YOUTH FOR VILLAGE

YOUTH FOR VILLAGE TARINI PALLI
GANJAM
ODISHA

 #ମୁଁ ବି ଲେଖିବି -୧୫*ଅନନ୍ତା ବାପାଙ୍କ ଶେଷ ଯାତ୍ରା*ଅନନ୍ତା ଦୁଃଖରେ ଭାଙ୍ଗି ପଡ଼ିଛି। ମୁଣ୍ଡ ତା'ର କାମ କରୁନି। ନିଷ୍ପତି କିଛି ନେଇ ପାରୁନି...
28/09/2025

#ମୁଁ ବି ଲେଖିବି -୧୫
*ଅନନ୍ତା ବାପାଙ୍କ ଶେଷ ଯାତ୍ରା*
ଅନନ୍ତା ଦୁଃଖରେ ଭାଙ୍ଗି ପଡ଼ିଛି। ମୁଣ୍ଡ ତା'ର କାମ କରୁନି। ନିଷ୍ପତି କିଛି ନେଇ ପାରୁନି। କେବଳ ଯିଏ ଯାହା କହୁଛି କରୁଛି। ଧିରେ ଧିରେ ସମ୍ପର୍କୀୟ ମାନେ ଆସି ପହଁଚିଲେ। ଶବ ଦାହ ପାଇଁ କୋକେଇ ପ୍ରସ୍ତୁତ ହେଲାଣି। ବଡ଼ ଭାଇ ଭାଉଜ ଆସି ନାହାନ୍ତି ବୋଲି ଅନନ୍ତା ର ଇଚ୍ଛା ନାହିଁ ବାପାଙ୍କ ଶବ ସତ୍କାର ପାଇଁ ହେଲେ କଣ ହେବ ସେମାନେ ତ ଆଉ ପାଖରେ ନାହାନ୍ତି ଯେ ଘଣ୍ଟେ ଦୁଇ ଘଣ୍ଟା ଭିତରେ ଆସି ପହଞ୍ଚି ଯିବେ। ଆସିବା ପାଇଁ ତ ଦିନେ ଦୁଇ ଦିନ ଲାଗିବ। ଅବଶ୍ୟ ଉଡା ଜାହାଜ ରେ ଆସିଲେ ଶୀଘ୍ର ପହଞ୍ଚି ପାରିବେ l କିନ୍ତୁ ଏପଟେ ଗାଁ ଲୋକ ଆଉ ରଖେଇ ଦେଉ ନାହାଁନ୍ତି। ଶବ ବେଶୀ ବିଳମ୍ବ ହେଲେ ପଚିଯିବ। ଏମିତି ରେ ତ ବ୍ୟବଚ୍ଛେଦ ହେଇଛି ବିଳମ୍ବ କଲେ ହଇରାଣ ହେବା ଛଡ଼ା କିଛି ନାହିଁ। ଶବ ନ ଉଠିଲେ ଗାଁ ରେ ଖାଇବା ପିଇବା ବନ୍ଦ। କେତେ ସମୟ ଆଉ ଜଗିବେ। ଯିଏ ବାପା ଦେହ ଖରାପ କଥା ଶୁଣି ଆସି ପାରିଲା ନାହିଁ ସେ ପୁଣି ଆସିଲେ ଶବ କୁ ନେବେ କହି ଗାଁ ଲୋକ ବିରକ୍ତ ହେଲେଣି। ଅନନ୍ତା ପାଖରେ କିଛି ଉପାୟ ନାହିଁ l କେବଳ ଗାଁ ଲୋକଙ୍କ ପରାମର୍ଶ ଅନୁସାରେ ହଁ ରେ ହଁ ନାହିଁ ରେ ନାହିଁ କରୁଥାଏ। ପରମ୍ପରା ଅନୁଯାୟୀ ଅନନ୍ତା ଏକ ବସ୍ତ୍ର ପରିଧାନ କରି ଗାଁ ପୋଖରୀ ରୁ ପାଣି ଆଣି ବାପାଙ୍କ ମର ଶରୀରରେ ଢାଳି ସ୍ନାନ କରାଇଲା ଅନନ୍ତା, ପିଲା ବେଳେ ଅନନ୍ତା କୁ ବାପା ଏମିତି ଗାଧେଇ ଦେଉଥିଲେ, ଅନନ୍ତା ଦେହ ରେ ତେଲ ସାବୁନ ଘଷି ପକାଉ ଥିଲେ। ଅନନ୍ତା ବିରକ୍ତ ହେଇ ଅମାନିଆ ହେଲେ ବିରକ୍ତ ନାହେଇ ବାପା ତେଲ ସାବୁନ ର ଉପକାରିତା ସମ୍ପର୍କରେ ବୁଝାଇ ବୁଝାଇ ଗାଧେଇ ଦେଉଥିଲେ। ଅଥଚ ଆଜି ସେ ବାପାଙ୍କ ମର ଶରୀରରେ ପାଣି ପକେଇ ଗାଧେଇ ଦେଉଛି ହେଲେ ନା ସାବୁନ ଅଛି ନା ତେଲ ଅଛି, ଭାବି ଭାବି ଅନନ୍ତା ଭୋ ଭୋ ହେଇ ଗାଁ ଦାଣ୍ଡ ରେ ପଡ଼ି କାନ୍ଦିଲା , ଲୋକେ ତାକୁ ଧରି ବୁଝା ସୁଝା କରି ଧର୍ଯ୍ୟ ରଖିବାକୁ କହିଲେ। ହରିବୋଲ ପକେଇ ଛ ଖଣ୍ଡ କାଠ ରେ ତିଆରି କୋକେଇ ଉଠିଲା। ବନ୍ଧୁ ପରିଜନ ମାନେ ପହଞ୍ଚି ମର ଶରୀରରେ ନୂଆଁ ବସ୍ତ୍ର ଘୋଡେ଼ଇ ଦେଉଥିଲେ। ଆଗେ ଆଗେ ଅନନ୍ତା ଖଇ କଉଡ଼ି ଫିଙ୍ଗି ଫିଙ୍ଗି ଯାଉଛି ପଛରେ କୋକେଇ, ଶବ ଯାତ୍ରାରେ ଥିବା ଲୋକଙ୍କ ମୁହଁ ରୁ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ନାରା ରେ ମଶାଣି ଅଭିମୁଖେ ଯାତ୍ରା। ହଠାତ୍ ଅନନ୍ତା ମୁଣ୍ଡରେ ପ୍ରଶ୍ନ ଆସିଲା କାହିଁକି ଲୋକେ ନୂଆଁ ନୂଆଁ ବସ୍ତ୍ର ବାପାଙ୍କ ମର ଶରୀରରେ ଅର୍ପଣ କରୁଛନ୍ତି? ବାପା ବଞ୍ଚିଥିବା ବେଳେ ଲୁଗା ପଟା ଦେବା ତ ଦୂରର କଥା ଖାଇବା ପିଇବା ପାଇଁ କିଏ ପଚାରୁ ନଥିଲେ ଅଥଚ ଆଜି ମଲା ପରେ କାହିଁକି ନୂଆଁ ନୂଆଁ ଲୁଗା କୋକେଇ ରେ ଦେଉଛନ୍ତି ? ଏହି କଥାଟି ସାଙ୍ଗରେ ଯାଉଥିବା ଜଣେ ବୟସ୍କ ବ୍ୟକ୍ତିକୁ ପଚାରିଲା ଅନନ୍ତା। ବ୍ୟକ୍ତି ଜଣକ କିଛି ଉତ୍ତର ନ ଦେଇ ପାରି କେବଳ ଚୁପ୍ ରହିବା ପାଇଁ ପରାମର୍ଶ ଦେଲା। ଧିରେ ଧିରେ ଶବଯାତ୍ରାରେ ଉପସ୍ଥିତ ଥିବା ଲୋକଙ୍କ ପାଖରେ ପହଁଚିଗଲା ପ୍ରଶ୍ନ। ସେ ମଧ୍ୟରୁ ଏକ ବିଜ୍ଞ ବ୍ୟକ୍ତି ଉତ୍ତର ଦେଇ କହିଲେ ନୂତନ ବସ୍ତ୍ର ଦେଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ଦିଆଯାଏ। ଅନନ୍ତା ମନ କୁ ଭଲ ଲାଗିଲା ନାହିଁ।ଜୀବିତ ଅବସ୍ଥାରେ ଲୋକେ ସମ୍ମାନ ଦେବା ଆବଶ୍ୟକ ନାହିଁ କିନ୍ତୁ ମଲା ପରେ ସମ୍ମାନ ଦେବା ଆବଶ୍ୟକ ବୋଲି ଅନନ୍ତା ମନେ ମନେ ଭାବି ଚୁପ୍ ରହିଲା। ପରିବାର ଲୋକଙ୍କ ଠାରୁ ଅବହେଳିତ କଥା ମନ ପକେଇ ଆଖିରୁ ନୀରବ ଲୁହ କେହି ବୁନ୍ଦା ପୁଣି ବାହାରିଗଲା। ମଶାଣି ରେ ପହଞ୍ଚି ଶବ ସତ୍କାର ପାଇଁ ସମସ୍ତ ରୀତିନୀତି ସାରି ଯୁଇ ରେ ମୁଖାଗ୍ନୀ ଦେଇ ଅନନ୍ତା ଫେରିଲା ଘର କୁ। ସାଙ୍ଗରେ ଆସିଥିବା ବନ୍ଧୁ ଜଣକ ଶବ ଦାହ ପାଇଁ ଆସିଥିବା ଲୋକଙ୍କ ପାଇଁ ମଦର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଲା ଅନନ୍ତାକୁ । ଅନନ୍ତା ଶୁଣି ଆଶ୍ଚର୍ଯ୍ୟ ଓ ସ୍ତବ୍ଦ ହେଇଗଲା। କିଛି ଉତ୍ତର ରଖି ପାରିଲା ନାହିଁ, ସତରେ କଣ ମଦ ନିହାତି ଜରୁରୀ। ପାଖରେ ପଇସା ପତ୍ର ନାହିଁ ବାପାଙ୍କୁ ହରେଇ ଭାଙ୍ଗି ପଡ଼ିଥିବା ବେଳେ ପୁଣି ଲୋକଙ୍କ ପାଇଁ ମଦ ର ବ୍ୟବସ୍ଥା ! ଦୁର୍ବଳ ସମୟରେ କାହାକୁ କିଛି କହିବା ପାଇଁ ଅନନ୍ତା ପାଖରେ ଧର୍ଯ୍ୟ ନାହିଁ କି ମୁହଁ ରେ ଭାଷା ନାହିଁ । ବାଧ୍ୟ ହୋଇ ପୁଣି ଗାଁ ରେ ଧାର କରି ଲୋକଙ୍କ ପାଇଁ ମଦ ର ବ୍ୟବସ୍ଥା କରିଲା ଅନନ୍ତା।
କିନ୍ତୁ ଅନନ୍ତା ମନରେ ପ୍ରଶ୍ନ ଉଠୁଛି ଶବ ଦାହ ପାଇଁ ମଦ ପିଇବା କ'ଣ ନିହାତି ଜରୁରୀ? ଏଭଳି ଦୁର୍ବଳ ସମୟରେ କ'ଣ ସତରେ ସାହାଯ୍ୟ କରିବା ପାଇଁ ଆସନ୍ତି? ଯଦି ହଁ ତେବେ ପୁଣି ଅସୁବିଧାରେ ଥିବା ଲୋକଙ୍କୁ ପୁଣି ବୋଝ ଉପରେ ଲଳିତା ବିଡା କାହିଁକି ଦିଅନ୍ତି?
ବାସ୍ତବ ରେ କହିବାକୁ ଗଲେ ଏହା ଏକ ଖରାପ ପରମ୍ପରା l ଜଣକ ଦୁଃଖ ସମୟରେ ଛିଡ଼ା ହେବା ସାହାଯ୍ୟ କରିବା ବହୁତ୍ ଭଲ କଥା ମାନବିକତା ର କଥା କିନ୍ତୁ ପ୍ରତି ବଦଳରେ କିଛି ମାଗିବା ପୀଡ଼ିତ ବ୍ୟକ୍ତିଙ୍କ ଠାରୁ କିଛି ପାଇବା ଆଶା କରିବା ଏକ ଅମାନବିକତାର ଘଟଣା। ଏଭଳି ପରମ୍ପରା ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ୍। କିନ୍ତୁ ବନ୍ଦ କିପରି ହେବ। ଏଠି ସମସ୍ତେ ଉପଦେଶ ଦେବା କୁ ଭଲ ପାଆନ୍ତି କିନ୍ତୁ ସେ ଉପଦେଶ କୁ ମାନିବା ପାଇଁ କଷ୍ଟ ଲାଗେ। ନିଜେ ଛୋଟ ପିଲାଙ୍କ ସହ ବସି ମଦ ପିଅନ୍ତି ଫଳରେ ନୂଆଁ ମଦୁଆ ସୃଷ୍ଟି ହୁଅନ୍ତି ଗୁରୁଜନ ପ୍ରତି ଥିବା ସମ୍ମାନ ଶ୍ରଦ୍ଧା କମିଯାଏ। ଏହା ଏକ ଘୃଣ୍ୟ ପ୍ରଥା।
ପରେ ଅନନ୍ତା ଜାଣିବାକୁ ପାଇଲା ମଦ ନିଶାରେ ଅନେକ ଲୋକ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଇ ଫେରିଛନ୍ତି।
*ସତରେ ମଦ କଣ ନିହାତି ଦରକାର??????*

