YOUTH FOR VILLAGE

Call

YOUTH FOR VILLAGE TARINI PALLI
GANJAM
ODISHA

16/08/2026

 #ମୁଁବିଲେଖିବି -୧୭*ଅଭ୍ୟାସ ଏକ ସମସ୍ୟା ଅନେକ*(ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସମ୍ବାଦକଳିକା, ପ୍ରତିଦିନ ଓ ଦୂରକଥା ଭଳି ପ୍ରମୁଖ ଓଡ଼ିଆ ଦ...
07/06/2026

#ମୁଁବିଲେଖିବି -୧୭

*ଅଭ୍ୟାସ ଏକ ସମସ୍ୟା ଅନେକ*
(ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସମ୍ବାଦକଳିକା, ପ୍ରତିଦିନ ଓ ଦୂରକଥା ଭଳି ପ୍ରମୁଖ ଓଡ଼ିଆ ଦୈନିକ ଓ ପାକ୍ଷିକ ପତ୍ରିକାର ସମ୍ପାଦକୀୟ ପୃଷ୍ଠା ରେ ପ୍ରକାଶିତ ହୋଇଛି।)

ସାରା ବିଶ୍ୱରେ ମେ ୩୧ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଏହି ଦିନ ସମଗ୍ର ପୃଥିବୀ ରେ ପାଳିତ ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ଜନିତ ସମସ୍ୟା ଏତେ ମାତ୍ରାରେ ସମାଜର ଅଭିବୃଦ୍ଧି କୁ ପ୍ରଭାବିତ କରୁଛି ଯେ ସାରା ବିଶ୍ୱ ପାଇଁ ତମାଖୁ ସେବନ ନିୟନ୍ତ୍ରଣ ଚିନ୍ତାର ବିଷୟ ପାଲଟିଛି। ଏହା ଯେ କେବଳ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ସ୍ବାସ୍ଥ୍ୟ ସମେତ ଅର୍ଥନୈତିକ ଓ ସାମାଜିକ ସ୍ତରରେ ସମସ୍ୟା ସୃଷ୍ଟି କରିଛି। ତମାଖୁ ଜନିତ ସମସ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ୧୯୮୭ ମସିହା ଠାରୁ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି। ବର୍ଷ ତମାମ ସଚେତନ କରିବା ସହ ଏହି ଦିନ ସଚେତନତା କୁ ବହୁତ୍ ବ୍ୟାପକ କରାଯାଇ ସୁସ୍ଥ ଜୀବନ ଓ ସୁସ୍ଥ ସମାଜ ପାଇଁ ତମାଖୁ ବର୍ଜନ ନିହାତି ଜରୁରୀ ବୋଲି ପ୍ରତ୍ୟେକ ଦେଶର କୋଣ ଅନୁକୋଣରେ ସଚେତନତା ସୃଷ୍ଟି କରାଯାଉଛି।
ସାମ୍ପ୍ରତିକ ସମୟରେ ' ଆକର୍ଷଣର ପରଦା ହଟାନ୍ତୁ ନିକୋଟିନ୍ ଏବଂ ତମାଖୁ ନିଶାକୁ ପ୍ରତିହତ କରନ୍ତୁ। ' ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ଏହି ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ଥିର କରିଛି I ତମାଖୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଉପରେ ସତର୍କ ସୂଚନାର ବ୍ୟାପକ ସଚେତନତା ସୃଷ୍ଟି ଓ ନିୟନ୍ତ୍ରଣ ପାଇଁ ପ୍ରଣୟନ ହେଇଥିବା ଆଇନକାନୁନ କାର୍ଯ୍ୟକାରୀ ଓ କଟକଣା ସତ୍ତ୍ୱେ ତମାଖୁ ସେବନ ଚାଲିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟୋବାକୋ ଟ୍ରେଣ୍ଡ ତଥ୍ୟ ଅନୁସାରେ ବିଶ୍ୱରେ ୧୨୦ କୋଟି ଲୋକ ତମାଖୁ ସେବନ କରନ୍ତି। ଯାହାକି ପ୍ରତି ପାଞ୍ଚ ଜଣରେ ଜଣେ ତମାଖୁ ସେବନ କରନ୍ତି। ଆଶ୍ଚର୍ଯ୍ୟ ର ବିଷୟ ତମାଖୁ ସେବନକାରୀ ମଧ୍ୟରୁ ଶତକଡା ୮୦ ପ୍ରତିଶତ ଲୋକ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶରେ ବାସ କରନ୍ତି ଯେଉଁଠିକି ତମାଖୁ ଜନିତ ଅର୍ଥନୈତିକ ଓ ସ୍ବାସ୍ଥ୍ୟ ସେବା ଏକ ବୋଝ ଅଟେ। ପ୍ରାୟ ୩.୮ କୋଟି ପ୍ରାପ୍ତ ବୟସ୍କ ବ୍ୟକ୍ତି ତମାଖୁ ସେବନ କରନ୍ତି।
ଆମ ଦେଶ ଭାରତ ରେ ତମାଖୁ ସେବନ ସ୍ଥିତି ଗମ୍ଭୀର ରହିଛି ଯାହାକି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତମାଖୁ ଉତ୍ପାଦନକାରୀ ଏବଂ ବ୍ୟବହାରକାରୀ ଦେଶ ଅଟେ। ପ୍ରାୟ ୨୬.୭ କୋଟିରୁ ଅଧିକ ଲୋକ ଏଠାରେ ତମାଖୁ ବ୍ୟବହାର କରନ୍ତି, ଯାହା ଏହି ଶିଳ୍ପକୁ ଏକ ବଡ଼ ରୂପ ଦେଇଥାଏ। ସବୁଠାରୁ ଦୁଃଖର ବିଷୟ ଭାରତରେ ପ୍ରତିବର୍ଷ ତମାଖୁ ସେବନ ଯୋଗୁଁ ପ୍ରାୟ ୧୩.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ। ଯାହାକି ପ୍ରତିଦିନ ହାରାହାରି ପ୍ରାୟ ୩,୭୦୦ ଜଣ ଲୋକଙ୍କର ମୃତ୍ୟୁ ହୁଏ, ଏହା ମଧ୍ୟ କର୍କଟ, ହୃଦରୋଗ ଏବଂ ଶ୍ୱାସକ୍ରିୟା ଜନିତ ଗୁରୁତର ସମସ୍ୟାର ଏକ ମୁଖ୍ୟ କାରଣ। ତମାଖୁ ସେବନ ତାଲିକା ରେ ପ୍ରଥମ ରାଜ୍ୟ ଭାବେ ତ୍ରିପୁରା ହାରାହାରି ୬୪.୫ ଶତକଡା ଓ ଶେଷ ରାଜ୍ୟ ଗୋଆ ପ୍ରାୟ ୯.୭ ପ୍ରତିଶତ ଲୋକ ତମାଖୁ ବ୍ୟବହାର କରନ୍ତି। ସେହିପରି ଭାରତ ୧୦.୭ ପ୍ରତିଶତ ଓ ଓଡ଼ିଶା ରେ ୭.୦ପ୍ରତିଶତ ଲୋକ ଧୂମକାରୀ ତମାଖୁ ଓ ଭାରତରେ ୨୧.୪ ପ୍ରତିଶତ ଓ ଓଡ଼ିଶାରେ ୪୨.୯ ପ୍ରତିଶତ ଲୋକ ଧୂମହୀନ ତମାଖୁ ବ୍ୟବହାର କରୁଛନ୍ତି। ଦେଶରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ଓ ମହିଳାଙ୍କ ତୁଳନାରେ ପୁରୁଷ ଲୋକ ଅଧିକ ତମାଖୁ ବ୍ୟବହାର କରନ୍ତି।
ଆମ ରାଜ୍ୟ ଓଡ଼ିଶାରେ ତମାଖୁ ସେବନ ର ସ୍ଥିତି ମଧ୍ୟ ଅତ୍ୟନ୍ତ ଉଦବେଗଜନକ ରହିଛି ଯାହା କି ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ। ଜାତୀୟ ସର୍ବେକ୍ଷଣ ସଂସ୍ଥା ଯଥା ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ଓ ଗ୍ଲୋବାଲ ଏଡଲ୍ଟ ଟୋବାକୋ ସର୍ଭେ ପ୍ରମୁଖ ସଂସ୍ଥାର ତଥ୍ୟ ଅନୁସାରେ ଶତକଡା ପ୍ରାୟ ୩୮.