶ୍ୱ ବ୍ରହ୍ମ, ଶ୍ରୀ ନିରାକାର ଆଶ୍ରମ, କୁଆଖିଆ, ଯାଜପୁର