ଡି ଦେବହରି ରେଡ଼ି
ତାରିଣୀ ପଲ୍ଲୀ,ଗଞ୍ଜାମ
ମୋ ଗାଁ ତାରିଣୀ ପଲ୍ଲୀ Debahari Reddy KHANDADEULI HIGH SCHOOL Ranjit Behera Chaitanya Reddy Ramakant Sahu Rabindra Kumar Gauda Nirakar Maharana Deepak Kumar Sahu Mithun Mahapatra Kumudini Pradhan Dandu Pradhan Sunil Swain Ratnakar Sahoo

  Cultural program dance & speech Competition with prize distribution
11/09/2025


Cultural program
dance & speech Competition with prize distribution

Media clips  # Gurudiwas 2025
10/09/2025

Media clips # Gurudiwas 2025

Dyutikrushna Mishra Memorial Vidyarthi Samman 2025 with cash 5000/- Indian rupees A Nilanchal Reddy
08/09/2025

Dyutikrushna Mishra Memorial Vidyarthi Samman 2025 with cash 5000/- Indian rupees
A Nilanchal Reddy

Felicitation Y4V Bidyarthi Sanman -2018 to 2025    Felicitation Ceremony 2025
08/09/2025

Felicitation
Y4V Bidyarthi Sanman -2018 to 2025
Felicitation Ceremony 2025

https://www.facebook.com/share/p/19oBZphwWZ/
06/09/2025

https://www.facebook.com/share/p/19oBZphwWZ/

  ଛତ୍ରପୁର: ଗୁରୁ ଦିବସ ଅବସରରେ ପୁରାତନ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଗୁରୁ ପୂଜନ ସହ ସମ୍ବର୍ଦ୍ଧିତ ହେଇଛନ୍ତି ଅବସର...

06/09/2025
  Mishra Memorial Best Teacher Award 2025Sri Kalu Charan Gouda, Retired Science TeacherKHANDADEULI HIGH SCHOOL Ranjit Be...
06/09/2025

Mishra Memorial Best Teacher Award 2025
Sri Kalu Charan Gouda, Retired Science Teacher
KHANDADEULI HIGH SCHOOL Ranjit Behera Judhistir Gauda Simanchal Mishra ମୋ ଗାଁ ତାରିଣୀ ପଲ୍ଲୀ Bijaya Kumar Biswal Umakanta Behera Sabar Tarai Ramesh Gouda Rabindra Kumar Gauda Debahari Reddy Kailash Sethi Chaitanya Reddy Sunil Swain Prasanta Kumar Sethi Sanjaya Pradhan Karmakar Swain Arun Kumar Pradhan Swadhin Beja Basanta Kumar Beja prakash Nirakar Maharana prakash Nilesh Maharana Bhagaban Pradhan Kumudini Pradhan Mithun Mahapatra Reddy Maguni Deepak Kumar Sahu Rajendra Reddy Bidesi Muduli Bishnu Pallai Bikash Chandra Sahu Prakash Das

Guru diwas &Y4V Felicitation Ceremony 2025Lightening the Lamp Chief Guest - Former Headmaster&well known Social worker  ...
06/09/2025

Guru diwas &Y4V Felicitation Ceremony 2025
Lightening the Lamp
Chief Guest - Former Headmaster&well known Social worker Sri Bijay Bijaya Kumar Biswal Chief Speaker- Advocate Sri Simanchal Mishra
Special Invited Guest Sri Umakanta Behera Working President Odisha journalist association & Sabar Tarai , President Ganjam Press Club,Sri Raibari Behera HM Tarinipalli UP School, Sri Chaitanya Reddy , President Tarinipalli, with other well known personalities Pradeep Kumar Panda Ganjam
Chaired by D Debahari Reddy Founder Y4V

Program started with regular responsibility plantation   ମୋ ଗାଁ ତାରିଣୀ ପଲ୍ଲୀ @
05/09/2025

Program started with regular responsibility plantation ମୋ ଗାଁ ତାରିଣୀ ପଲ୍ଲୀ @

ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ
04/09/2025

ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ

Address

Tarinipalli
Ganjam
761019

Telephone

+917008218549

Website

Alerts

Be the first to know and let us send you an email when YOUTH FOR VILLAGE posts news and promotions. Your email address will not be used for any other purpose, and you can unsubscribe at any time.

Share