୪ ରୁ ୪୫ ପ୍ରତିଶତ ବୟସ୍କ ବ୍ୟକ୍ତି କୌଣସି ନା କୌଣସି ପ୍ରକାର ତମାଖୁ ବ୍ୟବହାର କରିଥାଆନ୍ତି। ଓଡ଼ିଶା ସମଗ୍ର ଦେଶରେ ଷଷ୍ଠ ସ୍ଥାନ ରେ ରହିଛି। ପ୍ରାୟ ୪୨ ପ୍ରତିଶତ ବୟସ୍କ ଲୋକ ଧୂଆଁହୀନ ତମାଖୁ ଯଥା ଗୁଟଖା, ଖଇନି, ଜର୍ଦ୍ଦା ଓ ପାନ ମସଲା ସେବନ କରନ୍ତି ଯାହା ଭାରତର ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ। ସେହିଭଳି ଜାତୀୟ ସ୍ତରରେ ମହିଳାଙ୍କ ତମାଖୁ ସେବନ ହାର ଶତକଡା ୮.୯ ଥିବା ବେଳେ ଆମ ରାଜ୍ୟରେ ୨୬ ପ୍ରତିଶତ ମହିଳା ବିଶେଷ କରି ଗୁଡ଼ାଖୁ ଓ ଚୋବାଇବା ତମାଖୁ ବ୍ୟବହାର କରିଥାଆନ୍ତି।
ତମାଖୁ ସେବନ ଯୋଗୁଁ ଓଡ଼ିଶାରେ ମୁଖ ଗ୍ୱହର ଓ ଗଳା କର୍କଟ ଭଳି ମାରାତ୍ମକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହାକି ବଡ଼ ଚିନ୍ତାର ବିଷୟ। ଏହା ମଧ୍ୟ ହୃଦଘାତ, ମସ୍ତିଷ୍କଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଓ ଶ୍ୱାସ ରୋଗ ର ମଧ୍ୟ ଏକ ନୀରବ କାରଣ । ଏଥି ପାଇଁ ସରକାର ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। କୋଟପା ଆଇନ ୨୦୦୩ କୁ ମଧ୍ୟ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଏହା ସତ୍ତ୍ୱେ ତମାଖୁ ସେବନ ଚାଲିଛି। ତମାଖୁ ପ୍ରତି ଆକର୍ଷିତ ହେବା ମଧ୍ୟ ଅନେକ କାରଣ ମାନ ରହିଛି। ତମାଖୁ ଉତ୍ପାଦନ ଶିଳ୍ପ ସଂସ୍ଥା ଯୁବବର୍ଗ ଭଳି ଏକ ବୃହତ୍ ଉପଭୁକ୍ତା ଗୋଷ୍ଠୀକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ବ୍ୟବହାର କରିଥାଆନ୍ତି। ବିଶେଷକରି ବିଦ୍ୟାଳୟ ଓ କଲେଜ୍ ପଢୁଆ ଯୁବପିଢୀଙ୍କୁ ଅଧିକ ଆକର୍ଷିତ କରିବା ଲକ୍ଷ୍ୟରେ ପାରମ୍ପରିକ ବିଡ଼ି ଓ ସିଗାରେଟ୍ ବଦଳରେ ଇ-ସିଗାରେଟ୍ ଏବଂ ନିକୋଟିନ୍ ପାଉଚ୍ ଭଳି ନୂଆଁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାସହ କିଭଳି ତମାଖୁ କୁ ଏକ ସାଧାରଣ ସାମଗ୍ରୀ ଭାବି ସହଜରେ ଆକୃଷ୍ଟ ହେବେ ସେଥିପ୍ରତି ଭ୍ରମାତ୍ମକ ବିଜ୍ଞାପନ ଓ ରୁପାଙ୍କନ୍ କମ୍ପାନୀ ଗୁଡ଼ିକ ଆଧୁନିକ ଉପକରଣ ଯେପରିକି ପେନ୍ ଡ୍ରାଇଭ୍ ବା କସ୍ମେଟିକ୍ସ ଭଳି ଚମକଦାର ରୂପରେ ତିଆରି କରି ସେଥିରେ ନାନା ପ୍ରକାର ଫଳ ଓ ଚକଲେଟ କୁତ୍ରିମ ସ୍ୱାଦ ମିଶ୍ରଣ କରୁଛନ୍ତି । ରଖି ସମାଜରେ ଯୁବ ଗୋଷ୍ଠୀଙ୍କ ପସନ୍ଦ ବାକ୍ତିତ୍ୱଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଆକର୍ଷଣ ମୂଳକ ବିଜ୍ଞାପନ ପ୍ରଚଳନ କରି ଯୁବ ପୀଢ଼ି ଓ କିଶୋର କିଶୋରୀ ମାନଙ୍କୁ ତମାଖୁ ସେବନ ପାଇଁ ଆକୃଷ୍ଟ ଓ ଉତ୍ସାହିତ କରୁଛନ୍ତି। ଆଉ କିଛି ଅର୍ଥ ଲୋଭି ବାକ୍ତିତ୍ଵ ଯଦିଓ ସମାଜରେ ଯୁବ ସମାଜ ପାଇଁ ଆଦର୍ଶ ଓ ପ୍ରତିଷ୍ଠିତ ସେମାନେ ଏହି ବିଜ୍ଞାପନ କରି ଶୀଘ୍ର ଯୁବ ପିଢ଼ି କିଶୋର କିଶୋରୀ ଭଳି ଚପଳମତି ମାନଙ୍କୁ ମଧ୍ୟ ଆକୃଷ୍ଟ କରେଇ ତାଙ୍କ ଅଜଣାତ ରେ ତା କବଳକୁ ଆଣି ଦିଅନ୍ତି। ଏବଂ ବିଶେଷକରି କିଭଳି ଭାବେ ଜଣେ ବ୍ୟକ୍ତି ଅତି ସହଜରେ ଏହା ପ୍ରତି ଆସକ୍ତି ହୋଇ ଏହାର ଦାସ ପାଲଟି ଯିବ ସେଥି ପାଇଁ କୁତ୍ରିମ ନିକୋଟିନ୍ ବ୍ୟବହାର କରାଯାଇ ତୀବ୍ର ନିଶା ସୃଷ୍ଟି କରାଯାଉଛି ଯାହାକି ମସ୍ତିଷ୍କ କୁ ଖୁବ୍ ଶୀଘ୍ର ପ୍ରଭାବିତ କରିଥାଏ। ଫଳ ସ୍ୱରୂପ ଦିନକୁ ଦିନ ନୂଆଁ ନୂଆଁ ଯୁବଗୋଷ୍ଠୀ ଏହି ମହାମାରୀ ତମାଖୁ ସେବନ ରେ ଅଭ୍ୟସ୍ତ ହୋଇଯାଉଛନ୍ତି। ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। କିନ୍ତୁ ଥରେ ଯିଏ ଏହି ଘାତକ ସାମଗ୍ରୀ କବଳରେ ପଡ଼ିଛି ସିଏ ତାକୁ ଛାଡ଼ିବା ମୁସ୍କିଲ ହୋଇପଡିଛି I
ଏହାକୁ ଆଖି ଆଗରେ ରଖି ଏହି ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ବିଷୟ ବସ୍ତୁ ସ୍ତିର କରାଯାଉଛି ଯାହାକି ଯୁବପିଢୀଙ୍କୁ ନିଶା କବଳରୁ ରକ୍ଷା କରିବା ସହ ଆକର୍ଷଣ ପଛର ତମାଖୁ ନିର୍ମାତା କମ୍ପାନୀ ମାନଙ୍କର ଅସଲ ଚେହେରାକୁ ସାମ୍ନାକୁ ଆଣିବା। ଏତେ ସବୁ ଆଇନ ଓ ଅସୁବିଧାର ସମ୍ମୁଖୀନ ତଥା ବ୍ୟାପକ ସଚେତନତା ସତ୍ତ୍ୱେ ଆଜିର ଯୁବ ପୀଢ଼ି ତମାଖୁ ସେବନ କରନ୍ତି। ଯେତେବେଳେ ପର୍ଯ୍ୟନ୍ତ ନିଜ ଶରୀର, ନିଜ ସ୍ଵାସ୍ଥ୍ୟ ଓ ନିଜର ପରିବାର ପ୍ରତି ଯତ୍ନବାନ ନ ହେବେ ସେତେବେଳେ ଯାଏଁ ଏଭଳି ନୀରବ ରାକ୍ଷସ କବଳରୁ ମୁକ୍ତି ପାଇବା କଷ୍ଟକର।
ଏହି ସବୁ ଭିତରେ ଏକ କଥା ସ୍ପଷ୍ଟ ଭାବରେ କହିହେବ ଯେ ତମାଖୁ ଛାଡ଼ିବା ସମ୍ପୂର୍ଣ୍ଣ ସମ୍ଭବପର। ଯେତେ ସମ୍ଭବ ସେତେ ତମାଖୁ ଠାରୁ ଦୂରେଇ ରହିବା ଉଚିତ୍। ତମାଖୁ ଛାଡ଼ିବା ପାଇଁ ଆଜି ହିଁ ପ୍ରୟାସ ଆରମ୍ଭ କରନ୍ତୁ। ଏଥି ପାଇଁ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ କଥା ନିଜର ଇଚ୍ଛା ଶକ୍ତି। ତେଣୁ ତାକୁ ପ୍ରଥମେ ଜାଗ୍ରତ କରାନ୍ତୁ। ସତେଜ ହୁଅନ୍ତୁ ବାରମ୍ବାର ଉତ୍ସାହିତ ହୁଅନ୍ତୁ, ନିଜ ସ୍ତରରେ ଛାଡ଼ିବା ପାଇଁ ତାରିଖ ନିର୍ଦ୍ଧାରିତ କରନ୍ତୁ। ହଁ ଏକ ଲମ୍ବା ଯାତ୍ରା ହେଇପାରେ କିନ୍ତୁ କିଛି ଅସମ୍ଭବ ନୁହେଁ । ନିଜର ପରିବାର ବର୍ଗ, ସାଙ୍ଗସାଥୀ, କାର୍ଯ୍ୟାଳୟ ଓ ପରିବେଶକୁ ସହଯୋଗୀ ଭାବେ ଗ୍ରହଣ କରନ୍ତୁ। ନିଜ ଯାତ୍ରା ବିଷୟରେ ସମସ୍ତଙ୍କ ସହ ଆଲୋଚନା କରି ସଫଳ ଆଉ ବିଜୟୀ ହେବା ପାଇଁ ସହଯୋଗ କାମନା କରନ୍ତୁ। ଯେତେ ସମ୍ଭବ ନକାରାତ୍ମକ ବ୍ୟକ୍ତି ଯଥା ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତି ଏବଂ ତମାଖୁ ବ୍ୟବହାର ପାଇଁ ଉତ୍ସାହିତ କରୁଥିବା ବ୍ୟକ୍ତି ଓ ପରିବେଶ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏହି ଯାତ୍ରାରେ ଅଧିକ ଓ ଶୀଘ୍ର ସଫଳତା ହାସଲ ପାଇଁ ପ୍ରତିଦିନ କିଛି ସମୟ ପାଇଁ ଧ୍ୟାନ, ପ୍ରାଣାୟମ କରିବା ସହ ନିଜେ ନିଜ ସହ କଥା ହୁଅନ୍ତୁ। ମନେ ରଖନ୍ତୁ ତମାଖୁ ଛାଡ଼ିବା ସମ୍ପୂର୍ଣ୍ଣ ସମ୍ଭବ।
ଛାଡ଼ିବା ପ୍ରକ୍ରିୟାରେ ପାଟି ଗନ୍ଧେଇବା, ମନ ଅସ୍ଥିର ହେବା, ଚିଡିଚିଡା ଲାଗିବା, ବିରକ୍ତ ଅନୁଭବ ହେବା ଭଳି ଉଦବେଗ ଆସିପାରେ I ଏହି ଭଳି ଆସକ୍ତି ଆସିବା ସମୟରେ ନିଜକୁ ଦୁର୍ବଳ ନ ଭାବି ତାକୁ ମୁକାବିଲା କରିବା l ସେହି ସମୟରେ ମୁହଁ ହାତ ଧୋଇ ପ୍ରଚୁର ପାଣି ପିଇବା , ନିଜ ମନ ପସନ୍ଦ କାର୍ଯ୍ୟ ଯେମିତି କି ଗୀତ ଶୁଣିବା, ଗପ ବହି ପଢ଼ିବା, ଚଳଚ୍ଚିତ୍ର ଦେଖିବା, ସାଙ୍ଗ ସାଥି ପରିବାର ବର୍ଗ ଙ୍କ ସହ କଥା ହେବା ଭଳି କାର୍ଯ୍ୟ କରି ନିଜର ଧ୍ୟାନ ସେପଟେ ରଖି ପାରିଲେ ଓ ଦୀର୍ଘ ନିଶ୍ଵାସ ପ୍ରସ୍ୱାସ ନେବା ଆଣିବା କରିପାରିବା କିଛି ସମୟ ମଧ୍ୟରେ ତମାଖୁ ପ୍ରତି ଜାଗ୍ରତ ହେଉଥିବା ଆସକ୍ତି ଆପେ ଆପେ ଆୟତ୍ତ ହେଇଯିବ। ଏହି ସବୁ ଯଦି ନକରି ଯଦି ସେହି ସମୟରେ କୌଣସି ପ୍ରକାର ତମାଖୁ ସେବନ କଲେ ପୁଣି ତମାଖୁ କବଳରେ ଶିକାର ହେବ। ସୁନିଶ୍ଚିତ I ଏହି ଭଳି ଯଦି ସାତ ଦିନରୁ ଚଉଦ ଦିନ ପ୍ରୟାସ କଲେ ତମାଖୁ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହି ପାରିବା। ଏହି ଯାତ୍ରା ରେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଅଭିଜ୍ଞ ସ୍ବାସ୍ଥ୍ୟ ପରାମର୍ଶଦାତା ଙ୍କ ସାହାଯ୍ୟ ପରାମର୍ଶ ନେଇପାରିବେ। ତା ଛଡା ସରକାରଙ୍କ ପକ୍ଷରୁ ନିଶୁଳ୍କ ପରାମର୍ଶ ପାଇଁ ଉପଲବ୍ଧ ୧୮୦୦-୧୧-୨୩୫୬ ମଧ୍ୟ ସାହାଯ୍ୟ ନେଇପାରିଲେ ନିଶ୍ଚିନ୍ତ ଭାବେ ସୁଫଳ ମିଳି ପାରିବ। ଯେତେ ଶୀଘ୍ର ତମାଖୁ ଠାରୁ ଦୂରେଇ ରହିବା ସେତେ ଶୀଘ୍ର ସ୍ବାସ୍ଥ୍ୟ ସମସ୍ୟା ଠାରୁ ଦୂରେଇ ରହି ପାରିବା। ଆସନ୍ତୁ ନିଜେ ଖୁସିରେ ବଞ୍ଚିବା ନିଜ ପାଇଁ, ନିଜ ପରିବାର ତଥା ସମାଜ ପାଇଁ ଯତ୍ନବାନ ହେବ। ।

