21/01/2022
ଢିଙ୍କିଆରୁ ପୁଲିସ ପ୍ରତ୍ଯାହାର,ଖଣି ଲୁଟେରା ଜିନ୍ଦଲ ପ୍ରତ୍ଯାହାର,ଢିଙ୍କିଆ ବାସିନ୍ଦାଙ୍କ ଉପରେ ପୁଲିସ୍ ଦମନ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଲୋକଙ୍କ ଜମି,ଜୀବନ,ଜୀବିକା ଓ ଭିଟାମାଟି ସୁରକ୍ଷା ପାଇଁ ଏଆଇଏସ୍ଏଫ୍ ଓ ଏଆଇଓ୍ଵାଇଏଫ୍ ର ଦାବି।
ଜଗତସିଂହପୁର:ତା୨୧/୧/୨୦୨ରିଖ: ଢିଙ୍କିଆରୁ ପୁଲିସ ପ୍ରତ୍ଯାହାର,ଖଣି ଲୁଟେରା ଜିନ୍ଦଲ ପ୍ରତ୍ଯାହାର,ଢିଙ୍କିଆ ବାସିନ୍ଦାଙ୍କ ଉପରେ ପୁଲିସ୍ ଦମନ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଲୋକଙ୍କ ଜମି,ଜୀବନ,ଜୀବିକା ଓ ଭିଟାମାଟି ସୁରକ୍ଷା ପାଇଁ ଦାଵି କରି ଇଜି ଏଆଇଏସ୍ଏଫ୍ ଓ ଏଆଇଓ୍ଵାଇଏଫ୍ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ ଓଡିଶା ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବି ପତ୍ର ଉପସ୍ଥାପିତ ହୋଇଅଛି। ଢିଙ୍କିଆରେ ଜିନ୍ଦଲର ଶିଳ୍ପ ପ୍ରତିଷ୍ଠା ନାମରେ ଓଡିଶା ସରକାର ସମସ୍ତ ପ୍ରକାର ମାନବୀୟ ଅଧିକାର ଉଲ୍ଲଙ୍ଘନ କରି ସାମାଜିକ,ଅର୍ଥନୈତିକ ଓ ପରିବେଶ ଧ୍ଵଂସ କରିଚାଲିଛନ୍ତି।ଓଡିଶାରେ ନଵୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ଵିଜେଡି ସରକାର ଅମଳରେ ଓଡିଶାର କୃଷିଭିତ୍ତିକ ଅର୍ଥନୀତିକୁ ଧ୍ଵଂସକରି ଶିଳ୍ପ ପ୍ରତିଷ୍ଠା ନାମରେ ଏହାର ଅପୂରଣୀୟ ଖଣିଜ ସମ୍ପଦ,ଜଙ୍ଗଲ ସମ୍ପଦ, ଜୈବ ବିବିଧତାକୁ ଧ୍ଵଂସ କରିଯାଉଛି। ୧୯୭୦-୮୦-୯୦ ଦଶକରେ ରାଜ୍ଯରେ ଦ୍ଵିତୀୟ ଇସ୍ପାତ କାରଖାନା ପାଇଁ ଦାବି ହେଉଥିବା ବେଳେ ଏକବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଇତି ମଧ୍ଯରେ ଓଡିଶାରେ ଶତାଧିକ ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇ ପ୍ରତିବର୍ଷ ଶହ ଶହ ନିଉତ ଟନ ଲୁହାପଥର ଖନନ ଦ୍ଵାରା ଓଡିଶାର ଖଣିଜ ଶେଷ ଅବସ୍ଥାକୁ ଆସିଥିବା ବେଳେ ବିଶୋଧିତ ଲୁହା ବାହାରକୁ ନେଇ ଯାଉଛନ୍ତି। ଅପର ପକ୍ଷରେ ରାଜ୍ଯର ଶିକ୍ଷିତ ଯୁବପିଢି ପାଖରେ ନିଯୁକ୍ତି ପାଇଁ ଏଠାରେ ମୂଲ୍ଯଯୁକ୍ତ ଶିଳ୍ପ ଯଥା- ନିର୍ମାଣ ସାମଗ୍ରୀ,ନିର୍ମାଣ ଯନ୍ତ୍ରପାତି, ସାଇକେଲ, ମୋଟର ସାଇକେଲ, ଅଟୋ ରିକ୍ସା,ମୋଟର କାର, ଟ୍ରାକ୍ଟର,ଟ୍ରକ ଅଥବା ପରିବହନ ଯାନ,କୃଷି ଯନ୍ତ୍ରପାତି ଶିଳ୍ପଟିଏ ପ୍ରତିଷ୍ଠା କରାଯାଉ ନାହିଁ। ଯେଉଁ ହାରରେ ଲୁହା ତରଳାଇ ବାହାରକୁ ପଠାଯାଉଛି, ଆଉ ଅଳ୍ପ କିଛି ଦିନ ପରେ ରତ୍ନଗର୍ଭା ଓଡିଶାର ମାଟି ତଳର ଲୁହା ଓ କୋଇଲା ଖଣି ଶେଷ ହେବ ଏଵଂ ସରକାର ଓଡିଶାକୁ ଭଙ୍ଗା ଖପରା ସହ ପରିତ୍ଯକ୍ତ ଭୂମିରେ ପରିଣତ କରିବା ଷଡ଼ଯନ୍ତ୍ର କରିଚାଲଛି।। ଓଡିଶାରେ ଥିବା ବଡବଡ ଶିଳ୍ପ ପରିଚାଳନାଗତ ତ୍ରୁଟି ଓ ସରକାରୀ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବନ୍ଦ ହୋଇ ଚାଲିଛି,ତା'ର ପୁନରୁଦ୍ଧାର ପାଇଁ ସରକାର ଯତ୍ନବାନ ନୁହନ୍ତି। ଜଗତସିଂହପୁର ଜିଲ୍ଲାର ଶାରଳା ସୂତାକଳ ଏହାର ଉଦାହରଣ। ଯେତିକି ବୃହତ ଶିଳ୍ପ ଏହି ସରକାର ସମୟରେ ବନ୍ଦ ହେଲାଣି ସେତିକି ଶିଳ୍ପ ପୁନରୁଦ୍ଧାର କରାଗଲେ ଓଡିଶାର ଲୋକଙ୍କୁ ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ଯିବାକୁ ପଡନ୍ତାନି ଓ ଓଡିଶାର ଅର୍ଥନୀତି ସମୃଦ୍ଧ ହୋଇପାରନ୍ତା। ଯେତିକି ଲୁହା ଶିଳ୍ପ ଓଡିଶାରେ ପ୍ରତିଷ୍ଠିତ ହୋଇଛି,ସେମାନେ ସେହି ଲୁହାର କେତେ ଅଂଶ ଏଠାରେ ଉପର ବର୍ଣ୍ଣିତ ମୂଲ୍ଯଯୁକ୍ତ ଶିଳ୍ପ ପ୍ରତିଷ୍ଠା କରିବାର ବ୍ୟବସ୍ଥା କାହିଁକି କରାଉନାହାନ୍ତି? ତେଣୁ ଏଠାକାର ଖଣିଜ ସମ୍ପଦ ସମାପ୍ତ ହେବା ପାଇଁ ସରକାର କଳାପାହାଡ଼ ଭୂମିକା ନେଇଛନ୍ତି।
