24/03/2026
ତୃତୀୟ ପର୍ଯ୍ୟାୟ କିଡ୍ନୀ ରୋଗ ପରୀକ୍ଷଣ ଓ ସଚେତନତା ଶିବିର !
ଢ଼େଙ୍କାନାଳ : ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ରୋଟାରୀ କ୍ଲବ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମିଳିତସହଯୋଗରେ ସ୍ଥାନୀୟ ରୋଟାରୀ କ୍ଲବ୍ ପରିସରରେ ଏକ କିଡ୍ନୀ ରୋଗ ରକ୍ତ ନମୂନା ପରୀକ୍ଷଣ ଓ ସଚେତନତା ଶିବିରେ ପୂର୍ବତନ ମନ୍ତ୍ରୀ ରୋଟାରିଆନ୍ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଦ୍ୱାରା ଉଦ୍ଘାଟିତହୋଇଯାଇଅଛି । ଏହି ଅବସରରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସପନ କୁମାର ମହାନ୍ତି ଓଜିଲ୍ଲା ରେଡ୍କ୍ରସ୍ ଶାଖା ଉପାଧ୍ୟକ୍ଷ ରୋଟାରିଆନ୍ ରାଜ କିଶୋର ବେହେରା କିଡ୍ନୀ ରୋଗର ଲକ୍ଷଣ ଦେଖାଦେଲେତୁରନ୍ତ ଉପଯୁକ୍ତ ଚିକିତ୍ସା ପରାମର୍ଶ ନେଇ ସୁସ୍ଥ ହୋଇପାରିବେ ବୋଲି ସଚେତନତା ବାର୍ତା ଦେଇଥିଲେ । ଏହିଶିବିରକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ସଂଜୀବନୀ ସଂଯୋଜକ ଦେବବ୍ରତ ମିଶ୍ର ଓ ଟେକ୍ନିସିଆନ୍ ପ୍ରମୁଖ
ରକ୍ତ ନମୂନା ସଂଗ୍ରହ କରିଥିଲେ । ୧୫ଜଣ ପଜିଟିଭି ଚିହ୍ନଟ ରୋଗୀମାନଙ୍କୁ ପରବର୍ତୀ ଚିକିତ୍ସା ବ୍ୟବସ୍ଥାକରାଯାଇଥିଲା । ରୋଟାରୀ କ୍ଲବ୍ ସଭାନେତ୍ରୀ ସାଗରିକା ମିଶ୍ର, ସଂପାଦକ ତପନ୍ ପାଲ୍, ବିରଂଚି ନାରାୟଣପାଣୀ, ପ୍ରଦୋଷ ଶତପଥୀ, ବିନୋଦ ଅଗ୍ରୱାଲ୍, ଅଭିମନ୍ୟୁ ସାହୁ, ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ମହେଶ
ପ୍ରସାଦ ଅଗ୍ରୱାଲ୍, କୃଷ୍ଣଚନ୍ଦ୍ର ଦେବତା, ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି କିଡ୍ନୀରୋଗ ପରୀକ୍ଷଣ ଓ ସଚେତନତା ଶିବିରର ଚତୁର୍ଥ ପର୍ଯ୍ୟାୟ ଚଳିତ ମାର୍ଚ୍ଚ ମାସ ୨୮ ତାରିଖ ଶନିବାର ପୂର୍ବାହ୍ନ୯ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ରୋଟାରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହେବ । ପରିଶେଷରେ ଶିବ ପ୍ରସାଦ
ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।