ଡି ଦେବହରି ରେଡ଼ି
(ସ୍ବାସ୍ଥ୍ୟ ପରାମର୍ଶଦାତ।)
ତାରିଣୀ ପଲ୍ଲୀ, ଗଞ୍ଜାମ
୭୦୦୮୨୧୮୫୪୯

News clips
04/06/2026

News clips

World Bycycle Day 2026 observation Cycle Rally , Slow cycle competition supported by My Nehru Yuva Kendra Ganjam My Yuva...
03/06/2026

World Bycycle Day 2026 observation
Cycle Rally , Slow cycle competition supported by My Nehru Yuva Kendra Ganjam My Yuva Bharat Kendra

#ବିଶ୍ୱସାଇକେଲଦିବସ

Activities on print media clips
30/05/2026

Activities on print media clips

World Menstrual Hyegine Day observation Webinar conducted
28/05/2026

World Menstrual Hyegine Day observation
Webinar conducted

23/03/2026

World Water 💦 Day 2026

World Water Day 2026Awareness
22/03/2026

World Water Day 2026
Awareness








22/03/2026


21/03/2026

Address

Tarinipalli
Ganjam
761019

Telephone

+917008218549

Website

Alerts

Be the first to know and let us send you an email when YOUTH FOR VILLAGE posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share