ଢିଙ୍କିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜନଗଣଙ୍କ ମତାମତ ଲୋଡିଵାକୁ ସରକାର ଗ୍ରାମ ସଭାର ଅନୁମୋଦନ ନେଇ ନାହାନ୍ତି।ଏହା ସରକାରୀ କ୍ଷମତାର ଅପବ୍ୟବହାର ଓ ଅପରାଧ ଅଟେ। ଗ୍ରାମ ସଭାର ମତ ନନେଇ ସରକାର ଜିଲ୍ଲା ପ୍ରଶାସନ ଓ ପୋଲିସକୁ କମ୍ପାନୀର ଦଲାଲ ଓ ଗୁଣ୍ଡାବାହିନୀ ଭାବେ ବ୍ୟବହାର କରି ସମ୍ଵିଧାନ ଓ ଏହାର ମାନବ ଅଧିକାର ଆଇନକୁ ଉଲ୍ଲଙ୍ଘନ କରିଚାଲିଛନ୍ତି। ଢିଙ୍କିଆ ଗାଁ କୁ ଗତ ତିନିମାସ ଧରି ପୋଲିସ୍ ବାହାର ଜଗତରୁ ବିଚ୍ଛିନ୍ନ ରଖିବା କେଉଁ ଆଇନ୍ ଅନ୍ତର୍ଭୁକ୍ତ? ଜାନୁଆରୀ ୧୪ ତାରିଖ ଦିନ ପୋଲିସ ଯେଉଁଭଳି ନିରସ୍ତ୍ର ଜନତାଙ୍କ ଉପରେ ଏପରିକି ମହିଳା, ଶିଶୁ, ବୃଦ୍ଧ,ରୋଗୀମାନଙ୍କ ଉପରେ ଅତର୍କିତକ ଆକ୍ରମଣ କଲା ତାହା ସାମ୍ଵିଧାନିକ ବ୍ୟବସ୍ଥାର ଚରମ ଉଲ୍ଲଙ୍ଘନ ଅଟେ। ଏହି ପୃଷ୍ଠଭୁମିରେ ଦେଶର ସର୍ବ ପ୍ରଥମ ଛାତ୍ର ସଙ୍ଗଠନ "ଅଖିଳ ଭାରତ ଛାତ୍ର ସଂଘ"(AISF) ଓ ସର୍ବ ପ୍ରଥମ ଯୁବ ସଙ୍ଗଠନ "ଅଖିଳ ଭାରତ ଯୁବ ସଂଘ" (AIYF) ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୧୧ଦଫା ଦାଵିପତ୍ର ଉପସ୍ଥାପନ କରାଯାଇଛି।ସେହି ଦାଵି ଭିତରେ:
୧) ଯେତିକି ଲୁହା ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠିତ ହୋଇଛି ସେହି ଶିଳ୍ପମାନେ ଓଡିଶାର ଆବଶ୍ଯକତା ଓ ମୂଲ୍ଯଯୁକ୍ତ କରିବା ପାଇଁ ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି,କୃଷି ଯନ୍ତ୍ରପାତି,କୃଷି ଭିତ୍ତିକ ଶିଳ୍ପ, ବ୍ୟକ୍ତି ପରିବହନ ଯଥା ସାଇକେଲ, ମୋଟର ସାଇକେଲ, ସାମାଜିକ ପରିବହନ ଯଥା: ଅଟୋ ରିକ୍ସା, ମୋଟରକାର, ବସ୍, ସାମଗ୍ରୀ ପରିବହନ ଯାନ ଯଥା: ଟ୍ରକ୍ ଓ ଭାରି ପରିବହନ, କୃଷି ଯନ୍ତ୍ର ଯଥା ପାଓ୍ଵାର ଟିଲର,ଟ୍ରାକ୍ଟର, ହାରଭେଷ୍ଟର ଇତ୍ଯାଦିର ଉତ୍ପାଦନ ଶିଳ୍ପ ଓଡିଶାରେ ଚାଲିଥିବା ଲୁହା ଶିଳ୍ପର ବଳକା ଜମିରେ ପ୍ରତିଷ୍ଠା କରାଯାଉ।
୨)- ଓଡିଶା ମାଟିତଳର ଅପୂରଣୀୟ ଖଣିଜ ଶେଷ କରା ନଯାଉ।ଜଙ୍ଗଲ ଅଧିକାର ଆଇନକୁ ଓଡିଶା ସରକାର ଅଵମାନନା କରିଥିଵା ମୀନା ଗୁପ୍ତା କମିଟି ଉଲ୍ଲେଖ କରିଥିଵାରୁ ମୀନାଗୁପ୍ତା କମିଟିଙ୍କ ସୁପାରିଶ ଅନୁସାରେ ଏଠାରେ ଜଙ୍ଗଲ ଅଧିକାର ଆଇନକୁ କଡାକଡି ଭାଵେ କାର୍ଯ୍ଯକାରୀ କରାଯାଉ।
୩)ଓଡିଶା ସରକାର ମୁଖ୍ଯମନ୍ତ୍ରୀଙ୍କ ପ୍ରକୋଷ୍ଠରୁ ଖଣିଜ ଶେଷ କରୁଥିବା କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଗତ ୨୦୦୫ଠାରୁ ଢିଙ୍କିଆ ସମେତ ରାଜ୍ଯର ବିଭିନ୍ନ ଗ୍ରାମର ଜନଗଣଙ୍କୁ ଯେତେ ଅତ୍ଯାଚାର କରି ମଧ୍ଯ କିଛି ଅଭିଜ୍ଞତା ନନେଇ ଯେଭଳି ୧୪ଜାନୁଆରୀ ୨୦୨୨ରେ ଜନଗଣଙ୍କ ଟିକସ ଅର୍ଥରେ ପାଳିତ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ,ଜିନ୍ଦାଲର ସ୍ୱାର୍ଥ ପାଇଁ ଦେଶର ସାମ୍ଵିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରି ଜଘନ୍ଯ ଆକ୍ରମଣ କଲେ ତାହାର ବିଚାର ବିଭାଗୀୟ ତଦନ୍ତ କରାଯାଇ ଅପରାଧୀ ଅଧିକାରୀ ଓ ଗୁଣ୍ଡାମାନଙ୍କ ଵିରୋଧରେ ଦୃଷ୍ଣାନ୍ତ ସୃଷ୍ଟିକାରୀ ଦଣ୍ଡଵିଧାନ କରାଯାଉ।
୪)-ବିଚାର ବିଭାଗୀୟ ତଦନ୍ତ ଶେଷ ପର୍ଯ୍ଯନ୍ତ ଏହି ଅପରାଧିକ ମାମଲାରେ ଜଡିତ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଢିଙ୍କିଆରୁ ପ୍ରତ୍ଯାହାର କରାଯାଉ।
୫)-ମିଥ୍ଯା ମକଦ୍ଦମାର ସାହାଯ୍ୟ ନେଇ ମାନବୀୟ ଅଧିକାର କ୍ଷୁର୍ଣ୍ଣ କରାଯାଇ ଶାରିରୀକ ଆକ୍ରମଣ କରି ଗିରଫ କରାଯାଇଥିବା ଜନ ଆନ୍ଦୋଳନର ନେତାମାନଙ୍କୁ ନିସର୍ତ୍ତ ଖଲାସ କରାଯାଉ। ପୋସ୍କୋ ଆନ୍ଦୋଳନ ସମୟରୁ ଏବଂ ଜିନ୍ଦଲକୁ ବେଆଇନ ଜମି ହସ୍ତାନ୍ତର ପ୍ରତିବାଦରେ ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ଗଣ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମକଦ୍ଦମା ରଦ୍ଦ କରାଯାଉ।
୬)- ରାଜ୍ଯର ବିଭିନ୍ନ ଅଞ୍ଚଳରେ ଶିଳ୍ପ ନାମରେ ଅଧିଗ୍ରହଣ କରାଯାଇଥିଵା ଜମିରେ ଅଧିଗ୍ରହଣ ତାରିଖରୁ ୫ ବର୍ଷ ମଧ୍ଯରେ ଚୁକ୍ତିବଦ୍ଧ ଶିଳ୍ପ ପ୍ରତିଷ୍ଠିତ ହୋଇ ନଥିଲେ ସେ ଜମି ସମ୍ପୃକ୍ତ ଜମିହରା ଜମି ମାଲିକଙ୍କୁ ଫେରସ୍ତ କରାଯାଉ।
୭) - ଓଡିଶାରେ ନିଯୁକ୍ତ ଭାରତୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଏବଂ ଓଡିଶା ପ୍ରଶାସନିକ ଓ ପୋଲିସ ଅଧିକାରୀ ଚାକିରୀରେ ଯୋଗ ଦେଇଥିବା ଦିନର ସମ୍ପତ୍ତି ଠାରୁ ଏପର୍ଯ୍ଯନ୍ତ କାହାର କେତେ ସମ୍ପତ୍ତି ବୃଦ୍ଧି ହୋଇଛି ତାହା ତଦନ୍ତ କରି ଚାକିରୀ ଆୟ ବର୍ହିଭୂତ ସମ୍ପତ୍ତି ବାଜ୍ଯାପ୍ତି କରାଯାଉ।
୮)-ଓଡିଶାରେ ପ୍ରତିଷ୍ଠିତ ଖଣିଜ ଓ ଧାତବ ଶିଳ୍ପରେ ଓଡିଶାର କର୍ମଚାରୀଙ୍କୁ ନିଯୁକ୍ତି ନଦେଇ, ଅନ୍ଯାନ୍ଯ ରାଜ୍ଯ ଓ ବାହାର ଦେଶର କର୍ମଚାରୀଙ୍କୁ ଦିଆଯାଇଥିବା ନିଯୁକ୍ତିର ନିରପେକ୍ଷ ତଦନ୍ତ କରି ମୋଟ କର୍ମନିଯୁକ୍ତିର ୯୦% ସ୍ଥାନୀୟ ନିଯୁକ୍ତି ସୁନିଶ୍ଚିତ କରାଯାଉ।
୯)- ଓଡିଶାର ଜୈବ ବିବିଧତା ଧ୍ଵଂସକାରୀ ଖଣିଜ ଶିଳ୍ପ ସଂସ୍ଥା ଗୁଡିକ ଉପରେ ପରିବେଶଗତ ଅନୁଧ୍ଯାନ କରି ମାନବ ସଭ୍ଯତାକୁ ସୁରକ୍ଷିତ କରାଯାଉ।
୧୦)- ଜଳବାୟୁ ପରିବର୍ତ୍ତନର କୁପ୍ରଭାବରେ ଓଡିଶାର ଉପକୂଳ ସମୂଦ୍ର ଗର୍ଭରେ ବିଲିନ ହେବାକୁ ଯାଉଥିବାରୁ ରାଜ୍ଯରେ ଫସିଲ୍ ଇନ୍ଧନ (କୋଇଲା ଓ ଖଣିଜ ତୈଳ) ବ୍ୟବହାର ଉପରେ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ଘୋଷଣାକୁ କଡାକଡି ଭାବେ କାର୍ଯ୍ଯକାରୀ କରାଯାଉ।
୧୧-ଶାରଳା ସୂତାକଳ ସମେତ ରାଜ୍ୟରେ ବନ୍ଦ ପଡିଥିବା ସମସ୍ତ ଶିଳ୍ପର ଅବିଳମ୍ୱେ ପୁନରୁଦ୍ଧାର କରାଯାଉ। ନଵୀନ ପଟ୍ଟନାୟକ ଭାରତରେ ଏକ ନମ୍ଵର ମୂଖ୍ଯମନ୍ତ୍ରୀ ବୋଲି ଦାବି କରୁଥିବା ବେଳେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଉପରୋକ୍ତ ଦାବି ପୂରଣ କରି ଏକ ନମ୍ୱର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ନଚେତ୍,ଏହି ଦାବି ନେଇ ଏଆଇଏସ୍ଏଫ୍ ଏଵଂ ଏଆଇଓ୍ଵାଇଏଫ୍ ପକ୍ଷରୁ ରାଜ୍ଯବ୍ୟାପୀ ଓ ଦେଶବ୍ୟାପୀ ଯୁବଛାତ୍ର ଆନ୍ଦୋଳନ ତୀବ୍ରତର ହେବ ଓ ଏଥିପାଇଁ ଉଭୟ ସରକିର ଦାୟି ରହିଵେ ଵୋଲି ଚତାଵନୀ ଦିଆଯାଇଛି।ଆନ୍ଦୋଳନକାରୀ ଛାତ୍ର-ଯୁଵ କର୍ମୀଙ୍କୁ ଉଦଵୋଧନ ଦେଇ ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରା ଜେନା କହିଥିଲେ କି ନଵୀନ ଵାଵୁ ଓଡିଆ ଭାଷା ନ ଵୁଝନ୍ତୁ ପଛେ ସାଢେ ଚାରିକୋଟି ଓଡିଆ ତାଙ୍କ ପରିଵାରର ସଦସ୍ଯ ଵୋଲି କହି ପାଞ୍ଛ ଥର ଭୋଟ ନେଇ କ୍ଷମତାରେ ଥିଲେଵି ଢିଙ୍କିଆ ଵାସୀଙ୍କ ସମେତ ଓଡିଶାର ଵିଭିନ୍ନ ଜନ ସମସ୍ଯା ଯଥା- କୃଷକ,ଶ୍ରମିକ,ଛାତ୍ର,ଯୁଵ,ଚିଟଫଣ୍ଡ କ୍ଷତିଗ୍ରସ୍ତ ତାଙ୍କ ଶତୃ ପରିଵାରର ଵିଵେଚନାକରି ତାଙ୍କ ପ୍ରତି ଅନ୍ଯାୟ ଅତ୍ଯାଚାର କରି ଚାଲିଛନ୍ତି।ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପୁର୍ଵରୁ ଏଠାରେ ଗ୍ରାମ ସଭା କରାଯାଇ ନାହିଁ, ଜଙ୍ଗଲ ଵାସିନ୍ଦା ଅଧିକାର ଆଇନକୁ ଵେଖାତିର କରି ଜିନ୍ଦାଲ ଠାରୁ ନିର୍ଵାଚନୀ ଚାନ୍ଦା ଲୋଭରେ ଭୀଟାମାଟି ପାଇଁ ସଂଘର୍ଷରତ ଆଵାଳ ଵୃଦ୍ଧ ଵନିତାଙ୍କୁ ପ୍ରଶାସନ ଓ ପୋଲିସ ଵର୍ଦ୍ଧି ପିନ୍ଧା ଜିନ୍ଦାଲ କମ୍ପାନୀ ଗୁଣ୍ଡାମାନେ ନାରକୀୟ କାଣ୍ଡ ଘଟାଇଛନ୍ତି।ସମ୍ଵିଧାନ ଓ ଆଇନକୁ ସମ୍ମାନ ଦେଵା ପରିଵର୍ତ୍ତେ ନଵୀନ ଵାଵୁ ଓ ତାଙ୍କ ସରକାରୀ ଅଧିକାରୀ, ପୋଲିସ ଅଧିକାରୀ ଆଇନ ଓ ସାମ୍ଵିଧାନିକ ଵ୍ଯଵସ୍ଥା ଉପରେ ଆକ୍ରମଣ କରିଛନ୍ତି।ତେଣୁ ତୁରନ୍ତ ଢିଙ୍କିଆରୁ ପୋଲିସ ପ୍ରତ୍ଯାହାର ସହ ମିଛ ମକଦ୍ଦମାରେ ଗିରଫ ସମସ୍ତଙ୍କୁ ଖଲାସ ଓ ଜିନ୍ଦାଲକୁ ଅନ୍ଯତ୍ର ସ୍ଥାନାନ୍ତର ପାଇଁ ଦାଵି କରିଥିଲେ।ଏଆଇଓ୍ଵାଇଏଫ୍ ରାଜ୍ଯ ଉପସଭାପତି ସତ୍ଯ ରଞ୍ଜନ ମହାନ୍ତିଙ୍କ ସମେତ ଏଆଇଏସ୍ଏଫ୍ ଓ ଏଆଇଓ୍ଵାଇଏଫ୍ ର ରୋଜାଲିନ ଦାଶ, ଲକ୍ଷ୍ମୀପ୍ରିୟା ଭୋଇ,ତ୍ରୀଲୋଚନ ଵାରିକ,ମିକୁନ କୁମାର ଦାସ,ଵିନ୍ଦୁ ଦାସ,ମାନା ସାମଲ ଓ ସ୍ଵପ୍ନା ସାମଲ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ।